Odia Samaj has undertaken relief work at two villages namely Birijanga and Madhipur near Konark which were severely affected by the Cyclone Fani . This was implemented through a Local NGO named as FIDR . The relief was to support 2500 school childern by providing them with educational kits containing school bags , note books and geometrical box . 300 kg of milk powder was provided to supply milk to the school childern for 4 months.
Odia Samaj has organized ‘Odisha Parba Delhi-2019’, a three-day extravaganza from 15 - 17 March 2019, in the heart of India's capital at India Gate Lawns, New Delhi. The festival showcased the rich tapestry of Odishan culture, tradition and heritage.
www.OdishaParba.com
-
ଚମକିଲେ ବୁଦ୍ଧିମାନ ଓଡିଆ ଇଞ୍ଜିନିୟର
ଚମକିଲେ ବୁଦ୍ଧିମାନ ଓଡିଆ ଇଞ୍ଜିନିୟର। ତାଙ୍କ କମ୍ପାନୀ ପାଇଲା ଫୋର୍ବସର ମାନ୍ୟତା। ବିଶ୍ୱର ଜଣାଶୁଣା ପତ୍ରିକା ଫୋର୍ବସରେ ସ୍ଥାନ ପାଇଛି ଓଡ଼ିଆ ସଫ୍ଟୱେୟର ଇଞ୍ଜିନିୟର ପ୍ରୀତିମାଧବ ପାଢ଼ୀଙ୍କ କମ୍ପାନୀ କଗନିନୋ। ୨୦୨୧ ମସିହାରେ ବିଶ୍ୱର ଲର୍ଣ୍ଣିଙ୍ଗ ଷ୍ଟାର୍ଟଅପ ତାଲିକାରେ ତାଙ୍କ କମ୍ପାନୀ କଗନିନୋ ସ୍ଥାନ ପାଇଛି। ମାଇକ୍ରୋସଫ୍ଟରେ ୧୨ ବର୍ଷର ଅଭିଜ୍ଞତାକୁ ପାଥେୟ କରି ପ୍ରୀତିମାଧବ ନିଜ କମ୍ପାନୀ କଗନିନୋ ଆରମ୍ଭ କରିଥିଲେ। ଆଉ ଏବେ ବିଶ୍ୱର ସର୍ବଶ୍ରେଷ୍ଠ ଟେକ୍ନୋଲୋଜି କମ୍ପାନୀ ତାଲିକାରେ ତାଙ୍କ କମ୍ପାନୀ ସ୍ଥାନ ପାଇଛି।
କଗନିନୋ ହେଉଛି ଏକ ଲଣ୍ଡନଭିତ୍ତିକ ଷ୍ଟାର୍ଟଅପ୍, ଯାହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଉପରେ କାର୍ଯ୍ୟ କରିଥାଏ। ଅର୍ଥାତ ଏହି ଷ୍ଟାର୍ଟଅପ ନିଜସ୍ୱ ଜ୍ଞାନକୌଶଳରେ ବିଚାର କରିବାର କ୍ଷମତା ରଖିଥାଏ। ସୂଚନା ଥାଉ କି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ଆମେରିକାର ସାନଫ୍ରାନସିସ୍କୋରେ ସାରା ବିଶ୍ୱର ଅଧିକ ଷ୍ଟାର୍ଟଅପ ନିର୍ମାଣ କରାଯାଉଥିବାବେଳେ ଏହା ପଛକୁ ଲଣ୍ଡନ ରହିଛି। ତୃତୀୟ ସ୍ଥାନରେ ନ୍ୟୁୟର୍କ ରହିଛି। ଆଉ ଫୋର୍ବସର ଆକଳନ ମୁତାବକ ୨୦୨୧ ମସିହାରେ ଏହି ସବୁ ଷ୍ଟାର୍ଟଅପକୁ ବହୁ ସଂଖ୍ୟାରେ ଲୋକ ବ୍ୟବହାର କରିବେ।
ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ କୁଳପତି ହେଲେ ଅର୍କ କୁମାର
ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ କୁଳପତି ହୋଇଛନ୍ତି ଅର୍କ କୁମାର ଦାସମହାପାତ୍ର। ସମ୍ବଲପୁର ବିଶ୍ୱବିଦ୍ୟାଳୟର ବିଜିନେସ୍ ଆଡମିନିଷ୍ଟ୍ରେସନ୍ ରହିଥିବା ପ୍ରଫେସର ଅର୍କ କୁମାର ଦାସ ମହାପାତ୍ରଙ୍କୁ ନୂତନ କୁଳପତି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ରାଜ୍ୟପାଳ ଗଣେଶୀ ଲାଲ। ପ୍ରଫେସର ଅର୍କଙ୍କ ନିଯୁକ୍ତି ନେଇ ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ଅର୍କ କୁମାର କୁଳପତି ଦାୟିତ୍ବରେ ରହିବେ। ଓଡ଼ିଶା ଷ୍ଟେଟ୍ ଓପନ୍ ୟୁନିଭରସିଟି ଆକ୍ଟ, ୨୦୧୪ (ଓଡ଼ିଶା ଆକ୍ଟ ଅଫ୍ ୨୦୧୫) ର ସବ୍ ସେକ୍ସନ୍ (5) ଦ୍ୱାରା ଦିଆଯାଇଥିବା କ୍ଷମତାକୁ ବ୍ୟବହାର କରି ରାଜ୍ୟପାଳ ଗଣେଣୀ ଲାଲ କୁଳପତି ପ୍ରଫେସର ଅର୍କା କୁମାରଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି।
ସଞ୍ଜୟ ନାୟକ ହେଲେ ରେଭେନ୍ସା ବିଶ୍ୱବିଦ୍ୟାଳୟର ନୂତନ କୁଳପତି
ରେଭେନ୍ସା ବିଶ୍ୱବିଦ୍ୟାଳୟର ନୂଆ କୁଳପତିଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ବର୍ତ୍ତମାନ ଚେନ୍ନାଇସ୍ଥିତ ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ଲାଷ୍ଟିକ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି (ସିପେଟ୍)ର ମହାନିର୍ଦେଶକ ଥିବା ପ୍ରଫେସର ସଞ୍ଜୟ କୁମାର ନାୟକଙ୍କୂ ନୂତନ କୁଳପତି ଭାବେ ଚୟନ କରାଯାଇଛି। ଆସନ୍ତା ୪ ବର୍ଷ ପାଇଁ ନାୟକ ରେଭେନ୍ସାର ନୂଆ କୁଳପତି ଭାବେ ଦାୟିତ୍ୱ ତୁଲାଇବେ। ଓଡ଼ିଶା ଷ୍ଟେଟ୍ ଓପନ୍ ୟୁନିଭରସିଟି ଆକ୍ଟ, ୨୦୧୪ (ଓଡ଼ିଶା ଆକ୍ଟ ଅଫ୍ ୨୦୧୫)ର ସବ୍ ସେକ୍ସନ୍ (5) ଦ୍ୱାରା ଦିଆଯାଇଥିବା କ୍ଷମତାକୁ ବ୍ୟବହାର କରି ରାଜ୍ୟପାଳ ଗଣେଣୀ ଲାଲ କୁଳପତି ପ୍ରଫେସର ସଞ୍ଜୟ କୁମାର ନାୟକଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ନାୟକଙ୍କ ନିଯୁକ୍ତି ନେଇ ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଫେସର ନାୟକଙ୍କର ୩୪ ବର୍ଷରୁ ଅଧିକ ଶିକ୍ଷାଦାନର ଅଭିଜ୍ଞତା ରହିଛି। ସେ ୩୫ଟି ବହି ଲେଖିସାରିଛନ୍ତି। ସେ ଡିଏସ୍ସି ଏବଂ ୪୦ ଜଣ ପିଏଚଡି ସ୍କଲାରଙ୍କୁ ଗାଇଡ୍ କରିଛନ୍ତି।
ଆରମ୍ଭ ହେଲା ପୂର୍ବ ଭାରତର ବଡ ହସ୍ତଶିଳ୍ପ ମେଳା ତୋଷାଳି -୨୦୨୧
ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଛି ୧୫ତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା । ଏହି ମେଳା ଜାନୁଆରୀ ୨୧ରୁ ଆରମ୍ଭ ହୋଇଥିବା ବେଳେ ଫେବୃଆରୀ ୪ ତାରିଖରେ ଶେଷ ହେବ । ପ୍ରତିଦିନ ଏହା ଅପରାହ୍ନ ୨ଟାରେ ଖୋଲିବା ସହ ରାତି ୯ଟାରେ ବନ୍ଦ ହେବ । ଚଳିତ ବର୍ଷ ୧୫ ଦିନ ଧରି ହେବାକୁ ଥିବା ଏହି ବିଶାଳ ମେଳାରେ ମୋଟ ୨୫୦ଟି ଷ୍ଟଲ ଖୋଲାଯାଇଛି । ସେଥିମଧ୍ୟରୁ କେବଳ ଆମ ରାଜ୍ୟର ୧୭୦ ଷ୍ଟଲ ରହିଛି । କରୋନାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକା ଅନୁଯାୟୀ ଦର୍ଶକଙ୍କ ଥର୍ମାଲ୍ ସ୍କ୍ରିନିଂ ଓ ହାତ ସାନିଟାଇଜ୍ କରାଯିବା ପରେ ଭିତରକୁ ପ୍ରବେଶ କରାଯାଉଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦିବ୍ୟାଙ୍ଗମାନଙ୍କ ପାଇଁ ମେଳାରେ ଅନୁକୂଳ ବାତାବରଣ ସୃଷ୍ଟି କରାଯାଇଛି ।
ବିଶ୍ବସ୍ତରୀୟ ହେବ କୋଣାର୍କ ଅଞ୍ଚଳର ଭିତ୍ତିଭୂମି
କୋଣାର୍କକୁ କଳିଙ୍ଗ ସ୍ଥାପତ୍ୟର ଅପୂର୍ବ ନିଦର୍ଶନ ଭାବରେ ବର୍ଣ୍ଣନା କରି ଏହାର ସୁରକ୍ଷା ଓ ସଂରକ୍ଷଣ ସୁନିଶ୍ଚିତ କରିବା ସହିତ ଅଧିକରୁ ଅଧିକ ସଂଖ୍ୟକ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ନିମନ୍ତେ କୋଣାର୍କ ଐତିହ୍ୟ ପ୍ରକଳ୍ପ କାର୍ଯ୍ୟକାରୀ ହେବ। କୋଣାର୍କ ମନ୍ଦିରର ପାରିପାର୍ଶିକ ଅଞ୍ଚଳର ଭିତ୍ତିଭୂମି ବିକାଶକୁ ଏହି ପ୍ରାଚୀନ ଐତିହ୍ୟ ସହ ସମନ୍ୱିତ କରିବା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି। ୩.୫ କିଲୋମିଟର ବାହ୍ୟ ରିଙ୍ଗ ରୋଡ୍କୁ ୬ ଥାକିଆ ନିର୍ମାଣ କରାଯିବା ସହିତ ମନ୍ଦିରକୁ ଯାଇଥିବା ସବୁ ରାସ୍ତାର ବିକାଶ କରାଯିବା, ଯାତ୍ରୀଙ୍କୁ ନେବା ଆଣିବା ପାଇଁ ଭୁବନେଶ୍ୱରରୁ କୋଣାର୍କ ପର୍ଯ୍ୟନ୍ତ ପଏଣ୍ଟର ବିକାଶ କରାଯିବ। ମନ୍ଦିର ସମ୍ମୁଖରେ ଥିବା ୩୦ ଏକର ଜମି ସମ୍ପୂର୍ଣ୍ଣ ଖୋଲା ରହିବ ଏବଂ ଲ୍ୟାଣ୍ଡସ୍କେପିଂ କରାଯିବ। ପ୍ରବେଶସ୍ଥଳରେ ପର୍ଯ୍ୟଟକମାନଙ୍କୁ ସ୍ୱାଗତ କରିବା ପାଇଁ ସୁଦୃଶ୍ୟ କୋଣାର୍କ ଏଣ୍ଟ୍ରି ପ୍ଲାଜା ନିର୍ମାଣ କରାଯିବ। ତା’ ସହିତ ଗାଡ଼ି ପାର୍କିଂ ପାଇଁ ମଲ୍ଟି ମୋଡାଲ୍ ହବ୍ ନିର୍ମାଣ କରାଯିବ। କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚର ପୁର୍ନବିନ୍ୟାସ କରାଯିବ। ଐତିହ୍ୟ ଅଞ୍ଚଳର ସୌନ୍ଦର୍ଯ୍ୟକରଣ ସହିତ ପଥଚାରୀମାନଙ୍କ ପାଇଁ ସ୍ୱତନ୍ତ୍ର ରାସ୍ତା ମଧ୍ୟ ନିର୍ମାଣ କରାଯିବା ସହ ଫେରିବାଲାମାନଙ୍କୁ ପୁନଃ ଥଇଥାନ କରାଯିବ।
ଆଜିଠାରୁ ବିନା ବିନା କୋଭିଡ଼ ରିପୋର୍ଟରେ ଜଗା ଦର୍ଶନ
କୋରୋନା କାଳରେ ଆଜିଠାରୁ କାଳିଆ ଦର୍ଶନ ହୋଇଛି ସହଜ। ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଆଉ ପାଚେରୀ ହୋଇନି କୋରୋନା ରିପୋର୍ଟ। ବିନା କୋରୋନା ରିପୋର୍ଟରେ କାଳିଆକୁ ଦର୍ଶନ କରି ଅବସାଦ ମେଣ୍ଟାଉଛନ୍ତି ଭକ୍ତ। ଆଜିଠାରୁ କୋଭିଡ୍ ରିପୋର୍ଟ କଟକଣା ଉଠିବା ପରେ ରତ୍ନ ବେଦୀରେ ଶ୍ରୀଜୀଉଙ୍କ ଦର୍ଶନ କରି ଆତ୍ମବିଭୋର ହେଉଛନ୍ତି ଭକ୍ତ। ଦୀର୍ଘ ଦିନ ଧରି କଳା ଠାକୁରଙ୍କୁ ଦେଖିବାକୁ ଛଟପଟ ହେଉଥିବା ଭକ୍ତ ଆଜି ନିର୍ବିଘ୍ନରେ କରୁଛନ୍ତି ଦର୍ଶନ। ଏସବୁ କଟକଣା ଉଠିବା ପରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଶ୍ରଦ୍ଧାଳୁ ପ୍ରଭୁଙ୍କ ଦର୍ଶନ ପାଇବା ଲାଗି ପୁରୀକୁ ଛୁଟି ଆସିଛନ୍ତି।
କୋଭିଡ୍ କଟକଣାରେ କିଛିଟା କୋହଳ କରିବା ସହ ମହାପ୍ରଭୁଙ୍କ ଦର୍ଶନ ଲାଗି ଖୋଲା ବ୍ୟବସ୍ଥା ହୋଇଛି। ତେବେ ସାମାଜିକ ଦୂରତା, ମାସ୍କ ଏବଂ ଏସ୍ଓପି ମାନି ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ଭକ୍ତଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ୍ ବ୍ୟବସ୍ଥା ହୋଇଛି।
ଆରମ୍ଭ ହେଲା ଜାତୀୟ ହସ୍ତତନ୍ତ ମେଳା: ଗୋଟିଏ ସ୍ଥାନରେ ସାରା ଦେଶର ହସ୍ତ କାରିଗରି
ୟୁନିଟ୍-୩ ସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ବୁଧବାରଠାରୁ ଆରମ୍ଭ ହୋଇଛି ବିଂଶତମ ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା। ଏହି ‘ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା‘ ଫେବ୍ରୁଆରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟହ ଦିନ ୧୧ ଟା ୩୦ ମିନିଟ୍ରୁ ରାତି ୯ ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ। ଏହି ମେଳାରେ ୧୩୪ଟି ଷ୍ଟଲ୍ ଖୋଲାଯାଇଛି। ଏଥି ମଧ୍ୟରୁ ୮୪ଟି ଷ୍ଟଲ୍ ଓଡ଼ିଶାର ବିଭିନ୍ନ ହସ୍ତତନ୍ତ ସଂସ୍ଥା ଓ ସମିତିମାନଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ବାକି ୫୦ଟି ଷ୍ଟଲ୍ ଅନ୍ୟ ରାଜ୍ୟର ଅଂଶଗ୍ରହଣକାରୀ ସଂସ୍ଥାଙ୍କୁ ଆବଣ୍ଟନ କରାଯାଇଛି।
ଏଥର ମେଳାରେ ଓଡ଼ିଶାର ୮୪ଟି ଷ୍ଟଲ୍ ସମେତ ଉତ୍ତରପ୍ରଦେଶ, ଜାମ୍ମୁ ଓ କଶ୍ମୀର, ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ପୁଡୁଚେରୀ, ତାମିଲନାଡୁ, କର୍ଣ୍ଣାଟକ, ଉତ୍ତରାଖଣ୍ଡ, ହରିୟାଣାର ପ୍ରାୟ ୫୦ଟି ଷ୍ଟଲ୍ ଖୋଲିଛି। ଏଥିରେ ଦେଶର କୋଣ ଅନୁକୋଣରୁ ସୂତା, ସିଲ୍କ, ଟସର ଓ ବିଭିନ୍ନ ଡିଜାଇନ୍ର ଶାଢ଼ି, ଡ୍ରେସ ମାଟେରିଆଲ, ପରଦା, କପଡ଼ା, ଲୁଙ୍ଗି, ଧୋତି, ଟାୱେଲ, ଫର୍ନିସିଂ କପଡ଼ା ଆଦି ଉପଲବ୍ଧ ହେଉଛି। ପ୍ରଦର୍ଶନୀରେ ଓଡ଼ିଶାର ବୟନିକା, ସମ୍ବଲପୁରୀ ବସ୍ତ୍ରାଳୟ ଓ ସେରିଫେଡ୍ ତଥା ଅନ୍ୟାନ୍ୟ ପ୍ରାଥମିକ ତନ୍ତୁବାୟ ସହଯୋଗ ସମିତି ଅଂଶଗ୍ରହଣ କରିଛନ୍ତି।
ସରିଲା ରାଜାରାଣୀ ସଙ୍ଗୀତ ମହୋତ୍ସବ
ରାଜାରାଣୀ ସଙ୍ଗୀତ ମହୋତ୍ସବର ବୁଧବାର ଥିଲା ଅନ୍ତିମ ସନ୍ଧ୍ୟା। ଉଦ୍ଯାପନୀ ସନ୍ଧ୍ୟାରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ବିଭିନ୍ନ ରାଗ ରାଗିଣୀର ହୃଦୟସ୍ପର୍ଶୀ ପରିବେଷଣ ସହିତ ଉତ୍ସବସ୍ଥଳର ଚମତ୍କାର ସାଜସଜା ଏବଂ ୧୧ଶ ଶତାବ୍ଦୀ ନିର୍ମିତ ରାଜାରାଣୀ ମନ୍ଦିରର ଅପୂର୍ବ କଳା ସ୍ଥାପତ୍ୟ ଏବଂ ସଙ୍ଗୀତମୟ ତଥା ମନୋମୁଗ୍ଧକର ପରିବେଶ ସୃଷ୍ଟି କରିପାରିଥିଲା। ରାଜାରାଣୀ ମହୋତ୍ସବ ଉଦ୍ଯାପନୀ ସନ୍ଧ୍ୟାରେ ଓଡ଼ିଶୀ ମର୍ଦ୍ଦଳ ଓ ତାଳବାଦ୍ୟର ଅପୂର୍ବ ଛନ୍ଦ ସହିତ ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତର ଯାଦୁକରୀ ମୁର୍ଚ୍ଛନାରେ ପ୍ରକମ୍ପିତ ହୋଇଥିଲା ରାଜାରାଣୀ ମନ୍ଦିର ପ୍ରାଙ୍ଗଣ।
ଅନ୍ତିମ ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ଗୁରୁ ସଚ୍ଚିଦାନନ୍ଦ ଦାସ ଓ ସାଥୀଙ୍କ ଦ୍ୱାରା ଓଡ଼ିଶୀ ମର୍ଦ୍ଦଳ ବାଦନ। ଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ପାରମ୍ପରିକ ବାଦନରେ ବ୍ୟବହୃତ ଖଣ୍ଡି, ଗଡ଼ି, ଅରସା, ମାନ ଭଉଁରୀମାନ, ଚକାମାନ, ଜମାଣ ସହିତ ଗୁରୁ ସଚ୍ଚିଦାନନ୍ଦ ଦାସଙ୍କ ଛନ୍ଦ ପ୍ରକରଣ ଓ ବିଭିନ୍ନ ଲୟକାରୀ ଶ୍ରୋତାମାନଙ୍କୁ ଏକ ସୁନ୍ଦର ନିଆରା ଅନୁଭୂତି ଦେଉଥିଲା। ଯାହାକୁ ସଙ୍ଗୀତ ପ୍ରେମୀ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ।
ଅସ୍ତ ହୋଇଗଲେ ରବି: ହୃଦ୍ଘାତରେ ପ୍ରାଣ ହରାଇଲେ ହାସ୍ୟାଭିନେତା ରବି ମିଶ୍ର
ବୁଧବାର ସୂର୍ଯ୍ୟୋଦୟ ଓଡ଼ିଆ ସିନେ ଜଗତ ପାଇଁ ଆଣିଛି ଏକ ଦୁଃଖଦ ଖବର। ଓଲିଉଡ଼ ହରାଇଛି ତା’ର ଆଉ ଜଣେ ସୁନାମଧନ୍ୟ କଳାକାରଙ୍କୁ। ଅସ୍ତ ହୋଇଯାଇଛନ୍ତି ରବି। ନିଜର ନିଖୁଣ ଅଭିନୟ ଦ୍ୱାରା ଲୋକଙ୍କ ହୃଦୟରେ ଘର କରିପାରିଥିବା ହାସ୍ୟ ଅଭିନେତା ରବି ମିଶ୍ରଙ୍କର ପରଲୋକ ହୋଇଯାଇଛି। ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ତାଙ୍କର ମୃତ୍ୟୁ ଖବର ପାଇବା ପରେ ଓଲିଉଡ୍ରେ ଶୋକର ଛାୟା ଖେଳିଯାଇଛି। ସମ୍ପୂର୍ଣ୍ଣ ଓଲିଉଡ଼ ଏବେ ମର୍ମାହତ।
ମଙ୍ଗଳବାର ହୃଦ୍ଘାତର ମିଛିମିଛିକା ଅଭିୟନ କରୁଥିବା ବେଳେ କିନ୍ତୁ ହୋଇଥିଲା ସତସତିକା ହୃଦ୍ଘାତ। ଆଉ ଆଖି ପିଛୁଳାକେ ସବୁ କିଛି ଓଲଟପାଲଟ ହୋଇଗଲା। ଶୁଟିଂ ସେଟ୍ରୁ ସିଧା ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଆଜି ଶ୍ରୀଜୀଉଙ୍କ ବନକଲାଗି: ୪ ଘଣ୍ଟା ବନ୍ଦ ରହିବ ଦର୍ଶନ
ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ବନକଲାଗି ନୀତି। ଦତ ମହାପାତ୍ର ସେବକମାନେ ଏହି ନୀତି ସମ୍ପାଦନ କରିବେ। ବନକଲାଗି ନୀତିର ବିଧି ଅନୁସାରେ ଶ୍ରୀଜୀଉଙ୍କର ଶ୍ରୀମୁଖ ଶୃଙ୍ଗାର କରାଯିବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ସରିବା ପରେ ଏହି ନୀତି ଆରମ୍ଭ ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବନକଲାଗି ନୀତି ସମ୍ପନ୍ନ ହେବା ପରେ ରାତି ୮ଟା ପରେ ଭକ୍ତମାନେ ଶ୍ରୀଜୀଉଙ୍କର ଦର୍ଶନ କରିପାରିବେ।
ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ କରାଯାଇ ନୀତି ସମ୍ପନ୍ନ କରାଯିବ। ଏହି ନୀତି ସମୟରେ ପ୍ରାକୃତିକ ରଙ୍ଗରେ କସ୍ତୁରୀ ଓ କେଶର ମିଶିଥାଏ। କସ୍ତୁରୀ ଯୋଗୁ ମହାପ୍ରଭୁଙ୍କ ମୁଖମଣ୍ଡଳ ଉଜ୍ଜ୍ୱଳ ଓ ମସୃଣ ରୁହେ। ରତ୍ନସିଂହାସନ ସମ୍ମୁଖରେ ଯେଉଁ ଭୋଗ ବଢ଼ାହୁଏ, ତା’ର ଗରମ ବାଷ୍ପ ଯୋଗୁ ଶ୍ରୀଜୀଉଙ୍କ ମୁଖମଣ୍ଡଳର ଉଜ୍ଜ୍ୱଳତା କମିଯାଏ। ଏଣୁ କସ୍ତୁରୀ ବ୍ୟବହାର କରାଯାଇ ଶ୍ରୀଜୀଉଙ୍କ ମୁଖମଣ୍ଡଳର ରଙ୍ଗ ଦୀର୍ଘସ୍ଥାୟୀ କରାଯାଏ।
ବର୍ଜ୍ୟରୁ ଇନ୍ଧନ ଉତ୍ପାଦନ ପାଇଁ ଆଇଓସିଏଲ୍ ଓ ଏନ୍ଡିଏମ୍ସି ମଧ୍ୟରେ ଏମ୍ଓୟୁ
ବର୍ଜ୍ୟବସ୍ତରୁ ଉର୍ଜା ଉତ୍ପାଦନ କରିବା ପାଇଁ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (ଆଇଓସିଏଲ୍) ଏବଂ ଉତ୍ତର ଦିଲ୍ଲୀ ମହାନଗର ନିଗମ(ଏନ୍ଡିଏମ୍ସି) ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣା ପତ୍ର ସ୍ବାକ୍ଷରିତ ହେବା ଫଳରେ ଇଣ୍ଡିଆନ୍ ଅଏଲ୍ ସହଯୋଗରେ ଉତ୍ତର ଦିଲ୍ଲୀ ମହାନଗର ନିଗମର ରାଣିଖେରାରେ ଏକ ପ୍ଲାଣ୍ଟ୍ ପ୍ରତିଷ୍ଠା କରାଯିବ। ଏହି ପ୍ଲାଣ୍ଟ୍ରେ ଉତ୍ତର ଦିଲ୍ଲୀର ସମସ୍ତ ବର୍ଜ୍ୟବସ୍ତୁ ବା କଠିନ ଅଳିଆ ଆବର୍ଜନାକୁ ଏକତ୍ରିତ କରାଯାଇ ଏଥିରୁ ଇର୍ଜା ଉତ୍ପାଦନ କରାଯିବ।
କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏହି ଏମ୍ଓୟୁ ସ୍ବାକ୍ଷରିତ ହୋଇଛି। ଏହି ଅବସରରେ ଇଣ୍ଡିଆନ୍ ଅଏଲ୍ ଏବଂ ଏନଡିଏମ୍ସିକୁ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ଧର୍ମେନ୍ଦ୍ର। ଉର୍ଜାକୁ ଆତ୍ମନିର୍ଭର କରିବା ଓ ସ୍ୱଚ୍ଛ ଭାରତ ମିଶନ ଦିଗରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ସେ କହିଛନ୍ତି।
ଆଜିଠୁ ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା
କଳା, ସ୍ଥାପତ୍ୟର ଦେଶ ଭାବେ ଭାରତ ବିଶ୍ବବିଦିତ। ଭାରତ ମଧ୍ୟରେ କଳାନୈପୁଣ୍ୟତା ପାଇଁ ଓଡ଼ିଶାର ସ୍ଥାନ ସ୍ବତନ୍ତ୍ର। ସେଥିପାଇଁ ଏକଦା ଓଡ଼ିଶା ଉତ୍କର୍ଷ କଳାର ରାଜ୍ୟ ‘ଉତ୍କଳ’ ନାମରେ ଆଦୃତ ଲାଭ କରିଛି। ଓଡ଼ିଶା ବସ୍ତ୍ର ମଧ୍ୟରେ ମୁଖଃତ ବାନ୍ଧକଳାର ବୈଭବ କେବଳ ଆମ ରାଜ୍ୟ ନୁହେଁ ସମଗ୍ର ଦେଶ ତଥା ବିଶ୍ବକୁ ରୁଦ୍ଧିମନ୍ତ କରିପାରିଛି। ଓଡ଼ିଶାର ବାନ୍ଧବସ୍ତ୍ର ପରି ପଶ୍ଚିମବଙ୍ଗର ଜାମଦାନି ଓ ଟାଙ୍ଗାଇଲ୍, ଗୁଜୁରାଟର ପଟୋଲା, ଲକ୍ଷ୍ମୌର ଚିକେନ୍ କାରୀ, ଜମ୍ମୁ-କଶ୍ମୀରର ପଶ୍ମିନା-ସାଲ୍, ତାମିଲ୍ନାଡ଼ୁର କାଞ୍ଜିବରମ୍ ପାଟଶାଢ଼ି, ଦିଲ୍ଲୀ, ହରିୟାଣାର ଫର୍ନିସିଙ୍ଗ୍ ବସ୍ତ୍ର, ପଞ୍ଜାବର କମ୍ବଳ ଓ କର୍ଣ୍ଣାଟକର ସିଲକ୍ ଶାଢ଼ି ଆଦି ହସ୍ତତନ୍ତ ବସ୍ତ୍ର ଭାରତ ବୟନ କଳା ବିଭବକୁ ଆହୁରି ରୁଦ୍ଧିମନ୍ତ ଓ ସୁଦୂରପ୍ରସାରୀ କରାଇପାରିଛି। ଏହି ସମସ୍ତ ବୟନ କଳାକୁ ଗୋଟିଏ ସ୍ଥାନରେ ପ୍ରଦର୍ଶିତ କରାଇବା ପାଇଁ ତଥା ଏହାର ବାଣିଜ୍ୟିକ ଆଭିମୁଖ୍ୟକୁ ତ୍ବରାନ୍ବିତ କରି ଏଥିରୁ ସମ୍ପୃକ୍ତ ବୁଣାକାରମାନଙ୍କ ସର୍ବାଙ୍ଗୀନ ଉନ୍ନତିକଳ୍ପେ, ଓଡ଼ିଶା ସରକାରଙ୍କ ଦ୍ବାରା ଆୟୋଜିତ ବୟନିକା ଦ୍ବାରା ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳାର ଆୟୋଜନ କରାଯାଇଛି।
ଓଡ଼ିଶୀ ସଙ୍ଗୀତ ଓ ସୀତାର ବାଦନରେ ସଙ୍ଗୀତମୁଖର ରାଜାରାଣୀ ମନ୍ଦିର
ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବର ମଙ୍ଗଳବାର ଥିଲା ଦ୍ବିତୀୟ ସନ୍ଧ୍ୟା। ଏହି ବର୍ଣ୍ଣାଢ୍ୟ ଓ ଚିତାକର୍ଷକ ସନ୍ଧ୍ୟାରେ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଓ ସୀତାର ବାଦନର ମୁର୍ଚ୍ଛନାରେ ମୁଖରିତ ହୋଇଥିଲା ରାଜାରାଣୀ ମନ୍ଦିର ପ୍ରାଙ୍ଗଣ। ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଭାବେ ପ୍ରସିଦ୍ଧ ଗାୟକ ଏବଂ ଓଡ଼ିଶୀ ସଙ୍ଗୀତ ନିର୍ଦେଶକ ଗୁରୁ ରାମହରି ଦାସ ଓ ସାଥୀଙ୍କ ଦ୍ୱାରା ଓଡ଼ିଶୀ ସଙ୍ଗୀତର ବିଭିନ୍ନ ବିଭାବର ନିଖୁଣ ତଥା ସୁନ୍ଦର ପରିବେଷଣ କରାଯାଇଥିଲା। ପ୍ରଥମେ ରାଗ ମୁଖାରୀ ଓ ତାଳ ଏକତାଳୀରେ ‘ରାଗାଙ୍ଗ ପ୍ରବନ୍ଧ ସରସ ଯେତିକି, ବନ୍ଧୁ ବିରସ ତେତିକି...’ ଓ ପରେ ରାଗ ଝିଞ୍ଜୋଟି ଓ ତାଳ ଆଡ଼ତାଳିରେ ଝୁଲଣ ପ୍ରବନ୍ଧ ‘ଦେଖକୁଞ୍ଜ କେଡ଼େ ଶୋଭା...’ ପରିବେଷଣ ହୋଇଥିଲା।
ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ରାଗ ଶଙ୍କରାଭରଣ ଓ ତାଳ ଏକତାଳିରେ ‘ରାଗାଙ୍ଗ ପ୍ରବନ୍ଧ ଅପୂର୍ବ ଦେଖିଲି, ଆଜରେ ସଜନୀ...’ ପରେ ପରେ ରାଗ ମାଳିକା ଓ ତାଳ ମାଳିକାରେ ‘ତାଳାର୍ଣ୍ଣବ ପ୍ରବନ୍ଧ ମଦେଳୀରେ ବଜା ମର୍ଦ୍ଦଳ...’ ପରିବେଷିତ ହୋଇଥିଲା। ଶେଷରେ କବି ବିଶ୍ୱନାଥ ଖୁଣ୍ଟିଆଙ୍କ ରଚନାରେ ଛାନ୍ଦ ଆହା ଧନୁର୍ଦ୍ଧର ବୀର ପରିବେଶିତ ହୋଇଥିଲା।
ଦେଶରେ ସୌର ଉର୍ଜାକୁ ବଢ଼ାଇବା ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି ପ୍ରଧାନମନ୍ତ୍ରୀ: ଧର୍ମେନ୍ଦ୍ର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଦେଶରେ ସୌର ଉର୍ଜାକୁ ବଢ଼ାଇବା ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି ଏବଂ ଗ୍ରାମୀଣ ବିକାଶକୁ ପ୍ରଧାନ୍ୟ ଦେଉଛନ୍ତି। ସମ୍ପୂର୍ଣ୍ଣ ରୂପେ ସୌର ଉର୍ଜା ଚାଳିତ ବେତୁଲ ଗ୍ରାମ ପ୍ରଧାନମନ୍ତ୍ରୀଙ୍କ ଏହି ଉଦ୍ୟମରେ ସହଭାଗୀ ହେବା ସହ ପରିବେଶ ସୁରକ୍ଷାରେ ମଧ୍ୟ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୋମବାର ମଧ୍ୟ ପ୍ରଦେଶର ବେତୁଲ ଜିଲ୍ଲାର ଭାରତର ପ୍ରଥମ ସୌର ଉର୍ଜା ଚାଳିତ ଗାଁ ବାଞ୍ଚାରେ ଓଏନ୍ଜିସିର ଦୁଇଟି ପ୍ରକଳ୍ପ ‘ସୋଲାର ପିଭି କୁକ୍ ଷ୍ଟୋଭ୍ ପ୍ରୋଜେକ୍ଟ’ ଓ ଚାଷୀଙ୍କ ପାଇଁ ‘ହଷ୍ଟେଲ୍ ଓ ତାଲିମ୍ ସୁବିଧା କେନ୍ଦ୍ର’ର ଶୁଭାରମ୍ଭ କରିବା ଅବସରରେ ଧମେନ୍ଦ୍ର ଏହା କହିଛନ୍ତି।
ଆରମ୍ଭ ହେଲା ରାଜାରାଣୀ ସଙ୍ଗୀତ ମହୋତ୍ସବ: ଶାସ୍ତ୍ରୀୟ ସଙ୍ଗୀତର ମୂଚ୍ଛନାରେ ମନ୍ଦିର ପ୍ରାଙ୍ଗଣ ମୁଖରିତ
କଳିଙ୍ଗ କଳାସ୍ଥାପତ୍ୟର ଚମତ୍କାର କଳାକୃତି ଏକାଦଶ ଶତାବ୍ଦୀ ନିର୍ମିତ ପ୍ରସିଦ୍ଧ ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ସୋମବାରଠାରୁ ଆରମ୍ଭ ହୋଇଛି ରାଜାରାଣୀ ସଙ୍ଗୀତ ମହୋତ୍ସବ। ଏହି ଉତ୍ସବ ଆସନ୍ତା ୩ ଦିନ ଧରି ଚାଲିବ। ପ୍ରଥମ ସଂଧ୍ୟାରେ ପରିବେଷିତ ଶାସ୍ତ୍ରୀୟ ସଙ୍ଗୀତର ମୂର୍ଚ୍ଛନାରେ ମୁଖରିତ ହୋଇଥିଲା ରାଜାରାଣୀ ମନ୍ଦିର ପ୍ରାଙ୍ଗଣ।
ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଭାରତବର୍ଷରେ ଥିବା ଶାସ୍ତ୍ରୀୟ ତଥା ପାରମ୍ପାରିକ ସଙ୍ଗୀତକୁ ଗୋଟିଏ ମଞ୍ଚରେ ପ୍ରଦର୍ଶନ କରାଇ ଆଗାମୀ ପିଢିର କଳାକାରମାନଙ୍କୁ ଆମର ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ରୁଚି ବଢାଇବା ସହିତ ଏହି କଳାର ପ୍ରଚାର ପ୍ରସାର କରାଇବା। ଏହାବ୍ୟତୀତ ମନ୍ଦିରମାଳିନୀ ଭୁବନେଶ୍ୱରରେ ରାଜାରାଣୀ ମନ୍ଦିର ପରି ଏକ ରମଣୀୟ ତଥା କମନୀୟ ସ୍ଥାପତ୍ୟ କଳାପୂର୍ଣ୍ଣ ମନ୍ଦିରକୁ ରାଜ ବାହାରୁ ତଥା ବିଦେଶରୁ ସଙ୍ଗୀତ ପ୍ରେମୀ ବିଧଗ୍ଧ ଶ୍ରୋତା ଓ ପର୍ଯ୍ୟଟକମାନଙ୍କୁ ଆକର୍ଷଣ କରାଇବା
ଓଡ଼ିଆପୁଅଙ୍କୁ ବଡ଼ ଦାୟିତ୍ବ: ଚଣ୍ଡୀ ପ୍ରସାଦ ମହାନ୍ତି ଦେଶର ନୂଆ ସେନା ଉପମୁଖ୍ୟ
କେନ୍ଦ୍ରରେ ଓଡ଼ିଆଙ୍କ ପ୍ରାଧାନ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କେବଳ ପ୍ରାଧାନ୍ୟ ନୁହେଁ, କ୍ଷମତାଶାଳୀଙ୍କ ମଧ୍ୟରେ ନିଜ ସ୍ଥାନରେ ପକ୍କା କରିବାରେ ମଧ୍ୟ ସଫଳ ହୋଇଛନ୍ତି। ଆଜି ଆଉ ଜଣେ ଓଡ଼ିଆ ପୁଅ ଏବେ ଦେଶର ସର୍ବୋଚ୍ଚ ପଦବୀ ଅଳଙ୍କୃତ କରିବାକୁ ଯାଉଛନ୍ତି। ପ୍ରଥମ ଓଡ଼ିଆ ଭାବେ ଲେଫ୍ଟନାଣ୍ଟ୍ ଜେନେରାଲ୍ ଚଣ୍ଡୀ ପ୍ରସାଦ ମହାନ୍ତି ହେବେ ଦେଶର ପରବର୍ତ୍ତୀ ସେନା ଉପମୁଖ୍ୟ। ଭାରତୀୟ ସେନାର ୪୨ ତମ ସେନା ଉପମୁଖ୍ୟ ହେବେ ଜଗତ୍ସିଂହପୁରରେ ଜନ୍ମିତ ଚଣ୍ଡୀ ପ୍ରସାଦ ମହାନ୍ତି। ଲେପ୍ଟନାଣ୍ଟ୍ ଜେନେରାଲ୍ ଚଣ୍ଡୀ ପ୍ରସାଦ ମହାନ୍ତି ମୂଳତଃ ଜଗତସିଂହପୁର ଜିଲ୍ଲାର ଅଧିବାସୀ। ସେ ଡେରାଡୁନ୍ର ଆର୍ଆଇଏମ୍ସିରୁ ସେନା ଟ୍ରେନିଂ ଶେଷ କରିଥିଲେ। ପରେ ଏନ୍ଡିଏରେ ଉଚ୍ଚତର ଶିକ୍ଷା ଲାଭ କରିଥିଲେ ଚଣ୍ଡୀ ପ୍ରସାଦ ମହାନ୍ତି। ସେନା ଉପମୁଖ୍ୟ ଭାବେ ସେ ଏସ୍କେ ସୈନୀଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ।
ଭର୍ଚୁଆଲ୍ ଟୁର୍ରେ ଲାଞ୍ଜିଆ ସଉରାଙ୍କ ପୋଷାକ
ଭର୍ଚୁଆଲ୍ ଟୁର୍ରେ ରାଜ୍ୟ ଜନଜାତି ସଂଗ୍ରହାଳୟ, ଏଥର ପର୍ଯ୍ୟଟକ ପାଇଁ ଆକର୍ଷଣ ସାଜିବ ଲାଞ୍ଜିଆ ସଉରାଙ୍କ ପୋଷାକ । ଓଡ଼ିଶାର ଗଜପତି ଓ ରାୟଗଡ଼ା ଜିଲ୍ଲାରେ ଲାଞ୍ଜିଆ ସଉରା ଜନଜାତି ସମ୍ପ୍ରଦାୟ ମୁଖ୍ୟତଃ ବସବାସ କରିଥାନ୍ତି। ଏହି ଜନଜାତି ପୁରୁଷମାନେ ସେମାନଙ୍କର ନିଆରା ପୋଷାକ ଯୋଗୁ ଅନ୍ୟମାନଙ୍କ ଠାରୁ ଭିନ୍ନ ହୋଇଥାନ୍ତି। ସେମାନେ ସୂତା ଲୁଗା ସହ ସେମାନଙ୍କର ଧଳା ଲିଓନ କପଡ଼ାରେ ନାଲି ଧଡ଼ି ‘ଆରସି ଓଲେକାନ୍’ ପରିଧାନ କରିଥାନ୍ତି। ପୃଷ୍ଠଭାଗ ଲୁଗା ଲାଞ୍ଜ କିମ୍ବା ଲାଞ୍ଜିଆ ଭଳି ପରିଧାନ କରାଯାଇଥାଏ। ଏହି ସମ୍ପ୍ରଦାୟ ବସ୍ତ୍ର ଝୁଲାଇ ପରିଧାନ କରୁଥିବାରୁ ସେମାନଙ୍କୁ ଲାଞ୍ଜିଆ ସଉରା ନାମରେ ନାମିତ କରାଯାଇଛି।
ମହିଳାମାନଙ୍କର ଧଳା ସୂତା ସ୍କାର୍ଟ ଆଣ୍ଠୁ ପର୍ଯ୍ୟନ୍ତ ଲମ୍ବିଥାଏ। ଲାଞ୍ଜିଆ ସଉରା ମହିଳାମାନେ ଶରୀରର ଉପର ଭାଗକୁ ଆଉ ଏକ ବସ୍ତ୍ର କିମ୍ବା ନୂତନ ବ୍ଲାଉଜ୍ ବ୍ୟବହାର କରିଥାନ୍ତି। ଏହି ସାଧାରଣ ପୋଷାକରେ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ଲାଞ୍ଜିଆ ସଉରା ଜନଜାତି ମହିଳାମାନେ କାଠରେ ତିଆରି କାନ ପ୍ଲଗ୍ ପିନ୍ଧିଥାନ୍ତି। ଏହା ସେମାନଙ୍କୁ ଶବ୍ଦରୁ ସୁରକ୍ଷା ଦେଇଥାଏ।
ବନୀକରଣ ଓ ଜଙ୍ଗଲ ପରିଚାଳନାରେ ଓଡ଼ିଶା ଦେଶରେ ଷଷ୍ଠ
ଦେଶରେ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ବନୀକରଣ ଓ ଜଙ୍ଗଲ ପରିଚାଳନାରେ ଓଡ଼ିଶା ଏକ ଆଗୁଆ ରାଜ୍ୟର ମାନ୍ୟତା ପାଇଛି। ଜାତୀୟସ୍ତରରେ ଓଡ଼ିଶା ଜଙ୍ଗଲ ପରିଚାଳନା କ୍ଷେତ୍ରରେ ୬ଷ୍ଠ ସ୍ଥାନରେ ରହିଛି। କେନ୍ଦ୍ର ସରକାରଙ୍କ ଭାରତୀୟ ରାଜ୍ୟ ଜଙ୍ଗଲ ରିପୋର୍ଟ-୨୦୧୯ରେ ଏହି ତଥ୍ୟ ଦିଆଯାଇଛି। ୬୦,୯୯୧ କିମି ଜଙ୍ଗଲ ଜମିରେ ହୋଇଥିବା ଡିଜିପିଏସ୍ ସର୍ଭେ ଜଙ୍ଗଲ ଅଞ୍ଚଳ, ବନ୍ୟ ପ୍ରାଣୀ ଓ ଅନ୍ୟାନ୍ୟ ଜଙ୍ଗଲ ସମ୍ପଦର ରକ୍ଷଣାବେକ୍ଷଣ ଓ ତଦାରଖ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଛି। ଏହାକୁ ଜାତୀୟ ସ୍ତରରେ ଶ୍ରେଷ୍ଠ ପ୍ରକ୍ରିୟା ଭାବେ ଗ୍ରହଣ କରାଯାଇଛି।
ଚିଲିକାରେ ଡଲଫିନ୍ ଗଣନା ଶେଷ
ଚିଲିକାରେ ଡଲଫିନ୍ ଗଣନା ଶେଷ ହୋଇଥିବା ବେଳେ ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ ପାଇ ନ ଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ଚିଲିକାରେ ଚିଙ୍ଗୁଡିଘେରି କିଛିମାତ୍ରାରେ ଉଚ୍ଛେଦ ପରେ ଯେଉଁ ପରିମାଣର ଡଲଫିନ୍ ସଂଖ୍ୟା ବଢିବ ବୋଲି ଆଶା କରାଯାଉଥିଲା, ସେଭଳି ସଂଖ୍ୟାବୃଦ୍ଧି ଘଟି ନ ଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ରବିବାର ଡଲଫିନ୍ ଗଣନା କାର୍ଯ୍ୟକ୍ରମରେ ବନବିଭାଗର ବରିଷ୍ଠ ଅଧିକାରୀ, ସିଡିଏ ଅଧିକାରୀ, ଡଲଫିନ୍ ବିଶେଷଜ୍ଞ, ପରିବେଶବିତ୍, ସ୍ଥାନୀୟ ମୋଟର ବୋଟ୍ ସଂଘର କର୍ମକର୍ତ୍ତା, ସ୍ୱେଚ୍ଛାସେବୀ ଓ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ସାତପଡା, ଚିଲିକା, ବାଲୁଗାଁ, ନୂଆପଡା, ରମ୍ଭା ଓ ବରକୁଳ ଇତ୍ୟାଦି ଚିଲିକାକୁ ୧୮ଟି ରେଞ୍ଜରେ ବିଭକ୍ତ କରାଯାଇଥିଲା। ସାତପଡା ନିକଟରୁ ୮ଟି ଦଳ ଚିଲିକାରେ ଡଲଫିନ୍ ଗଣନାରେ ସାମିଲ ହୋଇଥିଲେ।
ଏକବିଂଶ ଶତାବ୍ଦୀରେ ଦେଶରେ ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ ପାଇଁ ବଦ୍ଧପରିକର ପ୍ରଧାନମନ୍ତ୍ରୀ: ଧର୍ମେନ୍
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତକୁ ୫ ଟ୍ରିଲିୟନ୍ ଆମେରିକୀୟ ଡଲାର ଅର୍ଥନୀତିରେ ପରିଣତ କରିବାର ଲକ୍ଷ୍ୟକୁ ହାସଲ କରିବା ଦିଗରେ ଦେଶ ଭିତ୍ତିଭୂମିର ବିକାଶ ଏକମାତ୍ର ଚାବିକାଠୀ। ଏକବିଂଶ ଶତାବ୍ଦୀରେ ଭାରତର ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ କରିବା ପାଇଁ ମୋଦି ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଶୁକ୍ରବାର ଇଣ୍ଡିଆନ୍ ଷ୍ଟିଲ୍ ଆସୋସିଏସନ୍(ଆଇଏସ୍ଏ) ପକ୍ଷରୁ ଆୟୋଜିତ ୱେବିନାରରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ଏହି ଅବସରରେ ଇସ୍ପାତ୍ ଶିଳ୍ପକୁ ରପ୍ତାନୀ କେନ୍ଦ୍ରିକ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଧର୍ମେନ୍ଦ୍ର।
‘ଇସ୍ପାତ ନିର୍ମାଣ ଏବଂ ଭିତ୍ତିଭୂମି ପାଇଁ ନୂଆ ସୁଯୋଗ’ ଶୀର୍ଷକ ଆଲୋଚନା ଚକ୍ରରେ ଯୋଗଦେଇ ଧର୍ମେନ୍ଦ୍ର କହିଛନ୍ତି, କୋଭିଡ୍-୧୯ ଆମ ପାଇଁ ଚ୍ୟାଲେଞ୍ଜ୍ ଆଣିଥିବା ବେଳେ ଭାରତ ଏହାକୁ ସୁଯୋଗରେ ପରିଣତ କରିଛି।
Kudos to Odia doctors in North America!
Odia Doctors in North America have joined hands in collaboration to offer free healthcare to every Odia affected in the pandemic.
ODIA (Odisha Doctors International Association) is a new global team of Odia doctors consolidated by Dr. Devashish Ray (Chairman) and other physicians of the OSA-HWG are working towards the free healthcare of the Odia population. As Odia doctors from all over the world join hands, popular Odia movie star Sabyasachi Mishra will take the lead of the programme at the local level in Odisha. His philanthropic deeds during the lockdown and Covid crisis were well noted.
ବିଶ୍ୱ ଇତିହାସ ପାଇଁ ଆଜି ଏକ ଅଭୁତପୂର୍ବ କ୍ଷଣ: ଧର୍ମେନ୍ଦ୍ର
କୋରୋନା ମହାମାରୀ ବିରୋଧରେ ମାନବତାର ଲଢ଼େଇରେ ଆଜିର ଦିନ କେବଳ ଭାରତ ନୁହେଁ ବରଂ ସମଗ୍ର ବିଶ୍ୱ ଇତିହାସ ପାଇଁ ଏକ ଅଭୁତପୂର୍ବ କ୍ଷଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଣ୍ଣାୟକ ନେତୃତ୍ୱରେ କୋରୋନାକୁ ସମାପ୍ତ କରିବା ପାଇଁ ଆଜି ଦୁନିଆର ସବୁଠୁ ବଡ଼ ଟିକାକରଣ ଅଭିଯାନ ଆରମ୍ଭ ହୋଇଯାଇଛି। ସଙ୍କଟକୁ ସୁଯୋଗରେ ପରିଣତ କରିବା ସହ ଭାରତ ସ୍ୱଦେଶୀ ଟିକା ପ୍ରସ୍ତୁତ କରି ସମଗ୍ର ବିଶ୍ୱ ସାମ୍ନାରେ ନିଜର ସାମର୍ଥ୍ୟ ଏବଂ ଅପାର ଶକ୍ତିର ପରିଚୟ ଦେଇଛି ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଧର୍ମେନ୍ଦ୍ର ଆହୁରି କହିଛନ୍ତି, ଆତ୍ମନିର୍ଭର ଭାରତର ସବୁଠୁ ବଡ଼ ଅଧ୍ୟାୟ ଲେଖିଛି। ଏହି ଦେଶବ୍ୟାପୀ ଅଭିଯାନର ଶୁଭାରମ୍ଭ କରିବା ପାଇଁ ପ୍ରଧାନମନ୍ତ୍ରୀଜୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଧର୍ମେନ୍ଦ୍ର। ଆମର ବୈଜ୍ଞାନିକ ତଥା ସ୍ୱାସ୍ଥ୍ୟକର୍ମୀଙ୍କ ନିରନ୍ତର ଉଦ୍ୟମରେ ଦେଶ ଆଜି ଏକ କୀର୍ତ୍ତିମାନ ରଚିବାକୁ ଯାଉଛି। କୋରୋନା ବିରୋଧରେ ଏହି ନିର୍ଣ୍ଣାୟକ ପର୍ଯ୍ୟାୟକୁ ସମର୍ଥନ କରି ଦେଶ ଦ୍ୱାରା ଲେଖାଯାଉଥିବା ‘ଆରୋଗ୍ୟତା’ର ଏହି ଲିପିବଦ୍ଧରେ ନିଜର ଯୋଗଦାନ ଦେବା ପାଇଁ ସମସ୍ତ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର।
ମୁକ୍ତେଶ୍ୱର ଉତ୍ସବର ଦ୍ୱିତୀୟ ସନ୍ଧ୍ୟା: ଓଡ଼ିଶୀ ନୃତ୍ୟାଭିନୟରେ ଦର୍ଶକ ବିଭୋର
ମୁକ୍ତେଶ୍ୱର ଉତ୍ସବର କାଲି ଥିଲା ଦ୍ୱିତୀୟ ସନ୍ଧ୍ୟା। ଏହି ସନ୍ଧ୍ୟାରେ ଭରପୁର ଦର୍ଶକ ଓଡ଼ିଶୀ ନୃତ୍ୟକୁ ଉପଭୋଗ କରିଥିଲେ। ସନ୍ଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଶିବ ବନ୍ଦନା ଉମା ମହେଶ୍ୱର ସ୍ତ୍ରୋତ୍ରରୁ। ଯାହାକୁ ପରିବେଶଣ କରିଥିଲେ ସ୍ୱପ୍ନେଶ୍ୱର ଚକ୍ରବର୍ତ୍ତୀ ଓ ସାଥୀ। ଓଡ଼ିଶୀ ନୃତ୍ୟର ଏକକ ପର୍ଯ୍ୟାୟରେ ଗୁରୁ ରମେଶ ଚନ୍ଦ୍ର ଜେନା ପ୍ରଥମେ ମଙ୍ଗଳା ଚରଣରେ ଶିବ ବନ୍ଦନା ହରଗୌରାଷ୍ଟକମ୍ ଓ ପରେ ପରେ ଅଭିନୟ ବିଶ୍ୱରୂପ।
ସେହିପରି ଯୁଗ୍ମ ନୃତ୍ୟ ପର୍ଯ୍ୟାୟରେ ଶତାବ୍ଦୀ ମଲ୍ଲୀକ ଓ ନିଳାଦ୍ରୀ ମହାନ୍ତି ପ୍ରଥମେ ପରିବେଷଣ କରିଥିଲେ ଶିବ ରୂପ। ମହାଦେବଙ୍କ ଧ୍ୟାନରେ ମଙ୍ଗଳାଚରଣ ପରିବେଷଣ କରିଥିବା ବେଳେ ଏହାର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ। ପରେ ରାଘେଶ୍ୱରୀ ପଲ୍ଲବୀ ପ୍ରସ୍ତୁତ କରିଥିବା ବେଳେ ତାହାର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ନିରଞ୍ଜନ ପାତ୍ର। ସେମାନଙ୍କର ଅନ୍ତିମ ପ୍ରସ୍ତୁତିରେ ଥିଲା ଅଭିନୟ ବୈଦନାଥ ପଞ୍ଚପଦି।
କୁମ୍ଭୀର ଗଣନା ପାଇଁ ୨୩ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା
ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ ଜାତୀୟ ଉଦ୍ୟାନ ଭିତରକନିକା। ଜାନୁଆରୀ ୧୫ ତାରିଖ ଠାରୁ ଜାନୁଆରୀ ୨୩ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରହିବ। କୁମ୍ଭୀର ଗଣନା ପାଇଁ ଭିତରକନିକା ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ। ପର୍ଯ୍ୟଟକଙ୍କ ସମାଗମ ହେଲେ କୁମ୍ଭୀର ଗଣନାରେ ସମସ୍ୟା ସୃଷ୍ଟି ହେବ। ଯନ୍ତ୍ର ଚାଳିତ ବୋଟ୍ ଯୋଗୁ ଗଣନା କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ ବୋଲି ବନ ବିଭାଗ ପକ୍ଷରୁ ଉଦ୍ୟାନ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦିଆଯାଇଛି। କୁମ୍ଭୀର ବିଶାରଦ ଡକ୍ଟର ସୁଧାକର କରଙ୍କ ନେତୃତ୍ବରେ୨୨ଟି ଟିମ୍ କୁମ୍ଭୀର ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ପ୍ରତି ଟିମ୍ରେ ୪ରୁ ପାଞ୍ଚ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି। ଗତବର୍ଷ ଗଣନା ସମୟରେ କୁମ୍ଭୀର ସଂଖ୍ୟା ୧୭୫୭ରେ ପହଞ୍ଚିଥିଲା।
ସେନା ଦିବସରେ ଦିଆସିଲି କାଠିରେ ଯୁଦ୍ଧ ଟ୍ୟାଙ୍କ୍ ତିଆରି କରି ଶୁଭେଚ୍ଛା ଜଣାଇଲେ ଶାଶ୍ବତ
ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁକିଛି ସମ୍ଭବ। ସେନା ଦିବସରେ ଦିଆସିଲି କାଠିରେ ଯୁଦ୍ଧ ଟ୍ୟାଙ୍କ୍ ତିଆରି କରି ନିଆରା ଶୁଭେଚ୍ଛା ବାର୍ତ୍ତା ଜଣାଇଲେ ଶିଳ୍ପୀ ଶାଶ୍ୱତ ରଞ୍ଜନ ସାହୁ । ୨ ହଜାର ୨୫୪ ଦିଆସିଲି କାଠିରେ ଟ୍ୟାଙ୍କ୍ ତିଆରି କରି ସେ ପୁରୀରୁ ଏହି ବାର୍ତ୍ତା ପଠାଇଛନ୍ତି। ତାଙ୍କର ଏଭଳି ବିରଳ କଳାକୃତି ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ପୂର୍ବରୁ ମଧ୍ୟ ସେ ଦିଆସିଲିରେ ଅନେକ କଳାକୃତି କରି ଲୋକଙ୍କୁ ଚକିତ କରିଛନ୍ତି। ଦିଆସିଲି କାଠିକୁ ବ୍ୟବହାର କରି ସେଥିରେ ତିଆରି କରିଛନ୍ତି ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି। ଶାଶ୍ୱତ ୭୮୮୧ ଖଣ୍ଡ ଦିଆସିଲି କାଠିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ତିଆରି କରି ପ୍ରଶଂସା ସାଉଣ୍ଟିଛନ୍ତି। ଶାଶ୍ବତ ତିଆରି କରିଥିବା ଜଗନ୍ନାଙ୍କ ପ୍ରତିମାର ଉଚ୍ଚତା ୧୭ ଇଞ୍ଚ ଓ ଚଉଡ଼ା ୧୫ ଇଞ୍ଚ୍ ରହିଛି। ଏହାକୁ ପ୍ରସ୍ତୁତ କରିବା ପାଇଁ ୨୧ ଦିନ ସମୟ ଲାଗିଥିବା ସେ କହିଛନ୍ତି।
ଆରମ୍ଭ ହେଲା ମୁକ୍ତେଶ୍ୱର ନୃତ୍ୟୋତ୍ସବ: ଓଡ଼ିଶୀରେ ଓଁ ନମଃ ଶିବାୟ
ଗୁରୁବାର ଠାରୁ ଆରମ୍ଭ ହୋଇଛି ମୁକ୍ତେଶ୍ୱର ନୃତ୍ୟୋତ୍ସବ। ଦଶମ ଶତାବ୍ଦୀରେ ନିର୍ମିତ କାରୁକାର୍ଯ୍ୟ ପୂର୍ଣ୍ଣ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏହି ନୃତ୍ୟୋତ୍ସବ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଚାଲିବ। ନୃତ୍ୟୋତ୍ସବର ଉଦ୍ଘାଟନୀ ସନ୍ଧ୍ୟାରେ ପ୍ରଥମ କାର୍ଯ୍ୟକ୍ରମ ଥିଲା ପଣ୍ଡିତ ମହେଶ୍ୱର ରାଓ ଓ ସାଥୀଙ୍କ ଦ୍ୱାରା ଛଅ ପଦ ଓ ଛଅ ରାଗରେ ପରିବେଶିତ ଶିବ ସୁରକ୍ଷା ମନ୍ତ୍ର। ବୃନ୍ଦଗାନରେ ସେମାନେ ପ୍ରସ୍ତୁତ କରିଥିଲେ ଶିବ ବନ୍ଦନା ଓଁ ନମଃ ଶିବାୟ। ଏହି ସମବେତ ସଙ୍ଗୀତକୁ ନିର୍ଦେଶନା ଦେଇଥିଲେ ନିଜେ ମହେଶ୍ୱର ରାଓ। ପରବର୍ତ୍ତୀ କାର୍ଯ୍ୟକ୍ରମ ଥିଲା ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଶିଳ୍ପୀ ମୀରା ଦାସଙ୍କ ଦ୍ୱାରା ଏକକ ଓଡ଼ିଶୀ ନୃତ୍ୟ ପରିବେଶଣ। ତାଙ୍କର ପ୍ରଥମ ଅର୍ଘ୍ୟ ଥିଲା ଶିବସ୍ତୁତି ପୁଷ୍ପାଞ୍ଜଳୀରେ ମଙ୍ଗଳାଚରଣ ପରେ ପରେ ରାଗ ବିହ୍ଲରୀ ଓ ତାଳ ଏକତାଳୀରେ ପଲ୍ଲବୀ ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ କେଳୁଚରଣ ମହାପାତ୍ର। ତାଙ୍କର ଅନ୍ତିମ ପ୍ରସ୍ତୁତିରେ ଥିଲା ରାମାୟଣରୁ ଉଦ୍ଧୃତ ଅଭିନୟ ଶବରୀ ଯାହାର ସଙ୍ଗୀତ ସଂଯୋଜନା କରିଥିଲେ ପଣ୍ଡିତ ଭୁବନେଶ୍ୱର ମିଶ୍ର ଓ ନୃତ୍ୟ ସଂରଚନା କରିଥିଲେ ନିଜେ ଗୁରୁ ମୀରା ଦାସ।
ପଞ୍ଚଭୂତରେ ଲୀନ ହେଲେ ପରୋପକାରୀ ମଣିଷ ପଦ୍ମଶ୍ରୀ ଡି. ପ୍ରକାଶ ରାଓ
ପଞ୍ଚଭୂତରେ ଲୀନ ହୋଇଛି ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ପାର୍ଥିବ ଶରୀର। କଟକସ୍ଥିତ କାଳିଆବୁଦା ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଝିଅ ଡି ଭାନୁପ୍ରିୟା ରାଓ ମୁଖାଗ୍ନି ଦେଇଥିବା ଜଣାପଡ଼ିଛି। ଏସ୍ସିବି ମେଡିକାଲ ପରିସରରୁ ତାଙ୍କର ମୃତଦେହକୁ ନେଇ ଶେଷକୃତ୍ୟ ସମ୍ପନ୍ନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ସକାଳ ୮ ଟା ୩୦ ମିନିଟ୍ରେ ସମୟରେ ଗାର୍ଡ ଅଫ୍ ଅନର୍ ଦିଆଯିବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଏହି ସମୟରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, କଟକ ଡିପିସି ପ୍ରତୀକ ସିଂହ, ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟ, କଟକ-ବାରବାଟୀ ବିଧାୟକ ଇଂ ମହମ୍ମଦ ମୋକିମ୍, କଟକ-ଚୌଦ୍ବାର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳ, ରାଜ୍ୟସଭା ସାଂସଦ ସୁବାସ ସିଂହ, ବିଜେଡି ନେତା ପ୍ରଫୁଲ୍ଲ ସିଂହ, ବିଜୁ ଜନତା ଛାତ୍ର ନେତା ତଥା ଅଭିନେତାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତି ରହିଥିଲେ।
ମକର ଚୌରାଶୀ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ
ଶ୍ରୀମନ୍ଦିରରେ ପାଳିତ ହେଉଛି ମହାପ୍ରଭୁଙ୍କ ମକର ନୀତି। ମାଳ, ଚୁଳ ଅଳଙ୍କାର ପିନ୍ଧି ମକର ଚୌରାଶୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ଗତକାଲି ରାତିରୁ ଆଲମଚଣ୍ଡି ପକ୍ଷରୁ ସ୍ୱତନ୍ତ୍ର ମକର ଚାଉଳ ଭୋଗ ପାଇଁ ମକର ତାଡ଼ ଯୋଗାଇ ଦିଆଯାଇଛି। ସେହିପରି ମହାପ୍ରଭୁଙ୍କ ମକର ବେଶ ପାଇଁ ଜଗନ୍ନାଥ ବଲ୍ଲଭ ମଠ ପକ୍ଷରୁ ମାଳ ଚୁଳ ଏବଂ ବଡ଼ ବଡ଼ିଆ ମଠ ପକ୍ଷରୁ ସୁବାଷିତ ଫୁଲ ତୁଳସୀ ଆଦି ନେଇ ପ୍ରସ୍ତୁତ ମାଳ, ଚୁଳ ଶ୍ରୀଜିଉଙ୍କୁ ଲାଗି କରାଯାଇଛି। ହିନ୍ଦୁ ଧର୍ମ ବିଶ୍ୱାସ ଅନୁସାରେ ଏହି ମକର ସଂକ୍ରାନ୍ତି ଦିନ ଜଗନ୍ନାଥଙ୍କ ଦର୍ଶନରେ ରାଜସୂୟ ଯଜ୍ଞର ଆଳତୀ ପ୍ରାପ୍ତି ହୋଇଥାଏ। ଯେଉଁ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରି ବିଧିପୂର୍ବକ ବେଢ଼ା ପ୍ରଦକ୍ଷିଣ କରନ୍ତି, ସେମାନେ ପୁଣ୍ୟଲାଭ ସହିତ ମୁକ୍ତିଲାଭ କରିଥାଆନ୍ତି। କୋରୋନା କଟକଣା ଭିତରେ ଶ୍ରୀମନ୍ଦିରକୁ ଭକ୍ତ ପ୍ରବେଶ କରି ମହାପ୍ରଭୁଙ୍କ ଏହି ବିରଳ ବେଶକୁ ଦର୍ଶନ କରୁଛନ୍ତି।
୨୧ରୁ ତୋଷାଳି ମେଳା: ୧୫ ଦିନ ଧରି ଚାଲିବ, ୨୫୦ ଷ୍ଟଲ ପଡ଼ିବ
ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ ପଞ୍ଚଦଶ ତୋଷାଳି ମେଳା। ଭୁବନେଶ୍ବରସ୍ଥିତ ଜନତା ମଇଦାନରେ ଏହି ମେଳା ଫେବ୍ରୁଆରୀ ୫ ତାରିଖ ପର୍ଯ୍ୟନ୍ତ ୧୬ ଦିନ ଧରି ଚାଲିବ। କୋଭିଡ୍ ନିୟମକୁ ସମ୍ପୂର୍ଣ୍ଣ ଭାବେ ଅନୁପାଳନ କରାଯାଇ ସାମାଜିକ ଦୂରତା ରକ୍ଷା କରି ମେଳା ଆୟୋଜନ ହେବ। ଏହି ଜାତୀୟ ସ୍ତରୀୟ ମେଳାର ଆୟୋଜନ ଦ୍ୱାରା ବୁଣାକାର ଓ ଶିଳ୍ପୀମାନଙ୍କ ଉତ୍ପାଦର ବିକ୍ରି ନିମନ୍ତେ ସୁଯୋଗ ସୃଷ୍ଟି ହୋଇପାରିବ। ଗତବର୍ଷ ୪୫୦ଟି ଷ୍ଟଲ୍ ଥିବାବେଳେ ସ୍ୱତନ୍ତ୍ର କୋଭିଡ୍ ନିୟମ ପାଳନକୁ ଆଖିରେ ରଖି ଚଳିତ ବର୍ଷ ଏହି ମେଳାରେ ସମୁଦାୟ ୨୫୦ଟି ଷ୍ଟଲ୍ କରାଯାଉଛି।
ଆଜି ପବିତ୍ର ମକର ସଂକ୍ରାନ୍ତି: ପର୍ବ ଏକ, ବିଧି ଅନେକ
ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ଓଡ଼ିଆ ସଂସ୍କୃତିରେ ବାରମାସରେ ତେରପର୍ବ ପାଳନ ହେଉଥିବାବେଳେ ଆଜିର ଦିନଟି ପ୍ରତି ଓଡ଼ିଆଙ୍କ ପାଇଁ ବେଶ୍ ସ୍ବତନ୍ତ୍ର ଅଟେ। ଏହି ପର୍ବକୁ ନେଇ ଆଜି ସହରଠାରୁ ଆରମ୍ଭ କରି ପୁରପଲ୍ଲୀ ପର୍ଯ୍ୟନ୍ତ ଚାରିଆଡ଼େ ପରିବେଶ ଉତ୍ସବମୁଖର। ଆଜିଠାରୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହୁଏ। ମକର ସଂକ୍ରାନ୍ତି ପାଇଁ ଶ୍ରୀମନ୍ଦିରରେ ମଧ୍ୟ ଅନୁଷ୍ଠିତ ହୋଇଛି ସ୍ବତନ୍ତ୍ର ନୀତିକାନ୍ତି। ଏଥିସହ ବିଭିନ୍ନ ଦେବାଳୟରେ ସକାଳୁ ସକାଳୁ ଭିଡ଼ ଦେଖିବାକୁ ମିଳିଛି। ମକର ସଂକ୍ରାନ୍ତିରେ ଅନେକ ସ୍ଥାନରେ ଗୁଡ଼ି ଉଡ଼ା ପର୍ବ ମଧ୍ୟ ପାଳନ କରାଯାଏ। ପିଲମାନେ ଗୁଡ଼ି ଉଡ଼ାଇବା ସହ ଏହି ଦିନର ମଜା ମଧ୍ୟ ନେଇଥାନ୍ତି। ଅନ୍ୟପଟେ ତେଲୁଗୁ ସଂପ୍ରଦାୟ ଖୁବ୍ ଧୁମ୍ଧାମରେ ପାଳିଛନ୍ତି ପୋଙ୍ଗଲ୍। ମକର ସଂକ୍ରାନ୍ତି ତେଲୁଗୁ ମାନଙ୍କର ବଡ଼ ପର୍ବ। ଦକ୍ଷିଣ ଭାରତର ମୁଖ୍ୟ ପର୍ବ ପୋଙ୍ଗଲ୍ର ରଙ୍ଗ ଦେଖିବାକୁ ମିଳିଛି ରାଜ୍ୟର ବିଭିନ୍ନ ସ୍ଥାନରେ।
ୱାଲ୍ଡ୍ ରେକର୍ଡସ୍ରେ ବଲାଙ୍ଗିରର ୨୩ ମାସର ବିସ୍ମୟ ବାଳକ ଧର୍ମପଦ
ବଲାଙ୍ଗିରର ବିସ୍ମୟ ବାଳକ ଧର୍ମପଦ। କଅଁଳ ବୟସରେ ମୁହେଁ ମୁହେଁ ଦେଶର ବିଭିନ୍ନ ରାଜ୍ୟ ଓ ରାଜଧାନୀର ନାଁ। କୁନି ବୟସରେ ଅସାଧାରଣ ଜ୍ଞାନର ଅଧିକାରୀ ବଲାଙ୍ଗିର ରାଜୀବନଗର ନିବାସୀ ଶିକ୍ଷକ ତଥା ବାଲୁକା ଶିଳ୍ପୀ ଓମ୍ପ୍ରକାଶ ସାହୁଙ୍କ ପୁଅ ଧର୍ମପଦ ସାହୁ। ତୁଳସୀ ଦୁଇ ପତ୍ରରୁ ବାସିଲା ପରି ତାଙ୍କ ଠାରେ ବାରି ହୋଇପଡ଼ୁଛି ବିଚକ୍ଷଣତା। ମାତ୍ର ୨୩ ମାସ ବୟସରେ ଦେଶର ସମସ୍ତ ରାଜ୍ୟ ଏବଂ ସେମାନଙ୍କ ରଜାଧାନୀର ନାଁ ପୁରା ପ୍ରାଞ୍ଜଳ ଭାବେ କହିପାରୁଛନ୍ତି ଧର୍ମପଦ। ଏଥିପାଇଁ ତାଙ୍କୁ ମିଳିଛି ଏକ୍ସ୍କ୍ଲୁସିଭ୍ ଓ୍ବାଲ୍ଡ୍ ରେକର୍ଡ ପୁରସ୍କାର।
ଭାରତର ୨୮ଟି ରାଜ୍ୟ ଓ ରାଜଧାନୀ ନାମ କହିବା ସହ ମନେ ରଖିପାରୁଛନ୍ତି ଅନେକ ପାଠ। ଯାହାକୁ ନେଇ ବେଶ ଖୁସି ପରିବାର ଲୋକଙ୍କ ସହ ସମଗ୍ର ଜିଲ୍ଲାରେ ଖୁସିର ଲହରି। ଆଗାମୀ ଦିନରେ ତାଙ୍କୁ ନେଇ ଢେର ସ୍ବପ୍ନ ପରିବାର ଲୋକ ଦେଖିଥିବା ବେଳେ ଆଗକୁ ଆହୁରି ରେକର୍ଡ କରିବା ସହ ଜିଲ୍ଲାର ନାଁ ରଖିବା ନେଇ ଆଶାରେ ପରିବାର ଲୋକ।
ପରଲୋକରେ ପରୋପକାରୀ ମଣିଷ ପଦ୍ମଶ୍ରୀ ଡି. ପ୍ରକାଶ ରାଓ
ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ । କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ । ବ୍ରେନ ଷ୍ଟ୍ରୋକରେ ପୀଡିତ ଥିଲେ ପ୍ରକାଶ ରାଓ । ଦେହାନ୍ତ ନେଇ ପ୍ରକାଶଙ୍କ ପରିବାର ପକ୍ଷରୁ ସୂଚନା । ତେବେ କିଛି ଦିନ ତଳେ କରୋନା ପଜିଟିଭ ଥିଲେ ପ୍ରକାଶ ରାଓ । ଅସୁସ୍ଥ ଥିବାରୁ ତାଙ୍କୁ ମେଡିକାଲରେ ଚିକିତ୍ସା କରାଯାଉଥିଲା । ତେବେ ମଣିଷପଣିଆରେ ଭରପୁର ଥିଲେ ପ୍ରକାଶ ରାଓ । ଚା ଦୋକାନ କରି ବସ୍ତି ପିଲାଙ୍କୁ ପାଠ ପଢାଉଥିଲେ, ସାହାଯ୍ୟ କରୁଥିଲେ । ଏଥିସହ ସେ ୧୦୦ରୁ ଅଧିକ ଥର ରକ୍ତଦାନ ବି କରିଛନ୍ତି । ଯେଉଁଥିପାଇଁ ସେ ପଦ୍ମଶ୍ରୀ ସମ୍ମାନ ପାଇଥିଲେ । ପ୍ରକାଶଙ୍କ ପରଲୋକରେ ସବୁଠି ଶୋକର ଛାୟା ।
ଅଲିଭ୍ ରିଡ୍ଲେଙ୍କ ଟ୍ୟାଗ୍ ପ୍ରକ୍ରିୟା ଆରମ୍ଭ
ଋଷିକୁଲ୍ୟା ମୁହାଣରେ ବିରଳ ଅଲିଭ୍ ରିଡ୍ଲେ କଇଁଛଙ୍କର ଆରମ୍ଭ ହୋଇଛି ଟ୍ୟାଗ୍ ପ୍ରକ୍ରିୟା। ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ଜେଡ୍ଏସ୍ଆଇର ମିଳିତ ଆନୁକୂଲ୍ୟରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି। ଫ୍ଲିପର୍ ଟ୍ୟାଗ୍ ଲଗାଯାଇ ଏହି ଟ୍ୟାଗିଂ କରାଯାଉଥିବା ବେଳେ ଏହା ଆଗକୁ କଇଁଛମାନଙ୍କ ଶାରୀରିକ ବିକାଶ, ସେମାନଙ୍କ ପ୍ରଜନନ କ୍ଷମତା, ଚଳପ୍ରଚଳ ସମେତ ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ଇକୋଲୋଜି ଉପରେ ନଜର ରଖିବ। ଆସନ୍ତା ୩ ବର୍ଷ ଭିତରେ ଓଡ଼ିଶା ଆସୁଥିବା ପାଖାପାଖି ୩୦ ହଜାର କଇଁଛଙ୍କୁ ଫ୍ଲିପର ଟ୍ୟାଗିଂରେ ସାମିଲ୍ କରାଯିବ। ପ୍ରଥମ ଦିନରେ ୬ଟି ଅଲିଭ୍ ରିଡ୍ଲେଙ୍କ ଟ୍ୟାଗ୍ କରାଯାଇଥିବା ସୂଚନା ମିଳିଛି। ୨୫ ବର୍ଷ ପରେ ପୁଣି ଟ୍ୟାଗ୍ କରାଯାଉଥିବା ବ୍ରହ୍ମପୁର ଡିଏଫ୍ଓ ଅମ୍ଳାନ ନାଏକ ସୂଚନା ଦେଇଛନ୍ତି।
ବିଗତ ୨୫ ବର୍ଷ ପୂର୍ବରୁ ୧୯୯୪-୯୬ ମସିହାରେ ୮ ହଜାର ଅଲିଭ୍ ରିଡ୍ଲେଙ୍କ ଶରୀରରେ ଟ୍ୟାଗ୍ ଲଗାଯାଇଥିଲା। ଅଲିଭ ରିଡ୍ଲେଙ୍କ ଦେହରେ ଜିପିଆର୍ଏସ୍ ଲଗାଯାଉଛି। ଚଳିତ ଥର ୩୦ ହଜାର ଅଲିଭ୍ ରିଡ୍ଲେଙ୍କ ଦେହରେ ଡ୍ୟାଗ୍ ଲଗାଯିବାର ଲକ୍ଷ୍ୟ ରଖାଯାଇଛି।
ଓଡ଼ିଶାକୁ ଦୁଇ ଜାତୀୟ ପୁରସ୍କାର: ଜାଗା ମିଶନ, ପାଇପ୍ ଜଳଯୋଗାଣରେ ଶ୍ରେଷ୍ଠ
ଦେଶରେ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠତ୍ବ ପ୍ରତିପାଦନ କରିଛି ଓଡ଼ିଶା। ଏପରିକି ଜାତୀୟ ସ୍ତରରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି ଓଡ଼ିଶା। ଓଡ଼ିଶାର ଏହି ଶ୍ରେଷ୍ଠତ୍ୱକୁ କେନ୍ଦ୍ର ସରକାର ପ୍ରଶଂସା କରିଛନ୍ତି। ଏହି ସଫଳତା ପାଇଁ ରାଜ୍ୟ ସରକାରଙ୍କୁ ମିଳିଛି ଆଉ ଦୁଇଟି ପୁରସ୍କାର। ଜାଗା ମିଶନ ଓ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ଓଡ଼ିଶାକୁ ଆଉ ଦୁଇଟି ଜାତୀୟ ପୁରସ୍କାର ମିଳିଛି। ଜନାଗ୍ରହ ସହର ପ୍ରଶାସନର ଦ୍ୱିତୀୟ ସଂସ୍କରଣରେ ଓଡ଼ିଶା ସ୍ଥାନ ପାଇଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ର ଗୃହ ନିର୍ମାଣ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହିତ ଓଡ଼ିଶାକୁ ପୁରସ୍କୃତ କରିଥିଲେ। ରାଜ୍ୟ ପକ୍ଷରୁ ଗୃହ ଓ ନଗର ଉନ୍ନୟନ ପ୍ରମୁଖ ସଚିବ ଜି.ମାଥିଭାଥନନ୍ ଏହି ପୁରସ୍କାର ଦୁଇଟି ଗ୍ରହଣ କରିଥିଲେ। ୧୭ଟି ରାଜ୍ୟରୁ ୫୪ଟି ଆବେଦନକୁ ବିଚାରାକୁ ନିଆଯାଇଥିବା ବେଳେ ୫ଟି ବର୍ଗ ମଧ୍ୟରୁ ଓଡ଼ିଶା ଦୁଇଟିରେ ପ୍ରଥମ ସ୍ଥାନ ହାସଲ କରିଛି।
ବୁଢାପଡା ସୋମନାଥ ମନ୍ଦିର
ପୁରୀ ଶ୍ରୀମନ୍ଦିର ଶୈଳୀରେ ତ୍ରୟୋଦଶ ଶତାବ୍ଦୀରେ ଗଂଗ ବଂଶର ରାଜାଙ୍କ ଦ୍ବାରା ନିର୍ମିତ ପିପିଲି ଜଟଣୀ ରାସ୍ତା ପାର୍ଶ୍ବରେ ଥିବା ବୁଢାପଡ଼ା ଗାଁର ସୋମନାଥ ମନ୍ଦିର। ଏକ ଆକର୍ଷଣୀୟ ଶିବ ମନ୍ଦିର। ମନ୍ଦିର ଉପରେ ଶୋଭା ପାଉଛି ମହାଦେବଙ୍କ ତ୍ରିଶୁଳ। ଖୋର୍ଦ୍ଧା ଜିଲ୍ଲା ଜଟଣୀ-ପିପିଲି ରାସ୍ତାରେ ରହିଛି ଏହି ମନ୍ଦିର। ଲୋକଙ୍କ ବିଶ୍ୱାସ ଇଏ କାଳେ ଚଳନ୍ତି ଈଶ୍ୱର। ଡାକିଲେ ଓ’ କରନ୍ତି। ବଡ଼ ପ୍ରତ୍ୟକ୍ଷ ଏଇ ଦିଅଁ।
ଆରୋଗ୍ୟ ଭବନକୁ ଲୋକାର୍ପଣ କଲେ ଧର୍ମେନ୍ଦ୍ର
କଟକ ଜିଲ୍ଲା ନିଆଳି ବ୍ଲକ୍ ଠାରେ ଉତ୍କଳ ବିପନ୍ନ ସହାୟତା ସମିତି (ୟୁବିଏସ୍ଏସ୍)ର ନବନିର୍ମିତ ସୁଶ୍ରୁତ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ର(ଆରୋଗ୍ୟ ଭବନ)କୁ ଲୋକାର୍ପଣ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମଙ୍ଗଳବାର ସ୍ୱାମୀ ବିବେକାନନ୍ଦଜୀଙ୍କ ପବିତ୍ର ଜନ୍ମଜୟନ୍ତୀ ଦିବସରେ ଏଠାରେ ରକ୍ତଦାନ ଶିବିର ଉଦ୍ଘାଟନ କରିବା ସହ ରାଷ୍ଟ୍ରଦ୍ୱୀପର ସ୍ୱତନ୍ତ୍ର ବିଶେଷାଙ୍କ ‘ସେବା’ ସ୍ମରଣିକାକୁ ମଧ୍ୟ ଉନ୍ମୋଚନ କରିଛନ୍ତି ଧର୍ମେନ୍ଦ୍ର। ଭାରତ ସରକାରଙ୍କ ମହାରତ୍ନ କମ୍ପାନୀ ଓଏନ୍ଜିସି ତରଫରୁ ପ୍ରାୟ ୨ କୋଟି ୩୨ ଲକ୍ଷ ଟଙ୍କା ବ୍ୟୟବରାଦରେ ପାଖାପାଖି ୧୫ ହଜାର ସ୍କୋୟାର ଫୁଟ୍ରେ ୫ ମହଲା ବିଶିଷ୍ଟ ‘ଆରୋଗ୍ୟ ଭବନ’ ଏଠାରେ ନିର୍ମାଣ ହେବା ଫଳରେ କଟକ ଜିଲ୍ଲା ନିଆଳି ବ୍ଲକ୍ର ଓଲଟପୁରବାସୀଙ୍କ ସ୍ୱପ୍ନ ପୂରଣ ହୋଇଛି ବୋଲି କହିଛନ୍ତି ଧର୍ମେନ୍ଦ୍ର।
ପଣ୍ଡିତ ଗୋପବନ୍ଧୁ ଦାସଙ୍କ ‘ନର ସେବା ହିଁ ନାରାୟଣ ସେବା’ ବିଚାରକୁ ଆଧାର କରି ଉତ୍କଳ ବିପନ୍ନ ସହାୟତା ସମିତି ଲମ୍ବା ସମୟ ଧରି ନିରନ୍ତର ଗରିବ, ଅସହାୟଙ୍କୁ ସହାୟତା କରି ଆସୁଛି। ଆଜି ସ୍ୱାସ୍ଥ୍ୟ ଭବନର ନିର୍ମାଣ ପାଇଁ ଉଦ୍ୟମ କରିଥିବା ଓଏନ୍ଜିସି, ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ଓ ସୁଶ୍ରୁତ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ରର ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର।
ବାର୍ଡ ଫ୍ଲୁ ପାଇଁ ନନ୍ଦନକାନନ ପକ୍ଷୀ ବିହାର ବନ୍ଦ
ଦେଶର ବିଭିନ୍ନ ରାଜ୍ୟରେ ବାର୍ଡ ଫ୍ଲୁ ବ୍ୟାପୁଛି। ଏହାକୁ ଦୃଷ୍ଟିରେ ରଖି ନନ୍ଦନକାନନରେ ଥିବା ପକ୍ଷୀ ବିହାରକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ। ବାର୍ଡ ଫ୍ଲୁ ଯେଭଳି ଚିଡ଼ିଆଖାନାରେ ଥିବା ପକ୍ଷୀମାନଙ୍କୁ ନ ବ୍ୟାପେ ସେଥିପାଇଁ ପକ୍ଷୀ ବିହାରକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିସହିତ ନନ୍ଦନକାନନରେ ଥିବା ସଫାରି ଓ ବ୍ୟାଟେରୀ ଚାଳିତ ଗାଡ଼ି ଚଳାଚଳକୁ ମଧ୍ୟ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।
ତେଣୁ ଆଜିଠାରୁ ପ୍ରାଣୀ ଉଦ୍ୟାନ ପରିସରକୁ ଲାଗି ରହିଥିବା ଚଲାପଥ ମୁକ୍ତ ପକ୍ଷୀ ବିହାରକୁ ବନ୍ଦ କରାଯାଇଛି। ଏହା ଭିତରକୁ କୌଣସି ପର୍ଯ୍ୟଟକଙ୍କୁ ଯିବା ପାଇଁ ନିଷେଧ କରାଯାଇଛି। ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ପକ୍ଷୀ ବିହାରକୁ ବନ୍ଦ ରଖିବାକୁ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି।
କୋଇଲା ଉତ୍ପାଦନ ବୃଦ୍ଧିରେ ସହାୟକ ହେବ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ପୋର୍ଟାଲ୍: ଧର୍ମେନ୍ଦ୍ର ପ୍ରଧାନ
ବିଗତ କିଛି ବର୍ଷ ଧରି ମୋଦି ସରକାରଙ୍କ ଅମଳରେ କୋଇଲା କ୍ଷେତ୍ରରେ ଅନେକ ଗୁଡ଼ିଏ ସଂସ୍କାରମୂଳକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ କୋଇଲା ଖଣିର ସଞ୍ଚାଳନକୁ ସହଜ ଓ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ସରକାର କୋଇଲା କ୍ଷେତ୍ର ପାଇଁ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ପୋର୍ଟାଲ୍ର ଶୁଭାରମ୍ଭ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ପୋର୍ଟାଲ୍ ଆରମ୍ଭ ହେବା ଦ୍ବାରା ଖଣି ଲିଜ୍ ପ୍ରକ୍ରିୟାକରଣ ଶୀଘ୍ର ହୋଇପାରିବ। ଏଥିସହ କୋଇଲା ଖଣିର କାର୍ଯ୍ୟକାରିତା ମଧ୍ୟ ସହଜ ହେବ। ଓଡ଼ିଶା ସମେତ ଭାରତ ବର୍ଷରେ କୋଇଲା ଉତ୍ପାଦନରେ ବୃଦ୍ଧି ହେବା ସହ ଇଜ୍ ଅଫ୍ ଡୁଇଂ ବିଜନେସ୍କୁ ମଧ୍ୟ ପ୍ରାଥମିକତା ମିଳିବ ବୋଲି କହିଛନ୍ତି ଧର୍ମେନ୍ଦ୍ର।
ଧର୍ମେନ୍ଦ୍ର ଆହୁରି କହିଛନ୍ତି, କ୍ଲିୟରାନ୍ସର ଶୀଘ୍ର ଅନୁମୋଦନ କୋଇଲା କ୍ଷେତ୍ରକୁ ଲାଭ ଦେବ, ଅଧିକ ନିଯୁକ୍ତି ସୃଷ୍ଟି କରିବା ସହ ଆତ୍ମନିର୍ମାଣ ଭାରତ ନିର୍ମାଣରେ ସହାୟକ ହେବ। ଏଥିସହ ଦେଶର ଅର୍ଥନୀତିକୁ ମଧ୍ୟ କୋଇଲା କ୍ଷେତ୍ର ଗତି ଦେବ ବୋଲି ସେ କହିଛନ୍ତି।
ଶ୍ରୀଜୀଉଙ୍କୁ ସୁବର୍ଣ୍ଣ ଚନ୍ଦ୍ର-ସୂର୍ଯ୍ୟ ଦାନ କଲେ ଭକ୍ତ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅନେକ ଭକ୍ତଙ୍କ ଆସ୍ଥା ଓ ବିଶ୍ବାସ ରହିଛି। ସେମାନେ ବିଶ୍ବନିୟନ୍ତାଙ୍କ ପାଖରେ ନିଜକୁ ସମର୍ପିଦେବାରେ ଇଛା ରଖନ୍ତି। ଆଉ ଅନେକ ଭକ୍ତ ଅଛନ୍ତି, ଯେଉଁମାନେ ଦାରୁବିଗ୍ରହଙ୍କ ସେବାରେ ନିଜକୁ ସହଭାଗିତା ରଖି ନିଜକୁ ଧନ୍ୟ ମନେ କରନ୍ତି। ଏଥିପାଇଁ ପ୍ରତିଦିନ ଶ୍ରୀମନ୍ଦିର ହୁଣ୍ଡିକୁ ଟଙ୍କା, ସୁନା, ରୁପା ଓ ବସ୍ତ୍ର ଆଦି ଦାନ କରିଥାନ୍ତି। ମହାପ୍ରଭୁଙ୍କ ପ୍ରତି ଏମିତି ଗଭୀର ଭକ୍ତି ଓ ବିଶ୍ବାସ ରଖିଥିବା ଭୁବନେଶ୍ୱରରେ ପଦ୍ମ ଚରଣ ପାତ୍ର ନାମକ ଜନୈକ ଭକ୍ତ ଶ୍ରୀମନ୍ଦିରକୁ ସୁନାର ସୂର୍ଯ୍ୟ ଏବଂ ଚନ୍ଦ୍ର ଦାନ କରିଛନ୍ତି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହା ଦାନ କରିଛନ୍ତି। ପାତ୍ର ତିନି ଠାକୁରଙ୍କ ପାଇଁ ତିନିହଳ ସୁବର୍ଣ୍ଣର ଚନ୍ଦ୍ର ଓ ସୂର୍ଯ୍ୟ ଦାନ କରିଛନ୍ତି। ଯାହା ଅତ୍ୟନ୍ତ ସୁନ୍ଦର ଓ ଚିତ୍ତାକର୍ଷକ ବି ହୋଇଛି। ଏଥିରେ ୩୧୨ ଗ୍ରାମ ସୁନା ଏବଂ ୮୨୨ ଗ୍ରାମ ରୂପା ବ୍ୟବହୃତ ହୋଇଛି।
‘ଭାରତୀୟ ମହିଳା-ଆହ୍ୱାନ ଉପରେ ବିଜୟ, ପ୍ରତିବନ୍ଧକର ବିନାଶ’ ପୁସ୍ତକର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ମହିଳାଙ୍କୁ ସଶକ୍ତିକରଣ କରିବା ଦିଗରେ ନିଆଯାଇଥିବା ପଦକ୍ଷେପ ଓ ସହାୟତା ଉପରେ ଭାରତ ସରକାରଙ୍କ ଦ୍ୱାରା ଲିଖିତ ଓଡ଼ିଆ ଅନୁବାଦ ପୁସ୍ତକ ‘ଭାରତୀୟ ମହିଳା-ଆହ୍ୱାନ ଉପରେ ବିଜୟ, ପ୍ରତିବନ୍ଧକର ବିନାଶ’କୁ ଲୋକାର୍ପଣ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କେବଳ ମହିଳାଙ୍କ ବିକାଶ ହେଉନାହିଁ ବରଂ ଦେଶ ବିକାଶର ନେତୃତ୍ୱ ମହିଳାଙ୍କ ହାତରେ ପହଞ୍ଚୁଛି। ଏହି ପୁସ୍ତକର ସମସ୍ତ ଉପସ୍ଥାପନା ଓ ତଥ୍ୟ ଓଡ଼ିଶାର ମହିଳା ତଥା ପାଠକମାନଙ୍କୁ ବେଶ୍ ପ୍ରଭାବିତ କରିବ ବୋଲି ଦୃଢ଼ ବିଶ୍ୱାସ କରିଛନ୍ତି ଧର୍ମେନ୍ଦ୍ର।
୫ ଟ୍ରିଲିୟନ୍ ଆମେରିକୀୟ ଡଲାର ଅର୍ଥନୀତିର ଯାତ୍ରାରେ ମହିଳାଙ୍କୁ ଗୁରୁତ୍ୱ ହେଉ କିମ୍ବା ରୋଷେଇ ପାଇଁ ସ୍ୱଚ୍ଛ ଇନ୍ଧନର ଉପଲବ୍ଧି ତଥା ମହିଳା ମାନଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ କିମ୍ବା କୋରୋନା ସମୟରେ ମହିଳାମାନଙ୍କୁ ସହାୟତା ଯୋଗାଇ ଆସିଛନ୍ତି ମୋଦି ସରକାର। ଦେଶରେ ଅନେକ ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ଥିଲେ। ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଗରିବ ମା’ଙ୍କ ପ୍ରତି ପ୍ରତିବଦ୍ଧତା କାରଣରୁ ଆଜି ମହିଳାମାନେ ସ୍ୱାବଲମ୍ବୀ ହେବା ସହ ଆତ୍ମନିର୍ଭର ହୋଇଛନ୍ତି।
ଏଥର ଭର୍ଚୁଆଲ୍ ଟୁର୍ରେ ପର୍ଯ୍ୟଟକ ଦେଖିପାରିବେ ବିଭିନ୍ନ ଜନଜାତିଙ୍କ କେଶବିନ୍ୟାସ
ଏଥର ପର୍ଯ୍ୟଟକମାନଙ୍କ ପାଇଁ ରାଜ୍ୟର ଜନଜାତିଙ୍କ କେଶ ବିନ୍ୟାସ ସମ୍ପର୍କରେ ଜନଜାତି ସଂଗ୍ରହାଳୟ ପକ୍ଷରୁ ଭର୍ଚୁଆଲ୍ ଟୁର୍ ମାଧ୍ୟମରେ ପ୍ରଦର୍ଶନ କରାଯିବା ନେଇ ବ୍ୟବସ୍ଥା ହୋଇଛି। ପର୍ଯ୍ୟଟକମାନେ ଭର୍ଚୁଆଲ୍ ଟୁରରେ ରାଜ୍ୟ ଜନଜାତି ସଂଗ୍ରହାଳୟ ପରିଦର୍ଶନ କରି ଓଡ଼ିଶାର ବିଭିନ୍ନ ଜନଜାତିଙ୍କ ପାରମ୍ପରିକ କେଶବିନ୍ୟାସ ଶୈଳୀ ଦେଖିପାରିବେ। ଓଡ଼ିଶାର ବିଭିନ୍ନ ଜନଜାତିମାନେ କିଭଳି ସେମାନଙ୍କର କେଶ ସଜାଇଥାନ୍ତି ଓ କେଶ ବିନ୍ୟାସ କରିଥାନ୍ତି ତାହା ଏଥର ଜନଜାତି ସଂଗ୍ରହାଳୟ ଭର୍ଚୁଆଲ୍ ଟୁର୍ରେ ପ୍ରଦର୍ଶନ କରାଯିବ। ଓଡ଼ିଶାରେ ବସବାସ କରୁଥିବା ବିଭିନ୍ନ ଜନଜାତିମାନେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବିଭିନ୍ନ ଶୈଳୀରେ ନିଜର କେଶବିନ୍ୟାସ କରିଥାନ୍ତି। ଲମ୍ବାକେଶ ସାଙ୍ଗକୁ ଖୋସା ସେମାନଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ ବୋଲି ଜନଜାତିମାନେ ବିଶ୍ବାସ ରଖନ୍ତି।
ମା’ ହିଙ୍ଗୁଳାଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ରବିବାର ସପରିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଦର୍ଶନ କରିଛନ୍ତି । ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ପ୍ରତ୍ୟକ୍ଷ ଦର୍ଶନ କରି ସେ ଆନନ୍ଦିତ ଓ ନିଜକୁ କୃତାର୍ଥ ମନେ କରୁଥିବା କହିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, ଲୋକମାନଙ୍କ ସହଯୋଗ କାରଣରୁ ମା’ ହିଙ୍ଗୁଳାଙ୍କ ମନ୍ଦିରର ଭବ୍ୟତା ବଢ଼ୁଛି। ଏଠାକାର ଟ୍ରଷ୍ଟ ମନ୍ଦିରର ବହୁ ଉନ୍ନୟନ କାମ ଆରମ୍ଭ କରିଥିବା ବେଳେ ଆଗାମୀ ଦିନରେ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯାଇ ମନ୍ଦିରର ସୌନ୍ଦର୍ଯ୍ୟକରଣକୁ ଅଧିକ ଗୁରୁତ୍ୱ ଦିଆଯାଇ ସ୍ଥାନୀୟ ଅର୍ଥନୀତିକୁ ମଜବୁତ୍ କରାଯିବ। ମା’ଙ୍କ ପାଖରେ ସମସ୍ତଙ୍କ ମଙ୍ଗଳ କାମନା କରୁଛି।
୨୧ରୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କଟକଣା କୋହଳ: ଭକ୍ତଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ କୋଭିଡ଼୍ ପରୀକ୍ଷା
ଦୀର୍ଘଦିନ ହେବ ମହାମାରୀ କୋରୋନା ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସାଧାରଣ ଭକ୍ତ କରିପାରୁ ନ ଥିବାବେଳେ ଏବେ ଦର୍ଶନ ପାଇଁ ରହିଥିବା ନିୟମକୁ କୋହଳ କରାଯାଇଛି। ଏହି ନୂଆ ନିୟମ ଆସନ୍ତା ୨୧ ତାରିଖରୁ ଲାଗୁ ହେବ। ଆସନ୍ତା ୨୧ ତାରିଖରୁ ବିନା କୋଭିଡ ପରୀକ୍ଷାରେ ଭକ୍ତମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିପାରିବେ। ଭକ୍ତଙ୍କ ପାଇଁ ଆଉ ବାଧ୍ୟତାମୂଳକ ନୁହେଁ କୋଭିଡ଼୍ ନେଗେଟିଭ୍ ରିପୋର୍ଟ। ରବିବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ସମୀକ୍ଷା ବୈଠକରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ନୀତି ନିୟମ ନିର୍ଦ୍ଧାରଣ କରାଯିବା ସହ ଏନେଇ ଏସଓପିରେ ପରିବର୍ତ୍ତନ କରାଯାଇଛି।
ବର୍ତ୍ତମାନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଲାଗି ବାହାର ଜିଲାର ଶ୍ରଦ୍ଧାଳୁମାନଙ୍କୁ କୋଭିଡ ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡ଼ୁଥିବାବେଳେ ନୂଆ ନିୟମ ଅନୁସାରେ ଜାନୁୟାରୀ ୨୧ ତାରିଖରୁ କୋଭିଡ ନେଗେଟିଭ୍ ରିପୋର୍ଟ ଦରକାର ପଡ଼ିବ ନାହିଁ। ସକାଳ ୭ଟାରୁ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ଅନୁମତି ମିଳିବ। ଅନ୍ୟ ସମୟରେ ପୁରୀ ସହରବାସୀ ଦର୍ଶନ କରିବାକୁ ଚାହିଁଲେ ଧାଡ଼ିରେ ଯାଇ ଦର୍ଶନ କରିପାରିବେ। ତେବେ ଆନନ୍ଦବଜାରରେ ମହାପ୍ରସାଦ ସେବନକୁ ନୂଆ ନିୟମରେ ଅନୁମତି ଦିଆଯାଇ ନାହିଁ।
ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ
ସ୍ବଚ୍ଛ ବିନ୍ଦୁ ସାଗର ପ୍ରକଳ୍ପର ହେଲା ଶୁଭାରମ୍ଭ । କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ଓ ଇସ୍ପାତମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରକଳ୍ପ ପାଇଁ ଇଣ୍ଡିଆନ ଅଏଲର ସିଏସ୍ଆର ପାଣ୍ଠିରୁ ଟଙ୍କା ଖର୍ଚ୍ଚ କରାଯିବ । ଓଡ଼ିଶା ସେତୁ ନିର୍ମାଣ ନିଗମ ଲିମିଟେଡ୍, ଓବିସିସି ସହଯୋଗିତାରେ ଏହା କାର୍ଯ୍ୟକାରୀ ହେଉଛି ।
ବିନ୍ଦୁସାଗର ଜଳକୁ ସ୍ବଚ୍ଛ ଓ ନିର୍ମଳ କରିବା ଲାଗି ହାଇଡ୍ରୋ ଡାଇନାମିକ୍ କ୍ୟାଭିଟେସନ ନାମକ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରାଯିବ । ଆବଶ୍ୟକ ହେଲେ ସେଥିରେ କେମିକାଲ ପ୍ରୟୋଗ କରାଯିବ । ଗତ ବର୍ଷ ଜୁନ୍ ମାସରେ ଓଡ଼ିଶା ସେତୁ ନିର୍ମାଣ ନିଗମ ଲିମିଟେଡ୍ (ଓବିସିସି) ଓ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି ଭିତରେ ବିନ୍ଦୁସାଗର ଜଳର ସ୍ବଚ୍ଛତାକୁ ନେଇ ବୁଝାମଣା ହୋଇଥିଲା ।
ଆଇଆର୍ସିଟିସି ଆରମ୍ଭ କଲା ଦୁଇଟି ଟୁରିଷ୍ଟ ପ୍ୟାକେଜ୍
ଭାରତୀୟ ରେଳବାଇ, ପର୍ଯ୍ୟଟନ ଏବଂ କ୍ୟାଟରିଂ କର୍ପୋରେସନ୍ (ଆଇଆରସିଟିସି) ସୁଲଭ ମୂଲ୍ୟରେ ଦୁଇଟି ଟୁରିଷ୍ଟ ପ୍ୟାକେଜ୍ ବିମାନ ଭଡ଼ା ସହିତ ଆରମ୍ଭ କରିଛି। ଅତି ସୁଲଭ ମୂଲ୍ୟରେ ମ୍ୟାଜେଷ୍ଟିକ୍ କେରଳ ସହିତ ଶ୍ରୀପଦ୍ମନାଭସ୍ୱାମୀ ଦର୍ଶନ ଓ ହାଉସ୍ ବୋଟ ରହଣି ଏବଂ ଗୁଜରାଟର ଦ୍ଵାରିକା-ସୋମନାଥ ମନ୍ଦିର ଓ ଜ୍ୟୋତିର୍ଲିଙ୍ଗ ଦର୍ଶନ ସହିତ ଷ୍ଟାଚ୍ୟୁ ଅଫ୍ ୟୁନିଟ୍ ପରିଦର୍ଶନର ସୁଯୋଗ ଆଣିଛି ଆଇଆରସିଟିସି। ଯେ କୌଣସି ବିଶାଖାପାଟଣା ବୋର୍ଡିଙ୍ଗ ପଏଣ୍ଟ୍ ଠାରୁ କେରଳର ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ପର୍ଯ୍ୟଟନ ସ୍ଥାନଗୁଡ଼ିକ ଏବଂ ଭୁବନେଶ୍ୱର ବୋର୍ଡିଙ୍ଗ ପଏଣ୍ଟ୍ ଠାରୁ ଦ୍ଵାରିକା-ସୋମନାଥ ମନ୍ଦିର ସହିତ ଜ୍ୟୋତିର୍ଲିଙ୍ଗ ଏବଂ ଷ୍ଟାଚ୍ୟୁ ଅଫ୍ ୟୁନିଟ୍ ପରିଦର୍ଶନ କରିପାରିବେ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି।
ରେଳବାଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ୫ ରାତି ୬ ଦିନ ପାଇଁ ଏହି ପ୍ୟାକେଜ୍ ୨୫ ଫେବ୍ରୁଆରୀରେ ବିଶାଖାପାଟନମ୍ ଠାରୁ ଆରମ୍ଭ ହେବ ଏବଂ ୨ ମାର୍ଚ୍ଚ ୨୦୨୧ରେ ଶେଷ ହେବ। ଏହି ମାର୍ଗରେ କୋଚିରେ ଗୋଟିଏ ରାତି ରହିବା, ମୁନ୍ନାରରେ ଦୁଇ ରାତି, ଆଲେପ୍ପିରେ ଗୋଟିଏ ରାତି ଏବଂ ତ୍ରିଭାନ୍ଦ୍ରମରେ ଗୋଟିଏ ରାତି ଅନ୍ତର୍ଭୁକ୍ତ।
ତୃତୀୟ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ ଉଦ୍ଘାଟିତ
ମରାଳ ମାଳିନୀ ନିଲାମ୍ବୁ ଚିଲିକାର ଆକର୍ଷଣ ବେଶ ମନମୁଗ୍ଧକର । ଶୀତ ଋତୁରେ ବିଦେଶାଗତ ପକ୍ଷୀଙ୍କ ସୁମଧୁର କାକଳୀ ପର୍ଯ୍ୟଟକ ମାନଙ୍କୁ କରିଦିଏ ଆନମନା । ଏମାନଙ୍କ ଜଳ କ୍ରିଡ଼ା ଭୁଲିବାର ନୁହେଁ । ଚିଲିକାର ଅପରୂପ ବିଭବ ଓ ରଙ୍ଗ ବେରଙ୍ଗର ପକ୍ଷୀଙ୍କ ସମାବେଶର ମନୋଜ୍ଞ ପରିବେଶ ଯୁଗ ଯୁଗ ଧରି କବି, ଭାବୁକ ଓ ପ୍ରକୃତି ପ୍ରେମୀଙ୍କୁ ପାଗଳ କରିଆସୁଛି । ଏହି ଶୋଭାକୁ ସ୍ମୃତି ପଟରେ ସାଇତି ରଖିବା ପାଇଁ ଓଡ଼ିଶା ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ ଆରମ୍ଭ କରିଛି ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ । ଏସିଆର ବୃହତ୍ତମ ଲୁଣି ହ୍ରଦ ଚିଲିକାକୁ ପ୍ରତିବର୍ଷ ସେମାନଙ୍କର ଆଗମନ ଅତ୍ୟନ୍ତ ଆକର୍ଷଣୀୟ। ସାରା ବିଶ୍ୱର ଆଦ୍ରଭୂମି ଗୁଡ଼ିକ ମଧ୍ୟରେ ଚିଲିକାର ସ୍ଥାନ ସ୍ୱତନ୍ତ୍ର। ଚିଲିକା ହ୍ରଦ ଓଡ଼ିଶା ପର୍ଯ୍ୟଟନର ଆତ୍ମା କହିଲେ ଅତ୍ୟୁକ୍ତି ହେବ ନାହିଁ।
ଶୀତ ଦିନରେ ସୁଦୂର ସାଇବେରିଆଠାରୁ ଆରମ୍ଭ କରି ସାରା ପୃଥିବୀର କୋଣ ଅନୁକୋଣରୁ ହାଜର ହଜାର କିଲୋମିଟର ଅତିକ୍ରମ କରି ପ୍ରାୟ ୧୯୦ ପ୍ରଜାତିର ୧୨ ଲକ୍ଷରୁ ଉର୍ଦ୍ଧ୍ୱ ପକ୍ଷୀ ମଙ୍ଗଳାଯୋଡ଼ିକୁ ଆସିବା ଚିଲିକାର ଅନନ୍ୟ ବିଶେଷତ୍ୱ
ହାଇଡ୍ରୋକାର୍ବନ୍ ଏବଂ ଇସ୍ପାତ୍ କ୍ଷେତ୍ର ଉପରେ ଦ୍ୱିପାକ୍ଷିକ ସହଯୋଗ ନେଇ ଧର୍ମେନ୍ଦ୍ରଙ୍କ ଆଲୋଚନା
ହାଇଡ୍ରୋକାର୍ବନ ଏବଂ ଇସ୍ପାତ୍ କ୍ଷେତ୍ର ଉପରେ ଦ୍ୱିପାକ୍ଷିକ ସହଯୋଗ ନେଇ ମଙ୍ଗୋଲିଆର ପ୍ରମୁଖ କ୍ୟାବିନେଟ୍ ସଚିବ ତଥା ଭାରତ-ମଙ୍ଗୋଲିଆ ଜଏଣ୍ଟ୍ କମିଟି ଅଫ୍ କର୍ପୋରେସନର୍ ଉପାଧ୍ୟକ୍ଷ ଏଲ୍ ଅୟୁନ-ଏର୍ଡ଼େନ ଏବଂ ଖଣି ଓ ଭାରୀ ଶିଳ୍ପ ମନ୍ତ୍ରୀ ଜି. ୟଣ୍ଡନ୍ଙ୍କ ସହ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଆଲୋଚନା କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭାରତ ସରକାରଙ୍କ ଗ୍ରୀନ୍ ଫିଲ୍ଡ ମଙ୍ଗୋଲ ବିଶୋଧନାଗାର ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାରେ ସହଯୋଗ କରିଥିବାରୁ ଉଭୟ ନେତାଙ୍କୁ ଧନ୍ୟବାଦ ଜଣାଇଥିଲେ ଧର୍ମେନ୍ଦ୍ର।
ଏହାସହ ବିଶୋଧନାଗାର ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପୂର୍ବରୁ ପାଇପ୍ଲାଇନ ନିର୍ମାଣ କାମ ଶେଷ କରିବା ପାଇଁ ସହଯୋଗ ଲୋଡ଼ିଥିଲେ ଧର୍ମେନ୍ଦ୍ର। ମଙ୍ଗୋଲିଆ କମ୍ପାନୀ ଭାରତୀୟ ଇସ୍ପାତ୍ ଶିଳ୍ପକୁ କୋକି କୋଲ୍ ଯୋଗାଇବା ପାଇଁ ଇଚ୍ଛାପ୍ରକାଶ କରିଛନ୍ତି। ଭାରତ ସରକାର ମଙ୍ଗୋଲିଆର ଖଣି, କୋଇଲା ଏବଂ ଇସ୍ପାତ କ୍ଷେତ୍ରରେ ମଙ୍ଗୋଲିଆ କମ୍ପାନୀଙ୍କ ସହଯୋଗ ଉପରେ ଧର୍ମେନ୍ଦ୍ର ଗୁରୁତ୍ୱାରୋପ କରିବା ସହ ମଙ୍ଗୋଲିଆର ପ୍ରଥମ ତୈଳ ବିଶୋଧନାଗାର ପ୍ରକଳ୍ପ ନିର୍ଦ୍ଧାରିତ ସମୟ ସୁଦ୍ଧା ଶେଷ କରିବା ପାଇଁ ଭାରତ ସରକାର ପ୍ରତିବଦ୍ଧ ଥିବା ମତବ୍ୟକ୍ତ କରିଛନ୍ତି।
ମାଇକ୍ରୋସଫ୍ଟ ଟେକ୍ନୋଲୋଜି ପରୀକ୍ଷାରେ ବଲାଙ୍ଗୀରର ବିସ୍ମୟ ବାଳକ ଭେଙ୍କଟରମଣଙ୍କ କୃତିତ୍ବ
ପୁଣି ଥରେ କମାଲ କରି ଦେଖାଇଛନ୍ତି ବଲାଙ୍ଗିରର ଗୁଗୁଲ୍ ବଏ ଭେଙ୍କଟରମଣ ପଟ୍ଟନାୟକ। ମାଇକ୍ରୋସଫ୍ଟ ଟେକ୍ନୋଲୋଜି ଆସୋସିଏଟ୍ (ଏମ୍ଟିଏ) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଏହି ୭ ବର୍ଷର କୁନି ପୁଅ। ସେ ଅନ୍ୟତମ କନିଷ୍ଠ ଛାତ୍ରଭାବେ ଏହି ସଫଳତା ଅର୍ଜନ କରିଛନ୍ତି। ବେଙ୍ଗାଲୁରୁସ୍ଥିତ ଆଡଟେକ୍ କମ୍ପାନୀ କୋଡ୍ନେଷ୍ଟ୍ରେ ଯୋଗଦେଇ ଭେଙ୍କଟରମଣ ଜାଭା, ପାଇଥନ୍, ଜାଭାସ୍କ୍ରିପ୍ଟ, ଏଚ୍ଟିଏମ୍ଏଲ୍, ସିଏସ୍ଏସ୍ ଏବଂ ଡାଟାବେସ୍ରେ ମାଇକ୍ରୋସଫ୍ଟରୁ ଏମ୍ଟିଏ ପରୀକ୍ଷା ପ୍ରମାଣପତ୍ର ହାସଲ କରିଛନ୍ତି। ଏଭଳି କମ୍ପ୍ୟୁଟର ପ୍ରୋଗ୍ରାମିଂରେ ଯୋଗ୍ୟତା ହାସଲ କରିବାରେ ଭେଙ୍କଟରମଣ ଦେଶର ଖୁବ୍ ଅଳ୍ପ ବାଳକଙ୍କ ମଧ୍ୟରେ ଅନ୍ୟତମ ବୋଲି କୁହାଯାଉଛି। ତାଙ୍କର ଏହି ସଫଳତା ପରେ ତାଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଭେଙ୍କଟଙ୍କ ଏଭଳି ସଫଳତାରେ ତାଙ୍କ ପରିବାର ତଥା ବଲାଙ୍ଗିର ସହରବାସୀ ଖୁସି ଜାହିର କରିଛନ୍ତି।
ଯେଉଁ ବୟସରେ ପିଲାମାନେ ପାଠ ପଢ଼ିବା ଆରମ୍ଭ କରିଥାନ୍ତି ସେହି ବୟସରେ ଭେଙ୍କଟରମଣ ଚମତ୍କାର ମୋବାଇଲ୍ ଆପ୍ ତିଆରି କରୁଛନ୍ତି। ସାଧାରଣତଃ ଏହି ବୟସରେ ଶିଶୁମାନେ ମୋବାଇଲରେ ଗେମ୍ ଖେଳୁଥିବା ବେଳେ ଏହି କୁନି ବାଳକ ୧୫୦ରୁ ଅଧିକ ମୋବାଇଲ୍ ଆପ୍ ତିଆରି କରି ସାରିଲେଣି।
ରାଜ୍ୟ ୧୧ରୁ ଖୋଲିବ ରାଜ୍ୟର ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟ
ଆଜିଠାରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍ ଖୋଲିଥିବା ବେଳେ ସୋମବାରଠାରୁ ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏହାପରେ ରାଜ୍ୟର ସମସ୍ତ ବୈଷୟିକ ବିଶ୍ବବିଦ୍ୟାଳୟ ଖୋଲିବାକୁ ଯାଉଛି । ରାଜ୍ୟରେ କୋରୋନା ସଂକ୍ରମଣ ସ୍ଥିତି ସୁଧୁରୁଥିବା ବେଳେ ଆସନ୍ତା ୧୧ ତାରିଖରୁ ସମସ୍ତ ଇଞ୍ଜିନିୟରିଂ ଏବଂ ଡିପ୍ଲୋମା କଲେଜ ଖୋଲିବାକୁ ନିର୍ଦେଶ ଦେଇଛନ୍ତି ସରକାର। ଏଥିପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏସ୍ଓପି ଜାରି କରାଯାଇଛି। କୋଭିଡ୍ ଗାଇଡ୍ଲାଇନ୍ ପାଳନ କରିବାକୁ ବାଧ୍ୟତାମୂଳକ କରାଯାଇଛି।
ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ-ଗୁରୁ କେଳୁଚରଣ ମହାପାତ୍ରଙ୍କ ଜନ୍ମ ଦିବସ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି
କେଳୁଚରଣ ପୁରୀରେ ଥିବା ଶିଳ୍ପୀଗ୍ରାମ ରଘୂରାଜପୁରର ଏକ ଶିଳ୍ପୀ ପରିବାରରେ ୧୯୨୬ ମସିହା ଜାନୁଆରୀ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ପିତା ଚିନ୍ତାମଣୀ ମହାପାତ୍ର ଜଣେ ଚିତ୍ରକର ଓ ମର୍ଦ୍ଦଳ ବାଦକ ଥିଲେ । ଯାତ୍ରା ଓ ସଂକୀର୍ତ୍ତନ ତାଙ୍କ ଗ୍ରାମରେ ସବୁବେଳେ ପରିବେଷଣ କରାଯାଉଥିଲା । ଏ ସବୁର ପ୍ରଭାବ ପଡିଥିଲା ବାଳକ କେଳୁଚରଣଙ୍କ ଉପରେ । ଗ୍ରାମରେ ଥିବା ବଳଭଦ୍ର ସାହୁଙ୍କ ଆଖଡ଼ାକୁ କେଳୁଚରଣ ବରାବର ଯାଉଥିଲେ ଓ ସେଠାରେ ଶିଖା ଯାଉଥିବା ଗୋଟିପୁଅ ନାଚ ପ୍ରତି ଆକର୍ଷିତ ଥିଲେ । ପିତାଙ୍କୁ, କେଳୁଚରଣଙ୍କ ଗୋଟିପୁଅ ନାଚ କରିବା ପସନ୍ଦ ନଥିଲା । ସେ କେଳୁଚରଣଙ୍କୁ ଏଥିରୁ ନିବୃତ କରି, ପୁରୀରେ ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ "କୁଞ୍ଜ ବିହାରୀ ରାସ ଲୀଳା" ଦଳରେ ଛାଡିଥିଲେ । ଏଠାରେ କେଳୁଚରଣ ନୃତ୍ୟ ସଙ୍ଗୀତ ଅଭିନୟ ସହିତ ମଞ୍ଚସଜ୍ଜା, ମେକ୍ ଅପ୍, ନୃତ୍ୟ ସଂଯୋଜନା ଆଦି ଶିକ୍ଷା କରିଥିଲେ ।
ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ମହିଳା କେନ୍ଦ୍ରିକ ଓଡ଼ିଆ ସିନେମା ‘ପାପ’
କୋରୋନା ଭାଇରସ ପାଇଁ ହୋଇଥିବା ଲକଡାଉନ ପରେ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରୀ ଧିରେ ଧିରେ ଖୋଲିବାରେ ଲାଗିଛି। ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ଏଲିନା ସାମନ୍ତରାୟଙ୍କ ଅଭିନୀତ ଓଡ଼ିଆ ସିନେମା ‘ପାପ’। ଏହାର ଅଫିସିଆଲ ଟ୍ରେଲର ମଧ୍ୟ ରିଲିଜ ହୋଇସାରିଛି। ପାପ ଅମାନବୀୟ। ଏଣୁ ପାପୀଙ୍କୁ ସଂହାର କରିବା ପାପ ନୁହେଁ। ତେବେ ପାପର ସଂଜ୍ଞା ମଧ୍ୟ ବଦଳି ପାରେ। ପାପ ବି ହୋଇପାରେ ପୁଣ୍ୟ। ଏଭଳି କିଛି ଟ୍ୟାଗଲାଇନ ସହିତ ଆସୁଛି ତରଙ୍ଗ ସିନେ ପ୍ରଡକ୍ସନର ସିନେମା ‘ପାପ’। ଜଣେ ମହିଳାଙ୍କ କାହାଣୀ ଉପରେ ଆଧାରିତ ଏହି ସିନେମା ଆକ୍ସନ ଓ ଥ୍ରିଲରରେ ଭରପୂର ବୋଲି ଜଣାପଡ଼ିଛି।
ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଏଲିନା ଏଥିରେ ଦେବୀ ଚରିତ୍ରରେ ଅଭିନୟ କରୁଛନ୍ତି। ଦେବୀ ଓଡ଼ିଶୀ ନୃତ୍ୟ କରିବାକୁ ଭଲ ପାଆନ୍ତି। କାରଣ ଏଥିରେ ତାଙ୍କୁ ଖୁସି ମିଳେ। କିନ୍ତୁ ଦୁର୍ଗାପୂଜା ଦିନ ସେ କିଛି ମଦ୍ୟପଙ୍କ ହାବୁଡ଼ରେ ପଡ଼ିଯାଆନ୍ତି। ଏହାପରେ ତାଙ୍କ ଜୀବନ ବଦଳିଯାଏ। ନିଜ ସହିତ ହୋଇଥିବା ଅନ୍ୟାୟର ପ୍ରତିଶୋଧ ନେବାକୁ ଯାଇ ଦୋଷୀଙ୍କୁ ଦଣ୍ଡ ଦେବାକୁ ସ୍ଥିର କରନ୍ତି। ସିନେମାରେ ଏଲିନାଙ୍କ ବିପକ୍ଷରେ ଅଛନ୍ତି ଅଙ୍କିତ କୁମାର।
ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହେଲା ପକ୍ଷୀ ଗଣନା
ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହେଲା ବିଦେଶୀ ପକ୍ଷୀ ଗଣନା । ଗୁରୁବାର ସକାଳ ୬ଟାରୁ ଆରମ୍ଭ ହୋଇଛି ପକ୍ଷୀ ଗଣନା । ସମ୍ବଲପୁର, ବରଗଡ ଓ ଝାରସୁଗୁଡା ଫରେଷ୍ଟ ଡିଭିଜନର ମୋଟ୍ ୨୧ଟି ଟିମ୍ ସହିତ ସମ୍ବଲପୁର ଓୟୁଏଟିର ଛାତ୍ରଛାତ୍ରୀ ଏହି ପକ୍ଷୀ ଗଣନାରେ ସାମିଲ ହୋଇଛନ୍ତି । ପ୍ରତ୍ୟେକ ଟିମ୍ ମୋଟର ଚାଳିତ ଡଙ୍ଗାରେ ପକ୍ଷୀ ଗଣନା ପାଇଁ ବ୍ୟବହୃତ ବାଇନାକୁଲାର, କ୍ୟାମେରା ଆଦି ଧରି ଜଳଭଣ୍ଡାରକୁ ପ୍ରବେଶ କରିଛନ୍ତି । ଏହି ଗଣନାରେ ୧୪ଟି ଡଙ୍ଗା, ୬ଟି ଲଞ୍ଚ ଓ ଗୋଟିଏ ମଟର ଭେହିକିଲ ଏଥିରେ ସାମିଲ ଅଛି ।
ସୂଚନାଯୋଗ୍ୟ ଯେ, ଗତବର୍ଷ ହୀରାକୁଦ ଜଳଭଣ୍ଡାରକୁ ୯୨ପ୍ରଜାତିର ଏକ ଲକ୍ଷ ୪୫ହଜାର ୯୪୬ପକ୍ଷୀ ଆସିଥିଲେ । କାସପିଆନ ସି, ଅରାଲ ସି, ମଙ୍ଗୋଲିଆ, ହିମାଳୟ ଆଦି ଅଞ୍ଚଳରୁ ପୋଚାର୍ଡ, ବିଲ, ପେଣ୍ଟେଡ଼ ଷ୍ଟ୍ରକ, ଗ୍ରେଟ ଡକ ଭଳି ଅନେକ ପ୍ରଜାତିର ପକ୍ଷୀ ହୀରାକୁଦ ଜଳଭଣ୍ଡାରକୁ ଆସିଥାନ୍ତି । ଦୂର ଦୂରାନ୍ତରୁ ଆସିଥିବା ଏହି ପକ୍ଷୀମାନେ ମାର୍ଚ୍ଚ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଏଠାରେ ରହିଥାନ୍ତି ।
୧୦ରୁ ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ: ଅନ୍ଲାଇନ୍ରେ ହେବ ସମ୍ପୂର୍ଣ୍ଣ ପ୍ରକ୍ରିୟା
ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି।
ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, କୋରୋନା ମହାମାରୀ ଭିତରେ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ପାଇଁ ଅନ୍ଲାଇନ୍ରେ ଫର୍ମ ଫିଲ୍ଅପ୍ ହେବ। ଉଭୟ ରେଗୁଲାର୍ ଓ ଏକ୍ସ ରେଗୁଲାର୍ ପରୀକ୍ଷାର୍ଥୀ ଅନଲାଇନ୍ରେ ଫର୍ମ ଫିଲ୍ଅପ୍ କରିବେ। ଆସନ୍ତା ୧୦ ତାରିଖ ସକାଳ ୧୦ଟାରୁ ଫର୍ମ ପୂରଣ ଆରମ୍ଭ ହେବ। ଏହା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଜାନୁଆରୀ ୨୭ ତାରିଖ ରାତି ୧୧ ଟା ୪୫ ମିନିଟ୍ ମଧ୍ୟରେ ବିନା ଜୋରିମାନାରେ ଫିସ୍ ଦାଖଲ କରିପାରିବେ ପରୀକ୍ଷାର୍ଥୀ। ୨୮ ତାରିଖ ମଧ୍ୟ ରାତ୍ର ହେଉଛି ଫର୍ମ ଦାଖଲ କରିବାର ଶେଷ ସମୟ। ସେହିପରି ଜାନୁଆରୀ ୨୮ ତାରିଖରୁ ଫେବ୍ରୁଆରୀ ୧ ତାରିଖ ରାତି ୧୧ ଟା ୪୫ ମିନିଟ୍ ସୁଦ୍ଧା ଜୋରିମାନା ସହ ଫିସ୍ ଦାଖଲ କରିହେବ। ଫର୍ମ ଦାଖଲ କରିବାର ଶେଷ ତାରିଖ ହେଉଛି ଫେବ୍ରୁଆରୀ ୨ ତାରିଖ। www.bseodisha.ac.in ୱେବ୍ସାଇଟରେ ଫର୍ମ ପୂରଣ ପାଇଁ ଲିଙ୍କ୍ ଓ ନିର୍ଦ୍ଦେଶାବଳୀ ଉଲ୍ଲେଖ ରହିଥିବା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି।
ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଛି ‘କଟନ ଫାବ୍’ ପ୍ରଦର୍ଶନୀ
ଭୁବନେଶ୍ଵର: ପ୍ରଦର୍ଶନୀ ପଡ଼ିଆଠାରେ ଆରମ୍ଭ ହୋଇଛି ୧୨ତମ ରେଶମ ଓ ସୂତାବସ୍ତ୍ର ପ୍ରଦର୍ଶନୀ, କଟନଫ୍ୟାବ୍-୨୦୨୦ । ଏହି ପ୍ରଦର୍ଶନୀ ଜାନୁଆରୀ ୧୪ ପର୍ଯ୍ୟନ୍ତ ଚାଳିବ । ୧୨ଟି ରାଜ୍ୟର ୧୨୨ଟି ହସ୍ତଶିଳ୍ପୀ ଏହି ମେଳାରେ ଯୋଗ ଦେଇଛନ୍ତି ।
ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀ ‘କଟନ୍ ଫାବ୍’ ରାଜଧାନୀବାସୀଙ୍କ ପାଇଁ ପାରମ୍ପରିକ ପୋଷାକ ଓ ବିଭିନ୍ନ ରାଜ୍ୟର କାରିଗରିର ସମ୍ଭାର ନେଇ ଆସିଛି । କଟନ୍ ଓ ସିଲ୍କ କପଡ଼ାରେ ପାରମ୍ପରିକ କାରିଗରି ସହ ଆଧୁନିକତାର ସ୍ପର୍ଶ ବିବାହ ଋତୁ ପାଇଁ ବେଶ୍ ଉପଯୋଗୀ ହୋଇପାରିଛି । ଲକ୍ଷ୍ନୌର ପ୍ରସିଦ୍ଧ ‘ଆୱଧ କାରିଗରି’ ଆକର୍ଷଣୀୟ ଚିକନକରୀ ଶାଢ଼ି, କୁର୍ତା, ଓଢ଼ଣି ଓ ଟପ୍ସରେ ଦେଖିବାରୁ ମିଳୁଛି । ପାରମ୍ପରିକ ସୁନେଲି ବର୍ଡର୍ ସହ ପତଳା ଚନ୍ଦେରୀ, ମଙ୍ଗଲଗିରି ଓ କଲମକରିର ଅଦ୍ଭୂତ ସ୍ପର୍ଶ ସହ ମଧ୍ୟପ୍ରଦେଶର ଚନ୍ଦେରୀ କାରିଗରି ଓ ପଶ୍ଚିମବଙ୍ଗର ମୁସ୍ଲିନ୍ ଆଦି ପ୍ରଦର୍ଶନୀରେ ଉପଲବ୍ଧ ହେଉଛି, ଯାହାକି ୨ ହଜାର ବର୍ଷ ଧରି ଭାରତୀୟ ବସ୍ତ୍ରଶିଳ୍ପକୁ ଏକ ସ୍ବତନ୍ତ୍ର ପରିଚୟ ଦେଇଆସିଛି ।
ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହେଲା ପକ୍ଷୀ ଗଣନା
ରାଜନଗର ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ଓ ବିଦାଶାଗତ ପକ୍ଷୀମାନଙ୍କର ଗଣନା ଆରମ୍ଭ ହୋଇଛି। ଏହି ଗଣନା ସକାଳ ସାଢେ ୫ଟାରୁ ଆରମ୍ଭ ହୋଇଛି। ଏନେଇ ପାଞ୍ଚଟି ରେଞରେ ୧୬ ଟିମ୍ ନିୟୋଜିତ ହୋଇଛନ୍ତି। ସେହିପରି ପ୍ରତିଟି ଟିମରେ ବନ ବିଭାଗ କର୍ମଚାରୀ , ପକ୍ଷୀ ବିଶାରଦ ରହିଛନ୍ତି। ଭିତରକନିକାର ରାଜନଗର, କନିକା, ଗହିରମଥା, କୁଜଙ୍ଗ ପ୍ରଭୃତି ରେଞରେ ଜଙ୍ଗଲ ଭିତରେ ଥତ୍ବା ଜଳାଶୟ ଓ ସମୁଦ୍ର ଭିତରେ ଥିବା ଟାପୁରେ ମଧ୍ୟ ଏହି ଗଣନା କରାଯିବ ବୋଲି ସୁଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧତ୍କାରୀ।
ଚଳିତ ବର୍ଷ ଚିଲିକାରେ ରେକର୍ଡ ସଂଖ୍ୟକ ପକ୍ଷୀ
ଚଳିତ ବର୍ଷ ଚିଲିକାକୁ ଆସିଛନ୍ତି ରେକର୍ଡ ସଂଖ୍ୟକ ପକ୍ଷୀ। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ୧ ଲକ୍ଷ ପକ୍ଷୀ ଆସିଥିବା ମଙ୍ଗଳବାର ହୋଇଥିବା ପକ୍ଷୀଗଣନା ରିପୋର୍ଟରୁ ଜଣାପଡ଼ିଛି। ଗତବର୍ଷ ଚିଲିକାକୁ ୧୧ ଲକ୍ଷ ପକ୍ଷୀ ଆସିଥିବା ବେଳେ ଚଳିତ ବର୍ଷ ଆସିଛ୍ନ୍ତି ୧୨ ଲକ୍ଷରୁ ଅଧିକ ବିଦେଶାଗତ ପକ୍ଷୀ। ଲଗାତାର ୨ ବର୍ଷ ଧରି ୧୦ ଲକ୍ଷରୁ ଅଧିକ ପକ୍ଷୀ ଆସୁଛନ୍ତି । ଚଳିତ ବର୍ଷ ଚିଲିକାକୁ ନୂଆ ଅତିଥି ପକ୍ଷୀ ଆସିଥିବା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି।
୧୯୦ ପ୍ରଜାତିର ମୋଟ ୧୨ ଲକ୍ଷ ୪୨ ହଜାର ୮୨୬ ପକ୍ଷୀ ଚିଲିକା ଆସିଛନ୍ତି। ସେଥିମଧ୍ୟରେ ୧୧୧ ପ୍ରଜାତିର ୧୨ ଲକ୍ଷ ୪ ହଜାର ୩୫୧ ବିଦେଶାଗତ ପକ୍ଷୀ ଥିବା ବେଳେ, ୭୯ ପ୍ରଜାତିର ୩୮ ହଜାର ୪୭୫ ଦେଶୀୟ ପକ୍ଷୀ ଚିଲିକା ଆସିଛନ୍ତି । ଯାହା ପୂର୍ବ ବର୍ଷ ଅପେକ୍ଷା ୧ ଲକ୍ଷ ୩୭ ହଜାର ୭୮୬ ଅଧିକ। ତେବେ ଏଥର ଅଧିକ ୬ ପ୍ରଜାତିର ପକ୍ଷୀ ଚିଲିକା ଆସିଛନ୍ତି। ଲଗାତାର ଭାବେ ଅତିଥି ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଚିଲିକା ପାଇଁ ଏହା ଏକ ଶୁଭ ଖବର। ଏସିଆ ମହାଦେଶର ବୃହତ୍ତମ ପକ୍ଷୀ ବିହାର ଚିଲିକା ନଳବଣରେ ପକ୍ଷୀ ଗଣନା ଆରମ୍ଭ ହୋଇଥିଲା। ଏଥିପାଇଁ ୨୧ଟି ଟିମ୍ ନିୟୋଜିତ ହୋଇଥିଲେ।
୧୧ରୁ ଖୋଲିବ ଉତ୍କଳ ବିଶ୍ୱବିଦ୍ୟାଳୟ: ହଷ୍ଟେଲ୍ ଅନ୍ତେବାସୀଙ୍କ ପାଇଁ କୋଭିଡ୍ ରିପୋର୍ଟ ବାଧ୍ୟତାମୂଳକ
ଆସନ୍ତା ୧୧ ତାରିଖ ଠାରୁ ଖୋଲିବାକୁ ଯାଉଛି ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ରାଜ୍ୟର ସମସ୍ତ କଲେଜ। ଏଥିସହ ବିଭିନ୍ନ ହଷ୍ଟେଲ୍ ମଧ୍ୟ ଖୋଲିବ। ତେବେ ଉତ୍କଳ ବିଶ୍ବବିଦ୍ୟାଳୟ ହଷ୍ଟେଲ୍ରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ତିନିଦିନ ତଳର କୋଭିଡ୍ ନେଗେଟିଭ ରିପୋର୍ଟ ଥିଲେ ହିଁ ଅନ୍ତେବାସୀଙ୍କୁ ହଷ୍ଟେଲ୍ରେ ରହିବାକୁ ଅନୁମତି ମିଳିବ ବୋଲି ବିଶ୍ବବିଦ୍ୟାଳୟ କୁଳପତି ସବିତା ଆଚାର୍ଯ୍ୟ ସୂଚନା ଦେଇଛନ୍ତି।
ଏସମ୍ପର୍କରେ ମଙ୍ଗଳବାର ଦିନ ପିଜି କାଉନ୍ସିଲ ସମ୍ମିଳନୀ ଗୃହରେ ବିଭାଗୀୟ ମୁଖ୍ୟ ଓ ହଷ୍ଟେଲ ସୁପରିଟେଣ୍ଡେଣ୍ଟ୍ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ କୁଳପତି କହିଛନ୍ତି ଯେ ଯେଉଁମାନଙ୍କ ପାଖରେ ଟେଷ୍ଟ ରିପୋର୍ଟ ନ ଥିବ ସେମାନଙ୍କ ଲାଗି କ୍ୟାମ୍ପସ୍ରେ ଏକ କୋଭିଡ ଟେଷ୍ଟ୍ କ୍ୟାମ୍ପ୍ ଖୋଲାଯିବ। ସେଠାରେ ମାଗଣାରେ ଟେଷ୍ଟ୍ କରାଯାଇ ଛଡ଼ାଯିବ। ପୂରା କ୍ୟାମ୍ପସକୁ ବିଶୋଧନ କରାଯିବ। କୋଭିଡ ନିୟମ ପାଳନ କରାଯାଇ ଶିକ୍ଷାଦାନ କରାଯିବ ବୋଲି ବିଶ୍ୱବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟ ସୂଚନା ଦେଇଛନ୍ତି।
ରାମଲିଙ୍ଗେଶ୍ୱର ଜଳାଶୟର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଲୋକାର୍ପିତ
ଅବ୍ୟବହୃତ ଏବଂ ଅସ୍ୱାସ୍ଥ୍ୟକର ପରିବେଶରେ ପଡ଼ି ରହିଥିବା ଏହି ଜଳାଶୟ ଆଜି ବ୍ରହ୍ମପୁରରେ ପର୍ଯ୍ୟଟକ ମାନଙ୍କର ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇପାରିଛି। ଚିତ୍ତାକର୍ଷକ ଆତସବାଜି, ଶିବ ତାଣ୍ଡବ ସ୍ତୋତ୍ରର ତାଳେ ତାଳେ ଲେଜର ଲାଇଟ୍ ଓ ଏକ ସଙ୍ଗୀତମୟ ପରିବେଶ ମଧ୍ୟରେ ବ୍ରହ୍ମପୁରର କେନ୍ଦ୍ର ସ୍ଥଳୀରେ ଅବସ୍ଥିତ ରାମଲିଙ୍ଗେଶ୍ୱର ଜଳାଶୟ ଓ ଉଦ୍ୟାନର ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ହୋଇଛି ଲୋକାର୍ପଣ ।
ସୂଚନାଯୋଗ୍ୟ, ୮ ଏକର ପରିମିତ ଜମିରେ ଥିବା ଏହି ପ୍ରାଚୀନ ଜଳାଶୟ ବ୍ରହ୍ମପୁରର ଏକ ପବିତ୍ର ପୁଷ୍କରିଣୀ ଭାବରେ ପ୍ରସିଦ୍ଧ। ସମୟକ୍ରମେ ଏହା ଅବ୍ୟବହୃତ ହୋଇପଡ଼ିଥିଲା। ୨୦୧୭ ମସିହାରେ ୧୨ କୋଟି ଟଙ୍କା ବ୍ୟୟରେ ଏହି ଜଳାଶୟର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହୋଇଥିଲା। ପୁଷ୍କରିଣୀର ମଧ୍ୟ ସ୍ଥଳରେ ଭଗବାନ ଶଙ୍କରଙ୍କର ୩୫ ଫୁଟ୍ ଉଚ୍ଚତା ବିଶିଷ୍ଟ ସୁଦୃଶ୍ୟ ପ୍ରତିମୂର୍ତ୍ତୀ ଶୋଭା ପାଉଥିବା ବେଳେ ଚତୁର୍ପାଶ୍ୱରେ ଉଦ୍ୟାନ ଏହାକୁ ଅଧିକ ଆକର୍ଷଣୀୟ କରି ଗଢ଼ିତୋଳିଛି।
ଚିଲିକାରେ ପକ୍ଷୀ ଗଣନା ଆରମ୍ଭ
ଆଜିଠାରୁ ଚିଲିକା ହଦ୍ରରେ ଆରମ୍ଭ ହୋଇଛି ପକ୍ଷୀ ଗଣନା। ମଙ୍ଗଳବାର ସକାଳୁ ଲୁଣା ହ୍ରଦ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ଗଣନା କରାଯାଉଛି। ଏହି ଆଧାରରେ ସକାଳ ୬ଟା ଠାରୁ ପକ୍ଷୀ ଗଣନା ଆରମ୍ଭ ହୋଇଛି। ଗଣନା କାର୍ଯ୍ୟରେ ବମ୍ବେ ନାଚୁରାଲ ହିଷ୍ଟ୍ରି ସୋସାଇଟି ଅଧିକାରୀ, କର୍ମକର୍ତ୍ତା, ବନ୍ୟପ୍ରାଣୀ ବିଭାଗର କର୍ମଚାରୀ, ପକ୍ଷୀ ବିଶାରଦ, ବନ୍ୟପ୍ରାଣୀ ଉପରେ କାମ କରୁଥିବା ସାମାଜିକ ସଂଗଠନର ଅଭିଜ୍ଞ ବ୍ୟକ୍ତିମାନେ ଯୋଗଦେଇ ପକ୍ଷୀ ଗଣନା କାର୍ଯ୍ୟ କରୁଛନ୍ତି।
ଗଣତି ଲାଗି ୨୧ଟି ଟିମ ଗଠନ କରାଯାଇଛି। ଏହି ଟିମରେ ପାଖାପାଖି ୧୧୧ ଜଣ ସଦସ୍ୟ ରହିଛନ୍ତି। ଚିଲିକାର ଟାଙ୍ଗୀ, ସାତପଡ଼ା, ନୂଆପଡା, ରମ୍ଭା, ବାଲୁଗାଁ, ରେଞ୍ଜରେ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ୨୧ ଟିମ୍ ମଧ୍ୟରୁ ୧୯ଟି ଟିମ୍ ଜଳଭାଗରେ ଏବଂ ୨ଟି ଟିମ୍ ସ୍ଥଳଭାଗରେ ଗଣନା କାର୍ଯ୍ୟ କରିବେ। ପକ୍ଷୀ ଗଣତି ନେଇ ଚିଲିକା ଡେଭଲପମେଣ୍ଟ ଅଥରିଟି ସିଡିଏ କାର୍ଯ୍ୟାଳୟରେ ଏ ନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏଥିରେ ସଦସ୍ୟ ମାନଙ୍କୁ ପକ୍ଷୀ ଗଣନା ବିଷୟରେ ସୂଚନା ଦିଆଯାଇଥିଲା।
ସୁରତରେ ‘ପ୍ରବାସୀ କେନ୍ଦ୍ର’ର ଉଦ୍ଘାଟନ କଲେ, ବଜ୍ର-କେ-୯ଟି ଟ୍ୟାଙ୍କ୍ ଚଳାଇଲେ ଧର୍ମେନ୍ଦ୍ର
ସୁରତ ଠାରେ ‘ପ୍ରବାସୀ କେନ୍ଦ୍ର’ର ଉଦ୍ଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗୁଜୁରାଟ ଗସ୍ତରେ ଥିବା ଧର୍ମେନ୍ଦ୍ର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ‘ପ୍ରବାସୀ କେନ୍ଦ୍ର’ର ଉଦ୍ଘାଟନ କରିଛନ୍ତି। ସବୁ ପ୍ରବାସୀ ଓଡ଼ିଆଙ୍କ ସମେତ ଲକ୍ଷାଧିକ ପ୍ରବାସୀଙ୍କୁ ସବୁ ପ୍ରକାରର ସହାୟତା ପ୍ରଦାନ କରିବା ସଙ୍ଗେସଙ୍ଗେ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ଉଠାଇବାରେ ମଧ୍ୟ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ଧର୍ମେନ୍ଦ୍ର ପ୍ରଧାନ ଗୁଜୁରାଟର ହାଜରା ଗସ୍ତ କରିବା ସହ ସେଠାରେ ଏଲ୍ ଆଣ୍ଡ ଟି ର ଉତ୍ପାଦନ ୟୁନିଟ୍ ପରିଦର୍ଶନ କରିଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ବଜ୍ର-କେ-୯ଟି ଟ୍ୟାଙ୍କ୍ ମଧ୍ୟ ଚଲାଇଥିଲେ। ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି, ମୋଦି ସରକାର ଦେଶରେ ପ୍ରତିରକ୍ଷା କୌଶଳକୁ ଅଭୁତପୂର୍ବ ପ୍ରୋତ୍ସାହନ ଦେଇଛନ୍ତି। ବଜ୍ର କେ-୯ ଟି ଟ୍ୟାଙ୍କ୍ ଏହାର ପ୍ରମାଣ ଦେଉଛି। ରାଷ୍ଟ୍ରୀୟ ଗୌରବର ଇନ୍ଧନ ଏବଂ ଆମର ସେନାଙ୍କ ବିରତ୍ବରେ ଆଗକୁ ବଢ଼ୁଥିବା ଏହି ଟ୍ୟାଙ୍କକୁ ଚଲାଇ ଅତ୍ୟନ୍ତ ଗୌରବାନ୍ୱିତ ଅନୁଭବ କରୁଛି ବୋଲି ଅଭିହତ କରିଥିଲେ।
ଧର୍ମେନ୍ଦ୍ର କହିଛନ୍ତି, ଭାରତ ସରକାର ଦେଶରେ ପ୍ରବାସୀଙ୍କ ଜୀବନଜୀବିକାକୁ ଗୁରୁତ୍ବ ଦେବା ସହ ସେମାନଙ୍କ ଉନ୍ନତି ପାଇଁ ବଦ୍ଧପରିକର।
ନାଲ୍କୋ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି
ଅନୁଗୁଳ ଜିଲାରେ ଥିବା ନାଲ୍କୋ (ନ୍ୟାସନାଲ ଆଲୁମିନିୟମ କମ୍ପାନୀ)ର ଉତ୍ପାଦନ କ୍ଷମତା ବାର୍ଷିକ ୦.୪୬ ନିୟୁତ ଟନ୍ରୁ ୧ ନିୟୁତ ଟନକୁ ବୃଦ୍ଧି କରିବା ଲାଗି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରସ୍ତାବ ଦେଇଛନ୍ତି। ଏନେଇ ଧର୍ମେନ୍ଦ୍ର କେନ୍ଦ୍ର ଖଣି, କୋଇଲା ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ସହିତ ଆଲୋଚନା କରିବା ପରେ ଏ ସମ୍ବନ୍ଧରେ ତାଙ୍କୁ ଚିଠି ଲେଖିଛନ୍ତି। ସେହିପରି ଅନୁଗୁଳ ଜିଲାର ବ୍ରାଉନଫିଲ୍ଡ ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ଫିଡର କ୍ୟାପଟିଭ୍ ପାୱାର ପ୍ଲାଣ୍ଟ ଆରମ୍ଭ କରିବାକୁ ମଧ୍ୟ ଧର୍ମେନ୍ଦ୍ର ଚିଠିରେ ପ୍ରସ୍ତାବ ଦେଇଛନ୍ତି।
ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ନାଲ୍କୋ ଏହାର ଉତ୍ପାଦନ କ୍ଷମତା ବାର୍ଷିକ ୧ ନିୟୁତ ଟନ୍କୁ ବୃଦ୍ଧି କରିବା ପାଇଁ ଅନୁଗୁଳ ଜିଲାରେ ଆଲୁମିନିୟମ ସ୍ମେଲଟର ପ୍ଲାଣ୍ଟ ଲାଗି ବ୍ରାଉନଫିଲ୍ଡ ସମ୍ପ୍ରସାରଣ ପ୍ରକଳ୍ପ ଆରମ୍ଭ କରୁଛି। ଏହି ପ୍ରକଳ୍ପରେ ୧୪୦୦ ମେଗାୱାଟ ଫିଡର କ୍ୟାପଟିଭ୍ ପାୱାର ପ୍ଲାଣ୍ଟ ନିର୍ମାଣ ଅନ୍ତର୍ଭୁକ୍ତ ରହିଛି। ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ ୨୨ ହଜାର କୋଟି ଟଙ୍କା ଥିବାବେଳେ ଏହା ବର୍ତ୍ତମାନ ଜମି ଅଧିଗ୍ରହଣ ପର୍ଯ୍ୟାୟରେ ରହିଛି।
ପାରାଦୀପ ଏମ୍ଇଜି ପ୍ରକଳ୍ପ ପାଇଁ ଉପକରଣର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଗୁଜୁରାଟର ହାଜରା ଠାରୁ ଇଣ୍ଡିଆନ୍ ଅଏଲ୍ର ବୃହତ ଏମ୍ଇଜି(ମୋନୋ ଏଥିଲିନ୍ ଗ୍ଲାଇକୋଲ୍) ପ୍ଲାଣ୍ଟ୍ ପାଇଁ ପାରାଦୀପ ପର୍ଯ୍ୟନ୍ତ ଜାହାଜ ଯୋଗେ ଗୁରୁତ୍ୱପୂର୍ଣ୍ଣ ଉପକରଣ (କ୍ରିଟିକାଲ୍ ଇକ୍ୟୁଇପ୍ମେଣ୍ଟ୍) ଯଥା ଏଥିଲିନ୍ ଅକ୍ସାଇଡ୍ ରିଆକ୍ଟର, ୱାଶୱାର୍ ଏବଂ ଡିଥାଇଲେନାଇଜର ପଠାଇବାର ଫ୍ଲାଗ୍ ଅଫ୍ କରିଛନ୍ତି। ଏହି ସାମଗ୍ରୀର ଯୋଗାଣ ସହିତ ପାରାଦୀପ ଏମଇଜି ପ୍ରକଳ୍ପ ଏହାର କାର୍ଯ୍ୟକ୍ଷମ ହେବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବ ତଥା ଓଡ଼ିଶା ଏବଂ ଏହାର ପଡ଼ୋଶୀ ରାଜ୍ୟଗୁଡିକର ଆର୍ଥିକ ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।
ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି, ଟେକ୍ସଟାଇଲ, ଗାର୍ମେଣ୍ଟସ୍ ଏବଂ ପ୍ୟାକେଜିଂ ଶିଳ୍ପ ଗୁଡ଼ିକ ଏମ୍ଇଜି ଚାହିଦାକୁ ଆଗକୁ ନେଇଥାଏ ଏବଂ ଭାରତ ହେଉଛି ଏମ୍ଇଜି ନେଟର ଆମଦାନୀକାରୀ। ପାରାଦୀପରେ ଇଣ୍ଡିଆନ୍ ଅଏଲ୍ର ଆଗାମୀ ଏମଇଜି ପ୍ଲାଣ୍ଟରୁ ସମ୍ପୂର୍ଣ୍ଣ ଉତ୍ପାଦନ ଘରୋଇ ଭାବରେ ଖର୍ଚ୍ଚ ହେବ ବୋଲି ଆଶା କରାଯାଉଛି। ପାରାଦୀପ କାରଖାନା ମଧ୍ୟ ଓଡ଼ିଶାର ଭଦ୍ରକ ଏବଂ ଧାମରା ଠାରେ ପ୍ରସ୍ତାବିତ ଟେକ୍ସଟାଇଲ୍ ପାର୍କ ପାଇଁ ସମ୍ପୂର୍ଣ୍ଣ ଏମ୍ଇଜି ଆବଶ୍ୟକତାକୁ ପୂରଣ କରିବ।
ଶ୍ରୀଜଗନ୍ନାଥ ସୋସାଇଟି ଏବଂ ଆଲେସବରୀ ହିନ୍ଦୁ ଟ୍ରଷ୍ଟ ପକ୍ଷରୁ ଗୀତା ଜୟନ୍ତୀ ପାଳିତ
ଶ୍ରୀମଦ୍ ଭଗବତ୍ ଗୀତା ଜୟନ୍ତୀ ଅବସରରେ, ଶ୍ରୀଜଗନ୍ନାଥ ସୋସାଇଟି ୟୁକେ ଏବଂ ବ୍ରିଟେନସ୍ଥିତ ଆଲେସବରୀ ହିନ୍ଦୁ ମନ୍ଦିର ଟ୍ରଷ୍ଟ୍ ପକ୍ଷରୁ ଭର୍ଚୁଆଲ୍ ପ୍ଲାଟ୍ଫର୍ମରେ ଏକ ଆଧ୍ୟାତ୍ମିକ ସମାରୋହ ଆୟୋଜିତ ହୋଇଯାଇଛି। କୋଭିଡ-୧୯ ବିଶ୍ୱ ମହାମାରୀ କାରଣରୁ ବ୍ରିଟେନ୍ରେ ଜାରି ହୋଇଥିବା କୋଭିଡ୍ ନିମାବଳୀକୁ ମାନି ବ୍ରିଟେନ୍ର ବିଭିନ୍ନ ସ୍ଥାନରୁ ସଂଖ୍ୟାଧିକ ଭକ୍ତ ଏକତିତ୍ର ହୋଇ ଅନ୍ଲାଇନ୍ରେ ଭଗବଦ୍ ଗୀତାର ୫୧୫୭ ତମ ଜନ୍ମବାର୍ଷିକୀ ପାଳନରେ ଯୋଗ ଦେଇଥିଲେ। ଭକ୍ତମାନଙ୍କ ଦ୍ୱାରା ପରିବେଷିତ ସୁଲଳିତ ଭଜନ ମାଧ୍ୟମରେ କାର୍ଯ୍ୟକ୍ରମର ଅୟମାରମ୍ଭ ହୋଇଥିଲା। ସାଧାରଣ ସମ୍ପାଦକ ଶ୍ରୀଜଗନ୍ନାଥ ସୋସାଇଟିର ଡଃ ପ୍ରକାଶ ଦେ ଏବଂ ହିନ୍ଦୁ ମିନ୍ଦିର ଟ୍ରଷ୍ଟ୍ ପକ୍ଷରୁ ସମାରୋହକୁ ଭକ୍ତମାନଙ୍କୁ ସ୍ବାଗତ କରାଯାଇଥିବା ବେଳେ ହୃଷୀକେଶ ଏବଂ ସୁଦୀପ୍ତ ପାଣିଗ୍ରାହୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ବ୍ରିଟେନ୍ସ୍ଥିତ ହିନ୍ଦୁ ସମ୍ପ୍ରଦାୟର ଦିଗନ୍ତ ନେତା ତଥା ବ୍ରିଟେନ୍ର ଇଂରାଜୀ ଭାଷା ସମ୍ବଳିତ ସମ୍ପାଦପତ୍ର ‘ଏସିଆନ୍ ଭଏସ୍’ର ସମ୍ପାଦକ ସି ବି ପଟେଲ ଭଗବଦ୍ ଗୀତାର ତିନୋଟି ମୁଖ୍ୟ ବିଷୟବସ୍ତୁ ଉପରେ ପ୍ରାଧାନ୍ୟ ଦେଇଥିଲେ
୧୧ରୁ ଖୋଲିବ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ
ଆସନ୍ତା ୧୧ତାରିଖରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବ ବୋଲି ଜଣାଯାଇଛି। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶେଷ ସେମିଷ୍ଟର ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବ ବୋଲି ଏଥିରେ କୁହାଯାଇଛି। ରାଜ୍ୟରେ କୋଭିଡ୍ -୧୯ ସ୍ଥିତିରେ ଉନ୍ନତି ଓ ପାଠପଢ଼ାରେ କ୍ଷତି ବିଷୟକୁ ବିଚାର କରି ଏହି ନିଷ୍ପତ୍ତି ନିଆଯାଇଛି। ୟୁଜିସିର ନିର୍ଦେଶାବଳୀକୁ ଆଧାର କରି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବ ବୋଲି ସୂଚନା ଦିଆଯାଇଛି।
ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଆହୁରି କୁହାଯାଇଛି ଯେ ଜାନୁଆରୀ ୧୧ରୁ ମାର୍ଚ୍ଚ ୧୫ ତାରିଖ ଯାଏ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ପାଠପଢା ଚାଲିବ। ଏଣେ ମାର୍ଚ୍ଚ ୧୬ରୁ ୩୧ ତାରିଖ ଯାଏ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ସେମିଷ୍ଟର ପରୀକ୍ଷା ହେବ। ଆଗାମୀ ଏପ୍ରିଲ ୩୦ ତାରିଖରେ ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶ ପାଇବ। ଫାଇନାଲ ସେମିଷ୍ଟର ପାଇଁ ଏପ୍ରିଲ ୨ରୁ ଜୁନ ୧୫ ତାରିଖ ଯାଏ ଶିକ୍ଷାଦାନ କରାଯିବ। ଠିକ୍ ସେହିପରି ଜୁନ ୧୬ରୁ ୩୧ତାରିଖ ଯାଏ ଫାଇନାଲ ସେମିଷ୍ଟର ପରୀକ୍ଷା ଚାଲିବ।
ରାଜ୍ୟରେ ସ୍କୁଲ୍ ଖୋଲିବା ନେଇ ଜାରି ହେଲା ଗାଇଡ୍ଲାଇନ୍
ଆସନ୍ତା ୮ ତାରିଖରୁ ସ୍କୁଲ୍ ଖୋଲିବା ନେଇ ଘୋଷଣା ହୋଇଥିବା ବେଳେ ଜାରି ହେଇଛି। କେବଳ କଣ୍ଟେନ୍ମେଣ୍ଟ୍ ଜୋନ୍ ବାହାରେ ଥିବା ସ୍କୁଲ୍ ହିଁ ଖୋଲିପାରିବ। କଣ୍ଟେନ୍ମେଣ୍ଟ୍ ଜୋନ୍ରେ ଥିବା କୌଣସି ଶିକ୍ଷକ କିମ୍ବା ଛାତ୍ରଛାତ୍ରୀ ସ୍କୁଲ୍ ଆସିବେ ନାହିଁ। ସ୍କୁଲ୍ ଖୋଲିବା ପୂର୍ବରୁ ଆସବାବପତ୍ର, ଲାଇବ୍ରେରୀ ଇତ୍ୟାଦି ସାନିଟାଇଜ୍ ହେବ। ପାଇଖାନା ଓ ପାନୀୟ ଜଳ ବ୍ୟବସ୍ଥା ନ ଥିବା ସ୍କୁଲ୍ ଖୋଲା ଯିବନି। କୌଣସି ହଷ୍ଟେଲ୍ ବି ଖୋଲିପାରିବନି ବୋଲି ସରକାର କହିଛନ୍ତି।ଜାରି ହୋଇଥିବା ଗାଇଡ୍ଲାଇନ୍ ଅନୁସାରେ ଅନ୍ଲାଇନ୍ରେ ପଢ଼ିବାକୁ ଚାହିଁଲେ ଛାତ୍ରଛାତ୍ରୀଙ୍କୁ ଅନୁମତି ଦିଆଯିବ। ସ୍କୁଲ୍ ଖୋଲିଲେ ମଧ୍ୟ ପୂର୍ବ ଭଳି ଅନଲାଇନ୍ କ୍ଲାସ୍ ଜାରି ରହିବ। କୌଣସି ପିଲାଙ୍କୁ ସ୍କୁଲ୍କୁ ଆସିବାକୁ ବାଧ୍ୟ କରାଯାଇ ପାରିବନାହିଁ। କେବଳ ଅଭିଭାବକ ଏବଂ ପିଲା ରାଜିଥିଲେ ସ୍କୁଲ୍ ଆସିପାରିବେ। ଉପସ୍ଥାନ ହାରକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ ନାହିଁ।ଶ୍ରୀଜଗନ୍ନାଥଙ୍କୁ ୨୧ କେଜି ରୁପା ଦାନ କଲେ ଭକ୍ତ
ବିଭିନ୍ନ ସମୟରେ ବହୁ ଭକ୍ତ ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଟଙ୍କା, ସୁନା ଓ ରୁପା ଅଳଙ୍କାର ଦାନ କରନ୍ତି। ଏହି ପରମ୍ପରାରେ ଭୁବନେଶ୍ବରର ଭକ୍ତ ଶିବପ୍ରସାଦ ପଣ୍ଡା ରବିବାର ମହାପ୍ରଭୁଙ୍କୁ ୨୧ କେଜି ରୁପା ଦାନ କରିଛନ୍ତି। ଶିବପ୍ରସାଦ ସପରିବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କୁ ଏହି ରୁପା ହସ୍ତାନ୍ତର କରିଛନ୍ତି।
ସୂଚନା ଅନୁସାରେ, ରତ୍ନ ସିଂହାସନରେ ଚତୁର୍ଦ୍ଧା ବିଗ୍ରହଙ୍କ ସହ ଅଧିଷ୍ଠିତ ଭୂଦେବୀ, ଶ୍ରୀଦେବୀ ଓ ଦକ୍ଷିଣୀ ଘରେ ବିଜେ ମଦନମୋହନଙ୍କ ନୂତନ ପ୍ରଭା ନିର୍ମାଣ ପାଇଁ ଶିବପ୍ରସାଦ ଏହି ରୁପା ଦାନ କରିଛନ୍ତି। ସୂଚନାଯୋଗ୍ୟ, ମଦନମୋହନ, ଭୂଦେବୀ, ଶ୍ରୀଦେବୀ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଅଟନ୍ତି। ବିଭିନ୍ନ ଯାନିଯାତ୍ରା ସମୟରେ ଏହି ଚଳନ୍ତି ବିଗ୍ରହଙ୍କ ଦ୍ବାରା ନୀତିକାନ୍ତି ସମ୍ପନ୍ନ ହୋଇଥାଏ।
ରାଜଭବନରେ ଶପଥ ନେଲେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଡକ୍ଟର ଏସ୍ ମୁରଲୀଧର
ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଡକ୍ଟର ଏସ୍ ମୁରଲୀଧର ସୋମବାର ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜଷ୍ଟିସ୍ ମୁରଲୀଧରଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଶପଥ ଉତ୍ସବରେ ଆଇନ ମନ୍ତ୍ରୀ, ବିରେଧୀ ଦଳର ନେତା, ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦ୍ଦଶକ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟ କଲିଜିୟମ୍ ଡିସେମ୍ବର ୧୪ ତାରିଖରେ ଜଷ୍ଟିସ ମୁରଲୀଧର, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ମହମ୍ମଦ ରଫିକ୍ଙ୍କ ସମେତ ୪ ମୁଖ୍ୟ ବିଚାରପତି ଓ ୫ ଜଣ ବିଚାରପତିଙ୍କ ବଦଳି ଏବଂ ନିଯୁକ୍ତି ନେଇ ସୁପାରିସ କରିଥିଲେ। ଏ ସଂକ୍ରାନ୍ତ ବିଜ୍ଞପ୍ତି ୧୬ତାରିଖରେ ପ୍ରକାଶ ପାଇଥିଲା।
ପଶ୍ଚିମ ଓଡ଼ିଶା ଆର୍ଥିକ ବିକାଶର ପେଣ୍ଠସ୍ଥଳୀ ହେବ ସମ୍ବଲପୁର ଆଇଆଇଏମ୍: ଧର୍ମେନ୍ଦ୍ର
ଶନିବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ସମ୍ୱଲପୁର ଉପକଣ୍ଠ ବସନ୍ତପୁର ଠାରେ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍ (ଆଇଆଇଏମ୍)ର ସ୍ଥାୟୀ କ୍ୟାମ୍ପସ୍ର ଶିଳାନ୍ୟାସ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମଲି୍ ହୋଇଥିବା ବେଳେ ଯୋଡ଼ି ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି, ଗତ ୫ ବର୍ଷ ତଳେ ତତ୍କାଳୀନ ଅର୍ଥମନ୍ତ୍ରୀ ସ୍ୱର୍ଗୀୟ ଅରୁଣ ଜେଟ୍ଲୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନୁମୋଦନ କ୍ରମେ ବଜେଟ୍ରେ ଓଡ଼ିଶାରେ ଏହି ଅନୁଷ୍ଠାନ ପ୍ରତିଷ୍ଠା କରିବାର ଘୋଷଣା କରିଥିଲେ। ସମ୍ବଲପୁରର ସୁଯୋଗ୍ୟ ସନ୍ତାନ ତଥା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ ମିଶ୍ରଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଫଳରେ ଆଜି ଏହା ସମ୍ଭବ ହୋଇପାରିଛି।
ଆଇଆଇଏମ୍ ସମ୍ବଲପୁର ପଶ୍ଚିମ ଓଡ଼ିଶା ଆର୍ଥିକ ବିକାଶର ପେଣ୍ଠସ୍ଥଳି ହେବାର ସମ୍ଭାବନା ରଖୁଛି ବୋଲି ସେ କହିଛନ୍ତି। ସମ୍ବଲପୁର ଉପକଣ୍ଠ ବସନ୍ତପୁରରେ ନିର୍ମାଣ ହେବାକୁ ଥିବା ଏହି କ୍ୟାମ୍ପସର ଶିଳାନ୍ୟାସ ହେବା ଅବସରରେ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଧର୍ମେନ୍ଦ୍ର।
ସମ୍ୱଲପୁର ଆଇଆଇଏମ୍ର ସ୍ଥାୟୀ କ୍ୟାମ୍ପସ୍ର ଶିଳାନ୍ୟାସ୍ କଲେ ପ୍ରଧାନମନ୍ତ୍ରୀ
ସମ୍ୱଲପୁର ଉପକଣ୍ଠ ବସନ୍ତପୁର ଠାରେ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍ (ଆଇଆଇଏମ୍)ର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ୍ ହୋଇଛି। ଭର୍ଚୁଆଲ୍ ମୋଡ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶିଳାନ୍ୟାସ୍ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, କୋଭିଡ୍ ସଙ୍କଟ ସତ୍ତ୍ବେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ମିଳିଛି, ଗତବର୍ଷ ତୁଳନାରେ ଅନେକ କ୍ଷେତ୍ରରେ ସଫଳତା ମିଳିଛି, ମ୍ୟାନେଜମେଣ୍ଟ୍ କ୍ଷେତ୍ରରେ ଓଡ଼ିଶା ନୂଆ ପରିଚୟ ହେବାକୁ ଯାଉଛି। ଆଇଆଇଏମ୍ କ୍ୟାମ୍ପସ୍ ଶିଳାନ୍ୟାସ ସହିତ ଓଡ଼ିଶା ଯୁବଶକ୍ତିକୁ ଦୃଢତା ଦେଉଥିବା ନୂଆ ଶିଳା ରଖାଯାଇଛି।
ଆଇଆଇଏମ୍ର ଏହି ସ୍ଥାୟୀ କ୍ୟାମ୍ପସ୍ ଓଡ଼ିଶାର ମହାନ ସଂସ୍କୃତି ଓ ସମ୍ୱଳକୁ ଚିହ୍ନଟ କରିବା ସହିତ ରାଜ୍ୟକୁ ମ୍ୟାନେଜମେଣ୍ଟ୍ ଜଗତରେ ନୂଆ ପରିଚୟ ଦେବ। ସାରା ବିଶ୍ବରେ ସମ୍ବଲପୁର ଟେକ୍ସଟାଇଲ୍ର ସ୍ବତନ୍ତ୍ର ସ୍ଥାନ ରହିଛି, ସମୟ ସହ ନୁହେଁ ସମୟ ପୂର୍ବରୁ କାମ ସାରିବାକୁ ପଡ଼ିବ, ଆଜି ଟେକ୍ନୋଲୋଜି ଭୌଗୋଳିକ ସମସ୍ୟାକୁ ଦୂର କରିଛି, ସର୍ଟ୍ ଟର୍ମ ନୁହେଁ, ବିକାଶ ପାଇଁ ଲଙ୍ଗ୍ ଟର୍ମ ପଲିସି ଆବଶ୍ୟକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।
ଆସନ୍ତାକାଲିଠାରୁ ଶ୍ରୀମନ୍ଦିର ସମେତ ଅନ୍ୟ କେତେକ ମନ୍ଦିରରେ ସର୍ବସାଧାରଣ ଦର୍ଶନ
କୋରୋନା ମହାମାରୀ ପାଇଁ ଦୀର୍ଘ ୯ ମାସ ଧରି ରାଜ୍ୟର ସମସ୍ତ ମନ୍ଦିର ବନ୍ଦ ରହିବା ପରେ ଗତ ୨୩ ତାରିଖଠାରୁ ଖୋଲିଥିଲା ଶ୍ରୀମନ୍ଦିର। ପ୍ରଥମେ ଦୁଇ ଦିନ ସେବାୟତଙ୍କ ପରିବାର ଓ ପରେ ପୁରୀ ସହରବାସିନ୍ଦାଙ୍କୁ କାଳିଆ ଦର୍ଶନ ପାଇଁ ସୁଯୋଗ ମିଳିଥିବା ବେଳେ ନୂଆବର୍ଷର ଭିଡ଼କୁ ଦୃଷ୍ଟିରେ ରଖି ଗତକାଲି ଭଳି ଆଜି ମଧ୍ୟ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଛି। ଏହାପରେ ଆସନ୍ତାକାଲିଠାରୁ ପୁଣି ଶ୍ରୀମନ୍ଦିର ଖୋଲିବା ପରେ କାଳିଆର ଦର୍ଶନର ସୌଭାଗ୍ୟ ପାଇବେ ସାଧାରଣ ଭକ୍ତ। ବାହାର ଜିଲ୍ଲାର ଭକ୍ତମାନେ ଆସି ଜଗା ଦର୍ଶନ କରିପାରିବେ। ଏଥିସହ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ସମେତ ରାଜ୍ୟର ଅନ୍ୟ କେତେକ ପ୍ରମୁଖ ମନ୍ଦିର ମଧ୍ୟ ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ଯାଉଛି।
ମିଳିଥିବା ସୂଚନା ଅନୁସାରେ ଶ୍ରୀମନ୍ଦିରରେ ଦିନକୁ ୧୫ରୁ ୧୭ ହଜାର ଭକ୍ତ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ। ଏହା ପୂର୍ବରୁ ୫ ହଜାର ଭକ୍ତ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଅନୁମତି ଦେଇଥିବା ମନ୍ଦିର ପ୍ରଶାସନ। ପୁଣି ଏହି ନିୟମରେ ପରିବର୍ତ୍ତନ କରାଯାଇଛି। ସେବାୟତ ଓ ପୁରୀବାସୀଙ୍କ ଦର୍ଶନ ଅନୁଭୂତି ପରେ ପ୍ରଶାସନ ସାଧାରଣ ଦର୍ଶନ ବ୍ୟବସ୍ଥାକୁ ବଦଳାଇଛି।
ଦିଲ୍ଲୀ ପରେଡ୍ରେ କଳାହାଣ୍ଡିର ଲୋକନୃତ୍ୟ ‘ବଜାସାଲ’
ଏଥର ସାରା ଦେଶ ଦେଖିବ କଳାହାଣ୍ଡି ଜିଲ୍ଲାର ବଜାସାଲ ଲୋକନୃତ୍ୟ । ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀ ସ୍ଥିତ ରାଜପଥ ଜାତୀୟ ପରେଡ଼ରେ କଳାହାଣ୍ଡି ଜିଲ୍ଲାର ସାଂସ୍କୃତିକ ଅନୁଷ୍ଠାନ‘ପ୍ରତିଭା’ର ବଜାସାଲ ନୃତ୍ୟଦଳ ଭାଗ ନେବା ପାଇଁ ମନୋନୀତ ହୋଇଛି ।
କେନ୍ଦ୍ର ସଂସ୍କୃତି ବିଭାଗ ଅଧୀନ ‘କୋଲକତା ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର’ ଦ୍ୱାରା ପୂର୍ବ ଭାରତର ଏକମାତ୍ର ଦଳ ଭାବେ ଏହି ଅନୁଷ୍ଠାନ କାର୍ଯ୍ୟକ୍ରମରେ ଯୋଗ ଦେବ । ପ୍ରତିରକ୍ଷା ମନ୍ତ୍ରାଣାଳୟ ତତ୍ତ୍ୱାବଧାନରେ କଳାକାର ମାନେ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଚୂଡାନ୍ତ ହାଇଛି । ଏଥିପାଇଁ ଆସନ୍ତା ୩ ତାରିଖରେ ୮୦ ଜଣିଆ ନୃତ୍ୟଦଳ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ଭବାନୀପାଟଣା ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ଏବେ ଏହି କଳାକାରମାନେ ଅଭ୍ୟାସ ଜାରି ରଖିଛନ୍ତି ।
ଏଣିକି ମିସଡ୍ କଲ୍ରେ ଗ୍ୟାସ୍ ବୁକିଂ ସହ ନୂଆ ସଂଯୋଗ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ୍ ଇଣ୍ଡିଆର ଉପହାର ସ୍ବରୂପ ଆଜିଠାରୁ ଆହୁରି ସହଜ ହୋଇଛି ଗ୍ୟାସ୍ ବୁକିଂ ଓ ନୂଆ ସଂଯୋଗ। ଏଣିକି ମିସଡ୍ କଲ୍ କଲେ ଗ୍ୟାସ୍ ବୁକିଂ ସହ ନୂଆ ସଂଯୋଗ ମିଳିପାରିବ। କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ବରରେ ଏହି ନୂଆ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଶୁକ୍ରବାର ଭୁବନେଶ୍ୱରରେ ଇଣ୍ଡିଆନ୍ ଅଏଲ୍ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ସମେତ ସମଗ୍ର ଦେଶରେ ଇଣ୍ଡିଆନ୍ ଅଏଲ୍ର ଉପଭୋକ୍ତାଙ୍କ ପାଇଁ ରନ୍ଧନ ଗ୍ୟାସ୍ ରିଫିଲ ବୁକିଂ ଏବଂ କେବଳ ଭୁବନେଶ୍ୱରରେ ନୂତନ ଗ୍ୟାସ୍ ସଂଯୋଗର ପଞ୍ଜୀକରଣ ନିମନ୍ତେ ମିସଡ୍ କଲ୍ ସୁବିଧାର ଶୁଭାରମ୍ଭ କରିଛନ୍ତି। ଏହି ସୁବିଧା ଉପଲବ୍ଧ ଫଳରେ ଇଣ୍ଡିଆନ୍ ଅଏଲ୍ର ଉପଭୋକ୍ତାମାନେ ଏଣିକି ମୋବାଇଲ ଫୋନରୁ ୮୪୫୪୯୫୫୫୫୫ ନମ୍ବରରେ ଗୋଟିଏ ମିସଡ୍ କଲ୍ ଦେଲେ ଘରେ ଗ୍ୟାସ୍ ପହଞ୍ଚିଯିବ ଓ ନୂଆ ଗ୍ୟାସ୍ ସଂଯୋଗ ପାଇଁ ପଞ୍ଜୀକରଣ ହୋଇପାରିବ ଧର୍ମେନ୍ଦ୍ର କହିଛନ୍ତି।
ଜଷ୍ଟିସ୍ ଏସ୍ ମୂରଲୀଧର ହେଲେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି
ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବ ଜଷ୍ଟିସ୍ ଏସ୍.ମୂରଲୀଧର। ଏସ୍. ମୂରଲିଧରଙ୍କୁ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପୂର୍ବରୁ ସୁପ୍ରିମ୍କୋର୍ଟ କଲେଜିୟମ୍ ତାଙ୍କ ନାଁ ସୁପାରିସ୍ କରିଥିଲା। ଏହାପରେ ତାଙ୍କ ନିଯୁକ୍ତିକୁ ମଞ୍ଜୁରୀ ମିଳିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।
୫୯ ବର୍ଷୀୟ ଏସ୍ ମୂରଲୀଧର ଦିଲ୍ଲୀ ବିଶ୍ୱ ବିଦ୍ୟାଳୟ, ମାଦ୍ରାସ ବିଶ୍ୱ ବିଦ୍ୟାଳୟ ଏବଂ ମହାରାଜ ନାଗପୁର ବିଶ୍ୱ ବିଦ୍ୟାଳୟରେ ଅଧ୍ୟୟନ ଶେଷ କରିଛନ୍ତି। ୧୯୮୪ରେ ଚେନ୍ନାଇରୁ ଓକିଲାତି ଆରମ୍ଭ କରିଥିଲେ। ୨୦୦୬ରେ ମୁରଲିଧର ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ ଅବସ୍ଥାପିତ ହୋଇଥିଲେ। ଦେଶର ନ୍ୟାୟିକ ବ୍ୟବସ୍ଥା ଉପରେ ଅଭିଜ୍ଞତା ରଖିଥିବା ଜଷ୍ଟିସ୍ ମୂରଲୀଧର ଏବେ ଓଡ଼ିଶା ହାଉକୋର୍ଟର ମୁଖ୍ୟ ଭାବେ କାର୍ଯ୍ୟ କରିବାକୁ ଯାଉଛନ୍ତି।ଓବିସି ଓ ଏସ୍ଇବିସିଙ୍କୁ ସଂରକ୍ଷଣ ଦେବାକୁ ନେଇ ଚିଠି ଲେଖିଲେ ଧର୍ମେନ୍ଦ୍ର
ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି)ଙ୍କୁ ଚାକିରି କ୍ଷେତ୍ରରେ ଓ ସାମାଜିକ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ (ଏସ୍ଇବିସି) ବର୍ଗଙ୍କୁ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ଦେବା ପାଇଁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟ ସରକାର ସରକାରୀ ହାଇସ୍କୁଲ୍ରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂ ଭଳି ଉଚ୍ଚଶିକ୍ଷାରେ ସ୍ଥାନ ସଂରକ୍ଷଣ କରିବାକୁ ପ୍ରସ୍ତାବିତ ସଙ୍କଳ୍ପ ପ୍ରସ୍ତାବ କ୍ୟାବିନେଟ୍ରେ ପାରିତ କରିବା ପରେ ଧର୍ମେନ୍ଦ୍ର ଅନୁରୋଧ କରି ଓବିସି ଓ ଏସ୍ଇବିସିଙ୍କୁ ସଂଣକ୍ଷଣ ଦେବା ଦାବିକୁ ଦୋହରାଇଛନ୍ତି। ଏଥିସହ ଧର୍ମେନ୍ଦ୍ର ମଧ୍ୟ ପୂର୍ବରୁ ଲେଖିଥିବା ଚିଠି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି।
ଧର୍ମେନ୍ଦ୍ର ଚିଠିରେ ଲେଖିଛନ୍ତି, ତାଙ୍କର ଅନୁରୋଧ କ୍ରମେ ରାଜ୍ୟ ସରକାର ୧୨ ଫେବ୍ରୁଆରୀ ୨୦୨୦ରେ ପଛୁଆବର୍ଗ କମିଶନ ଗଠନ କରିଛନ୍ତି। ମାତ୍ର ଏହି ଆୟୋଗର ରିପୋର୍ଟ ଏପର୍ଯ୍ୟନ୍ତ ଦାଖଲ ହୋଇ ନ ଥିବା ବେଳେ ଓବିସି ବର୍ଗ ପାଇଁ ସଂରକ୍ଷଣର ଅନୁରୋଧ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ତେବେ ଓଡ଼ିଶା ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟର ଓବିସି ଏବଂ ଏସ୍ଇବିସି ଜନସଂଖ୍ୟା ସପକ୍ଷରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ପାଇଁ ଯୁକ୍ତିକୁ ଦୋହରାଇଛନ୍ତି ଧର୍ମେନ୍ଦ୍ର।
ଅବସର ନେଲେ ଅସିତ୍ ତ୍ରିପାଠୀ
ମୁଖ୍ୟ ଶାସନ ସଚିବ ତଥା ବରିଷ୍ଠ ଆଇଏଏସ୍ ଅଧିକାରୀ ଅସିତ୍ ତ୍ରିପାଠୀ ଗୁରୁବାର ଦିନ କାର୍ଯ୍ୟରୁ ଅବସର ନେଇଛନ୍ତି। ୧୯ ଅଗଷ୍ଟ ୨୦୧୯ରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ୧୯୮୬ ବ୍ୟାଚ୍ର ବରିଷ୍ଠ ଆଇଏଏସ୍ ଅସିତ ତ୍ରିପାଠୀ। ମୁଖ୍ୟ ସଚିବ ଭାବେ ନିଜ କାର୍ଯ୍ୟ ଦିବସର ଶେଷ ଦିନରେ ସେ ସମସ୍ତ ସଚିବମାନଙ୍କୁ ଭେଟିବା ସହ ସେମାନଙ୍କ ସହ ନିଜର ଅନୁଭୂତି ବି ବଖାଣିଛନ୍ତି। ଆସନ୍ତାକାଲି ସୁରେଶ ଚନ୍ଦ୍ର ମହାପାତ୍ର ନୂତନ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ। ଏଥିସହ ଅସିତ୍ ତ୍ରିପାଠୀ ମଧ୍ୟ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିବେ।
ଅସିତ୍ ତ୍ରିପାଠୀ ମୁଖ୍ୟ ଶାସନ ସଚିବ ଦାୟିତ୍ବରେ ଥିବା ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସବୁବେଳେ ନିଜ କାର୍ଯ୍ୟ ଉପରେ ବିଶ୍ବାସ ରଖୁଥିବା ତ୍ରୀପାଠୀ ଟିମ୍କୁ ନେଇ ରାଜ୍ୟ ବିକାଶକୁ ତ୍ବରାନ୍ବିତ କରିଛନ୍ତି। କୋରୋନା କାଳରେ ଅସିତ୍ ତ୍ରିପାଠୀଙ୍କ କାର୍ଯ୍ୟ ଓ ନିଷ୍ପତ୍ତି ଲୋକପ୍ରିୟତା ପାଇଛି। କୋଭିଡ୍ ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସହ ମିଶି ସେ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ହାତକୁ ନେଇଥିଲେ।
ଆରପାରିରେ ହକି କିମ୍ବଦନ୍ତୀ ମାଇକେଲ କିଣ୍ଡୋ
୧୯୭୫ ହକି ବିଶ୍ବକପ ଚାମ୍ପିଅନ୍ ଓ ୧୯୭୨ ଅଲିମ୍ପିକ୍ସ ବୋଞ୍ଜ ବିଜୟୀ ଦଳର ପ୍ରମୁଖ ସଦସ୍ୟ ମାଇକେଲ କିଣ୍ଡୋଙ୍କର ପରଲୋକ ହୋଇଛି। ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଗୁରୁବାର କିଣ୍ଡୋ ୭୩ ବର୍ଷ ବୟସରେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପାଇଁ ପ୍ରାଣ ହରାଇଛନ୍ତି। ସ୍ବର୍ଗତ କିଣ୍ଡୋଙ୍କର ପତ୍ନୀ, ପୁଅ ଓ ୨ ଝିଅ ଅଛନ୍ତି। କିଣ୍ଡୋ କିଛି ଦିନ ହେଲା ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତିହୋଇ ଚିକିତ୍ସିତ ହେଉଥିଲେ।
୧୯୭୨ରେ ଅର୍ଜୁନ ପୁରାସ୍କାର ପାଇଥିବା କିଣ୍ଡୋ ତାଙ୍କ ଖେଳାଳି ଜୀବନରେ ଫୁଲବ୍ୟାକ ପୋଜିସନରେ ରହି ଖେଳୁଥିଲେ। କୁଆଲା ଲୁମ୍ପୁରରେ ୧୯୭୫ରେ ଅନୁଷ୍ଠିତ ବିଶ୍ବକପ ହକି ଫାଇନାଲରେ ଭାରତ ପାକିସ୍ତାନକୁ ହରାଇ ଚାମ୍ପିଅନ ହୋଇଥିଲା ବେଳେ କିଣ୍ଡୋ ଏହି ଦଳର ସଦସ୍ୟ ଥିଲେ। ସେହିପରି ୧୯୭୨ ମ୍ୟୁନିକ ଅଲିମ୍ପିକ୍ସରେ ଭାରତୀୟ ଦଳ ବ୍ରୋଞ୍ଜ ଜିତିଥିଲା ବେଳେ କିଣ୍ଡୋ ମଧ୍ୟ ଦଳର ସଦସ୍ୟ ଥିଲେ । ଆଉ ଏହି ଅଲିମ୍ପିକ୍ସରେ ୩ଟି ଗୋଲ କରିବାର ଗୌରବ ଲାଭ କରିଥିଲେ।
ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର
ବିଶ୍ବସ୍ତରୀୟ ହେବ ପାରାଦୀପ ବନ୍ଦର। ଏହାର କଳେବର ପରିବର୍ତ୍ତନ ପାଇଁ ଖର୍ଚ୍ଚ ହେବ ୩ ହଜାର ୪ କୋଟି ଟଙ୍କା। ପାରାଦୀପରୁ ପୂର୍ବ ଭାରତକୁ ମିଳିବ ବିକାଶର ପଥ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପରାଦୀପକୁ ବିଶ୍ୱସ୍ତରୀୟ ବନ୍ଦରରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ପାରାଦୀପରେ ଓ୍ବେଷ୍ଟନ୍ ଡକ୍ ନିର୍ମାଣର ବିକାଶ ସମେତ ପାରାଦୀପ ବନ୍ଦରର ଆଭ୍ୟନ୍ତରୀଣ ବନ୍ଦର ସୁବିଧା ବଢ଼ାଇବା ସମ୍ପର୍କିତ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ପାରାଦୀପ ବନ୍ଦରର ବିକାଶ ପାଇଁ କେନ୍ଦ୍ର କ୍ୟାବିନେଟ୍ର ନିଷ୍ପତ୍ତିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବାଗତ କରିଛନ୍ତି। ୩ ହଜାର ୪ କୋଟି ୬୩ ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ପ୍ରକଳ୍ପ ସରକାରୀ ଓ ବେସରକାରୀ ସହଯୋଗ ତଥା ପିପିପି ମୋଡ଼ରେ ନିର୍ମାଣ କରାଯିବ।
ପାରାଦୀପ ବନ୍ଦର ଆଧୁନିକୀକରଣ ଏବଂ ବିଶ୍ୱସ୍ତରୀୟ କରିବା ପାଇଁ ନିଷ୍ପତ୍ତି ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମଣ୍ଡଭିୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ।
ଗଛରେ ଶ୍ରୀ ଜଗନ୍ନାଥ
କଟକଣା ମଧ୍ୟରେ ପୁରୀ ଜଗନ୍ନାଥ ମନ୍ଦିରରେ ଘଟିଯାଇଥିବା ଭକ୍ତ ଏବଂ ଭଗବାନଙ୍କ ମିଳନ ଦୃଶ୍ୟକୁ ଗଛରେ ଆଙ୍କିଲେ ଶିଳ୍ପୀ ସମରେନ୍ଦ୍ର । ନିକଟରେ ପୁରୀ ଜଗନ୍ନାଥ ମନ୍ଦିରରେ ଘଟିଯାଇଥିବା ଏକ ଘଟଣାକୁ ଗଛ ଦେହରେ ଆଙ୍କିଛନ୍ତି ସମରେନ୍ଦ୍ର। ବିଭିନ୍ନ କଟକଣା ମଧ୍ୟରେ ପୁରୀ ମନ୍ଦିର ଖୋଲିବା ପରେ ଦୀର୍ଘ ଦିନ ଧରି ଭଗବାନଙ୍କ ଅପେକ୍ଷା ରେ ରହିଥିବା ଭକ୍ତ ନାଗା ବାବା କିଛି ନିୟମ ନ'ମାନି ଅନେକ ସୁରକ୍ଷା ବ୍ୟବସ୍ଥା ଥIଇ ମଧ୍ୟ ଅଚାନକ ମନ୍ଦିର ଭିତରେ ପ୍ରବେଶ କରି ଜଗନ୍ନାଥଙ୍କୁ ଦର୍ଶନ କରି ଦୌଡ଼ି ଦୌଡ଼ି ବାହାରକୁ ବାହାରି ଆସିଥିଲେ। ଏହି ଦୃଶ୍ୟକୁ ସମରେନ୍ଦ୍ର ଏକ ଗଛରେ ଦେହରେ ସ୍ଥାନ ଦେଇଛନ୍ତି। ସମରେନ୍ଦ୍ରଙ୍କ ଏହି ଚିତ୍ରକଳା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।
ଆରପାରିରେ ବର୍ଷିଆନ ସଙ୍ଗୀତ ନିର୍ଦେଶକ ଶାନ୍ତନୁ ମହାପାତ୍ର
ଓଲିଉଡ଼ ଜଗତ ପାଇଁ ଆଉ ଏକ ଦୁଃଖଦ ଖବର ଆସିଛି। ଆରପାରିରେ ବର୍ଷିଆନ୍ ଓଡ଼ିଆ ସଙ୍ଗୀତ ନିର୍ଦେଶକ ଶାନ୍ତନୁ ମହାପାତ୍ର। ମଙ୍ଗଳବାର ରାତି ସାଢେ ୧ଟା ସମୟରେ ଚିକିତ୍ସାଧିନ ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ଶାନ୍ତନୁଙ୍କ ପରଲୋକ ନେଇ ତାଙ୍କ ପୁଅ କୌଶିକ ମହାପାତ୍ର ସୂଚନା ଦେଇଛନ୍ତି। ଗତ କିଛି ଦିନ ହେଲା ନିମୋନିଆରେ ପୀଡିତ ହୋଇ ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଥିଲେ। ଏହାପରେ ତାଙ୍କ ପାର୍ଥିବ ଶରୀର ହସ୍ପିଟାଲ୍ରୁ ଭୁବନେଶ୍ୱର ପଳାସପଲ୍ଲୀସ୍ଥିତ ବାସଭବନକୁ ନିଆଯାଇଛି। ସେଠାରେ ବନ୍ଧୁ ପରିଜନ ଓ ଶୁଭେଚ୍ଛୁମାନେ ଶାନ୍ତନୁଙ୍କର ଶେଷ ଦର୍ଶନ କରୁଛନ୍ତି। ଏହାପରେ ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯିବ ବୋଲି ସୂଚନା ମିଳିଛି। ତାଙ୍କ ପରଲୋକରେ ଓଲିଉଡ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି।
୧୯୩୬ ମସିହା ନଭେମ୍ବର ମାସରେ ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଜନ୍ମ ଗ୍ରହଣ କରିଥିଲେ ଶାନ୍ତନୁ ମହାପାତ୍ର। ୧୯୫୭ରେ ଖଡ଼ଗପୁରସ୍ଥିତ ଆଇଆଇଟିରୁ ‘ଆପ୍ଲାଏଡ୍ ଜିଓଲୋଜି ଆଣ୍ଡ୍ ଜିଓଫିଜିକ୍ସ୍’ରେ ସ୍ନାତକ ହାସଲ କରିଥିଲେ।
ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ
ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଆସନ୍ତା ୨୦ ବର୍ଷ ପାଇଁ ପ୍ରସ୍ତୁତ ହୋଇଛି ମାଷ୍ଟର୍ପ୍ଲାନ। ଏଥିପାଇଁ ୬୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇ ନନ୍ଦନକାନନକୁ ନୂଆ ରୂପ ଦିଆଯିବ। ବିଗତ ୬୦ ବର୍ଷ ମଧ୍ୟରେ ନନ୍ଦନକାନନର ନବକଳେବର ହୋଇଛି। ଯାହା ଫଳରେ ଏଠାକୁ ପର୍ଯ୍ୟଟକଙ୍କ ସଂଖ୍ୟାରେ ବୃଦ୍ଧି ପାଇଛି। ଏହି ପ୍ରାଣୀ ଉଦ୍ୟାନ ଓଡ଼ିଶା ତଥା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।
ଆଜକୁ ଠିକ୍ ୬୦ ବର୍ଷ ତଳେ ୨୯ ଡିସେମ୍ବର ୧୯୬୦ ମସିହାରେ ନନ୍ଦନକାନନ ପ୍ରତିଷ୍ଠା ହୋଇଥିଲା। ନନ୍ଦନକାନନର ଶୁଭାରମ୍ଭ ୩.୬୨ ବର୍ଗ କିଲୋମିଟର ଅଞ୍ଚଳରେ ହୋଇଥିବା ବେଳେ ଆଜି ଏହାର ପରିସର ୧୦୪୩.୩୨ ହେକ୍ଟରକୁ ବୃଦ୍ଧି ପାଇଛି। ୧୧ଟି ପ୍ରାଣୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଚିଡ଼ିଆଖାନାରେ ଆଜି ୩ ହଜାର ୭୮୭ ବନ୍ୟ ପଶୁପକ୍ଷୀ, ସରିସୃପ, ଉଭୟଚର ପ୍ରାଣୀ ୨୧୨ଟି ଖୁଆଡ଼ରେ ରହିଛନ୍ତି। କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣର ସମସ୍ତ ନିୟମାବଳୀ ଦ୍ୱାରା ପରିଚାଳିତ ହୋଇ ବିଶ୍ୱସ୍ତରୀୟ ଚିଡ଼ିଆଖାନା ଭାବେ ବିକଶିତ ହେବା ପାଇଁ ଦେଶର ୭୨ଟି ଚିଡ଼ିଆଖାନା ମଧ୍ୟରୁ ୧୫ଟି ବଛା ଯାଇଥିବା ଚିଡ଼ିଆଖାନା ମଧ୍ୟରେ ଏହା ସ୍ଥାନ ପାଇଛି।
ରୁଦ୍ରରଞ୍ଜନ ଶେଜପଡ଼ାଙ୍କ କ୍ଷୁଦ୍ର ଚଳଚ୍ଚିତ୍ର ‘ଏକ୍ ଇଡିଅଟ୍’କୁ ଜାତୀୟ ପୁରସ୍କାର
ଚମକିଲେ ଯୁବ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ନିର୍ଦେଶକ ରୁଦ୍ରରଞ୍ଜନ ଶେଜପଡ଼ା। ଦିଲ୍ଲୀରେ ଅନୁଷ୍ଠିତ ‘ଜାତୀୟ ଶୋଭନା ଫିଲ୍ମ ଫେଷ୍ଟିଭାଲ୍-୨୦’ରେ ରୁଦ୍ରରଞ୍ଜନଙ୍କ ହିନ୍ଦୀ କ୍ଷୁଦ୍ର ଚଳଚ୍ଚିତ୍ର ‘ଏକ ଇଡିଅଟ୍’କୁ ମିଳିଛି ଶ୍ରେଷ୍ଠ ଚଳଚ୍ଚିତ୍ରର ପୁରସ୍କାର। ଛାତ୍ରଛାତ୍ରୀଙ୍କ ମନସ୍ତତ୍ବକୁ ନେଇ ଏହି ଚଳଚ୍ଚିତ୍ର ନିର୍ମିତ ହୋଇଛି। ସେହିପରି ସ୍ବଚ୍ଛତା ଉପରେ ଆଧାରିତ ଶେଜପଡ଼ାଙ୍କ ନିର୍ଦେଶିତ ଇଂରାଜୀ ଚଳଚ୍ଚିତ୍ର ‘ଆଇଡେଣ୍ଟିଟି’ ମଧ୍ୟ ସଫଳତା ହାସଲ କରିଛି। ଏଥିରେ ଚରିତ୍ର ଅଭିନୟ କରିଥିବା ବାଲେଶ୍ବରର ହିରୋ ଶ୍ରେଷ୍ଠ ଶିଶୁ କଳାକାର ଭାବେ ପୁରସ୍କୃତ ହୋଇଛନ୍ତି। ଶୋଭନା ୱେଲଫେୟାର ସୋସାଇଟି ପକ୍ଷରୁ ଦିଲ୍ଲୀରେ ଆୟୋଜିତ ଏକ ସ୍ବତନ୍ତ୍ର ନିରାଡମ୍ବର ଉତ୍ସବରେ ପରିଚାଳକ ସୁମିତ ପ୍ରତାପ ସିଂହ ପୁରସ୍କାର ଘୋଷଣା କରିଛନ୍ତି। ସଫଳତା ପାଇଁ ଶ୍ରୀ ଶେଜପଡ଼ା ‘ଏକ୍ ଇଡିଅଟ୍’ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଶିଶୁ କଳାକାର ବବଲୁଙ୍କ ସହ ସତ୍ୟନାରାୟଣ ରାଉତରାୟ ଓ ରମାକାନ୍ତ ପ୍ରଧାନ ତଥା ‘ଆଇଡେଣ୍ଟିଟି’ ଚଳଚ୍ଚିତ୍ରରେ ଅଭିନୟ କରିଥିବା ହିରୋଙ୍କୁ ବଧେଇ ଜଣାଇଛନ୍ତି।
ଉଲ୍ଲେଖଯୋଗ୍ୟ ଶେଜପଡ଼ାଙ୍କ ଚଳଚ୍ଚିତ୍ର ନିର୍ମାଣ ଏକ ନିଶା ହୋଇଥିବା ବେଳେ ପେସାରେ ସେ ଜଣେ ସାମ୍ବାଦିକ। ସାହିତ୍ୟିକ ଭାବେ ମଧ୍ୟ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଛି।
ରିମୋଟ୍ରେ ଟ୍ରାକିଂ ହେବ ଇଣ୍ଡିଆନ୍ ଅଏଲ୍ର ୮ଟି ବିଶୋଧନାଗାର: ଧର୍ମେନ୍ଦ୍ର
ହାଇଦ୍ରାବାଦ୍ ଠାରେ ଯୌଥ ଉଦ୍ୟୋଗ ବିଜିଜିଟିଏସ୍ ଦ୍ୱାରା ପ୍ରତିଷ୍ଠିତ ଇଣ୍ଡିଆନ୍ ଅଏଲ୍ର ରିମୋଟ୍ ମନିଟରିଂ ଏବଂ ଅପରେସନ୍ ସେଣ୍ଟର୍କୁ ମଙ୍ଗଳବାର ଉଦ୍ଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନୂତନ ଜ୍ଞାନକୌଶଳ ମାଧ୍ୟମରେ ତିଆରି କରାଯାଇଥିବା ଏହି ଅତ୍ୟାଧୁନିକ ୨୪ ଘଣ୍ଟିଆ ରିମୋଟ୍ ମନିଟରିଂ ସମଗ୍ର ଭାରତରେ ଆଇଓସିଏଲ୍ ଦ୍ୱାରା ପରିଚାଳିତ ସମସ୍ତ ୮ଟି ରିଫାଇନାରୀ କାର୍ଯ୍ୟର ଟ୍ରାକିଂ କରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।
ନୂଆ ମାପଦଣ୍ଡର ରୂପରେଖ ଅନୁସାରେ ସତର୍କ ଏବଂ ଏବଂ ପରାମର୍ଶଦାତା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ। ୯ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ଏହି ରିମୋଟ୍ ମନିଟରିଂ ଏବଂ ଅପରେସନ୍ ସେଣ୍ଟର୍ ନିର୍ମିତ। ଏହି ରିମୋଟ୍ ନିୟନ୍ତ୍ରିତ କାର୍ଯ୍ୟ ଗୁଡ଼ିକ ଦ୍ୱାରା ଦେଶରେ ଇଣ୍ଡିଆନ୍ ଅଏଲ୍ର ୮ଟି ରିଫାଇନାରୀ ତଥା ଦିଗବୋଇ, ବୋଙ୍ଗାଇଗାଁ, ପାରାଦୀପ, ପାନିଥ, ଗୁଜୁରାଟ, ମଥୁରା, ବାରାଉଣି ଏବଂ ହଳଦିଆରେ ଥିବା ବିଶୋଧନାଗାରର କାର୍ଯ୍ୟକ୍ଷମ ନିର୍ଭରଶୀଳତା, ଉତ୍ପାଦନ ଏବଂ ଉତ୍ତମ ପରିବେଶ ସୃଷ୍ଟି କରିବାରେ ପ୍ରୋତ୍ସାହନ ପ୍ରଦାନ କରିବ। ବିଶୋଧନାଗାରର ସମସ୍ତ ଗ୍ୟାସ୍ ଟର୍ବାଇନର ରିମୋଟ୍ ମନିଟରିଂ ମଧ୍ୟ ହେବ। ଦେଶର ସମଗ୍ର ଉର୍ଜା କ୍ଷେତ୍ରରେ ଡ଼ିଜିଟାଲ୍ ଇନୋଭେସନ୍ରେ ବଡ଼ ପଦକ୍ଷେପ ବୋଲି କହିଛନ୍ତି ଧର୍ମେନ୍ଦ୍ର।
ଓଡ଼ିଶାରେ ବର୍ଷେ ବ୍ୟାପୀ ପାଳନ ହେବ ଗାନ୍ଧି ଆଗମନର ଶତବାର୍ଷିକୀ
ଓଡ଼ିଶାରେ ବର୍ଷେ ବ୍ୟାପୀ ପାଳନ ହେବ ଗାନ୍ଧି ଆଗମନର ଶତବାର୍ଷିକୀ । ୨୦୨୧ ମାର୍ଚ ୨୩ରୁ ଆୟୋଜିତ ହେବ ବିଭିନ୍ନ କାର୍ଯ୍ୟକ୍ରମ । ୧୯୨୧ ମାର୍ଚ ୨୩ରେ ପ୍ରଥମ ଥର ପାଇଁ ଓଡ଼ିଶା ଆସିଥିଲେ ମହାତ୍ମା ଗାନ୍ଧି । ୧୯୨୧ରୁ ୧୯୪୬ ମଧ୍ୟରେ ଓଡ଼ିଶାକୁ ୮ ଥର ଆସିଥିଲେ ଗାନ୍ଧିଜୀ।
ସେହିପରି ଆମ ରାଜ୍ୟର ବରପୁତ୍ର ମାନଙ୍କୁ ଉତ୍ତରପିଢ଼ି ନିକଟରେ ଚିରସ୍ମରଣୀୟ କରି ରଖିବା ପାଇଁ ସେମାନଙ୍କର ଜନ୍ମ ସ୍ଥାନକୁ ଆଦର୍ଶ ଗ୍ରାମରେ ପରିଣତ କରାଯିବା ସହିତ ସେମାନଙ୍କର ଜନ୍ମ ଏବଂ ତିରୋଧାନ ଦିବସ ଗୁଡ଼ିକୁ ଯଥୋଚିତ ଶ୍ରଦ୍ଧା ଏବଂ ସମ୍ମାନର ସହିତ ପାଳନ କରାଯିବ। ଏଥିସହ ବରପୁତ୍ରମାନଙ୍କ କାର୍ଯ୍ୟ ଓ ଜୀବନୀକୁ ବିଭିନ୍ନ ପାଠ୍ୟକ୍ରମରେ ସାମିଲ୍ କରାଯିବ।
ଅନ୍ତର୍ଜାତୀୟ କ୍ଷେତ୍ରରେ ପୁଣିଥରେ ଗୌରବାନ୍ବିତ ହୋଇଛି ଓଡ଼ିଶା
‘ଅନ୍ତର୍ଧ୍ୱନି’ ଫିଲ୍ମ ପାଇଁ ଅପୂର୍ବ ଓ ଓଡ଼ିଆ ଝିଅ ପତିଙ୍କୁ ଅନ୍ତର୍ଜାତୀୟ ପୁରସ୍କାର
ବାଂଲାଦେଶର ଢାକାଠାରେ ଆୟୋଜିତ ସିନେ ମେକିଙ୍ଗ୍ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇଥିବା ହିନ୍ଦୀ ଚଳଚ୍ଚିତ୍ର ‘ଅନ୍ତର୍ଧ୍ୱନି-ଦ ଇନର୍ ଭଏସ୍’ରେ ଦେଖିବାକୁ ମିଳିଛି ଦୁଇ ଓଡ଼ିଆଙ୍କ ଚମକ। ଏହି ଚଳଚ୍ଚିତ୍ରଟି ମହୋତ୍ସବର ଉଦ୍ଘାଟନୀ ଚଳଚ୍ଚିତ୍ର ଭାବେ ପ୍ରଦର୍ଶିତ ହେବାର ସୁଯୋଗ ଓ ସୌଭାଗ୍ୟ ଲାଭ କରିଥିବା ବେଳେ ଫିଲ୍ମିକୁ ମିଳିଛି ୨ଟି ପୁରସ୍କାର। ଫିଲ୍ମରେ ନିଖୁଣ ଅଭିନୟ ପାଇଁ ଓଡ଼ିଆ ଝିଅ ତଥା ଅଭିନେତ୍ରୀ ସ୍ୱପ୍ନା ପତିଙ୍କୁ ଶ୍ରେଷ୍ଠ ଅନ୍ତର୍ଜାତୀୟ ଅଭିନେତ୍ରୀ ପୁରସ୍କାର ମିଳିଥିବା ବେଳେ ଫିଲ୍ମରେ ନିର୍ଦେଶନା ପାଇଁ ଶ୍ରେଷ୍ଠ ଏସୀୟ ନିର୍ଦେଶକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଅପୂର୍ବ କିଶୋର ବୀର। ଏହି ମହୋତ୍ସବକୁ ଢାକା ଫେଷ୍ଟିଭାଲ୍ ଏବଂ ସିନେ ମେକିଙ୍ଗ୍ ଅନୁଷ୍ଠାନ ପକ୍ଷରୁ ଆୟୋଜିତ କରାଯାଇଥିବା ବେଳେ ଏଥିରେ ୭୦ଟି ଦେଶରୁ ପାଖାପାଖି ୪୦୦ଟି ଚଳଚ୍ଚିତ୍ର ଅଂଶଗ୍ରହଣ କରିଥିଲା। ତନ୍ମଧ୍ୟରୁ ବାଂଲାଦେଶର ୨୮ଟି ଚଳଚ୍ଚିତ୍ର ସମେତ ୫୪ଟି ଦେଶର ମୋଟ ୧୫୦ଟି ଚଳଚ୍ଚିତ୍ର ପ୍ରତିଯୋଗିତା ପର୍ଯ୍ୟାୟକୁ ମନୋନୀତ ହୋଇଥିଲା। ଯେଉଁଥିରେ ରାଜେଶ ମହାନ୍ତି ପ୍ରୟୋଜିତ ଏବଂ ଏକେ ବୀର ନିର୍ଦେଶିତ ଚଳଚ୍ଚିତ୍ର ‘ଅନ୍ତର୍ଧ୍ୱନି’କୁ ମିଳିଥିଲା ଦୁଇଟି ପୁରସ୍କାର।
ଦୀର୍ଘ ୯ ମାସ ପରେ ଖୋଲିଲା ଆରଡିର ବାବା ଆଖଣ୍ଡଳମଣିଙ୍କ ମନ୍ଦିର
ମହାମାରୀ କୋରୋନା ପାଇଁ ଦୀର୍ଘ ୯ମାସ ପରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡ଼ିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ସୋମବାର ଭକ୍ତମାନଙ୍କ ପାଇଁ ଖୋଲିଛି। ପ୍ରଥମ ଦୁଇଦିନ ସେବାୟତଙ୍କ ପରିବାର ବାବାଙ୍କ ଦର୍ଶନ ପାଇବେ। ଏହାପର ୨ ଦିନ ସ୍ଥାନୀୟ ଲୋକ ଏବଂ ତା’ ପରେ ସାଧାରଣ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଅନୁମତି ମିଳିବ। ସୂଚନାଯୋଗ୍ୟ, ପୂର୍ବରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଖୋଲିଛି।
ବାବା ଆଖଣ୍ଡଳମଣିଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ମଣିବାବାଙ୍କ ଶିବଗଙ୍ଗା ପୁଷ୍କରିଣୀର ଉତ୍ତର ପାର୍ଶ୍ବ ଠାରୁ ମନ୍ଦିର ଦକ୍ଷିଣଦ୍ୱାର ପ୍ରର୍ଯ୍ୟନ୍ତ ବ୍ୟାରିକେଡ ନିର୍ମାଣ କରାଯାଇଛି। ୨୮ ଓ ୨୯ରେ ସେବାୟତ ପରିବାରଙ୍କ ଦର୍ଶନ କରାଯିବା ସହିତ ୩୦ଓ ୩୧ରେ ସ୍ଥାନୀୟ ୪ଟି ପଞ୍ଚାୟତର ଲୋକ ଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି। ସେହିପରି ଭିଡକୁ ଦୃଷ୍ଟିରେ ରଖି ଜାନୁଆରୀ ତଥା ନୂଆବର୍ଷର ୧ ଓ ୨ ତାରିଖ ମନ୍ଦିର ବନ୍ଦ ରହିବା ପରେ ୩ରେ ସର୍ବସାଧାରଣ ଦର୍ଶନ ନିମନ୍ତେ ଦ୍ୱାର ଫିଟା ଯିବ। ଦର୍ଶନ ନିମନ୍ତେ ସକାଳ ୭ଟା ଠାରୁ ସଂଧ୍ୟା ୫ଟା ଯାଏ ମନ୍ଦିର ଖୋଲା ରହିବ। ଦର୍ଶନାର୍ଥୀମାନେ ମନ୍ଦିର ମଧ୍ୟକୁ କୈାଣସି ପୂଜା ସାମଗ୍ରୀ ଓ ଦୀପ ନେଇପାରିବେ ନାହିଁ।
ଖୋଲିଲା ଶ୍ରୀଲିଙ୍ଗରାଜ ମନ୍ଦିର, ୩ରୁ ଭୁବନେଶ୍ୱରବାସୀ ଓ ୬ରୁ ସାଧାରଣ ଦର୍ଶନ
ଦୀର୍ଘ ୯ ମାସ ପରେ ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ରବିବାର ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିଛି। ହେଲେ ଆଜି କେବଳ ସେବାୟତଙ୍କ ପାଇଁ ଖୋଲିଛି ଲିଙ୍ଗରାଜ ମନ୍ଦିର। ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ପ୍ରଥମେ ଦର୍ଶନ କରୁଛନ୍ତି କେବଳ ସେବାୟତ ଓ ସେମାନଙ୍କ ପରିବାର। ଆଜିଠାରୁ ଆଗାମୀ ୩୧ ତାରିଖ ଯାଏ ସେବାୟତ ପରିବାରକୁ ଲିଙ୍ଗରାଜଙ୍କ ଦର୍ଶନ ଅନୁମତି ମିଳିବ।
କେବଳ କୋଭିଡ କଟକଣା ଭିତରେ ଦର୍ଶନ ଲାଗି ଅନୁମତି ଦିଆଯାଇଛି। ତେବେ ନୂଆବର୍ଷରେ ୨ ଦିନ ଦର୍ଶନ ବନ୍ଦ ରହିବ। ୩ରୁ ୫ ତାରିଖ ଯାଏ ଭୁବନେଶ୍ୱରବାସୀ ଶ୍ରୀଲିଙ୍ଗରାଜ ଦର୍ଶନ କରିପାରିବେ। ଜାନୁଆରୀ ୬ ତାରିଖରୁ ସାଧାରଣ ଭକ୍ତ ଲିଙ୍ଗରାଜଙ୍କ ଦର୍ଶନ କରିପାରିବେ ବୋଲି ଜଣାଯାଇଛି।
ମହାପ୍ରଭୁ ଶ୍ରୀଜଗନ୍ନାଥ ହିଁ ଓଡ଼ିଶାର ବ୍ରାଣ୍ଡ୍ ଏବଂ ସେ ହିଁ ଓଡ଼ିଆ ଜାତିର ଅସ୍ମିତାର ପରିଚୟ : ଧର୍ମେନ୍ଦ୍ର
ବର୍ତମାନର ଆଧୁନିକ ସମୟରେ ଆମେ ବ୍ରାଣ୍ଡ୍ ଓଡ଼ିଶାର ଚିନ୍ତା କରୁଛେ। ମହାପ୍ରଭୁ ଶ୍ରୀଜଗନ୍ନାଥ ହିଁ ଓଡ଼ିଶାର ବ୍ରାଣ୍ଡ୍ ଏବଂ ସେ ହିଁ ଓଡିଆ ଜାତିର ଅସ୍ମିତାର ପରିଚୟ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୬ ଭୋଗ, ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ବିଶ୍ୱଦରବାରରେ ପହଞ୍ଚାଇବା ପାଇଁ ରାସ୍ତା ବାହାର କରିବା ଦରକାର। ଶ୍ରୀଜଗନ୍ନାଥ ସଂସ୍କୃତିରେ ଏବଂ ଓଡ଼ିଆ ପରମ୍ପରାରେ ଆଧୁନିକ ଭାଷାରେ ଏହି ସବୁ ବିଷୟକୁ ରଖିପାରିଲେ ହିଁ ଏହା ନୂଆ ପରମ୍ପରା ହେବ। ଏଥିପାଇଁ ସମସ୍ତେ ଦାୟିତ୍ୱ ନେବା ଦରକାର। ଶନିବାର ଓଡ଼ିଶା ସୋସାଇଟି ଅଫ୍ ଆମେରିକା ଓ ବିଶ୍ୱର ପ୍ରବାସୀ ଓଡ଼ିଆ ସମୂହଙ୍କ ପକ୍ଷରୁ ଆୟୋଜିତ ବିଶ୍ୱ ଓଡ଼ିଆ ମହୋତ୍ସବ-୨୦୨୦ରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଓଡ଼ିଆ ଭାଷା, ଜଗନ୍ନାଥ ସଂସ୍କୃତି, ପରମ୍ପରା ଆମ ଓଡ଼ିଆଙ୍କ ମୂଳପୁଞ୍ଜି। ସନ୍ଥକବି ଭୀମ ଭୋଇଙ୍କ କାବ୍ୟ ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉକୁ ବିଶ୍ୱର ସବୁଠି ପହଞ୍ଚାଇ ପାରିଲେ ହିଁ ଓଡ଼ିଆ ଜାତି, ସମାଜ ପ୍ରତିଷ୍ଠିତ ହୋଇପାରିବ।
ଅନ୍ତର୍ଜାତୀୟ ହକି ଖେଳାଳି ନମିତା ପାଇଲେ ‘ଏକଲବ୍ୟ’ ପୁରସ୍କାର, ସ୍ନେହା ଓ ଋତୁପର୍ଣ୍ଣା ସମ୍ମାନିତ
ଇମ୍ଫା ଗ୍ରୁପ୍ ଦ୍ବାରା ପରିଚାଳିତ ଇଣ୍ଡିଆନ ପବ୍ଲିକ ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟପ୍ପୋଙ୍କୁ ସମ୍ମାନଜନକ ଏକଲବ୍ୟ ପୁରସ୍କାର -୨୦୨୦ ପ୍ରଦାନ କରାଯାଇଛି। ରବିବାର ଇମ୍ପାକ୍ଟ ପକ୍ଷରୁ ଅନୁଷ୍ଠିତ ନିରାଡ଼ମ୍ବର ଉତ୍ସବରେ ନମିତା ଟପ୍ପୋଙ୍କୁ ୨୮ତମ ଏକଲବ୍ୟ ପୁରସ୍କାର ବାବଦରେ ୫ଲକ୍ଷ ଟଙ୍କା ସହ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଛି। ସେହିପରି ଦୁଇ ଉଦୀୟମାନ ପ୍ରତିଭା ଅନ୍ତର୍ଜାତୀୟ ଭାରୋତ୍ତୋଳନକାରୀ ସ୍ନେହା ସୋରେନ୍ ଓ ବ୍ୟାଡ୍ମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡାଙ୍କୁ ଉପବିଜେତା ଭାବେ ୫୦ ହଜାର ଟଙ୍କା ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି।
ଅନ୍ତର୍ଜାତୀୟ ହକି ପ୍ରତିଯୋଗିତାରେ ଭାରତରୁ ନମିତା ଟପ୍ପୋ ପ୍ରତନିଧ୍ୱତ୍ୱ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଓ ସମ୍ମାନ ଆଣିଛନ୍ତି। ଭାରତ ପାଇଁ ୧୫୬ ମ୍ୟାଚ୍ରେ ପ୍ରତିନିଧିତ୍ୱ କରିସାରିଥିବା ନମିତା ୨୦୧୪ ଇଞ୍ଚିଅନ୍ ଏସୀୟ କ୍ରୀଡ଼ା କାଂସ୍ୟ, ୨୦୧୭ରେ ଗିଫୁ ଏସିଆନ୍ କପ୍ ସ୍ୱର୍ଣ୍ଣ, ୨୦୧୮ରେ ଜାକର୍ତା ଏସୀୟ କ୍ରୀଡ଼ା ରୌପ୍ୟ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟା ଥିଲେ।
ବାଲୁକାରେ ବଡ଼ଦିନର ଶୁଭେଚ୍ଛା
ମଧ୍ୟରାତ୍ରରେ ଧରାପୃଷ୍ଟକୁ ଆଗମନ କରିଛନ୍ତି ପ୍ରଭୁ ଯୀଶୁ । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବଡ଼ଦିନ ଅବସରରେ ବାଲୁକା କଳା ଜରିଆରେ ବାର୍ତା ଦେଇଛନ୍ତି ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଚଳିତ ବର୍ଷ କୋଭିଡ୍ ପାଇଁ ସଚେତନତାର ବାର୍ତା ରଖିଛନ୍ତି ସୁଦର୍ଶନ ପଟ୍ଟନାୟକ । ବେଳାଭୂମୀରେ ୬ ହଜାର ବର୍ଗଫୁଟ ଅଂଚଳରେ ନିର୍ମାଣ କରିଛନ୍ତି ବିଶ୍ୱର ସବୁଠୁ ବଡ଼ ୧୦୦ ଫୁଟ୍ ଲମ୍ବର ମାସ୍କ । ଆଉ ମାସ୍କକୁ ଦୁଇ ପଟୁ ଧରିଛନ୍ତି ଦୁଇ ସାନ୍ତାକ୍ଲଜ୍ । ବଡ଼ କଥା ହେଉଛି ଏହି ବାଲୁକା କଳାରେ ଥ୍ରୀଡି କୌଶଳର ଉପଯୋଗ କରାଯାଇଛି । ଆଶା କରାଯାଉଛି ଏହା ସବୁଠୁ ବଡ଼ ମାସ୍କ ଭାବେ ସାରା ବିଶ୍ୱରେ ରେକର୍ଡ କରିବ ।
ସୁନ୍ଦରଗଡ଼ ଖୁଣ୍ଟଗାଁରେ ହେବ ଅତ୍ୟାଧୁନିକ ଟସର ସିଲ୍କ ପାର୍କ
ସୁନ୍ଦରଗଡ ଜିଲ୍ଲା଼ରୁ ଉତ୍ପାଦିତ ହେଉଛି ରାଜ୍ୟର ୧ ନମ୍ବର ଟସର ଖୋସା। ତେବେ ଖୋସାରୁ ସୂତା ବହାର କରି ସେଥିରୁ ମୂଲ୍ୟଯୁକ୍ତ ସାମଗ୍ରୀ ପ୍ରସ୍ତୁତ ହୋଇପାରିଲେ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ‘ସୁନ୍ଦରଗଡ଼ ଟସର’ ଏକ ନୂଆ ପରିଚୟ ପାଇପାରିବ। ଲହୁଣିପଡ଼ା ବ୍ଲକର ଖୁଣ୍ଟଗାଁଠାରେ ହେବାକୁ ଥିବା ଟସର ସିଲ୍କ ପାର୍କ ଏହି ସମ୍ଭାବନାକୁ ବାସ୍ତବତାରେ ପରିଣତ କରିବାକୁ ଯାଉଛି।
ଜିଲ୍ଲା ପ୍ରଶାସନ ଉଦ୍ୟମରେ ଖୁଣ୍ଟଗାଁରେ ୫ ଏକର ଜମିରେ ଏହି ‘ଟସର ସିଲ୍କ ପାର୍କ’ ପ୍ରକଳ୍ପର ପରିକଳ୍ପନା କରାଯାଇଛି। ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପାଣ୍ଠିରୁ ଏଥିପାଇଁ ୨୪ କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯିବ। ୨୦୨୧ ସୁଦ୍ଧା ସୁନ୍ଦରଗଡ଼ରେ ପୂର୍ଣ୍ଣାଙ୍ଗ ‘ଟସର ସିଲ୍କ ପାର୍କ’ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଖୁବଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି।ସୁଶାସନ ଦିବସରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର
ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଏବଂ ସୁଶାସନ ଦିବସ ଅବସରରେ ଆୟୋଜିତ ସାଧାରଣରେ ଯୋଗଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଜଗତସିଂହପୁର ଜିଲ୍ଲା ଏରସମା ଜପାରେ ଆୟୋଜିତ ଏହି ସଭାରେ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି ଧର୍ମେନ୍ଦ୍ର। ଚାଷୀ ପ୍ରସଙ୍ଗ, ଦୁର୍ନୀତି ପ୍ରସଙ୍ଗ ନେଇ ବର୍ଷିଥିବା ବେଳେ ଗୁଜୁରାଟର କଚ୍ଛ ଜିଲ୍ଲାର ଉଦାହରଣ ଦେଇ ରାଜ୍ୟ ସରକାରଙ୍କ ଅପାରଗତାକୁ ପଦାରେ ପକାଇଛନ୍ତି ଧର୍ମେନ୍ଦ୍ର। ବାଜପେୟୀଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବା ସହ ସୁଶାସନ ଦିବସ ଅବସରରେ ସୁଶାସନ ଏବଂ ଆର୍ଥିକ ବିକାଶର ପଥ ପ୍ରଦର୍ଶକ ସ୍ୱର୍ଗତ ଅଟଳବିହାରୀ ବାଜପେୟୀଜୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସ୍ମରଣିକା ‘ଅଟଳ ଜ୍ୟୋତି’କୁ ଉନ୍ମୋଚନ କରିଛନ୍ତି ଧର୍ମେନ୍ଦ୍ର।
ଭାରତରତ୍ନ ଅଟଳବିହାରୀ ସ୍ମୃତି ପରିଷଦ ପକ୍ଷରୁ ଦେଶର ପ୍ରଭାବଶାଳୀ ନେତୃତ୍ୱ, ଜନନାୟକ ଅଟଳଜୀଙ୍କ ପ୍ରତିମୂର୍ତ୍ତି ଜଗତସିଂହପୁର ଜିଲ୍ଲାରେ ପ୍ରତିଷ୍ଠା ହେବା ଆମ ସମସ୍ତଙ୍କ ପାଇଁ ବଡ଼ ଉପଲବ୍ଧି। ଏଥିପାଇଁ ପରିଷଦର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର।
ଜୟ କିଶୋରଙ୍କ ପ୍ରେରଣାଦାୟୀ ଜୟଯାତ୍ରା: ୬୪ ବର୍ଷରେ ଡାକ୍ତରୀ ଛାତ୍ର
ଇଚ୍ଛା ଶକ୍ତି ଆଗରେ ହାରମାନେ ସବୁ ବାଧାବିଘ୍ନ। ମନୋବଳ ସୁଦୃଢ ଥିଲେ, ଲକ୍ଷ୍ୟ ସ୍ଥଳରେ ଦିନେ ନା ଦିନେ ପହଞ୍ଚି ହୁଏ। ଏହାକୁ ସତ ପ୍ରମାଣିତ କରି ଉଦାହରଣ ସୃଷ୍ଟି କରିଛନ୍ତି ବରଗଡ଼ ଜିଲ୍ଲା ଅତାବିରାର ଅବସରପ୍ରାପ୍ତ ବ୍ୟାଙ୍କ୍ ଅଧିକାରୀ ଜୟ କିଶୋର ପ୍ରଧାନ। ୬୪ ବର୍ଷରେ ସାକାର ହୋଇଛି ୪୬ ବର୍ଷର ସ୍ବପ୍ନ। ପରିଣତ ବୟସରେ ଏମ୍ବିବିଏସ୍ରେ ନାଁ ଲେଖାଇ ଡାକ୍ତରୀ ଛାତ୍ର ଇତିହାରେ ବିରଳ ଅଧ୍ୟାୟ ଯୋଡ଼ିଛନ୍ତି ବରଗଡ଼ ଜିଲ୍ଲା ଅତାବିରାର ଜୟ କିଶୋର ପ୍ରଧାନ। ସମ୍ଭବତଃ ଡାକ୍ତରୀ ଛାତ୍ର ଇତିହାସରେ ନୂଆ ଏକ ପ୍ରେରଣାର ନାଁ। ବ୍ୟାଙ୍କ୍ ଅଫିସର ପଦରୁ ଅବସର ନେବାର ୪ ବର୍ଷ ପରେ ୬୪ ବର୍ଷରେ ଆରମ୍ଭ ହୋଇଛି ଜୀବନର ନୂଆ ଇଂନିସ୍।
ନିଟ୍ ପରୀକ୍ଷା ଦେଇ ଭଲ ରାଙ୍କ୍ ରଖି ଏବେ ବୁର୍ଲା ଭିଏମ୍ସାରେ ପ୍ରଥମ ବର୍ଷର ଡାକ୍ତରୀ ଛାତ୍ର। ପିଲାଟି ଦିନରୁ ଡାକ୍ତର ହେବାର ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଏବେ ପରିଣତ ବୟସରେ ପୂରଣ କରିବାକୁ ଯାଉଛନ୍ତି ଜୟ କିଶୋର।
ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା ଆଇପିଏଲ୍ ପରିଚାଳନା ପରିଷଦର ସଦସ୍ୟ ମନୋନୀତ
ଓଡ଼ିଆ କ୍ରିକେଟର ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବାମହାତି ସ୍ପିନର ପ୍ରଜ୍ଞାନ ଓଝା ଆଇପିଏଲ୍ ପରିଚାଳନା ପରିଷଦର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ପ୍ରଜ୍ଞାନ ଇଣ୍ଡିଆନ୍ କ୍ରିକେଟର୍ସ ଆସୋସିଏସନ୍ର ପ୍ରତିନିଧି ଭାବେ ଆଇପିଏଲ୍ ପରିଚାଳନା ପରିଷଦରେ ସାମିଲ ହୋଇଛନ୍ତି। ଗୁରୁବାର ବିସିସିଆଇର ୮୯ତମ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ଏହା ପୂର୍ବରୁ ଆଇପିଏଲ୍ ପରିଚାଳନା ପରିଷଦରେ ଆଇସିଏ ତା’ର ପ୍ରତିନିଧି ଭାବେ ୩୪ ବର୍ଷୀୟ ପ୍ରଜ୍ଞାନଙ୍କ ନାମ ଘୋଷଣା କରିଛି। ବୁଧବାର ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଆଇସିଏ ଏହା ଜଣାଇଛି।
ଆଇସିଏ ଅନୁଯାୟୀ, ଡିସେମ୍ବର ୧୯ରେ ଆଇସିଏର ଏଜିଏମ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ନିର୍ଦେଶକ ବୋର୍ଡଙ୍କୁ ସଦସ୍ୟମାନେ ଆଇପିଏଲ୍ ପରିଚାଳନା ପରିଷଦରେ ଆଇସିଏରେ ସଦସ୍ୟ ବାଛିବାକୁ କ୍ଷମତା ପ୍ରଦାନ କରିଥିଲେ। ଏଥିପାଇଁ ଏକାଧିକ ପୂର୍ବତନ କ୍ରିକେଟରଙ୍କ ନାମର ବିଚାର କରା ଯାଇଥିଲା। କୌଣସି ପ୍ରାକ୍ତନ କ୍ରିକେଟରଙ୍କର ସ୍ବାର୍ଥଜଡ଼ିତ ସମସ୍ୟା ରହିଛି କି ନାହିଁ; ତାହା ଉପରେ ଅଧିକ ଗୁରୁତ୍ବ ଦିଆ ଯାଇଥିଲା। ଏହାପରେ ପ୍ରଜ୍ଞାନ ଓଝା ଆଇପିଏଲ୍ ପରିଚାଳନା ପରିଷଦରେ ଆଇସିଏର ପ୍ରତିନିଧି ହେବାକୁ ସବୁଠାରୁ ଯୋଗ୍ୟ ବ୍ୟକ୍ତି ଭାବେ ମନୋନୀତ ହୋଇଥିଲେ।
୩୧ରେ ଅବସର ନେବେ ମୁଖ୍ୟ ଶାସନ ସଚିବ: ପ୍ରକାଶ ପାଇଲା ବିଜ୍ଞପ୍ତି
ଆଉ ୭ ଦିନ ପରେ ଅର୍ଥାତ ଡିସେମ୍ବର ୩୧ ତାରିଖରେ ଅବସର ଗ୍ରହଣ କରିବେ ବରିଷ୍ଠ ପ୍ରଶାସନିକ ସେବା ଅଧିକାରୀ ତଥା ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ। ଏନେଇ ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ଦିଆଯାଇଥିବା ବେଳେ ସାଧାରଣ ପ୍ରଶାସନ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯ ଅଗଷ୍ଟ ୨୦୧୯ରେ ମୁଖ୍ୟ ଶାସନ ସଚିବ ଦାୟିତ୍ବ ନେଇଥିଲେ ତ୍ରିପାଠୀ। କୋରୋନା କାଳରେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଭାବେ ନିଜର କାର୍ଯ୍ୟକୁ ବେଶ ସୂଚାରୁରୂପେ ସମ୍ପାଦନ କରିଥିଲେ। ଖାଲି କୋରୋନା ନୁହେଁ ବିଭିନ୍ନ ସମୟରେ ଲୋକହିତ କାର୍ଯ୍ୟ କରି ଅସିତ୍ ତ୍ରିପାଠୀ ବେଶ ପ୍ରଶଂସା ସାଉଁଟିଛନ୍ତି।
ଜଗା ଦର୍ଶନ ପାଇଁ ନୂଆ ଏସ୍ଓପି
ବୁଧବାରଠାରୁ ଖୋଲିଛି ଶ୍ରୀମନ୍ଦିର। କଟକଣା ଭିତରେ କାଳିଆ ଠାକୁରଙ୍କୁ ଦର୍ଶନ କରୁଛନ୍ତି ସେବାୟତ ପରିବାର। ଗତକାଲି ପରି ଆଜି ମଧ୍ୟ ସେବାୟତ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଦିଅଁ ଦର୍ଶନର ଅନୁମତି ମିଳିଛି। ଏହାପରେ ୨୬ ତାରିଖରୁ ପୁରୀବାସୀ ଏବଂ ଆସନ୍ତା ଜାନୁଆରୀ ୩ ତାରିଖରୁ ସାଧାରଣ ଭକ୍ତ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିବେ। ଏହି ପରିପ୍ରେକ୍ଷୀରେ ପ୍ରଶାସନ ପକ୍ଷରୁ ଜାରି କରାଯାଇଛି ନୂଆ ଏସ୍ଓପି। ପୂର୍ବ କଟକଣାରେ ଆଉ କିଛି କଟକଣା ଯୋଡ଼ି ନୂଆ ଏସ୍ଓପି ଜାରି କରିଛି ପ୍ରଶାସନ। ମନ୍ଦିର ଭିତରେ କେବଳ ଦର୍ଶନ ଛଡ଼ା ବାକି ସବୁ ଉପରେ ପ୍ରତିବଦ୍ଧ ଲଗାଇଛି ପ୍ରଶାସନ। ମନ୍ଦିର ଭିତରେ ଦୀପ ଜାଳବା, କୌଣସି ପ୍ରତିମାକୁ ଛୁଇଁବା ଶ୍ରୀମନ୍ଦିର ଭିତରକୁ ଭୋଗ, ଫୁଲ ନେବା ଏପରିକି ଆନନ୍ଦ ବଜାରରେ ମହାପ୍ରସାଦ ସେବନ ଉପରେ ମଧ୍ୟ ରୋକ୍ ଲଗାଯାଇଛି।
ଜାରି ହୋଇଥିବା ନୂଆ ଏସ୍ଓପି ଅନୁସାରେ, ମାର୍କେଟ୍ ଛକ ନିକଟ ବ୍ୟାରିକେଡ୍ ଦେଇ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁ ପ୍ରବେଶ କରିବାକୁ ଥିବା ବେଳେ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଦର୍ଶନ ପାଇଁ ଆସୁଥିଲେ ଟୋକନ୍ ଆଣି ପୁରୀବାସୀ ଆସିବେ। ଟୋକନ ସହ ଆଧାର କାର୍ଡ ବା ଭୋଟର କାର୍ଡ ଆଣିବା ଜରୁରୀ।
ଏସ୍ସି ଛାତ୍ରଛାତ୍ରୀଙ୍କୁ ବୃତ୍ତି ଯୋଜନାରେ ଅର୍ଥ ଯୋଗାଇଦେବା ନିଷ୍ପତ୍ତି ଐତିହାସିକ: ଧର୍ମେନ୍ଦ୍ର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ୫୯ ହଜାର କୋଟିର ମ୍ୟାଟ୍ରିକ୍ ପରବର୍ତ୍ତୀ ବୃତ୍ତି ଯୋଜନା ମଞ୍ଜୁରୀକୁ ସ୍ବାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ଏହି ଯୋଜନାରେ ୬୦ ପ୍ରତିଶତ ଅର୍ଥ ଯୋଗାଇଦେବା ଭଳି ଐତିହାସିକ ନିଷ୍ପତ୍ତି ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତ ମନ୍ତ୍ରୀ ଥାବରଚାନ୍ଦ ଗେହଲଟଙ୍କୁ ଟ୍ୱିଟ୍ କରି ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର। ଏହି ଆର୍ଥିକ ସହାୟତା ଅନୁସୂଚିତ ଜାତି ସମୁଦାୟର ଛାତ୍ରଛାତ୍ରୀଙ୍କ ଆକାଂକ୍ଷାକୁ ପୂରଣ କରିବ ଏବଂ ସେମାନଙ୍କ ଲକ୍ଷ୍ୟ ହାସଲ କରିବାରେ ସଶକ୍ତ କରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।
ଓଡ଼ିଶା ସମେତ ସମଗ୍ର ଭାରତବର୍ଷର ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ମ୍ୟାଟ୍ରିକ୍ ପରବର୍ତ୍ତୀ ବୃତି ଯୋଜନାରେ ୫୯ ହଜାର ୪୮ କୋଟି ଟଙ୍କାର ମୋଟ ଅନୁମୋଦନ ରାଶିରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ୩୫ ହଜାର ୫୩୪ କୋଟି ଟଙ୍କା ଆଗାମୀ ୫ ବର୍ଷରେ ଖର୍ଚ୍ଚ କରାଯିବ।
ଶ୍ରୀମନ୍ଦିର ଖୋଲିବା ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଆକର୍ଷଣୀୟ ବାଲୁକାକଳା
ଆଜିଠୁ ଖୋଲିଲା ଶ୍ରୀମନ୍ଦିର । ଦିର୍ଘ ୯ମାସ ପରେ ଭକ୍ତ ଭଗବାନଙ୍କ ମିଳନ । ଏହାକୁ ସ୍ୱାଗତ ଜଣାଇ ପୁରୀ ବେଳାଭୂମିରେ ଜଣାଶୁଣା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆଙ୍କିଛନ୍ତି ଆକର୍ଷଣୀୟ ବାଲୁକାକଳା
ଦୀର୍ଘ ୯ ମାସ ଧରି ବନ୍ଦ ରହିବା ପରେ ଆଜିଠାରୁ ଖୋଲିଛି ଶ୍ରୀମନ୍ଦିର ସମେତ ରାଜ୍ୟର ଅନ୍ୟ କେତେକ ପ୍ରମୁଖ ମନ୍ଦିର। ଶ୍ରୀମନ୍ଦିର ଖୋଲିବା ପରେ ଭକ୍ତଙ୍କ ମଧ୍ୟରେ ଖେଳିଯାଇଛି ଅପୂର୍ବ ଆନନ୍ଦ। ଅପୂର୍ବ ଭାବାବେଗ ନେଇ ଠାକୁରଙ୍କୁ ଦର୍ଶନ କରୁଛନ୍ତି ଭକ୍ତ। କାଳିଆ ଦର୍ଶନ କରି ଭାବବିହ୍ବଳ ହୋଇପଡ଼ୁଛନ୍ତି ଭକ୍ତ। ଆଜି କେବଳ ଶ୍ରୀମନ୍ଦିରର ସେବାୟତ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଦିଅଁ ଦର୍ଶନର ସୌଭାଗ୍ୟ ପାଇଛନ୍ତି। କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳା ଓ ବ୍ରହ୍ମଗିରିର ଶ୍ରୀ ଅଲାରନାଥ ଦେବଙ୍କ ମନ୍ଦିର ଖୋଲିଛି। କୋଭିଡ ନିୟମ ପାଳନ କରି ମନ୍ଦିରରେ ଠାକୁରଙ୍କୁ ଦର୍ଶନ ଲାଗି ଭକ୍ତଙ୍କୁ ଅନୁମତି ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଶ୍ରଦ୍ଧାଳୁ ମାନେ କୋରୋନା କଟକଣାକୁ ପାଳନ କରି ଏହି ଖୁସିର ମୁହୂର୍ତ୍ତକୁ ଉପଭୋଗ କରିବା ନେଇ ସେ ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି।
ଦୀର୍ଘ ୯ ମାସ ପରେ ଖୋଲିଲା ଶ୍ରୀମନ୍ଦିର
ଦୀର୍ଘ ୯ ମାସ ପରେ ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । ଆଜିଠାରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ। କରୋନା ସଂକ୍ରମଣ ଜନିତ କଟକଣା ଯୋଗୁଁ ଦୀର୍ଘ ନଅ ମାସ କାଳ ଭକ୍ତଙ୍କ ପାଇଁ ବନ୍ଦ ହୋଇ ରହିବା ପରେ ଆଜି ଠାରୁ ଖୋଲିଛି ଶ୍ରୀମନ୍ଦିର । ଏଥି ପାଇଁ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା (ଏସ୍.ଓ.ପି.) ଓ କେତେକ ନୂଆ ନିୟମ ମଧ୍ୟରେ ସକାଳ ୭ଟାରୁ ଦର୍ଶନ ଆରମ୍ଭ ହୋଇଛି। ମାର୍କେଟ୍ ଛକରୁ ବାରିକେଡ୍ କରି ଭକ୍ତଙ୍କୁ ସିଂହଦ୍ବାରଠାରେ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଇଥିବା ବେଳେ କରୋନା ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା, ସାନିଟାଇଜର ବ୍ୟବସ୍ଥା କରାଯାଇଛି।
କରୋନା ମହାମାରୀ ପାଇଁ ମାର୍ଚ ୨୦ରୁ ଶ୍ରୀମନ୍ଦିର ବନ୍ଦ ରହିଥିଲା। ଭକ୍ତଙ୍କୁ ଦର୍ଶନରୁ ବଞ୍ଚିତ ରଖାଯାଇଥିଲା। କେବଳ ନୀତିକାନ୍ତି ସ୍ବାଭାବିକ ଚାଲିଥିଲା। ବିଭିନ୍ନ ମହଲରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦାବି ପରେ ଆଜିଠାରୁ ବିଧିବଦ୍ଧ ଭାବେ ଶ୍ରୀମନ୍ଦିର ଖୋଲିଛି।
ସୁନ୍ଦରୀ ପ୍ରତିଯୋଗିତାରେ ଓଡ଼ିଆ ଝିଅଙ୍କ ବାଜିମାତ
ଜାତୀୟ ସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତାରେ କମାଲ ଦେଖାଇଛନ୍ତି ଓଡ଼ିଆ ଝିଅମାନେ। ଖାଲି ସେତିକି ନୁହେଁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛଅଜଣ ଓଡ଼ିଆ ଝିଅ ଅଂଶଗ୍ରହଣ କରିଥିବା ବେଳେ ସମସ୍ତେ ପୁରସ୍କୃତ ହୋଇଛନ୍ତି। କାହାକୁ ମିଳିଛି ଟାଇଟଲ ତ ପୁଣି କାହାକୁ ସବଟାଇଟଲ। ଏ ସମସ୍ତ ସୁନ୍ଦରୀ ରାଜ୍ୟର ଉପସ୍ଥିତି ଜାହିର କରିବା ସହ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ସାଉଁଟିଛନ୍ତି।
ଗୋଆ ଠାରେ ନଭେମ୍ବର ୨୮ ତାରିଖରେ ଅନୁଷ୍ଠିତ ଚତୁର୍ଥ ମିସ ଇଣ୍ଡିଆ ଚାର୍ମିଂ ଫେସ ଫେଷ୍ଟିଭାଲର ମିସ ଇଣ୍ଡିଆ ଟୁରିଜମ ବିଭାଗରେ ପ୍ରିୟଙ୍କା ମହାପାତ୍ର ବିଜେତା ହୋଇଥିବା ବେଳେ ଆଦିବାସୀ ଝିଅ ବବିତା ସବର, ସସ୍ମିତା ପଣ୍ଡା ଓ ଅପର୍ଣ୍ଣା ଦାସ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ରନର୍ସ ଅପ ହୋଇଛନ୍ତି। ସେହିପରି ପ୍ରତିଯୋଗିତାର ମିସ ଇଣ୍ଡିଆ ଗ୍ଲୋବାଲ ୟୁନିଭର୍ସ ବିଭାଗରେ କୀର୍ତ୍ତନା ରାଜ ବିଜେତା ଓ ସ୍ମ୍ତି ପ୍ରଥମ ରନର୍ସ ଅପ ହୋଇଥିବା ବେଳେ ଓଡ଼ିଆ ଝିଅ ପ୍ରଗତି ସାହୁ ଓ ଅନ୍ବେଷା ଭଞ୍ଜଦେଓ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ରନର୍ସ ଅପ ହୋଇଛନ୍ତି।
ବିଶ୍ୱ ଅର୍ଥନୀତିର ପେଣ୍ଠସ୍ଥଳୀ ହେବା ପାଇଁ ଓଡ଼ିଶା ପ୍ରସ୍ତୁତ: ଧର୍ମେନ୍ଦ୍ର ପ୍ରଧାନ
ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶା ବିଶ୍ୱ ଅର୍ଥନୀତିର ପେଣ୍ଠସ୍ଥଳୀ ହେବା ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ବୋଲି ସୋମବାର ରାଉରକେଲା, ସମ୍ବଲପୁର ଏବଂ ଝାରସୁଗୁଡ଼ାଆଇସିଏଆଇ ଶାଖା ପକ୍ଷରୁ ଆୟୋଜିତ ଭିଏସ୍ଏମ୍ ସିରିଜର ‘ସିଏ: ଦି କାଟାଲିଷ୍ଟ-ଲର୍ଣ୍ଣିଂ, ଅନ୍ଲର୍ଣ୍ଣିଂ ଏବଂ ରିଲର୍ଣ୍ଣି’ ୱେବିନାରରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଅମାପ ଖଣିଜ ସମ୍ପଦ, ଭୌଗଳିକ ସ୍ଥିତି ଏବଂ ବଜାର ସହିତ ଓଡ଼ିଶା ବିଶ୍ୱ ବଜାରରେ ଆଗାମୀ ଦିନର ସମ୍ଭାବନାକୁ ଉପଯୋଗ କରିବାକୁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ଅଛି। ଅମାପ ଖଣିଜ ରାଜ୍ୟ ଭାବେ ଜଣାଶୁଣା ଓଡ଼ିଶାରେ ମାତ୍ରାଧିକ ଆଇରନ, କୋଇଲା, ବକ୍ସସାଇଟ, କ୍ରୋମାଇଟ ଗଚ୍ଛିତ ହୋଇ ରହିଛି ଏବଂ ଦେଶକୁ ଅଧିକ ରପ୍ତାନୀ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଇସ୍ପାତ ଓ ଆଲୁମିନିୟମ ଓଡ଼ିଶାରେ ଅଧିକ ମାତ୍ରାରେ ଉତ୍ପାଦନ ହେଉଛି। ଏହି ସବୁ ସାମଗ୍ରୀକୁ ଗ୍ଲୋବାଲ୍ ଚେନରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ଆରମ୍ଭ କରିଛନ୍ତି ବୋଲି ସେ କହିଛନ୍ତି।
ଦିନକ ପରେ ଖୋଲିବ ଶ୍ରୀମନ୍ଦିର; ଭକ୍ତ ଓ ଭଗବାନଙ୍କର ହେବ ଅନନ୍ୟ ମିଳନ
ଖୁବ୍ଶୀଘ୍ର ହେବାକୁ ଯାଉଛି ଅପେକ୍ଷାର ଅନ୍ତ। ମଝିରେ ଆଉ ମାତ୍ର ଗୋଟିଏ ଦିନ। ବୁଧବାର ଠାରୁ ଦର୍ଶନ ଦେବେ କାଳିଆ ସାଆନ୍ତ। କୋରୋନା ମହାମାରୀ ପାଇଁ ଦୀର୍ଘ ୯ ମାସ ହେବ ମହାବାହୁଙ୍କ ଦର୍ଶନରୁ ବଞ୍ଚିତ ରହିଥିବା ଭକ୍ତ ଏବେ ଶ୍ରୀଜିଉମାନଙ୍କ ଦର୍ଶନ କରିପାରିବେ। ଭକ୍ତ ଓ ଭଗବାନଙ୍କର ହେବ ଅନନ୍ୟ ମିଳନ। ୨୩ ତରିଖଠାରୁ ୨୫ ତାରିଖ ପର୍ଯ୍ୟନ୍ତ ସେବାୟତ ପରିବାର ଦର୍ଶନର ସୌଭାଗ୍ୟ ପାଇବାକୁ ଥିବା ବେଳେ ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ପୁରୀ ସହରବାସୀ ଏବଂ ୩ ତାରିଖଠାରୁ ସାଧାରଣ ଭକ୍ତଙ୍କ ଲାଗି ହୋଇଛି ଦର୍ଶନ ବ୍ୟବସ୍ଥା।
ସକାଳ ସାଢ଼େ ୭ଟା ଠାରୁ ରାତି ପହୁଡ଼ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନର ସୁଯୋଗ ମିଳିବ। ଦର୍ଶନ ପାଇଁ ଆସୁଥିବା ଲୋକେ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବା ଜରୁରୀ। ଦର୍ଶନାର୍ଥୀ ମାନେ ସାନିଟାଇଜ୍ ହୋଇ ଶ୍ରୀମନ୍ଦିରକୁ ଯିବେ ଏବଂ ଜୋତା ଓ ମୋବାଇଲ୍ ରଖିବା ପାଇଁ ବ୍ୟବସ୍ଥା ହେବ।
ମିସ୍ ଇଣ୍ତିଆ ଫଟୋଜେନିକ୍ ଫେସ୍ ପ୍ରତିଯୋଗୀତାରେ ବିଜୟୀ ହେଲେ ପୁରୀ ଝିଅ ଅପର୍ଣ୍ଣା ଦାଶ
ମିସ୍ ଇଣ୍ଡିଆ ଫଟୋଜେନିକ ଫେସ ପ୍ରତିଯୋଗିତାରେ ପୁରୀର ଝିଅ ଅପର୍ଣ୍ଣା ଦାଶ ବିଜୟୀ ହୋଇ ପୁରୀ ତଥା ରାଜ୍ୟପାଇଁ ଗର୍ବ ଆଣିଛନ୍ତି। ପ୍ରତିଯୋଗିତାରେ ଦେଶର ବିଭିନ୍ନ ସ୍ଥାନରୁ ୩୭ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପ୍ରଥମେ ଭରଚୁଆଲ ମୋଡ଼ରେ ଅନଲାଇନ ମିସ ଇଣ୍ଡିଆ ଚାର୍ମିଂ ପ୍ରତିଯୋଗୀତା ପାଇଁ ଚୟନ ହୋଇଥିଲା। ସେଥିରୁ ଅପର୍ଣ୍ଣାଙ୍କ ସମେତ ଦେଶର ବଛାବଛା ୩୭ଜଣ ଯୁବତୀ ଗୋଆ ଯାଇ ଏଥିରେ ଭାଗ ନେଇଥିଲେ।
୭୦ ବର୍ଷ ପରେ ଦେଶ ପାଇଁ ବଡ଼ ସଫଳତା ଆଣିଛି ଓଏନ୍ଜିସି: ଧର୍ମେନ୍ଦ୍ର
ସ୍ୱାଧୀନତାର ୭୦ ବର୍ଷର ଅପେକ୍ଷା ପରେ ତୈଳ ଓ ଗ୍ୟାସ୍ ଅନ୍ୱେଷଣ ଏବଂ ଉତ୍ତୋଳନ ରାଷ୍ଟ୍ରାୟାତ୍ତ କମ୍ପାନୀ ଓଏନ୍ଜିସି ଦେଶ ପାଇଁ ବଡ଼ ସଫଳତା ଆଣିଛି ବୋଲି ରବିବାର ପଶ୍ଚିମବଙ୍ଗର ଅଶୋକନଗର ଠାରେ ଓଏନ୍ଜିସିର ଅଷ୍ଟମ ଉତ୍ପାଦନ ବେସିନ୍ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ଏହି ଉଦ୍ଘାଟନ ଉତ୍ସବ ପଶ୍ଚିମବଙ୍ଗର ବିକାଶ ଓ ଅଭିବୃଦ୍ଧି ପାଇଁ ନୂଆ ସମ୍ଭାବନା ଆଣିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।
ତେବେ ସ୍ୱାଧୀନତାର ଦୀର୍ଘ ବର୍ଷର ଅପେକ୍ଷା ପରେ ପଶ୍ଚିମବଙ୍ଗର ଏହି ଭୂଖଣ୍ଡରୁ ଅଶୋଧିତ ତୈଳ ଉତ୍ପାଦନ କରାଯିବ। ଏହି ସଫଳତା ପାଇଁ ଧର୍ମେନ୍ଦ୍ର ଓଏନ୍ଜିସିକୁ ଶୁଭେଚ୍ଛା ଜଣାଇଛନ୍ତି।
ଆତ୍ମନିର୍ଭର ଭାରତ ପାଇଁ ବିକଶିତ ହେଉଛି ଆତ୍ମନିର୍ଭର ଉର୍ଜା ରୋଡମ୍ୟାପ୍: ଧର୍ମେନ୍ଦ୍ର
ଉର୍ଜା କ୍ଷେତ୍ରରେ ଆତ୍ମନିର୍ଭର ଭାରତ ପାଇଁ ଆତ୍ମନିର୍ଭର ଉର୍ଜାର ଏକ ସ୍ୱଚ୍ଛ ରୋଡ୍ମ୍ୟାପକୁ ବିକଶିତ କରାଯାଉଛି ବୋଲି ଗୁରୁବାର ଆସୋସିଏଟେଡ୍ ଚାମ୍ବରସ୍ ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି ଅଫ୍ ଇଣ୍ଡିଆ(ଆସୋଚାମ୍)ର ପ୍ରତିଷ୍ଠା ସପ୍ତାହ -୨୦୨୦ ଅବସରରେ ଆୟୋଜିତ ‘ଭାରତର ବିକାଶ ପଥରେ ଇନ୍ଧନକୁ ଉର୍ଜାର ରୂପାନ୍ତରଣ’ ଶୀର୍ଷକ ଆଲୋଚନା କାର୍ଯ୍ୟକ୍ରମରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଉର୍ଜା କ୍ଷେତ୍ରକୁ ବୃହତ ଆତ୍ମନିର୍ଭର କରିବା ପାଇଁ ଆରମ୍ଭ ହୋଇଥିବା ଆତ୍ମନିର୍ଭର ଉର୍ଜା ପଦକ୍ଷେପରେ ସାମିଲ୍ ହେବା ପାଇଁ ଭାରତର ସମସ୍ତ ସରକାରୀ ଓ ବେସରକାରୀ କମ୍ପାନୀ(ଇଣ୍ଡିଆନ୍ ଆଇଏନ୍ସି)କୁ ନିମନ୍ତ୍ରଣ କରିବା ସହ ଦେଶରେ ଉର୍ଜା ନ୍ୟାୟ ସୁନିଶ୍ଚିତ କରିବା ସଙ୍ଗେସଙ୍ଗେ ଉର୍ଜା ଦାରିଦ୍ର୍ୟକୁ ସମାପ୍ତ କରିବାକୁ ହେବ ବୋଲି ସେ କହିଛନ୍ତି।
କରୋନା କଟକଣାରେ ଆଜିଠୁ ଖୋଲିବ ରାଜ୍ୟ ଜନଜାତି ସଂଗ୍ରହାଳୟ
ସର୍ବସାଧାରଣଙ୍କ ପାଇଁ ଶୁକ୍ରବାରଠାରୁ ଖୋଲିବ ରାଜ୍ୟ ଜନଜାତି ସଂଗ୍ରହାଳୟ। କୋରୋନା ମହାମାରୀ ପାଇଁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନଠାରେ ଥିବା ଏହି ସଂଗ୍ରହାଳୟକୁ ସର୍ବସାଧାରଣଙ୍କ ନିମନ୍ତେ ବନ୍ଦ ରଖାଯାଇଥିଲା। ରାଜ୍ୟରେ କୋରୋନା ମହାମାରୀ ନିୟନ୍ତ୍ରଣକୁ ଆସୁଥିବା ପରିପ୍ରେକ୍ଷୀରେ ଶୁକ୍ରବାରଠାରୁ ସଂଗ୍ରହାଳୟ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ଦର୍ଶକମାନଙ୍କ ପ୍ରବେଶ ନିମନ୍ତେ କୋଭିଡ୍-୧୯ ସଂକ୍ରମଣ ପ୍ରତିଷେଧକ ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି।
ପ୍ରତ୍ୟେକ ଦର୍ଶକ ସଂଗ୍ରହାଳୟ ମଧ୍ୟରେ ବୁଲି ଦେଖିବା ସମୟରେ କୌଣସି ସୋକେସ୍, ଟଚ୍ସ୍କ୍ରିନ୍ କିଓସ୍କ, ଭିଆର୍ ହେଡ୍ସେଟ୍ କିମ୍ବା କୌଣସି କଳାବସ୍ତୁକୁ ଛୁଇଁବା ନିଷେଧ କରାଯାଇଛି। ୬୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଓ ୧୪ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ସଂଗ୍ରହାଳୟ ମଧ୍ୟକୁ ପ୍ରବେଶ ନିମନ୍ତେ ଅନୁମତି ମିଳିବ ନାହିଁ।ଦିଆସିଲି କାଠିରେ ବର୍ଡର-ଗାଭାସ୍କର ଟ୍ରଫି ତିଆରି କଲେ ଯୁବ କଳାକାର ଶାଶ୍ୱତରଞ୍ଜନ
ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁକିଛି ସମ୍ଭବ। ଦିଆସିଲି କାଠିରେ ବର୍ଡର-ଗାଭାସ୍କର ଟ୍ରଫି ତିଆରି କରି ଭାରତ ଓ ଅଷ୍ଟ୍ରେଲିଆ କ୍ରିକେଟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପୁରୀର ଯୁବ କଳାକାର ଶାଶ୍ୱତରଞ୍ଜନ ସାହୁ । ୧୦୦ ପ୍ୟାକେଟ ଦିଆସିଲ କାଠି ବ୍ୟବହାର କରି ସେ ତିଆରି କରିଛନ୍ତି ଏହି ଟ୍ରଫି । ଏହାର ଉଚ୍ଚତା ୨୩ ଇଞ୍ଚ ହୋଇଥିବା ବେଳେ ପ୍ରସ୍ଥ ୯ ଇଞ୍ଚ ।
ରାଜ୍ୟ ସଫଳତାର ସହ ପରୀକ୍ଷଣ ହେଲା ପୃଥ୍ବୀ-୨
ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ପୃଥ୍ବୀ-୨ର ରାତ୍ରକାଳୀନ ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଛି। ବାଲେଶ୍ୱର ଚାନ୍ଦିପୁରସ୍ଥିତ ଆଇଟିଆର୍ ୩ ନମ୍ବର ଲଞ୍ଚ୍ ପ୍ୟାଡ୍ରୁ ବୁଧବାର ରାତି ୭ଟା ୬ ମିନିଟ୍ରେ ଏହାକୁ ଉତ୍କ୍ଷେପଣ କରାଯାଇଥିଲା। ପୃଥ୍ବୀ-୨ ପ୍ରଥମେ ଉତ୍କ୍ଷେପଣ ହୋଇଥିବା କ୍ଷେପଣାସ୍ତ୍ର ଟ୍ରାଜେଟୋରିରେ ଗତି କରୁଥିବାବେଳେ, ଦ୍ୱିତୀୟ କ୍ଷେପଣାସ୍ତ୍ରଟି ଗତିପଥ ବାହାରକୁ ଚାଲି ଯାଇଥିଲା। ଫଳରେ ଲକ୍ଷଚ୍ୟୁତ ହୋଇଥିବା ଦ୍ବିତୀୟ ମିସାଇଲ୍କୁ ସେହି ସ୍ଥାନରେ ଧ୍ବଂସ କରି ଦିଆଯାଇଛି।
ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ତଥା ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇ ପାରୁଥିବା ପୃଥ୍ବୀ-୨ କ୍ଷେପଣାସ୍ତ୍ର ୩୫୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ ଭେଦ କରିପାରିବାର କ୍ଷମତା ରହିଛି। ୫୦୦ରୁ ୧୦୦୦ କିଲୋଗ୍ରାମ୍ ଓଜନର ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରିପାରିବାର ସାମର୍ଥ୍ୟ ରଖିଛି ପୃଥ୍ବୀ-୨ କ୍ଷେପଣାସ୍ତ୍ର।ବର୍ଷ ୨୦୧୫ ଏବଂ ୨୦୧୬ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ
ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ୨୦୧୯ ମସିହା ପାଇଁ ବରିଷ୍ଠ ସାହିତ୍ୟିକ ମୀନକେତନ ପୁରୋହିତ, ଗୌରହରି ପଣ୍ଡା, ପଦନ୍ମାଭ ସାହୁ, ବିଭୂତି ଭୂଷଣ ପଟ୍ଟନାୟକ, ଇନ୍ଦୁଲତା ମହାନ୍ତି, ଶୈଳେନ୍ଦ୍ର କୁମାର ମହାପାତ୍ର, ନିରଞ୍ଜନ ପାଢ଼ୀ, ଶ୍ରୀକାନ୍ତ ଚରଣ ପାତ୍ର, କବିବର ପରିଡ଼ା, ତ୍ରିନାଥ ନାୟକ, ମନିନ୍ଦ୍ର ମହାନ୍ତି, ରବି ମହାପାତ୍ର, ଶରତ ଚନ୍ଦ୍ର କର, ବ୍ରଜ ଦାସ, ଅଖିଳାନନ୍ଦ ବେବର୍ତା ସାରସ୍ୱତ ସମ୍ବର୍ଦ୍ଧନାରେ ସମ୍ବର୍ଦ୍ଧିତ ହୋଇଥିବାବେଳେ ସାହିତ୍ୟର ବିଭିନ୍ନ ବିଭାଗରେ ନିତ୍ୟାନନ୍ଦ ପଣ୍ଡା, ପବିତ୍ର ପାଣିଗ୍ରାହୀ, ବୀଣାପାଣି ପଣ୍ଡା, ସଞ୍ଜୟ ହାତୀ, ନବୀନ କୁମାର ପରିଡ଼ା, ପଞ୍ଚାନନ ମିଶ୍ର, ସ୍ୱର୍ଗତ ଧରଣୀଧର ପାଣିଗ୍ରାହୀ, ବିଜୟ କୁମାର ମହାନ୍ତି, ସ୍ୱର୍ଗତ ରବିନ୍ଦ୍ର କୁମାର ବିଶ୍ୱାଳ, ମନୋଜ ମହାନ୍ତିଙ୍କୁ ୨୦୧୫ ମସିହା ପାଇଁ ଏବଂ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ, ଦେବଦାସ ଛୋଟରାୟ, ଭଗବାନ ଜୟସିଂ, ଫକୀର ସିଂହ, ପ୍ରସନ୍ନ କୁମାର ସ୍ୱାଇଁ, ସୁରେନ୍ଦ୍ର କୁମାର ମହାରଣା, ପ୍ରଦୋଷ ପଟ୍ଟନାୟକ, ଶାରଦା ରଥ, ଦେବେନ୍ଦ୍ର ଚୌଧୁରୀ ଓ ମିଶ୍ର ସତ୍ୟନାରାୟଣଙ୍କୁ ୨୦୧୬ ମସିହା ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି ।
ଓଡ଼ିଶାର ୪ ପ୍ରମୁଖ ମନ୍ଦିର ପାଇଁ ଅଧ୍ୟାଦେଶ ଆଣିବାକୁ ଚିଠି ଲେଖିଲେ ଧର୍ମେନ୍ଦ୍ର
ଶ୍ରୀଜଗନ୍ନାଥ ମନ୍ଦିର ଆଇନ-୧୯୫୫ ଏବଂ ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ-୨୦୨୦ ଭଳି ରାଜ୍ୟର ୪ଟି ପ୍ରସିଦ୍ଧ ମନ୍ଦିରର ପରିଚାଳନା ପାଇଁ ସମାନ ଅଧ୍ୟାଦେଶ ଆଣିବାକୁ ବ୍ୟକ୍ତିଗତ ସ୍ତରରେ ହସ୍ତକ୍ଷେପ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟବାସୀଙ୍କ ବୃହତ ଧାର୍ମିକ, ଆଧ୍ୟାତ୍ମିକ, ସାମାଜିକ ଓ ସାଂସ୍କୃତିକ ଭାବାବେଗ ସହ ଯୋଡ଼ି ହୋଇ ରହିଥିବା ସମ୍ବଲପୁରର ମା’ ସମଲେଶ୍ୱରୀ ମନ୍ଦିର, ଯାଜପୁରର ମା’ ବିରଜା ମନ୍ଦିର, ଗଞ୍ଜାମର ମା’ ତାରାତାରିଣୀ ମନ୍ଦିର ଏବଂ ନୟାଗଡ଼ର କଣ୍ଟିଲୋ ଶ୍ରୀନୀଳମାଧବ ମନ୍ଦିର ପାଇଁ ସମାନ ଅଧ୍ୟାଦେଶ ପ୍ରଣୟନ କରିବା ପାଇଁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର।
ଧର୍ମେନ୍ଦ୍ର ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି, ଉପରୋକ୍ତ ଧାର୍ମିକ ପୀଠ ଗୁଡ଼ିକ ସହ ରାଜ୍ୟବାସୀଙ୍କ ବୃହତ ସାମାଜିକ ଓ ସାଂସ୍କୃତିକ ଭାବାବେଗ ମଧ୍ୟ ଯୋଡ଼ି ହୋଇ ରହିଛି।ପର୍ଯ୍ୟଟନସ୍ଥଳୀରେ ଅତ୍ୟାଧୁନିକ ଶୌଚାଳୟ ନିର୍ମାଣ କରିବାକୁ ଧର୍ମେନ୍ଦ୍ରଙ୍କ ପରାମର୍ଶ
ପେଟ୍ରୋଲିୟମ୍ ମନ୍ତ୍ରାଳୟର ସ୍ୱଚ୍ଛତା ପାଖୱାଡ଼ା ପାଇଁ ସୋମବାର ଆୟୋଜିତ ପୁରସ୍କାର ବିତରଣ ସମାରୋହରେ ଯୋଗଦେଇ ବିଭାଗୀୟ ମନ୍ତ୍ରାଳୟର ରାଷ୍ଟ୍ରାୟତ କମ୍ପାନୀଗୁଡ଼ିକୁ ପୁରସ୍କୃତ କରିବା ସହ ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳି ଏବଂ ସମସ୍ତ ତୀର୍ଥସ୍ଥାନ ଠାରେ ଅତ୍ୟାଧୁନିକ ଶୌଚାଳୟ ନିର୍ମାଣ କରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତାକୁ ଜନ ଆନ୍ଦୋଳନରେ ପରିଣତ କରିଥବା ବେଳେ ଏଥିରେ ଗ୍ରାମାଞ୍ଚଳ, ସହରାଞ୍ଚଳ ଏବଂ ସମାଜର ପ୍ରତ୍ୟେକ ନାଗରିକ ସାମିଲ ହୋଇଛନ୍ତି। ପେଟ୍ରୋଲିୟମ୍ ମନ୍ତ୍ରାଳୟ ମଧ୍ୟ ଏହି ଅଭିଯାନରେ ସାମିଲ୍ ହୋଇ ଏହାକୁ ବ୍ୟାପକ କରିବାରେ ଅନ୍ୟତମ ଭୂମିକା ଗ୍ରହଣ କରିଛି। ୨୦୨୨କୁ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ହେବ। ଏହି ସମୟ ସୁଦ୍ଧା ଆମକୁ ସ୍ୱଚ୍ଛ ଭାରତର ସ୍ୱପ୍ନକୁ ସାକାର କରିବାକୁ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି।
ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତିକୁ ସ୍ବାଗତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଓଡ଼ିଶାର ଲୋକଙ୍କ ଭାବାବେଗ ସହ ଜଡ଼ିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଆସନ୍ତା ୨୩ ତାରିଖରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯିବା ଅତି ଆନନ୍ଦର ବିଷୟ। ଲୋକମାନଙ୍କର ବିଶ୍ୱାସ ଓ ଭାବାବେଗକୁ ସମ୍ମାନ ଦେଇ ଶ୍ରୀମନ୍ଦିର ଖୋଲିବାକୁ ନିର୍ଣ୍ଣୟ ନେଇଥିବାରୁ ଛତିଶା ନିଯୋଗ ଏବଂ ମନ୍ଦିର ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କୋରୋନା ସଂକ୍ରମଣର ବିପଦକୁ ଧ୍ୟାନରେ ରଖି ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ସମସ୍ତ ନୀତି ଓ ନିୟମକୁ ପାଳନ କରିବାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇବା ପାଇଁ ଅପେକ୍ଷାରତ ସମସ୍ତ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର।
ଆଜି ଧନୁ ସଂକ୍ରାନ୍ତି; ଶ୍ରୀଜୀଉଙ୍କ ପହିଲି ଭୋଗ ନୀତି ଅନୁଷ୍ଠିତ
ଆଜି ଧନୁ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ହେଲା ପହଲି ଭୋଗ ନୀତି । ଭୋର ୩ଟାରୁ ଶ୍ରୀମନ୍ଦିର ଦ୍ବାର ଫିଟାଯାଇ ପହିଲି ଭୋଗ ନୀତି ହୋଇଛି । ପହିଲି ଭୋଗ ନୀତି ଆସନ୍ତା ମକର ସଂକ୍ରାନ୍ତିରେ ଶେଷ ହେବ। ପରମ୍ପରା ଅନୁଯାୟୀ ମହାଲକ୍ଷ୍ମୀ ବାପଘରକୁ ଯାଇଥିବାରୁ ବଡ଼ି ସକାଳୁ ମା’ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରି ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ସୁଭଦ୍ରାଙ୍କୁ ଖାଇବାକୁ ଦେଇଥାନ୍ତି । ଖାସ୍ କରି ଏହି ଦିନରେ ଠାକୁରଙ୍କ ପାଖରେ ଉଖୁଡା ବା ମୁଆଁ ଭୋଗ ଲାଗି କରାଯାଇଥାଏ ।
ଏବର୍ଷ ହେବନି ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା
ଭାଙ୍ଗିବାକୁ ଯାଉଛି ବହୁ ବର୍ଷର ପରମ୍ପରା। ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚରେ ହେଉଥିବା ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଉପରେ ଲାଗିଛି କୋରୋନା ଗ୍ରହଣ। କୋରୋନା ପାଇଁ ଗୋଟିଏ ପରେ ଗୋଟିଏ ମେଳା, ମହୋତ୍ସବ ବନ୍ଦ ହେଉଥିବା ବେଳେ ଚଳିତ ବର୍ଷ ହେବ ନାହିଁ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା।
ବିଶ୍ୱର ସବୁଠୁ ବଡ଼ ମୁକ୍ତାକାଶ ଯାତ୍ରା କୁହାଯାଉଥିବା ଧନୁଯାତ୍ରା ସହିତ ବହୁ କିମ୍ବଦନ୍ତୀ ଜଡ଼ିତ। ବରଗଡ଼ ପୌରାଞ୍ଚଳର ୭କିମି ପରିଧି ମଧ୍ୟରେ ଆୟୋଜିତ ଏହି ଯାତ୍ରା ପୃଥିବୀର ବିଶାଳତମ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ପରିଚିତ। ପୌରାଣିକ କଥାବସ୍ତୁ ହରିବଂଶର ମଥୁରା ବିଜୟକୁ ନାଟ୍ୟ ରୁପାନ୍ତର ଆକାରରେ ମଞ୍ଚସ୍ଥ କରାଯାଇଥାଏ ଧନୁଯାତ୍ରାରେ। କୃଷ୍ଣ, ବଳରାମ ଓ ମଥୁରାର ଏକ ଚମତ୍କାର ପରିବେଶ ସୃଷ୍ଟି ହୋଇଥାଏ ଏହି ଯାତ୍ରା ସମୟରେ।
ଜାନୁଆରୀ ୮, ୨୦୨୧ରୁ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ
୨୦୨୧ ଜାନୁଆରୀ ମାସରେ ଚିଲିକା ମଙ୍ଗଳାଯୋଡ଼ିରେ ଅନୁଷ୍ଠିତ ହେବାକୁ ଯାଉଛି ତୃତୀୟ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ । ଏହା ଜାନୁଆରୀ ମାସରେ ୩ଦିନ ଧରି ୮, ୯, ୧୦ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯେହେତୁ ଶୀତ ସମୟରେ ଚିଲିକାକୁ ବିଭିନ୍ନ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥାଏ ତେଣୁ ଦର୍ଶକଙ୍କୁ ଏହାର ମଜା ଦେବାକୁ ଏଭଳି ପକ୍ଷୀ ଉତ୍ସବର ଆୟୋଜନ ହେଉଛି ।ଚିଲିକାର ଉତ୍ତର ପୂର୍ବାଞ୍ଚଳରେ ଅବସ୍ଥିତ ମଙ୍ଗଳାଯୋଡ଼ି। ଏହା ‘ବାର୍ଡ ପାରାଡାଇଜ୍ ଅଫ୍ ଏସିଆ’ ଭାବରେ ଜଣାଶୁଣା। ଏହି ସ୍ଥଳ ଫଟୋଗ୍ରାଫର, ପ୍ରକୃତି, ପକ୍ଷୀପ୍ରେମୀ ଏବଂ ପର୍ଯ୍ୟଟକଙ୍କ ପାଇଁ ସ୍ୱର୍ଗ । ପକ୍ଷୀମାନଙ୍କ ଲାଗି ବି ଏହାର ପରିବେଶ ବେଶ୍ ଅନୁକୂଳ । ଚିଲିକା ହ୍ରଦର ଏକ ଅଂଶ ମଙ୍ଗଳାଯୋଡ଼ି ଆର୍ଦ୍ରଭୂମିର ମାନ୍ୟତା ପାଇଛି ।
ଭାରତକୁ ୟୁରିଆ ଉତ୍ପାଦନରେ ଆତ୍ମନିର୍ଭର କରିବ ତାଳଚେର ସାର କାରଖାନା
ତାଳଚେର ସାର କାରଖାନା ହେବ ଭାରତର ପ୍ରଥମ କୋଇଲା ଗ୍ୟାସିଫିକେସନ୍ ଆଧାରିତ କାରଖାନା। ଏହା ଓଡ଼ିଶା ତଥା ଭାରତକୁ ୟୁରିଆ ଉତ୍ପାଦନରେ ଆତ୍ମନିର୍ଭର କରିବ ଏବଂ ଓଡ଼ିଶାରେ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ସଙ୍ଗେସଙ୍ଗେ ରାଜ୍ୟର ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେର ସାର କାରଖାନା (ଟିଏଫ୍ଏଲ୍) ଦ୍ୱାରା କାର୍ଯ୍ୟକାରୀ ହେଉଥିବା କୋଇଲା ଗ୍ୟାସିଫିକେସନ୍ ଏବଂ ୟୁରିଆ ଉତ୍ପାଦନ ପ୍ରକଳ୍ପର ଅଗ୍ରଗତି ନେଇ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ମନସୁଖଲାଲ ମାଣ୍ଡଭିୟ ଏବଂ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି।
ମାଗଣା ୱାଇ-ଫାଇ ଦ୍ବାରା ଡିଜିଟାଲ୍ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତର ସ୍ୱପ୍ନ ପୂରଣ ହେବ: ଧର୍ମେନ୍ଦ୍ର
ଡିଜିଟାଲ୍ ଇଣ୍ଡିଆ ପଦକ୍ଷେପ ମାଧ୍ୟମରେ ଦେଶରେ ଇ-ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଏବଂ ନାଗରିକଙ୍କ ଜୀବନକୁ ସୁଗମ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତରେ ଡିଜିଟାଲ ସଂଯୋଗକୁ ପ୍ରୋତ୍ସାହନ ଦେବା ଦିଗରେ ଆଜିର କ୍ୟାବିନେଟ୍ ନିଷ୍ପତ୍ତି ଡ଼ିଜିଟାଲ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତର ସ୍ୱପ୍ନ ପୂରଣ କରିବା ସହ ଡିଜିଟାଲ ଇଣ୍ଡିଆକୁ ବଡ଼ ଗତି ଦେବ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କ୍ୟାବିନେଟ୍ ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଧର୍ମେନ୍ଦ୍ର କହିଛନ୍ତି, ସର୍ବସାଧାରଣରେ ମାଗଣା ୱାଇ-ଫାଇ ପ୍ରତିଷ୍ଠା ପାଇଁ ପିଏମ୍-ୱାଣୀ ଆରମ୍ଭ ହେବା ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହି ନିଷ୍ପତ୍ତି ଫଳରେ ଲୋକମାନେ ବିନା କୌଣସି ଶୁଳ୍କରେ ପ୍ରତିଷ୍ଠା ହେବାକୁ ଥିବା ପବ୍ଲିକ୍ ଡାଟା ଅଫିସ୍ ମାଧ୍ୟମରେ ହାଇ-ସ୍ପିଡ଼ ଇଣ୍ଟରନେଟ୍ର ସୁବିଧା ପାଇପାରିବେ।ପ୍ରକୃତି କୋଳରେ ଅସୀମିତ ମଜା: ୫ଟି ସ୍ଥାନରେ ଆରମ୍ଭ ହେଲା ଇକୋ ରିଟ୍ରିଟ୍ ଫେଷ୍ଟିଭାଲ୍
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଓଡ଼ିଶାର ୫ଟି ପର୍ଯ୍ୟଟନସ୍ଥଳୀରେ ଆରମ୍ଭ ହୋଇଛି ଇକୋ ରିଟ୍ରିଟ୍ ଫେଷ୍ଟିଭାଲ୍। ଦାରିଙ୍ଗବାଡ଼ିରୁ ସାତକୋଶିଆ, ହୀରାକୁଦରୁ ଭିତରକନିକା। ପୁଣି ବ୍ଲାଗ୍ ପାଗୋଡ଼ା କୋଣାର୍କର ଚନ୍ଦ୍ରଭାଗା ବେଳାଭୂମି। ବୁଧବାରଠାରୁ ଏହି ୫ଟି ସ୍ଥାନରେ ଆରମ୍ଭ ହୋଇଛି ଇକୋ ରିଟ୍ରିଟ୍। ଏହା ଫେବ୍ରୁଆରୀ ୨୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ପର୍ଯ୍ୟଟକମାନେ ପ୍ରକୃତ କୋଳରେ ରହିବା ସହ ବିଭିନ୍ନ ପ୍ରକାରର ଦୁଃସାହସିକ କ୍ରୀଡ଼ାର ମଜା ନେବେ। ଆଖାପାଖରେ ଥିବା ପର୍ଯ୍ୟଟନସ୍ଥଳୀ ବୁଲିବେ। ସ୍ଥାନୀୟ ଲୋକଙ୍କ ସହ ଭାବବିନିମୟ କରିବେ। ଓଡ଼ିଶାର ଖାଦ୍ୟପେୟ, ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ନୂଆ ନୂଆ ଅନୁଭୂତି ସାଉଁଟିବେ।
ଏଥିପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୋଣାର୍କ ଇକୋ-ରିଟ୍ରିଟ୍ରେ ରହିବା ପାଇଁ ୪୦୦ ବୁକିଂ ହୋଇଛି। ସେହିପରି ଦାରିଙ୍ଗବାଡ଼ି ଓ ସାତକୋଶିଆରେ ୭୦ ଲେଖାଏଁ, ହୀରାକୁଦରେ ୨୫ ଓ ଭିତରକନିକାରେ ୮୫ ବୁକିଂ କରାଯାଇଛି। କଟକ ଜିଲ୍ଲାର ମହାନଦୀ କୂଳରେ ଥିବା ସାତକୋଶିଆ ଗଣ୍ଡ ଠାରେ ଇକୋ ରିଟ୍ରିଟ୍ରେ ୨୭ଟି କଟେଜ୍ ନିର୍ମାଣ କରାଯାଇଛି।
ଅର୍ବାନ ଗଭର୍ନାନ୍ସରେ ଓଡ଼ିଶା ୧ ନମ୍ବର
ଅର୍ବାନ ଗଭର୍ନାନ୍ସ ଇଣ୍ଡେକ୍ସ ବା ସହରାଞ୍ଚଳ ଶାସନ ସୂଚକାଙ୍କ ରିପୋର୍ଟ କାର୍ଡରେ ଏକ ନମ୍ବର ସ୍ଥାନ ହାସଲ କରିଛି ଓଡ଼ିଶା। ସହରୀ ଶାସନରେ ଦେଶକୁ ଆଗେଇ ନେବାରେ ଓଡ଼ିଶା ଦେଶର ପ୍ରମୁଖ ରାଜ୍ୟଗୁଡ଼ିକୁ ପଛରେ ପକାଇ ଏକ ନମ୍ବର ସ୍ଥାନ ହାସଲ କରିଛି। ସ୍ବେଚ୍ଛାସେବୀ ସଂଗଠନ ପ୍ରଜା ଫାଉଣ୍ଡେସନ୍ ପକ୍ଷରୁ କରାଯାଇଥିବା ସର୍ଭେରେ ମହାରାଷ୍ଟ୍ରକୁ ପଛରେ ପକାଇ ଓଡ଼ିଶା ଆଗରେ ରହିଛି।
ଓଡ଼ିଶା ୫୬. ୮୬ ପ୍ରତିଶତ ଅଙ୍କ ସହ ପ୍ରଥମ ସ୍ଥାନରେ ଥିବାବେଳେ ମହାରାଷ୍ଟ୍ର ୫୫.୧୫ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଏହି ତାଲିକାରେ ଛତିଶଗଡ଼ ତୃତୀୟ ସ୍ଥାନରେ ରହିଛି। ସେହିପରି କେରଳ ୪ର୍ଥ, ମଧ୍ୟ ପ୍ରଦେଶ ୫ମ, ତାମିଲନାଡୁ ୬ଷ୍ଠ ଓ ଗୁଜରାଟ ୭ମ ସ୍ଥାନରେ ରହିଛି। ଝାଡ଼ଖଣ୍ଡ, ଅରୁଣାଚଳ ପ୍ରଦେଶ, ମେଘାଳୟ, ମଣିପୁର ଓ ନାଗାଲାଣ୍ଡ ଏହି ସର୍ଭେରେ ୨୦ରୁ କମ୍ ସ୍କୋର କରି ତାଲିକାର ଶେଷରେ ରହିଛନ୍ତି।
କ୍ଷୁଦ୍ର ଚଳଚ୍ଚିତ୍ର ‘ପାଇକ ବିଦ୍ରୋହ’କୁ ସ୍ୱତନ୍ତ୍ର ଜୁରୀ ପୁରସ୍କାର
ସଫଳତା ସାଉଁଟିଛି ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ପାଇକ ବିଦ୍ରୋହ’। ମୁମ୍ବାଇ ଆନ୍ତର୍ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବରେ ଅକ୍ଷୟ କୁମାର ପରିଜାଙ୍କ ଦ୍ୱାରା ନିର୍ମିତ ଏହି କ୍ଷୁତ୍ର ଚଳଚ୍ଚିତ୍ରକୁ ମିଳିଛି ସ୍ବତନ୍ତ୍ର ଜୁରୀ ପୁରସ୍କାର। ଭାରତୀୟ ପ୍ରଥମ ମୁକ୍ତି ସଂଗ୍ରାମର ମାନ୍ୟତା ଲାଭ କରିଥିବା ୧୮୧୭ର ପାଇକ ବିଦ୍ରୋହ ଉପରେ ଏହା ଆଧାରିତ ହୋଇଛି ଏହି କ୍ଷୁଦ୍ର ଚଳଚ୍ଚିତ୍ର।
ପ୍ରତିଷ୍ଠିତ ଚଳଚ୍ଚିତ୍ର ନିର୍ମାତା ଅକ୍ଷୟ କୁମାର ପରିଜାଙ୍କ ପ୍ରଯୋଜନାରେ ପ୍ରସ୍ତୁତ ଏ ସିନେମାର ନିର୍ଦେଶନା ଦେଇଛନ୍ତି ନିଶ୍ଚୟ ରାଉତ ଓ ଅନୁଜ ତ୍ୟାଗି। କାହାଣୀ, ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଛନ୍ତି ହର ପ୍ରସାଦ ଦାଶ। ଏହି ଐତିହାସିକ ଚଳଚ୍ଚିତ୍ର ପାଇଁ ପୋଷାକ ଡିଜାଇନ୍ କରିଛନ୍ତି ଚଳଚ୍ଚିତ୍ରର ସହ ପ୍ରଯୋଜକ ବର୍ଣ୍ଣାଳୀ ରଥ। ଚଳଚ୍ଚିତ୍ରରେ ଭର୍ସାଟାଇଲ୍ ଅଭିନେତା ମନୋଜ ମିଶ୍ର ଜୟୀ ରାଜଗୁରୁ ଭୂମିକାରେ ଅଭିନୟ କରିଥିଲାବେଳେ ବିଶିଷ୍ଟ ଅଭିନେତା ସମରେଶ ରାଉତରାୟ ବକ୍ସି ଜଗବନ୍ଧୁ ଚରିତ୍ରରେ ଅଭିନୟ କରିଛନ୍ତି।କୋଣାର୍କ ଉତ୍ସବ ଉଦ୍ଯାପିତ: ଦର୍ଶକଙ୍କୁ ବିମୁଗ୍ଧ କଲା ଓଡ଼ିଶୀ ଓ କଥକ
ସ୍ଥାପତ୍ୟ, ଭାସ୍କର୍ଯ୍ୟ ଓ ରମ୍ୟକଳାର କିର୍ତ୍ତୀସ୍ତମ୍ଭ କୋଣାର୍କ ସୂର୍ଯ୍ୟମନ୍ଦିର ପାଦଦେଶର ଚିତ୍ରିତ ପରିବେଶରେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀଙ୍କ ଭଙ୍ଗିମା ଓ ଛନ୍ଦାୟିତ ପଦଚାଳନା ନେଇ ଆସିଥିଲା ଏକ ଆବେଗମୟ ଭାବ। ଅବସର ଥିଲା କୋର୍ଣାକ ଉତ୍ସବର ଉଦ୍ଯାପନୀ ସନ୍ଧ୍ୟା। ଉଜ୍ୱଳ ଆଲୋକ ଓ ଶୋଭନୀୟ ସାଜସଜ୍ଜାରେ ମୁକ୍ତାକାଶ ମଞ୍ଚ ସ୍ୱାଗତ କରିଥିଲା ଶାସ୍ତ୍ରୀୟ ନୃତ୍ୟର ପ୍ରଖ୍ୟାତ ଶିଳ୍ପୀମାନଙ୍କୁ।
ପ୍ରଥମ ଚରଣରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରସ୍ତୁତି ଥିଲା ଦେବ ଆରାଧନା ସମ୍ବଳିତ ମଙ୍ଗଳାଚରଣ ଓ ଶଙ୍କରାଭରଣ ପଲ୍ଲବୀ। ଶୁଦ୍ଧ ନୃତ୍ୟ ପଲ୍ଲବୀରେ ଗୁରୁ କେଳୁଚରଣ ମହାପାତ୍ରଙ୍କ ନୃତ୍ୟ ସଂଯୋଜନା ଓ ଗୁରୁ ଭୁବନେଶ୍ୱର ମିଶ୍ରଙ୍କ ସଙ୍ଗୀତ ସଂଯୋଜନାକୁ ନିଖୁଣଭାବେ ପରଶି ଦେଇଥିଲେ ଗବେଷଣା କେନ୍ଦ୍ରର ସଫଳ ସୃଷ୍ଟିଗଣ।
କୁହୁଡ଼ି ଆସ୍ତରଣରେ ଓଡ଼ିଶା
ରାଜ୍ୟରେ ଧୀରେ ଧୀରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ଅସ୍ତବ୍ୟସ୍ତ କରୁଛି ଘନ କୁହୁଡ଼ି। କୁହୁଡ଼ିର ଚାଦରରେ ଆଚ୍ଛାଦିତ ହେଉଛି ରାଜ୍ୟର ଅର୍ଦ୍ଧାଧିକ ଅଞ୍ଚଳ। ଆହୁରି ୪ରୁ ୫ ଦିନ ଏହିଭଳି ଭାବେ କୁହୁଡ଼ିର ଆସ୍ତରଣ ପଡ଼ିବ। ଏହି ସମୟରେ ଭିଜିବିଲିଟ୍ ମଧ୍ୟ କମ୍ ରହିପାରେ। ସେଥିପାଇଁ କେତେକ ଜିଲ୍ଲାରୁ ସତର୍କ ସୂଚନା ଜାରି କରାଯାଇଛି। ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର ଭଳି ଜିଲ୍ଲାର କିଛି ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି। ଏଥିସହ ଧୀରେ ଧୀରେ ପାରଦ ଖସୁଥିବାରୁ ରାତି ଅପେକ୍ଷା ଭୋର୍ ସମୟରେ ଥଣ୍ଡାର ପ୍ରକୋପ ଅଧିକ ରହୁଛି।
ବିଶେଷକରି ସୋନପୁରରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଅନୁରୂପ ଭାବେ ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ବି ସପ୍ତାହେ ଧରି ଅସମ୍ଭାଳ ଜାଡ଼ ଅନୁଭୂତ ହେଉଛି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ଥିବା ବେଳେ ସୋନପୁରରେ ୮.୮ ଡିଗ୍ରୀ ରହିଛି। ସେହିପରି ଦାରିଙ୍ଗବାଡ଼ିରେ ୯ ଡିଗ୍ରୀ ତାପମାତ୍ରା ରହିଛି।
କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟା: କଥକରେ ରାଧାକୃଷ୍ଣଙ୍କ ମିଳନ, ଓଡ଼ିଶୀରେ ଚକ୍ରବ୍ୟୁହ ମନ ମୋହିଲା
କୋଣାର୍କ ଉତ୍ସବର କାକରଭିଜା ଚତୁର୍ଥ ସନ୍ଧ୍ୟାରେ କଥକ ଓ ଓଡ଼ିଶୀ ନୃତ୍ୟର ନିଖୁଣ ଉପସ୍ଥାପନା ଦର୍ଶକଙ୍କ ମନ ମୋହି ନେଇଥିଲା। ମଞ୍ଚରେ କ୍ଷୀଣ ଆଲୁଅ ସାଙ୍ଗକୁ ନୃତ୍ୟାଙ୍ଗନାଙ୍କ ନୃତ୍ୟ ଗାରିମାକୁ ବେଶ୍ ଉପଭୋଗ କରିଥିଲେ ଦର୍ଶକ। ଏଥିସହ ଚନ୍ଦ୍ରଭାଗର ବେଳାଭୂମିରେ ସଚେତନତାର ବାର୍ତ୍ତା ବାଣ୍ଟିଥିଲା ବାଲୁକାକଳା। ଚତୁର୍ଥ ସନ୍ଧ୍ୟାର ପ୍ରଥମ ଅର୍ଘ୍ୟରେ ଲୋକକାତାର ବିକ୍ରମ ଆୟାଙ୍ଗର ଓ ସାଥୀ କଥକ ନୃତ୍ୟରେ ପରିବେଷଣ କରିଥିଲେ ବୈଚିତ୍ର। ପଦ୍ମଶ୍ରୀ ରାଣୀ କର୍ଣ୍ଣାଙ୍କ ସଂଯୋଜନାରେ ଶାସ୍ତ୍ରୀୟ କଥକ ନୃତ୍ୟର ମହାର୍ଘ ପରମ୍ପରା, ବିବିଧତା ଓ ପ୍ରାଚୁର୍ଯ୍ୟର ଗାଥାକୁ ତୋଳି ଧରିଥିଲା ଅଭିନୟ ବୈଚିତ୍ର୍ୟ। ପ୍ରଥମ ଅର୍ଘ ରାସରେ ରାଧା-କୃଷ୍ଣଙ୍କ ମିଳନର ଅବତାରଣା ହୋଇଥିବା ବେଳେ ଦ୍ୱିତୀୟ ପ୍ରସ୍ତୁତିରେ ୧୧ ମାତ୍ରା ଯୁକ୍ତ ରୁଦ୍ରତାଲ ୧୬ ମାତ୍ରା ଯୁକ୍ତ ତିନ ତାଲ ଆଧାରରେ ଶ୍ରୀକୃଷ୍ଣଙ୍କ ଚକ୍ରଧାରଣ ସ୍ୱରୂପକୁ ମଞ୍ଚସ୍ଥ କରିଥିଲେ ଶିଳ୍ପୀ। ବିକ୍ରମ ଆୟେଙ୍ଗର, ଦେବଶ୍ରୀ ଭଟ୍ଟାଚାର୍ଯ୍ୟଙ୍କ ସହ ରନନ୍ର ଶିଳ୍ପୀସମୂହଙ୍କ ଅନ୍ତିମ ପ୍ରସ୍ତୁତିରେ ସୂର୍ଯ୍ୟଙ୍କ ଆବାହନୀ ଦିବାକର ମଞ୍ଚସ୍ଥ ହୋଇଥିଲା।
କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟା: ବର୍ଷା ଅଭିସାର ଓ ଶିବଲୀଳାରେ ଦର୍ଶକ ବିମୁଗ୍ଧ
କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟା ଯେତିକି ମନରୋମ ଥିଲା ଶାସ୍ତ୍ରୀୟ ନୃତ୍ୟର ମଞ୍ଚାୟନ ସେତିକିଥିଲା ଭାବମୟ। ଶୀତୁଆ ସନ୍ଧ୍ୟାରେ ମୁକ୍ତାକାଶ ରଙ୍ଗମଞ୍ଚରେ ବର୍ଷା ଅଭିସାର ଓ ଶିବଲୀଳା ଆଧ୍ୟାତ୍ମିକ ଭାବ ଆଣିଥିଲା। ନୃତ୍ୟାଙ୍ଗନମାନେ କଳାପ୍ରେମୀ ଦର୍ଶକଙ୍କୁ ଓଡ଼ିଶୀ ଓ କୁଚିପୁଡ଼ି ନୃତ୍ୟରେ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥଇଲେ। ତା’ସହ ଚନ୍ଦ୍ରଭାଗା ବେଳାଭୂମିରେ ପର୍ଯ୍ୟାବରଣ, ବନ୍ୟଜନ୍ତୁ ସଂରକ୍ଷଣ ଓ କୋରୋନା ସଚେତନତାକୁ ନେଇ ହୋଇଥିବା ବାଲୁକା କଳା ମଧ୍ୟ ସମସ୍ତଙ୍କ ମନକୁ ଛୁଇଁପାରିଛି। ଉତ୍ସବର ଆଜି ଚତୁର୍ଥ ସନ୍ଧ୍ୟାରେ କଥକ ଓ ଓଡ଼ିଶୀ ନୃତ୍ୟ ପରିବେଷିତ ହେବ। କୋଭିଡ୍ କଟକଣା ମଧ୍ୟରେ କୋଣାର୍କ ଉତ୍ସବକୁ ମନଭରି ଉପଭୋଗ କରୁଛନ୍ତି ଦର୍ଶକ।
୯୫ ବର୍ଷରେ ଐତିହ ସମ୍ପନ୍ନ ପୁରୀ ବିଏନ୍ଆର୍ ହୋଟେଲ୍
ପବିତ୍ର ଜଗନ୍ନାଥଧାମ ପୁରୀ ସମୁଦ୍ରକୂଳ ନିକଟରେ ଅବସ୍ଥିତ ବିଏନ୍ଆର୍ ହୋଟେଲ ହେଉଛି ଏକ ଭାରତୀୟ ରେଳପଥର ପାରମ୍ପାରିକ ଐତିହ ବହନ କରୁଥିବା ହୋଟେଲ୍ ସମ୍ପତ୍ତି। ଯାହା ଅତିଥିମାନଙ୍କୁ ଏକ ଭିନ୍ନ ସ୍ବାଦର ଆତିଥେୟତା ଓ ଆରାମଦାୟକ ରହଣି ପ୍ରଦାନ କରିଥାଏ। ପୁରାତନ ପରମ୍ପରା ଓ ସମ୍ଭ୍ରାନ୍ତଶୀଳ ରୁଚିର ଚମତ୍କାର ଅନୁଭବ ପୁରୀର ଏହି ଅନନ୍ୟ ବିଏନ୍ଆର୍ ହୋଟେଲ୍ରେ ପରିଦର୍ଶକଙ୍କୁ ଅପେକ୍ଷା କରିଥାଏ।
ବିସ୍ତାରିତ କୋଠରୀ, ଚମତ୍କାର କରିଡର ଏବଂ ମନୋରମ ଟେରାସ୍ ଅତୀତ ଯୁଗକୁ ମନେ ପକାଇଥାଏ। ୧୯୨୨ ମସିହାରେ ବେଙ୍ଗଲ-ନାଗପୁର ରେଳବାଇ ଦ୍ୱାରା ପୁରାତନ ଅଶ୍ୱର୍ଥ ଭିଲ୍ଲା କିଣାଯାଇ ୧୯୨୫ ମସିହାରେ ଏକ ହୋଟେଲ୍ରେ ରୂପାନ୍ତରିତ ହେବାପରେ ଏହି ଐତିହ ହୋଟେଲ୍ର ଉପନିବେଶ ଢାଞ୍ଚା ୯୫ ବର୍ଷ ପଛକୁ ନେଇଯିବା ଭଳି ଲାଗିବ। ୨୦୦୦ ମସିହାରେ ମହତ୍ୱ ଏବଂ ଆଡ଼ମ୍ବରପୂର୍ଣ୍ଣ ଏହି ହୋଟେଲ ଏହାର ପ୍ଳଟିନମ୍ ଜୁବଲି ପାଳନ କରିଥିଲା।
କୋଣାର୍କ ଉତ୍ସବର ଦ୍ବିତୀୟ ସନ୍ଧ୍ୟା: ପ୍ରେମ ମିଳନ ଭାବରେ ଦର୍ଶକ ବିଭୋର
କୋଣାର୍କ ଉତ୍ସବର ଦ୍ବିତୀୟ ସନ୍ଧ୍ୟା ଥିଲା ବେଶ୍ ଭାବପୂର୍ଣ୍ଣ। କୋଭିଡ୍ କଟକଣା ଭିତରେ ଆୟୋଜିତ ଏହି ଉତ୍ସବ ପ୍ରଥମ ଦିନ ଭଳି ଦ୍ୱିତୀୟ ଦିନରେ ମଧ୍ୟ କଳାପ୍ରେମୀ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଥିଲା। ମଞ୍ଚ ଉପରେ ଗୋଟିଏ ପରେ ଗୋଟିଏ ଆକର୍ଷଣୀୟ ନୃତ୍ୟ ପରିବେଷଣ କରାଯାଇଥିଲା। ଦ୍ବିତୀୟ ସନ୍ଧ୍ୟାର ପ୍ରଥମ ଚରଣରେ ଉପସ୍ଥାପିତ ହୋଇଥିଲା ଶାସ୍ତ୍ରୀୟ ମଣିପୁରୀ ନୃତ୍ୟ। ବୈଷ୍ଣବ ଚେତନାର ପୃଷ୍ଟ ଭୁମିରେ ବର୍ଷାକୁ ନେଇ ନାୟକ ନାୟିକାଙ୍କ ପ୍ରେମ, ଶକ୍ତି ଓ ମିଳନର ନୃତ୍ୟାୟନରେ ଯିବାତ୍ମା ଓ ପରମାତ୍ମାଙ୍କ ଏକାମ୍ର ଭାବକୁ ପରସି ଦେଇଥିଲେ ଶିଳ୍ପୀ।
ଗୁରୁ ବିମ୍ବାବତୀ ଦେବୀଙ୍କ ସଂରଚନାରେ ପ୍ରସ୍ତୁତ ମଣିପୁରୀ ଶାସ୍ତ୍ରୀୟ ନୃତ୍ୟ ବର୍ଷା ରୂତୁ ଅନ୍ତର୍ଗତ ବିବିଧ ବର୍ଣ୍ଣନା ଆଧାରରେ ନଟ ସଙ୍କୀର୍ତନର ଭାକ୍ତିକ ଆବେଗକୁ ବ୍ୟକ୍ତ କରିଥିଲା। ନୃତ୍ୟ ଶିଳ୍ପୀଗଣଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ଆଧ୍ୟାତ୍ମିକତାର ଅନୁଭବ ଦେଇଥିଲା।
ଦେଶରେ ପ୍ରଥମ ବିଶ୍ୱସ୍ତରୀୟ ପ୍ରିମିୟମ ଗ୍ରେଡ୍ ପେଟ୍ରୋଲ ‘ଅକ୍ଟେନ୍ ୧୦୦’ର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର
ଦେଶର ଲୋକମାନଙ୍କ ଜୀବନକୁ ସହଜ କରିବା ପାଇଁ ସହଜ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମଙ୍ଗଳବାର ନୂଆଦିଲ୍ଲୀରୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଇଣ୍ଡିଆନ ଅଏଲ୍ ଦ୍ୱାରା ବିକଶିତ ଦେଶର ପ୍ରଥମ ବିଶ୍ୱସ୍ତରୀୟ ପ୍ରିମିୟମ ଗ୍ରେଡ୍ ପେଟ୍ରୋଲ ‘ଅକ୍ଟେନ୍ ୧୦୦’ର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ହାଇଗ୍ରେଡ୍ ଯୁକ୍ତ ତୈଳ ଇନ୍ଧନକୁ ଇଣ୍ଡିଆନ ଅଏଲ୍ ପକ୍ଷରୁ ‘ଏକ୍ସପି ୧୦୦’ ନାମରେ ବ୍ରାଣ୍ଡିଂ କରାଯାଇଛି।
ଧର୍ମେନ୍ଦ୍ର କହିଛନ୍ତି ଯେ ଧୀରେ ଧୀରେ ସ୍ୱଦେଶୀ ଜ୍ଞାନକୌଶଳର ମହତ୍ୱ ବଢ଼ୁଛି। ଇଣ୍ଡିଆନ୍ ଅଏଲ୍ ଗବେଷଣା ଏବଂ ବିକାଶ(ଆର ଏବଂ ଡି) ପକ୍ଷରୁ ନୂଆ ଜ୍ଞାନକୌଶଳର ବିକଶିତ କରାଯାଇ ଦେଶର ଏହି ସର୍ବକୃଷ୍ଟ ତୈଳ ଆଜି ଠାରୁ ବଜାରରେ ବିକ୍ରି କରାଯିବାର କାମ ଆରମ୍ଭ ହେବା ଗର୍ବର ବିଷୟ। ପ୍ରିମିୟମ ଯାନ ମାନଙ୍କରେ ଏହି ତୈଳର ବ୍ୟବହାର ଦ୍ୱାରା ଇଞ୍ଜିନର ଗତି ବଢ଼ିବ।କୋଭିଡ୍ କଟକଣାରେ ଆରମ୍ଭ ହେଲା ପ୍ରସିଦ୍ଧ କୋଣାର୍କ ଉତ୍ସବ: ମନମୋହିଲା ଓଡ଼ିଶୀ ଓ ଭାରତନାଟ୍ୟମ୍
ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ସହଯୋଗରେ ଆୟୋଜିତ ୩୧ ତମ କୋଣାର୍କ ଉତ୍ସବ ୨୦୨୦ ମଙ୍ଗଳବାର ସନ୍ଧ୍ୟାରେ ଉଦ୍ଘାଟିତ ହୋଇଛି।ଏଥିସହ ଚନ୍ଦ୍ରଭାଗା ବେଳାଭୂମିରେ ନବମ ଅର୍ନ୍ତଜାତୀୟ ବାଲୁକା କଳା ଉତ୍ସବକୁ ଆନୁଷ୍ଠାନିକ ଭାବେ ମଧ୍ୟ ଉଦ୍ଘାଟନ କରାଯାଇଛି। ଏଥିରେ ୨୫ଟି ଷ୍ଟଲ୍ରେ ୭୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୬ ଜଣ ବାହାର ରାଜ୍ୟର ଶିଳ୍ପୀ ଯୋଗଦେଇ ନିଜର କଳା ପ୍ରଦର୍ଶନ କରିଛନ୍ତି। ବିଶ୍ୱ ଐତିହର ସ୍ମାରକି ଭବ୍ୟ କୋଣାର୍କ ମନ୍ଦିରର ପାଦଦେଶରେ ଶାସ୍ତ୍ରୀୟ ନୃତ୍ୟର ଉପସ୍ଥାପନା ଯେତିକି ମନଛୁଆଁ ଥିଲା ଚନ୍ଦ୍ରଭାଗାର ବିସ୍ତୀର୍ଣ୍ଣ ବାଲୁକା ଶର୍ଯ୍ୟାରେ ଆୟୋଜିତ ଆନ୍ତର୍ଜାତୀୟ ବାଲୁକା କଳାର ଆୟୋଜନ ସେତିକି ଆକର୍ଷଣୀୟ ଥିଲା।
ଆଉ ଜଣେ ଓଡ଼ିଆ ଝିଅଙ୍କ ଚମକ: ‘ଇଣ୍ଡିଆଜ୍ ଚାର୍ମିଙ୍ଗ ଫେସ୍ ମିସ୍ ଇଣ୍ଡିଆ’ ମୁକୁଟ ପିନ୍ଧିଲେ ପ୍ରିୟଙ୍କା
ଜାତୀୟ ସ୍ତରରେ ପୁଣି ଜଣେ ଓଡ଼ିଆ ଝିଅଙ୍କ ଚମକ ଦେଖିବାକୁ ମିଳିଛି। ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ‘ଇଣ୍ଡିଆଜ୍ ଚାର୍ମିଙ୍ଗ ଫେସ୍ ମିସ୍ ଇଣ୍ଡିଆ’ ମୁକୁଟ ପିନ୍ଧିଛନ୍ତି ଓଡ଼ିଆ ଝିଅ ପ୍ରିୟଙ୍କା ମହାପାତ୍ର। ଯାହା ଫଳରେ ଓଡ଼ିଶା ସମେତ ସ୍ଥାନୀୟ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଗୋଆର ପାଣାଜୀ କଡମ୍ବା ଠାରେ ଇଣ୍ଡିଆଜ୍ ଚାର୍ମିଂ ଫେସ୍ ପକ୍ଷରୁ ଆୟୋଜିତ ମିସ୍ ଇଣ୍ଡିଆ ୨୦୨୦ ଫେସନ୍ ଆଇକନ୍ରେ ସମସ୍ତଙ୍କୁ ପଛରେ ପକାଇ ସେ ଏହି ଗୌରବ ଅଧିକାର ହୋଇଛନ୍ତି। ଏହି ପ୍ରତିଯୋଗିତାରେ ୩୭ ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଓଡ଼ିଶାର ୬ ଜଣ ପ୍ରତିଯୋଗୀ ଏଥିରେ ଅଂଶ ଗ୍ରହଣ କରିଥିଲେ। ଏହି ପରିପ୍ରେକ୍ଷୀରେ ପ୍ରିୟଙ୍କା ଖୋର୍ଦ୍ଧା ପାଇକ ସଂସ୍କୃତି ଏବଂ ପାଇକ ବିଦ୍ରୋହର ଗାଥା ବହନ କରୁଥିବା ବେଶଭୂଷା ପରିଧାନ କରିଥିଲେ। ଯାହା ସେଠାରେ ଉପସ୍ଥିତ ବିଚାରକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
ଏହି କୃତ୍ତିତ୍ୱ ହାସଲ ପରେ ତାଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି।
ଓଡ଼ିଶାରେ ଖସୁଛି ପାରା, ବଢୁଛି ଶୀତ
ରାଜ୍ୟରେ ଖସୁଛି ପାରା, ବଢୁଛି ଶୀତ। ପ୍ରବଳ ଜାଡ଼ରେ ଥରୁଛି ଗାଁଠୁ ସହର। ପାରଦ ଖସିବା ସହ ଘନ କୁହୁଡିରେ ଆଚ୍ଛାଦିତ ହେଉଛି ବିଭିନ୍ନ ସହର। ଗତ ୨୪ ଘଣ୍ଟାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ପ୍ରାୟ ୨ ଡିଗ୍ରୀ ପର୍ଯ୍ୟନ୍ତ ଖସିଛି। ସକାଳ ୮ଟା ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ରାଜ୍ୟର ୩ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ଥିବା ରେକର୍ଡ ହୋଇଥିବା ବେଳେ ମୋଟ ୧୪ ସହର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ସୋନପୁରଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ସୋନପୁରରେ ତାପମାତ୍ରା ୮.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗବାଡ଼ି ୯ ଓ ଫୁଲବାଣୀ ୯.୮ ଡିଗ୍ରୀ ରେକର୍ଡ କରାଯାଇଛି।
ଆଜିଠୁ କୋଣାର୍କ ଉତ୍ସବ, ଚନ୍ଦ୍ରଭାଗା ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ
ଆଜିଠାରୁ ଆରମ୍ଭ ହେଉଛି କୋଣାର୍କ ସୂର୍ଯ୍ୟମନ୍ଦିରର ପୃଷ୍ଠଭୂମିରେ କୋଣାର୍କ ନୃତ୍ୟୋତ୍ସବ। ବିବିଧ ଶାସ୍ତ୍ରୀୟ ନୃତ୍ୟ ସହିତ ସର୍ବୋକ୍ରୃଷ୍ଟ ଅନ୍ତର୍ଜାତୀୟ ମନୋହର ବାଲୁକା କଳାର ଅପୂର୍ବ ସମାବେଶ ହେବ ମଧ୍ୟ ଅନୁଷ୍ଠିତ ହେବ। ଡିସେମ୍ବର ୧ ତାରିଖଠାରୁ ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହେବ। ପ୍ରତିଦିନ ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟ ସହ କୁଚୁପୁଡ଼ି, ଭରତନାଟ୍ୟମ୍ ଓ ଶାସ୍ତ୍ରୀୟ ନୃତ୍ୟ ପରିବେଷଣର କାର୍ଯ୍ୟକ୍ରମ ରହିଛି। ସେହିପରି ଚନ୍ଦ୍ରଭାଗା ବେଳାଭୂମିରେ ନବମ ଥର ପାଇଁ ଆୟୋଜିତ ହେବ ବାଲୁକା କଳା ମହୋତ୍ସବ। ଏହା ଦର୍ଶକମାନଙ୍କ ପାଇଁ ସମ୍ପୂର୍ଣ୍ଣ ଦେୟମୁକ୍ତ ରହିବ। ସେହିଭଳି ସବୁ କାର୍ଯ୍ୟକ୍ରମ ଓ ଉତ୍ସବ କୋଭିଡ୍ କଟକଣା ମଧ୍ୟରେ ପାଳିତ ହେବ ବୋଲି ସୂଚନା ଦିଆଯାଇଛି।
କୋଣାର୍କ ଉତ୍ସବର ପ୍ରତ୍ୟହ ସନ୍ଧ୍ୟା ୬ଟାରୁ ରାତି ୮ଟା ୩୦ ମିନିଟ୍ ପର୍ଯ୍ୟନ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ କୋଣାର୍କ ନୃତ୍ୟୋତ୍ସବ ଆୟୋଜିତ ହେବ। ଉକ୍ରୃଷ୍ଟ ମାନର ପାରମପରିକ ତଥା ଶାସ୍ତ୍ରୀୟ ନୃତ୍ୟର ଆୟୋଜନ ଚଳିତ କୋଣାର୍କ ଉତ୍ସବ ୨୦୨୦କୁ ଅଧିକ ମନୋଜ୍ଞ କରି ଗଢ଼ି ତୋଳିବ।
କାର୍ତ୍ତିକ ପୂର୍ଣ୍ଣିମାରେ ସୁନାରେ ଝଲସିଲେ ଶ୍ରୀଜୀଉ
ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏହି ଅବସରରେ ରତ୍ନସିଂହାସନ ଉପରେ ଅନୁଷ୍ଠିତ ହୋଇଛି ଶ୍ରୀଜୀଉଙ୍କ ରାଜରାଜେଶ୍ୱର ବା ସୁନାବେଶ। ରାତି ଦୁଇଟା ପରେ ଶ୍ରୀମନ୍ଦିର ଦ୍ୱାର ଫିଟାଯାଇ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା। ସକାଳେ ଅବକାଶ ନୀତି ପରେ ମହାପ୍ରଭୁଙ୍କ ସୁନା ବେଶ ତଥା ରାଜ ରଜେଶ୍ୱର ବେଶ ଅନୁଷ୍ଠିତ ହୋଇଥିଲା। ପୁଷ୍ପାଳକ ସେବକମାନେ ବିଭିନ୍ନ ରତ୍ନ ଅଳଙ୍କାର ଓ ପାଟବସ୍ତ୍ରରେ ଠାକୁରଙ୍କୁ ବିଭୂଷିତ କରିଛନ୍ତି। ଏହି ବେଶରେ ସୂବର୍ଣ୍ଣ ତ୍ରିଭୁଜ, କିରିଟ ତ୍ରିପୟର, କାନ, କଦମ୍ବ ମାଳି, ହରିଡ଼ା ମାଳି, ବାହାଡ଼ା ମାଳି, ଚନ୍ଦ୍ର ସୂର୍ଯ୍ୟ, ଓଡ଼ିଆଶୀ, ଘାଗଡ଼ା ମାଳି ପ୍ରଭୃତି ଲାଗି କରାଯାଇଛି। ଏହି ବେଶରେ ସକାଳ ଧୂପ, ବାଳ ଧୂପ ଓ ମଧ୍ୟାନ ଧୂପ ମଧ୍ୟ ଅନୁଷ୍ଠିତ ହୋଇଥିଲା।
କିନ୍ତୁ ମହାପ୍ରଭୁଙ୍କ ଏହି ଦୂର୍ଲଭ ବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ। କୋରୋନା କଟକଣା ପାଇଁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଛି।ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଆଜି
ଦିନ ୧ଟା ୨ ମିନିଟ୍ ୨୨ ସେକେଣ୍ଡ୍ରୁ ଆରମ୍ଭ ହୋଇଛି ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ। ତେବେ ଏହା ଉପଛାୟା ଚନ୍ଦ୍ରଗ୍ରହଣ ହୋଇଥିବାରୁ ଖାଲି ଆଖିରେ ଦେଖାଯିବ ନାହିଁ। ଏହି ଉପଛାୟା ଚନ୍ଦ୍ରଗ୍ରହଣ ଭାରତର କେତେକ ସମୟରେ ସ୍ପଳ୍ପ ସମୟ ପାଇଁ ଦଶ୍ୟମାନ ହେବାକୁ ଥିବା ବେଳେ ଓଡ଼ିଶାରେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ ନାହିଁ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ୍ର ଉପ ନିର୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି। ୩ଟା ୧୨ ମିନିଟ୍ରେ ଏହା ସର୍ବାଧିକ ଦୃଶ୍ୟମାନ ହେବ। ମାତ୍ର ଖାଲି ଆଖିକୁ ଏହା ଦେଖାଯିବ ନାହିଁ। ଚନ୍ଦ୍ରଗ୍ରହଣ ସନ୍ଧ୍ୟା ୫ଟା ୨୩ ମିନିଟ୍ରେ ଶେଷ ହେବ।
ଏହି ଗ୍ରହଣରେ ପ୍ରଭାବ ଦେବନୀତି, ପାକନୀତି ଉପରେ ପଡ଼ିବ ନାହିଁ। ଯେହେତୁ ଏହି ଗ୍ରହଣ ଏକ ଉପଛାୟା, ତେଣୁ ହାଣ୍ଡିଛାଡ଼ କରିବାର ଆବଶ୍ୟକତା ନାହିଁ। ଏପରିକି ଧର୍ମୀୟ ଶାସ୍ତ୍ରରେ ଏହାର ପାଳନ କରିବାର କୌଣସି ନିୟମ ମଧ୍ୟ ନାହିଁ।ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ମାନ୍ୟତା ଦେବାକୁ ଧର୍ମେନ୍ଦ୍ରଙ୍କ ଚିଠି
ଉତ୍କଳ ବିଶ୍ୱବିଦ୍ୟାଳୟର ୭୮ତମ ପ୍ରତିଷ୍ଠା ଦିବସରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡା. ରମେଶ ପୋଖରିଆଲ ନିଶାଙ୍କଙ୍କୁ ଚିଠି ଲେଖି ଏହି ପ୍ରସଙ୍ଗରେ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦେଶରେ ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡ଼ିକୁ ସଶକ୍ତ କରିବା ଏବଂ ଶିଳ୍ପଯୋଗୀ ମାନବ ସମ୍ବଳ ତିଆରି କରିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ରହିଛି। ଉତ୍କଳ ବିଶ୍ୱବିଦ୍ୟାଳୟ କେନ୍ଦ୍ରୀୟ ମାନ୍ୟତା ପାଇଲେ ଭୁବନେଶ୍ୱର ଆଗାମୀ ଦିନରେ ପୂର୍ବ ଭାରତର ଅର୍ଥନୀତି ଓ ଶିକ୍ଷା କ୍ଷେତ୍ରର ପେଣ୍ଠସ୍ଥଳି ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି।
ଧର୍ମେନ୍ଦ୍ର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ଓଡ଼ିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ୭୫ ବର୍ଷର ଐତିହ୍ୟ ଏବଂ ପରମ୍ପରାର ଉତ୍କଳ ବିଶ୍ୱବିଦ୍ୟାଳୟ ଉଲ୍ଲେଖନୀୟ ଅବଦାନ ରହିଛି। ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦିଆଗଲେ ଓଡ଼ିଶାବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହେବା ସଙ୍ଗେସଙ୍ଗେ ଅପାର ସମ୍ଭାବନାର ସମ୍ଭାର ଖୋଲିବ।
ରତ୍ନ ସିଂହାସନରେ ନାଗାର୍ଜୁନ ବେଶରେ ଝଲସିଲେ ଶ୍ରୀଜୀଉ
ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି। ମହାପ୍ରଭୁ ରତ୍ନସିଂହାସନ ଉପରେ ନାଗାର୍ଜୁନ ବେଶର ଦିବ୍ୟ ଆଭୂଷଣରେ ସଜେଇ ହୋଇଛନ୍ତି। ସୁବର୍ଣ୍ଣ ଅଳଙ୍କାର ସହ ନାଗାର୍ଜୁନ ବେଶ ଆଭୂଷଣ ଲାଗିରେ ମହାପ୍ରଭୁଙ୍କ ଯୋଦ୍ଧାବେଶରେ ବିରାଜମାନେ ହୋଇଛନ୍ତି। ମହାପ୍ରଭୁ ବୀରବେଶ ଧାରଣ କରି ୧୬ ପ୍ରକାର ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜେଇ ହୋଇଛନ୍ତି ଜଗା ବଳିଆ। କୋଟି କୋଟି ଓଡ଼ିଆଙ୍କ ବୀରତ୍ବ, ସ୍ବାଭିମାନ ଏବଂ ପରାକ୍ରମ ସେଥିରେ ପ୍ରକଟିତ ହୋଇଛି। ବିଶ୍ବବ୍ରହ୍ମାଣ୍ଡର ତ୍ରାଣକର୍ତ୍ତା ମହାପ୍ରଭୁଙ୍କ ଶ୍ରୀମସ୍ତକରେ ଶୋଭା ପାଇଛି ସୁସଜ୍ଜିତ ହାଣ୍ଡିଆ। ଏହାସହ ଢେଣୁ, ଶିଙ୍ଗା, ତୂଣୀର, ବାଘନଖ, ଖଣ୍ଡା ଆଦି ଧାରଣ କରିଛନ୍ତି। କାଳିଆ, ବଳିଆଙ୍କ ମୁହଁରେ ନିଶ ଧାଡ଼ି ଲଗାଯାଇଛି। ବାଘଛାଲ ସମ ପରିଧାନ କରିଛନ୍ତି ଦୁଇ ଠାକୁର।
ଦୀର୍ଘ ୨୫ ବର୍ଷ ପରେ ନାଗାର୍ଜୁନ ବେଶରେ ମହାପ୍ରଭୁ ସଜ୍ଜିତ ହୋଇଥିବା ବେଳେ କୋରୋନା କଟକଣା ଯୋଗୁ ଶ୍ରଦ୍ଧାଳୁ ପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି।
ବାଙ୍କଚୂଡ଼ ବେଶରେ ଶ୍ରୀଜୀଉ
ଆଜି ହେଉଛି ପବିତ୍ର କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତିଥି। ଏଥିସହ ପବିତ୍ର ପଞ୍ଚୁକର ଦ୍ବିତୀୟ ଦିନ। ଏହି ଦିନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବାଙ୍କଚୂଡ଼ ବେଶ ତଥା ବାମନ ବେଶ ଅନୁଷ୍ଠିତ ହୋଇଛି। ପରମ୍ପରା ଅନୁଯାୟୀ ଅବକାଶ ନୀତି ପରେ ଖୁଣ୍ଟିଆ, ମେକାପ ଓ ପୁଷ୍ପାଳକ ସେବାୟତମାନେ ଶ୍ରୀଜିଉଙ୍କୁ ଏହି ବେଶରେ ସଜ୍ଜିତ କରିଛନ୍ତି। ଗତକାଲି ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତାକାଲି ଅର୍ଥାତ ତୃତୀୟ ଦିନରେ ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ।
ସେହିପରି ଆଜି ସନ୍ଧ୍ୟାରେ ଗରୁଡ଼ ଉତ୍ଥାପନ ନୀତି ପାଳିତ ହେବ। ଗରୁଡ଼ ବିଗ୍ରହଙ୍କୁ ପଞ୍ଚାମୃତ ସ୍ନାନ ସରି ନୂତନ ବସ୍ତ୍ରରେ ଭୂଷିତ କରାଯିବ। ପୁଷ୍ପାଳକ ସେବ୍ୱାନେ ଗୋଷ୍ଠୀ ଗତଭାବେ ଠାକୁରଙ୍କ ବେଶ କରିବେ। କିମ୍ବଦନ୍ତୀ ଅନୁଯାୟୀ ଭକ୍ତ ଅକୃର ଶ୍ରୀକୃଷ୍ଣଙ୍କୁ ମଥୁରା ନେବାପାଇଁ ଗୋପପୁରକୁ ଆସି ଏହି ବେଶରେ ଦର୍ଶନ କରିଥିଲେ। ଏଣୁ ଏହାର ସ୍ମୃତି ସ୍ବରୂପ ଏହି ବେଶ ପଞ୍ଚୁକର ଦ୍ବାଦଶୀ ତିଥିରେ ଅନୁଷ୍ଠିତ ହେଉଅଛି।
‘ସମ୍ବିଧାନ ଦିବସ’କୁ ଏକ ଉତ୍ସବ ଭାବରେ ପାଳନ କରିବା ଦରକାର: ଧର୍ମେନ୍ଦ୍ର
‘ସମ୍ବିଧାନ ଦିବସ’ ଅବସରରେ ଭୁବନେଶ୍ୱର ଠାରେ ଭାରତୀୟ ସମ୍ବିଧାନର ପ୍ରଣେତା, ସମାଜସେବୀ ତଥା ଭାରତରତ୍ନ ଡା. ବି.ଆର୍ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆଜି ସବୁ ଭାରତୀୟଙ୍କ ପାଇଁ ଗୌରବର ଦିନ। ୭୧ ବର୍ଷ ପୂର୍ବେ ତଥା ଦେଶ ସ୍ୱାଧୀନତା ପାଇବାର ପରବର୍ତ୍ତୀ ସମୟରେ ଆଜିର ଦିନରେ ‘ସମ୍ବିଧାନ ସଭା’ ଦ୍ୱାରା ଆମ ସମ୍ବିଧାନ ଗୃହୀତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ ଭାର ଗ୍ରହଣ କରିବା ପରେ ଆଜିର ଦିନକୁ ସମ୍ବିଧାନ ଦିବସ ଭାବରେ ନାମିତ କରିଥିଲେ।
ସମ୍ବିଧାନ ସମସ୍ତଙ୍କୁ ବାକ୍ ସ୍ୱାଧୀନତା ଏବଂ ମୌଳିକ ଅଧିକାର ଦେବା ସହ ସାଧାରଣ ଗରିବ ଖଟିଖିଆଙ୍କୁ ମଧ୍ୟ ମାନ୍ୟତା ଦେଇଛି। ‘ସମ୍ବିଧାନ ଦିବସ’କୁ ଏକ ଉତ୍ସବ ଭାବରେ ସମସ୍ତେ ପାଳନ କରିବାର ଆବଶ୍ୟକତା ରହିଛି। ବିଜେପି ଏହି ଦିବସକୁ ସାମାଜିକ ଉତ୍ସବ ଭାବରେ ପାଳନ କରି ଡା. ଆମ୍ବେଦକରଙ୍କ ପ୍ରତି ଥିବା ସମ୍ମାନର ଅଙ୍ଗିକାରବଦ୍ଧତାକୁ ଦର୍ଶାଇଛି।ଦିଆସିଲି କାଠିରେ ଚମତ୍କାର କଳାକୃତି
ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁକିଛି ସମ୍ଭବ। ଦିଆସିଲି କାଠିକୁ ନେଇ ନିଜର ଚମତ୍କାର କଳା ପ୍ରତିଭା ଦେଖାଇଛନ୍ତି ଯୁବ ଶିଳ୍ପୀ ଶାଶ୍ୱତ ରଞ୍ଜନ ସାହୁ। ସେ ୩,୬୩୫ ଖଣ୍ଡ ଦିଆସିଲି କାଠିକୁ ବ୍ୟବହାର କରି ନିର୍ମାଣ କରିଛନ୍ତି ଜଗତର ନାଥ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ।
ଶାଶ୍ବତ ହେଉଛନ୍ତି ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ର। ତାଙ୍କ ଘର ପୁରୀ ଜିଲ୍ଲା କୁମ୍ଭାରପଡ଼ା ଅଞ୍ଚଳରେ। ତାଙ୍କ ବାପାଙ୍କ ନାଁ ସୁଦର୍ଶନ ସାହୁ ଓ ମାଙ୍କ ନାମ ରଶ୍ମି ସାହୁ। ଶାଶ୍ବତ କହିଛନ୍ତି ପିଲାଟି ଦିନରୁ ତାଙ୍କର ଚିତ୍ରକଳା ପ୍ରତି ଆଗ୍ରହ ରହିଛି।
୬ ବିଶ୍ବବିଦ୍ୟାଳୟର କୁଳପତି ନିଯୁକ୍ତ କଲେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ
ନିଯୁକ୍ତ ହେଲେ ୬ ବିଶ୍ୱବିଦ୍ୟାଳୟର କୁଳପତି। ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ କୁଳପତିମାନଙ୍କୁ ନିଯୁକ୍ତି ଦେଇଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଓ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ କାର୍ଯ୍ୟକାଳ ଚଳିତ ମାସରେ ଶେଷ ହେଉଥିବା ବେଳେ ଏହି ସବୁ ବିଶ୍ବବିଦ୍ୟାଳୟ ପାଇଁ ନୂତନ କୁଳପତି ନିଯୁକ୍ତ କରିଛନ୍ତି ରାଜ୍ୟପାଳ। ରାଜଭବନ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।
ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ହେଲେ ପ୍ରଫେସର ସବିତା ଆଚାର୍ଯ୍ୟ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଅପରାଜିତା ଚୌଧୁରୀ ଓ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ କିଶୋର କୁମାର ବାଶା କୁଳପତି ନିଯୁକ୍ତ, ଫକୀରମୋହନ ବିଶ୍ବବିଦ୍ୟାଳୟ ଦୀନବନ୍ଧୁ ସାହୁ,ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ଏନ୍.ନାଗରାଜୁ, ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ପ୍ରଫୁଲ୍ଲ ମହାନ୍ତି ହେଲେ କୁଳପତି
ଝାରସୁଗୁଡ଼ା ଜିଲ୍ଲାର ସୁଧା ଅବସ୍ତିଙ୍କୁ ‘ପପୁଲାର କୁଇନ୍ ଅଫ୍ ୟୁନିଭର୍ସ’ ଟାଇଟଲ୍
ଝାରସୁଗୁଡ଼ା: ଦେଶର ବଛା ବଛା ପ୍ରତିଯୋଗୀଙ୍କୁ ନେଇ ଆଇୱା ଦ୍ବାରା ଆୟୋଜିତ ହୋଇଥିଲା ପପୁଲାର ‘କୁଇନ୍ ଅଫ ୟୁନିଭର୍ସ’ ପ୍ରତିଯୋଗିତା। ଉକ୍ତ ପ୍ରତିଯୋଗିତାରେ ଝାରସୁଗୁଡ଼ା ଜିଲ୍ଲାର ସୁଧା ଅବସ୍ତି ଭାଗ ନେଇ କୃତିତ୍ବ ଅର୍ଜନ କରିଛନ୍ତି। ସେପ୍ଟେମ୍ବର ୧୨ରୁ ଅକ୍ଟୋବରରୁ ୧୭ ପର୍ଯ୍ୟନ୍ତ ଏହି ଭର୍ଚୁଆଲ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହା ପୂର୍ବରୁ ୨୦୧୯ ସେପ୍ଟେମ୍ବର ମାସରେ ମଧ୍ୟ ସେ ଆଇୱା ଇଣ୍ଡିଆ ମିସେସ୍ ଗର୍ଜିଅସ ଟାଇଟଲ ହାସଲ କରିଥିଲେ। ‘ମେକଅପ ଆଣ୍ଡ ମି’ ନାମକ ଏକ ଏକାଡେମି ଓ ସେଲୁନ୍ ଚଳାଉଥିବା ସୁଧା ଜଣେ ସମାଜସେବୀ ମଧ୍ୟ ଅଟନ୍ତି। ଦୀର୍ଘ ସମୟ ଧରି ଏହି ପ୍ରତିଯୋଗିତା ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ ବୋଲି କହିଛନ୍ତି।
୬ ଦିନ ଧରି ଚାଲିଥିବା ଏହି ଭର୍ଚୁଆଲ ପ୍ରତିଯୋଗିତାର ବିଚାରକ ମଣ୍ଡଳୀର ସଦସ୍ୟ ଭାବରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଗାୟକ ଓ ସଂଗୀତକାର ପଙ୍କଜ ଜେସୱାନୀ, ଗାୟକ ଦୁରାନ ମୈବମ ତଥା ଭଜନ ସମ୍ରାଟ ଅନୁପ ଜଲୋଟା ଉପସ୍ଥିତ ଥିଲେ।
ଓଡ଼ିଶାରେ ତୈଳ ଓ ଗ୍ୟାସ୍ର ସନ୍ଧାନ ପାଇଁ ସେସମିକ୍ ସର୍ବେକ୍ଷଣ ଅଭିଯାନର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର
ଓଡ଼ିଶାର ପୁରୀ ଜିଲ୍ଲା କାକଟପୁର ସ୍ଥିତ ମହାନଦୀ ଅବବାହିକା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଓପନ୍ ଏକ୍ରେଜ୍ ଲାଇସେନ୍ସିଂ ପଲିସି(ଓଏଏଲ୍ପି) ଅଧୀନରେ ଅଏଲ୍ ଇଣ୍ଡିଆ ଲିମିଟେଡର ସେସମିକ୍ ସର୍ବେକ୍ଷଣ ଅଭିଯାନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏହି ଅଭିଯାନର ଶୁଭାରମ୍ଭ କରିଥିବାବେଳେ ଏହି ଅଭିଯାନ ମହାନଦୀ ଅବବାହିକାରେ ଅନ୍ୱେଷଣ, ଉତ୍ପାଦନ କାର୍ଯ୍ୟ ଏବଂ ହାଇଡ୍ରୋକାର୍ବନ ସଂରକ୍ଷଣ କରିବାରେ ଏକ ମାଇଲଖୁଣ୍ଟ ହେବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ପରିକଳ୍ପନାକୁ ସାକାର କରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।
ଭାରତ ସରକାରଙ୍କ ତୈଳ କମ୍ପାନୀ ଇଣ୍ଡିଆନ୍ ଅଏଲ୍ ଲିମିଟେଡ୍ ଓଏଏଲ୍ପିର ତୃତୀୟ ରାଉଣ୍ଡରେ ତୈଳ ଏବଂ ଗ୍ୟାସ୍ ଅନ୍ୱେଷଣ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୫ଟି ବ୍ଲକ୍ ପାଇଁ ୩ ହଜାର ବର୍ଗ କିମି କ୍ଷେତ୍ରରେ ସର୍ବେକ୍ଷଣ କାମ ଆଜିଠାରୁ ଆରମ୍ଭ କରାଯାଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।
ପରିବେଶ ପର୍ଯ୍ୟଟନ ସ୍ଥଳୀରେ ଆରମ୍ଭ ହେବ ହୋମ୍ ଷ୍ଟେ’ ବ୍ୟବସ୍ଥା
ପ୍ରାକୃତିକ ପରିବେଶରେ ରହି ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ କାହାର ବା ଇଛା ନ ଥାଏ। ତେଣୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଓଡ଼ିଶାରେ ପ୍ରସ୍ତୁତ ହଉଛି ଯୋଜନା। ସମ୍ପୂର୍ଣ୍ଣ ଦେଶୀ ପରିବେଶରେ ରହିବେ ପର୍ଯ୍ୟଟକ। ପ୍ରକୃତି କୋଳରେ କିଛି ମୁହୂର୍ତ୍ତର ନିଆରା ଅନୁଭୂତି ସାଉଣ୍ଟିବେ। ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଓ ଖାଦ୍ୟପାନୀୟର ମଜା ନେବେ। ଏଭଳି ଢଙ୍ଗରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ପରିବେଶ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ହୋମ୍ ଷ୍ଟେ ର ବ୍ୟବସ୍ଥା ହେବ। ଏସବୁ ସ୍ଥାନରେ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ହୋମ୍ ଷ୍ଟେ ସୁବିଧା ପ୍ରଦାନ କରି ସ୍ଥାନୀୟ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖାଯାଇଛି।
୨୦୨୧-୨୨ ଆର୍ଥିକ ବର୍ଷରୁ ରାଜ୍ୟର ସବୁ ପରିବେଶ ପର୍ଯ୍ୟଟନ ସ୍ଥଳୀ ରେ ପର୍ଯ୍ୟଟକଙ୍କୁ ମିଳିବ ହୋମ୍ ଷ୍ଟେ ସୁବିଧା । ପ୍ରଥମ ପର୍ଯ୍ୟାୟରେ ବୁଦ୍ଧିଷ୍ଟ ସର୍କିଟ୍ (ରତ୍ନଗିରି-ଉଦୟଗିରି-ଲଳିତଗିରି), କୋରାପୁଟର ଓନକାଡେଲି, କେନ୍ଦ୍ରାପଡ଼ା ଜିଲ୍ଲାର ଖୋଲା, ଗୁପ୍ତି, ଡାଙ୍ଗମାଳ, ଭିତରକନିକା ଜାତୀୟ ପାର୍କ, କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ି ଓ ବେଲଘର, ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ, ପିଠାବାଟ, ଯଶୀପୁର, ଅନୁଗୁଳ ଜିଲ୍ଲାର ଟିକରପଡ଼ା, ସାତକୋଶିଆ, ଖୋର୍ଦ୍ଧା ଜିଲ୍ଲାର ମଙ୍ଗଳାଯୋଡ଼ି ଓ ଚିଲିକା, ବରଗଡ଼ ଜିଲ୍ଲାର ଜିରୋ ପଏଣ୍ଟ୍ ଓ ଧୋଡ୍ରାକୁସୁମରେ ଏହି ‘ହୋମ୍ ଷ୍ଟେ ‘ସୁବିଧା ମିଳିବ ।
ମୁକ୍ତ ଓ ନିରପେକ୍ଷ ସାମ୍ବାଦିକତା ଉପରେ ଧର୍ମେନ୍ଦ୍ରଙ୍କ ଜୋର
ଭୁବନେଶ୍ୱର: ଆଜି ଜାତୀୟ ପ୍ରେସ୍ ଦିବସ। ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମ କ୍ଷେତ୍ରର ପେସାଦାରମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ମୁକ୍ତ ଓ ନିରପେକ୍ଷ ସାମ୍ବାଦିକତା ଉପରେ ଧର୍ମେନ୍ଦ୍ରଙ୍କ ଜୋର ଦେଇଛନ୍ତି।
ଧର୍ମେନ୍ଦ୍ର କହିଛନ୍ତି, ଏକ ମୁକ୍ତ ଗଣମାଧ୍ୟମ ହେଉଛି ଏକ ଜୀବନ୍ତ ଗଣତନ୍ତ୍ରର ମୂଳଦୁଆ ଏବଂ ଆମର ଗଣତାନ୍ତ୍ରିକ ମୂଳକୁ ଶକ୍ତିଶାଳୀ କରିବାରେ ଗୁରୁତ୍ୱପୂର୍ଣ୍ଣ। ଆମ ନାଗରିକମାନଙ୍କୁ ସଶକ୍ତ କରିବା ପାଇଁ ଏବଂ ଏକ ଉନ୍ନତ ସମାଜ ପାଇଁ ଆସନ୍ତୁ ମୁକ୍ତ ଏବଂ ନିରପେକ୍ଷ ସାମ୍ବାଦିକତା ପାଇଁ ଛିଡା ହେବା।
ମିଆଁମାରରେ ଚମକିବେ ଓଡ଼ିଆ ଝିଅ ଅନିଶା ମେହେର
ଦେଶ ପାଇଁ ଗୌରବ ଆଣିବେ ଓଡ଼ିଆ ଝିଅ। ମିଆଁମାରରେ ଚମକିବେ ବୌଦ୍ଧର ଝିଅ ଅନିଶା ମେହେର। ଆନ୍ତର୍ଜାତୀୟ ବିୟୁଟି ପିଜେଣ୍ଟ୍ ଅଫ୍ ଲିଟିଲ୍ ମିସ୍ ପେସିଫିକ୍ ୱାର୍ଲଡ୍-୨୦୨୧ ପ୍ରିଟନ୍ ବିଭାଗରେ ଭାରତ ପକ୍ଷରୁ କରିବେ ପ୍ରତିନିଧିତ୍ବ। ବିଶ୍ୱର ୩୫ଟି ଦେଶର ପ୍ରତିଯୋଗୀ ଏହି ଶୋ ରେ ଭାଗନେବାକୁ ଥିବା ବେଳେ ଅନିଶା ଭାରତରୁ ଏକମାତ୍ର ପ୍ରତିଯୋଗୀ ଭାବେ ମନୋନୀତ ହୋଇଛନ୍ତି। ଯାହା ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ। ଦେଶର ବଛା ବଛା ୧୦୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଅନିଶା ମାତ୍ର ଜଣେ ପ୍ରତିଯୋଗୀ ଭାବେ ମନୋନୀତ ହୋଇଛନ୍ତି। ମିଆଁମାର ପର୍ଯ୍ୟଟନ ବିଭାଗ ସହାୟତାରେ ଗ୍ଲୋବାଲ୍ ବିୟୁଟି ଇଣ୍ଟରନ୍ୟାସନାଲ୍ ଏହି ପ୍ରତିଯୋଗିତା ଆୟୋଜନ କରୁଛି।
ମିଆଁମାରରେ ଅନୁଷ୍ଠିତ ହେବ ଏହି ପ୍ରତିଯୋଗିତା। ଯେଉଁଠି ବିଶ୍ବର ୩୫ ଟି ଦେଶର ପ୍ରତିଯୋଗୀଙ୍କ ମଧ୍ୟରେ କଡ଼ା ଟକ୍କର ହେବ। ଏହି ମେଗା କାର୍ଯ୍ୟକ୍ରମ ୯୦ଟି ଦେଶରେ ସିଧା ପ୍ରସାରଣ କରାଯିବ। ଏହି ପ୍ରତିଯୋଗିତାର ବିଜେତାଙ୍କୁ ନଗଦ ଅର୍ଥ ପୁରାସ୍କାର, ମୁକଟ ଏବଂ ବିଜ୍ଞାପନ ପାଇଁ ସ୍ବାକ୍ଷର କରାଯିବ। ଅନିଶାଙ୍କର ନାଚ, ଗୀତ, ଫ୍ୟାଶନ୍ ଶୋ& ଚିତ୍ରକଳା ଆଦିରେ ରୁଚି ରହିଛି।
ଇକୋ ଇଟ୍ରିଟ୍ ପାଇଁ ବୁକିଂ ଆରମ୍ଭ: ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାର ସ୍ଥାନ ସ୍ୱତନ୍ତ୍ର। ସୁଦୀର୍ଘ ବେଳାଭୂମି, ମନ୍ଦିରମୟ ସହର, ପୁରାତନ ସ୍ଥାପତ୍ୟ, ନଦୀ, ଅଭୟାରଣ୍ୟ, କାର୍ତ୍ତିରାଜିରେ ଭରପୁର ଓଡ଼ିଶା। ତେବେ ଓଡ଼ିଶାକୁ ପର୍ଯ୍ୟଟକଙ୍କୁ ଆହୁରି ଅଧିକ ଆକର୍ଷିତ କରିବାକୁ ଆରମ୍ଭ ହେବାକୁ ଯାଉଛି ଇକୋ ରିଟ୍ରିଟ୍ ଫେଷ୍ଟିଭାଲ୍। ଗତବର୍ଷ ପୁରୀ ଜିଲ୍ଲାର କୋଣାର୍କ ବେଳାଭୂମିରେ ଆରମ୍ଭ ହୋଇଥିବା ଏହି ଫେଷ୍ଟିଭାଲକୁ ଅପୂର୍ବ ସଫଳତା ମିଳିଥିବା ବେଳେ ଚଳିତ ବର୍ଷ ୫ଟି ସ୍ଥାନରେ କରାଯାଉଛି ଇକୋ ରିଟ୍ରିଟ୍ ଫେଷ୍ଟିଭାଲ୍। ଏହି କାର୍ଯ୍ୟକ୍ରମ ୮ ଡିସେମ୍ବର, ୨୦୨୦ରୁ ୨୮ ଫେବ୍ରୁଆରୀ ୨୦୨୧ ପର୍ଯ୍ୟନ୍ତ ଚାଲିବ। ବୁଧବାର ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ୩ ମାସ ପାଇଁ ଆୟୋଜିତ ଆଡ଼ମ୍ବରପୂର୍ଣ୍ଣ ପ୍ରକୃତି ଉତ୍ସବ ଇକୋ ରିଟ୍ରିଟ୍ ନିମନ୍ତେ ବୁକିଂର ଶୁଭାରମ୍ଭ ସହିତ ଏହାର ଲୋଗୋ ଉନ୍ମୋଚନ ହୋଇଛି। ଇକୋ ରିଟ୍ରିଟ୍ ପର୍ଯ୍ୟଟକମାନଙ୍କୁ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ଅବଦାନକୁ ଆବିଷ୍କାର କରିବାକୁ ପର୍ଯ୍ୟଟକମାନଙ୍କୁ ଉତ୍କୃଷ୍ଟ ସୁଯୋଗ ପ୍ରଦାନ କରିବ। ଗତବର୍ଷ କୋଣାର୍କ ମାରାଇନ୍ ଡ୍ରାଇଭ ଠାରେ ଅନୁଷ୍ଠିତ ଇକୋ-ରିଟ୍ରିଟ୍ ର ଅଭୂତପୂର୍ବ ସଫଳତା ପରେ ଚଳିତ ବର୍ଷ ଏହାକୁ କୋଣାର୍କ, ହୀରାକୁଦ, ଭିତରକନିକା ଓ ସାତକୋଶିଆ ପରି ୫ଟି ଅଭିନବ ପର୍ଯ୍ୟଟନ ସ୍ଥଳୀକୁ ବିସ୍ତୃତ କରାଯାଇଛି।
ନମିତା ଟୋପ୍ପୋଙ୍କୁ ଏକଲବ୍ୟ ପୁରସ୍କାର
ଚଳିତବର୍ଷ ପାଇଁ ସମ୍ମାନଜନକ ଏକଲବ୍ୟ ପୁରସ୍କାର ପାଇବେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ମହିଳା ହକି ଖେଳାଳି ନମିତା ଟୋପ୍ପୋ। ତାଙ୍କୁ ୨୮ତମ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯିବ ବୋଲି ଏକଲବ୍ୟ ପୁରସ୍କାର ଜୁରୀ କମିଟି ବୈଠକରେ ଘୋଷଣା କରାଯାଇଛି। ପୁରସ୍କାର ବାବଦକୁ ତାଙ୍କୁ ୫ ଲକ୍ଷ ଟଙ୍କା ସହ ମାନପତ୍ର ଦିଆଯାଇ ସମ୍ମାନିତ କରାଯିବ।
ଇମ୍ଫାକ୍ଟ ଦ୍ୱାରା ପରିଚାଳିତ ଇମ୍ପା ପକ୍ଷରୁ ୧୯୯୩ ମସିହାରୁ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଉଛି। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଳକର ଜଉରାମାଲ ଗାଁର ନମିତା ଟୋପ୍ପୋ ୪ ଜୁନ୍ ୧୯୯୫ରେ ଜନ୍ମଗ୍ରହଣ କରିଥିଲେ। ଭାରତ ପାଇଁ ୧୫୬ ମ୍ୟାଚରେ ପ୍ରତିନିଧିତ୍ତ୍ବ କରିସାରିଥିବା ନମିତା ୨୦୧୪ ଇଞ୍ଚିଅନ୍ ଏସୀୟ କ୍ରୀଡ଼ା କାଂସ୍ୟ, ୨୦୧୭ରେ ଗିଫୁ ଏସିଆନ୍ କପ୍ ସ୍ବର୍ଣ୍ଣ, ୨୦୧୮ରେ ଜାକର୍ତା ଏସୀୟ କ୍ରୀଡ଼ା ରୌପ୍ୟ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟା ଥିଲେ।
ଆଉ ଜଣେ ଓଡ଼ିଆଙ୍କ ଚମକ: ଓଡ଼ିଆ ଝିଅ ଅଦିତି ପରିଡ଼ା ସିଡିଏସ୍ ଟପ୍ପର
ପୁଣି ଥରେ ଜାତୀୟ ସ୍ତରରେ ଓଡ଼ିଶା ପାଇଁ ସୁନାମ ଆଣିଛନ୍ତି ଆଉ ଜଣେ ଓଡ଼ିଆ ଝିଅ। କମ୍ବାଇନଡ ଡିଫେନ୍ସ ସର୍ଭିସ୍ (ସିଡିଏସ୍)-୨ରେ ମହିଳା ବର୍ଗରେ ଟପ୍ପର ହୋଇ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଢେଙ୍କାନାଳର ଅଦିତି ପରିଡ଼ା। ପ୍ରଥମ ଓଡ଼ିଆ ଝିଅ ଭାବେ ଅଦିତିଙ୍କୁ ମିଳିଛି ଏହି ସଫଳତା। ନିଜ ସଫଳତାକୁ ନେଇ ଅଦିତି କହିଛନ୍ତି, ସେ ପିଲାଦିନରୁ ଭାରତୀୟ ସେନାରେ ଯୋଗଦେବାକୁ ଉତ୍ସାହିତ ଥିଲେ। ତାଙ୍କ ବାପା ଜଣେ ସେନା ଅଧିକାରୀଭାବେ କାର୍ଯ୍ୟ କରୁଥିବାରୁ ସେ ଏକ ସେନା ବାତାବରଣରେ ଜନ୍ମ ହୋଇଥିଲେ। ଭାରତ ମାତାର ସେବା କରିବା ତାଙ୍କ ଜୀବନର ଏକ ସ୍ବପ୍ନ ବୋଲି କହିଛନ୍ତି। ସର୍ବଭାରତୀୟ ପରୀକ୍ଷାରେ ପ୍ରଥମ ହୋଇ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇଛନ୍ତି।
ଅଦିତିଙ୍କ ଘର ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍ ଅନ୍ତର୍ଗତ ନାଧରା ଗ୍ରାମରେ। ସେ ଭାରତୀୟ ସ୍ଥଳ ସେନା ବାହିନୀର ବ୍ରିଗେଡିୟର ଭୂଦେବ ପରିଡ଼ାଙ୍କ ଝିଅ। ତାଙ୍କ ମା ସୁଜାତା ପରିଡ଼ା ଜଣେ ଶିକ୍ଷାବିତ୍। ସେ ଆର୍ମି ସ୍କୁଲରେ ନିଜର ଶିକ୍ଷାଲାଭ କରିଥିଲେ। ପରେ ଅଦିତି ଚଳିତ ବର୍ଷ ପୁଣେର ସିମ୍ବାୟୋସିସ୍ କଲେଜରୁ ସାମ୍ବାଦିକତାରେ ସ୍ନାତକ ହାସଲ କରିଥିବାବେଳେ ୨୦୧୭-୨୦୨୦ ବ୍ୟାଚରେ ଟପ୍ପର୍ ହୋଇନ୍ତି।
ଓଡ଼ିଶାରେ ଖୋଲିବ ୮ ଟି ନୂଆ ଇକୋ ଟୁରିଜିମ୍ ସେଣ୍ଟର୍
ଚଳିତ ବର୍ଷ ବରେହିପାଣି, ଚାନ୍ଦିପୁର, ଚିତ୍ରକୋଣ୍ଡା, ସତୀଗୁଡ଼ା, ନୃସିଂହନାଥ, କୋରାପୁଟର ପାଇନ୍ ଜଙ୍ଗଲ, ପାଟୋରା ଡ୍ୟାମ୍ ଓ ଟେନସା ଆଦି ସ୍ଥାନରେ ଆଉ ନୂତନ ୮ଟି ପ୍ରକୃତି ପର୍ଯ୍ୟଟନ କେନ୍ଦ୍ର ବା ଇକୋ ଟୁରିଜିମ୍ ସେଣ୍ଟର୍ ବିକାଶ କରାଯିବ। ଇକୋ ଟୁରିଜିମକୁ ଅଧିକ ବୃତ୍ତି ଭିତ୍ତିକ ଓ ଆନନ୍ଦଦାୟୀ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଜଙ୍ଗଲ ଓ ପରିବେଶ ବିଭାଗକୁ ନିର୍ଦେଶ ଦେଇଛନ୍ତି। ଇକୋ ଟୁରିଜିମ୍ ପରିବେଶ ଅନୁକୂଳ ଓ ସ୍ଥାନୀୟ ବାସିନ୍ଦାଙ୍କ ରୋଜଗାର ବୃଦ୍ଧିର ପ୍ରମୁଖ ମାଧ୍ୟମ ହୋଇପାରିବ। ତେଣୁ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାର ସମ୍ଭାବନା ଥିବା ସ୍ଥାନଗୁଡ଼ିକୁ ଅଗ୍ରାଧିକାର ଭିତିରେ ବିକଶିତ କରିବାକୁ ସେ ନିର୍ଦେଶ ଦେଇଛନ୍ତି।
ରାଜ୍ୟର ୧୮ଟି ଜିଲ୍ଲା ଅନ୍ତର୍ଗତ ୪୭ଟି ଇକୋ ସ୍ପଟର ବିକାଶ କାର୍ଯ୍ୟ ଆରମ୍ଭ ହୋଇଛି। ଏସବୁ ସ୍ଥାନରେ ୩୫୦ଟି କୋଠରୀରେ ପ୍ରାୟ ୭୦୦ରୁ ଅଧିକ ପର୍ଯ୍ୟଟକଙ୍କ ରହଣୀ ବ୍ୟବସ୍ଥା କରାଯାଇଛି। ମୁଖ୍ୟତଃ ସାତକୋଶିଆ, ଶିମିଳିପାଳ, ଭିତରକନିକା, ଦେବ୍ରିଗଡ଼, ମଣ୍ଡାସରୁ, ଖଣ୍ଡାଧାର, ବିଚିତ୍ରପୁର, ଟିକରପଡ଼ା, ଛୋଟକେଇ, ରାଜହଂସ, ମଙ୍ଗଳାଯୋଡ଼ି, ଡେରାସ ଓ ଗୋଡ଼ିବାରି ଆଦି ସ୍ଥାନକୁ ଅଧିକ ପର୍ଯ୍ୟଟକଙ୍କ ଆଗମନ ହୋଇଛି।
୬ରେ ଓଡ଼ିଆ ସମାଜ ପକ୍ଷରୁ ‘ଓଡ଼ିଶାର କୃଷି ଓ ଆତ୍ମନିର୍ଭରତା’ ଶୀର୍ଷକ ୱେବିନାର
ଓଡ଼ିଶାର କୃଷି ତଥା ଅନ୍ୟାନ୍ୟ ସହଯୋଗୀ କ୍ଷେତ୍ର ଏବଂ ଓଡ଼ିଶା କୃଷିକ୍ଷେତ୍ରରେ କିପରି ଆତ୍ମନିର୍ଭରଶୀଳ ହୋଇପାରିବ ସେ ସମ୍ବନ୍ଧରେ ଓଡ଼ିଶାର କୃଷି ଓ ଆତ୍ମନିର୍ଭରତା ଶୀର୍ଷକକୁ ନେଇ ଆସନ୍ତା ୬ ତାରିଖ ସନ୍ଧ୍ୟା ୫ଟାରେ ଏକ ୱେବିନାର୍ ହେବାକୁ ଯାଉଛି। ଯେଉଁ ୱେବିନାରକୁ ଆୟୋଜନ କରୁଛି ନୂଆଦିଲ୍ଲୀର ଏକ ଅଗ୍ରଣୀ, ଅଣଲାଭଜନକ ଏବଂ ସାମାଜିକ ଓ ସାଂସ୍କୃତିକ ଏବଂ ଏକ ପ୍ରଭାବଶାଳୀ ତଥା ନିରପେକ୍ଷ ବିଚାରଧାରା ସମ୍ପନ୍ନ ସଂଗଠନ ଓଡ଼ିଆ ସମାଜ।
ୱେବିନାରରେ କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଧିବେଶନକୁ ସମ୍ବୋଧିତ କରିବେ। ଭାଗନେବାକୁ ଥିବା ଇଚ୍ଛୁକ ବ୍ୟକ୍ତିବିଶେଷ ସେମାନଙ୍କ ନାମ ଏବଂ ସମ୍ପୂର୍ଣ୍ଣ ବିବରଣୀ [email protected] ଓ [email protected]ରେ ପଠାଇବାକୁ ଅନୁରୋଧ। ଅଂଶଗ୍ରହଣ ନିମନ୍ତେ ଜୁମ୍ ଆଇଡି ଓ ପାସ୍ଓ୍ୱାର୍ଡ଼ ହେଉଛି Zoom Login ID- 890 80491681/Password- 536698। ଏହି ୱେବିନାର୍ ଓଡ଼ିଆ ସମାଜର ଫେସ୍ବୁକ୍ ପେଜ୍ Www.Facebook.Com/NewDelhiOdiaSamaj ରେ ମଧ୍ୟ ସିଧା ପ୍ରସାରଣ କରାଯିବ।
ଆରପାରିରେ ବରିଷ୍ଠ ନିର୍ଦେଶକ ରାଜୁ ମିଶ୍ର
ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ ହୋଇଯାଇଛି। ଜଟଣୀସ୍ଥିତ ବାସଭବନରେ ସୋମବାର ସକାଳେ ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ତାଙ୍କ ପରିବାର ସୁତ୍ରରୁ ପ୍ରକାଶ। ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ତେବେ ରାଜୁ ମିଶ୍ରଙ୍କ ବିୟୋଗରେ ପୁରା ଓଲିଉଡ ଜଗତରେ ଶୋଖରେ ଛାୟା ଖେଳିଯାଇଛି। ବରିଷ୍ଠ ନିର୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ ଓଡ଼ିଆ ଫିଲ୍ମ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।
ସେ ୧୯୭୮ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ। ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। ଏହାପରେ ୧୯୮୧ ମସିହାରେ ସେ ଓଡ଼ିଆ ଚଳଚ୍ଚିତ୍ର ଉଲକାରେ ସେ ଅଭିନୟ କରିବା ସହ ଚିତ୍ରୋତ୍ତଳକ ଓ ସଙ୍ଗୀତକାର ଭାବରେ କାର୍ଯ୍ୟ କରିଥିଲ। ବର୍ତ୍ତମାନ ସୁଦ୍ଧା ସେ ୨୦ରୁ ଅଧିକ ଓଡ଼ିଆ ଓ ହିନ୍ଦୀ କଥାଚିତ୍ରରେ କାର୍ଯ୍ୟ କରିଛନ୍ତି। ୧୯୮୬ ମସିହାର ଚଳଚ୍ଚିତ୍ର ଯୋର ଯାର ମୂଲକ ତାର ତାଙ୍କ ନିର୍ଦେଶିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଥିଲା। ଏହାପରେ ମମତା ମାଗେ ଫୁଲ, ସତ ମିଛ, ପୁଅ ମୋର କଳା ଠାକୁର, ସାଗର ଗଙ୍ଗା, ପଥର ଖସୁଛି ବଡଦେଉଳ ଆଦି ଅନେକ ଫିଲ୍ମରେ ନିର୍ଦେଶନା ଦେଇଥିଲେ। ସେହିପରି ତାଙ୍କ କ୍ୟାମେରା ଲେନ୍ସରେ କଏଦ ହୋଇଥିଲା ଜନନୀ, ଚକା ଆଖି ସବୁ ଦେଖୁଛି, ଦଇବ ଦୁଉଡ଼ି, ସାଗର ଗଙ୍ଗା ଭଳି ହିଟ୍ ଫିଲ୍ମ।
ଡିସେମ୍ବର ପହିଲାରୁ ୫ଟି ସ୍ଥାନରେ ଇକୋ ରିଟ୍ରିଟ୍ ଫେଷ୍ଟିଭାଲ୍
ଗତବର୍ଷ ଇକୋ ରିଟ୍ରିଟର ସଫଳ ଆୟୋଜନ ପରେ ଚଳିତ ବର୍ଷ ପୁଣି ଆରମ୍ଭ ହବାକୁ ଯାଉଛି ଇକୋ ରିଟ୍ରିଟ୍ ଫେଷ୍ଟିଭାଲ୍। ଡିସେମ୍ବର ପହିଲାରୁ ୩ ମାସ ବ୍ୟାପୀ ହେବାକୁ ହେବାକୁ ଥିବା ଏହି ଫେଷ୍ଟିଭାଲ୍ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି। ପର୍ଯ୍ୟଟକମାନେ ଅସ୍ଥାୟୀ ତମ୍ବୁତଳେ ରାତ୍ରି ଯାପନ କରିବେ। ଏଥିସହ ଜଳକ୍ରୀଡ଼ା, ବୋଟିଂ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ସୁବିଧା ମଧ୍ୟ ରହିଛି। ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପର୍ଯ୍ୟଟନ ବିଭାଗ ଏଭଳି ନିଆରା ପ୍ରୟାସ ଆରମ୍ଭ କରିବାକୁ ଯାଉଛି।
କୋରୋନା ମହାମାରୀ ଯୋଗୁଁ ପର୍ଯ୍ୟଟନସ୍ଥଳ ବନ୍ଦ ରହିଥିଲାବେଳେ ଅନଲକ୍ ପ୍ରକ୍ରିୟାରେ କଟକଣା ମୁକ୍ତ ହେବା ପରେ ଧୀରେଧୀରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦୀର୍ଘ ୮ ମାସ ହେଲା କୋରୋନା କଟକଣା ପାଇଁ ସମ୍ପୂର୍ଣ୍ଣ ବନ୍ଦ ପଡ଼ିଥିବା ପର୍ଯ୍ୟଟନ ଶିଳ୍ପ ପୁଣି ଚଳଞ୍ଚଳଳ ହେବ ବୋଲି ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ଆଶା ରଖିଛି। ଗତ ବର୍ଷ ଚନ୍ଦ୍ରଭାଗାରେ ଆୟୋଜିତ ଇକୋ ରିଟ୍ରିଟ୍ କାର୍ଯ୍ୟକ୍ରମକୁ ପର୍ଯ୍ୟଟକ ବେଶ୍ ପସନ୍ଦ କରିଥିଲେ ତେଣୁ ଏହାକୁ ପୁଣିଥରେ ବିଭିନ୍ନ ସ୍ଥାନରେ ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି। ଚଳିତବର୍ଷ କୋଣାର୍କ, ହୀରାକୁଦ, ଦାରିଙ୍ଗିବାଡ଼ି, ସାତକୋଶିଆ, ଭିତରକନିକାରେ ଇକୋ ରିଟ୍ରିଟ୍ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ବିଭାଗ ବ୍ୟବସ୍ଥା କରୁଛି।
ବିଶ୍ବ ଓ ଏସୀୟ ଚାମ୍ପିଅନ୍ସିପ୍ରେ ଭାଗ ନେଲେ ଓଡ଼ିଆ ଝିଅ ଡାକ୍ତର ନୀଳିମା
କଥାରେ ଅଛି ପରିଶ୍ରମର ଫଳ କେବେ ବ୍ୟର୍ଥ ଯାଏନି। ଯିଏ କଠୋର ପରିଶ୍ରମ କରିଥିବ ତାକୁ ପରିଶ୍ରମର ଫଳ ନିଶ୍ଚିତ ମିଳିବ। ଏଭଳି କଥା ପୁଣିଥରେ ପ୍ରମାଣିତ ହୋଇଛି ଡାକ୍ତର ନୀଳିମା କଟ୍ଟିଙ୍କ କ୍ଷେତ୍ରରେ। ପେଶାରେ ନୀଳିମା ଜଣେ ଦାନ୍ତ ଡାକ୍ତର। କିନ୍ତୁ ନିଶା ଟାଇକୋଣ୍ଡ ଖେଳିବା। ତାଙ୍କର ଏହି ନିଶା ଆଜି ତାଙ୍କୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିଇଛି। ଗୋଟିଏ ପଟେ ରୋଗୀଙ୍କ ସେବା ଓ ଅନ୍ୟ ପଟେ ନିଜ ଖେଳପ୍ରତି ନିଷ୍ଠାଭାବ, ଯାହା ନୀଳିମାଙ୍କୁ ଆଣିଦେଇଛି ସଫଳତା। ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ନୁହେଁ ବରଂ ଭାରତକୁ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି ନୀଳିମା। ବିଶ୍ବ ଓ ଏସୀୟ ଚାମ୍ପିଅନସିପ୍ ପାଇଁ ଘୋଷଣା ହୋଇଥିବା ଅଣ୍ଡର ୫୦ କାଟାଗୋରୀରେ ସ୍ଥାନରେ ପାଇଛନ୍ତି ନୀଳିମା। ଦୁଇ ଥର ଓଡ଼ିଶା ଟିମ୍ ତରଫରୁ ଖେଲିଥିବା ଡାକ୍ତର ନୀଳିମା ଏଥର ପ୍ରଥମ କରି ଭାରତୀୟ ଟିମ ପକ୍ଷରୁ ଖେଲିବାକୁ ଯାଉଛନ୍ତି।
ଭାରତୀୟ ଟିମ୍ ପକ୍ଷରୁ ନଭେମ୍ୱର ୩ୟ ସପ୍ତାହରେ ଏସିଆନ୍ ଚାମ୍ପିଅନସିପ ଓ ୪ର୍ଥ ସପ୍ତାହରେ ବିଶ୍ବ ଚାମ୍ପିଅନସିପରେ ପ୍ରତିଯୋଗୀ ଭାବେ ଓହ୍ଲାଇବେ। ଯାହାକୁ ନେଇ ତାଙ୍କ ପରିବାର ଠାରୁ ଆରମ୍ଭ କରି କୋଚ ପର୍ଯ୍ୟନ୍ତ ସମସ୍ତେ ଖୁସି ବ୍ୟକ୍ତ କରିଛନ୍ତି।
ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ
ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଅଭୟାରଣ୍ୟ ଖୋଲିବା ପରେ ଆଜିଠାରୁ ଶିମିଳିପାଳ ଅଭୟାରଣ୍ୟ ଖୋଲିଛି। ଗତ ମାର୍ଚ୍ଚରେ କୋରୋନା କଟକଣା ପରେ ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରିଦିଆ ଯାଇଥିଲା। ଏନେଇ ପୂର୍ବରୁ ନିର୍ଦେଶନାମା ଜାରି କରିଥିଲେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦେଶକ। ଏଠାକୁ ଆସିଥିବା ପର୍ଯ୍ୟଟକଙ୍କ ପାଇଁ କୋଭିଡ-୧୯ ନିୟମାବଳୀକୁ ଅନୁସରଣ କରିବା ବାଧ୍ୟତାମୂଳକ କରାଯାଇଛି। ଅଭୟାରଣ୍ୟକୁ କେଵଳ ପରିଭ୍ରମଣ କରି ଫେରିବାକୁ ଚାହୁଁଥିବା ପର୍ଯ୍ୟଟକମାନେ ଉଭୟ ଲୁଲୁଙ୍ଗ ଏବଂ ଯଶୀପୁର ଦେଇ ଆସିପାରିବେ। ଯଶୀପୁର ଦେଇ ପ୍ରଥମେ ଆସିଥିବା ୩୫ଟି ଗାଡ଼ି ଏବଂ ପିଠାବଟା ପଟେ ପ୍ରଥମ ଆସିଥିବା ୨୫ ଟି ଗାଡ଼ିକୁ ପ୍ରବେଶ ଅନୁମତି ଦିଆଯାଇଛି। ପ୍ରତ୍ୟେକ ଗାଡ଼ିରେ ଜଣେ ଗାଇଡ୍ ଙ୍କୁ ମଧ୍ୟ ପଠାଯାଇଛି। ସକାଳ ୬ଟାରୁ ୯ଟା ଭିତରେ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି। ତେବେ ରାତ୍ରୀ ଯାପନ କରିବାକୁ ଚାହୁଁଥିବା ପର୍ଯ୍ୟଟକମାନେ ୱେବସାଇଟ୍ Www.Ecotourodisha.Comରେ ଯାଇ ଟିକେଟ୍ ବୁକିଂ କରିପାରିବେ ବୋଲି କୁହାଯାଇଛି। ଏଥିପାଇଁ କୁମାରୀ, ଗୁଡୁଗୁଡିଆ, ରାମତୀର୍ଥ, ବରେହିପାଣି ଓ ଜାମୁଆଣି ଠାରେ ଥିବା କଟେଜ ମାନଙ୍କରେ ରାତ୍ରରହଣୀର ବ୍ୟବସ୍ଥା କରାଯାଇଛି ବୋଲି ପ୍ରକଳ୍ପ ନିର୍ଦେଶକ ସୂଚନା ଦେଇଛନ୍ତି।
ଆଜି କୁମାରୀଙ୍କ ପର୍ବ ‘କୁମାର ପୂର୍ଣ୍ଣିମା’
କୁଆଁର ପୁନେଇଁ ଜହ୍ନ ଗୋ ଫୁଲ ବଉଳ ବେଣୀ। ସନ୍ଧ୍ୟା ହେଉ ହେଉ ଝିଅମାନେ ଏହି ଗୀତ ବୋଲିବେ। କିଏ ଗୀତ ଗାଇ ମୁରୁକି ହସି ଦେବ ତ ଆଉ କିଏ ଭୋକ ଉପସାରେ ଚାନ୍ଦ ମୁହଁକୁ ଟିକେ ଦେଖିବା ଲାଗି ଆଉଟୁ ପାଉଟୁ ହେଉଥିବ। ତୁଳସୀ ଚଉରା ମୂଳରେ କୁମାରୀ ଝିଅମାନଙ୍କ ମେଳରେ ଏହି ଓଷା ବଡ଼ ଧୁମଧାମରେ ପାଳିତ ହେବ। କାରଣ ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା। ଆଶ୍ବିନ ମାସ ପୂର୍ଣ୍ଣିମୀ ତିଥିରେ ଏହି ପର୍ବଟି ପାଳିତ ହୁଏ।
କୁମାରୀମାନେ କାତ୍ତିକେୟଙ୍କ ଭଳି ସୁନ୍ଦର ଜୀବନସାଥୀ ପାଇବା ପାଇଁ ଏହି ପୂଜା କରିଥାନ୍ତି। ସକାଳୁ ସକାଳୁ ଗାଧୋଇ ନୂଆ ବସ୍ତ୍ର ପରିଧାନ କରି ଆଞ୍ଚୁଳିରେ ସାତ ପ୍ରକାରର ଫଳ ନେଇ ସୂର୍ଯ୍ୟଙ୍କ ଉଦ୍ଧେଶ୍ୟରେ ଅପଣ କରିଥାନ୍ତି। ଏହି ବିଧିକୁ ଆଞ୍ଜୁଳା ଟେକା ବିଧି କୁହାଯାଏ। ଏହା ସହ ସେମାନେ ସନ୍ଧ୍ୟା ସମୟରେ ଚନ୍ଦ୍ର ପୂଜା କରନ୍ତି। ତୁଳସୀ ଚଉରା ଆଗରେ ପୂଜା ଓ ବନ୍ଦାପନା ହୋଇଥାଏ। ଭୋଗ ପାଇଁ ଖଇ, ନଡିଆ, କଦଳୀ, ଛେନା, ଦହି, କ୍ଷୀର, ମହୁ, ଘିଅ, ଆଖୁ, ଗାଜାମୁଗ, ଚିନି ଇତ୍ୟାଦି ପଡ଼ି ଏକ ଚକଟା ପ୍ରସ୍ତୁତ କରାଯାଏ ସେହି ଚକଟାରେ ଚାନ୍ଦ ତିଆରି କରାଯାଇଥାଏ। ଗାଁରୁ ସହର ଯାଏ ଏହି ଓଷା ପାଇଁ ଝିଅମାନଙ୍କ ଭିତରେ ଦେଖାଯାଇଥାଏ ଅନେକ ଉତ୍ସୁକତା। ସକାଳ ଆଞ୍ଜୁଳା ଟେକାଠାରୁ ଆରମ୍ଭ କରି ସନ୍ଧ୍ୟାର ଚାନ୍ଦ ଦେଖିବା ଯାଏ ପ୍ରତିଟି ସମୟକୁ ମନଭରି ଉପଭୋଗ କରିଥାଆନ୍ତି ଝିଅମାନେ।
ଘରେ ବସି କରନ୍ତୁ ନନ୍ଦନକାନନର ଭର୍ଚୁଆଲ୍ ଟୁର୍
ପର୍ଯ୍ୟଟକମାନଙ୍କ ପାଇଁ ଖୁସି ଖବର। ଏଣିକି ଘରେ ବସି ବିଭିନ୍ନ ପ୍ରକାର ଜୀବଜନ୍ତୁଙ୍କୁ ଦେଖିବା ସମେତ ବଟାନିଗାଲ୍ ଗାର୍ଡେନର ମଜା ନେଇ ପାରିବେ ପର୍ଯ୍ୟଟକ। ଜୀଜବନ୍ତୁମାନଙ୍କୁ ଦେଖିବା ପାଇଁ ଆଉ ନନ୍ଦନକାନନ ଯିବାକୁ ପଡ଼ିବ ନାହିଁ। କାରଣ ଏଣିକି ଘରେ ବସି ଭର୍ଚୁଆଲ ମାଧ୍ୟମରେ ଆପଣ ନନ୍ଦନକାନନ ବୁଲି ପାରିବେ। କୋରୋନା ମହାମାରୀ ପାଇଁ ସମସ୍ତ କାର୍ଯ୍ୟ ଅନ୍ ଲାଇନରେ ହେଉଥିବା ବେଳେ ଅନୁରୂପ ଭାବେ ନନ୍ଦନକାନନ କତ୍ତୃପକ୍ଷ ମଧ୍ୟ ଭର୍ଚୁଆଲ ମାଧ୍ୟମରେ ଜୀବଜନ୍ତୁ ଦେଖାଇବାର ବ୍ୟବସ୍ଥା କରିଛନ୍ତି। ଏଣୁ ଆପଣଙ୍କୁ ଆଉ ନନ୍ଦନକାନନ ଆସିବାକୁ ପଡିବନି ଘରେ ବସି Nandanakana.Org/Tour ଏବଂ Nandanakanan.Org ୱେବସାଇଟକୁ ଯାଇ ଯେ କେହି ଘରେ ବସି ନନ୍ଦନକାନନର ପରିବେଶ ଉପଭୋଗ କରିପାରିବେ।
ମହାମାରୀ କୋରୋନା ପାଇଁ ଦୀର୍ଘ ୭ ମାସ ଧରି ବନ୍ଦ ରହିଥିଲା ପ୍ରାଣୀ ଉଦ୍ୟାନ ନନ୍ଦନକାନନ। ଗତ ୪ ତାରିଖରେ ଖୋଲିଲା ନନ୍ଦନକାନନ। ପର୍ଯ୍ୟଟକମାନେ କାଉଣ୍ଟର ଓ ଅନଲାଇନରେ ଟିକଟ କିଣି ପ୍ରାଣୀ ଉଦ୍ୟମର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି। ଏଥିପାଇଁ ସ୍ୱଚ୍ଛତା ଓ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଇଛି।
ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ
ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଅଭୟାରଣ୍ୟ ଖୋଲିବା ପରେ ଏବେ ଶିମିଳିପାଳ ଅଭୟାରଣ୍ୟ ଖୋଲିବାକୁ ଯାଉଛି। କୋରୋନା ପାଇଁ ଦୀର୍ଘ ୭ ମାସ ଧରି ଏହା ବନ୍ଦ ରହିବା ପରେ ଆସନ୍ତା ୧ ତାରିଖରୁ ଏହାକୁ ଖୋଲିବାକୁ ପ୍ରକଳ୍ପ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଏଠାକୁ ଆସିବାକୁ ଥିବା ପର୍ଯ୍ୟଟକମାନେ କୋଭିଡ-୧୯ ନିୟମାବଳୀକୁ ଅନୁସରଣ କରିବା ବାଧ୍ୟତାମୂଳକ ବୋଲି କର୍ତ୍ତୃପକ୍ଷଦର୍ଶାଇଛନ୍ତି। ଏନେଇ ନିର୍ଦେଶନାମା ଜାରି କରିଛନ୍ତି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦେଶକ।
ଅଭୟାରଣ୍ୟକୁ କେଵଳ ପରିଭ୍ରମଣ କରି ଫେରିବାକୁ ଚାହୁଁଥିବା ପର୍ଯ୍ୟଟକମାନେ ଉଭୟ ଲୁଲୁଙ୍ଗ ଏବଂ ଯଶୀପୁର ଦେଇ ପାଶ ନେଇ ଯାଇପାରିବେ। ଯଶୀପୁର ଦେଇ ପ୍ରଥମେ ଆସିଥିବା ୩୫ଟି ଗାଡ଼ି ଏବଂ ପିଠାବଟା ପଟେ ପ୍ରଥମ ଆସିଥିବା ୨୫ ଟି ଗାଡ଼ିକୁ ଡେ ଟୁରିଷ୍ଟ ପାଶ ପ୍ରଦାନ କରାଯିବ। ସକାଳ ୬ଟାରୁ ୯ଟା ଭିତରେ ପ୍ରବେଶ ପାଇଁ ଅନୁମତି ଦେବାକୁ ନିଷ୍ପତ୍ତି ହୋଇଛି। ପ୍ରତ୍ୟେକ ଗାଡ଼ିରେ ଜଣେ ଗାଇଡ୍ ଦିଆଯିବ। ପର୍ଯ୍ୟଟକମାନେ କୋଭିଡ ନିୟମ ପାଳନ କରିବାକୁ ନିର୍ଦେଶ ରହିଛି। ତେବେ ରାତ୍ରୀ ଯାପନ କରିବାକୁ ଚାହୁଁଥିବା ପର୍ଯ୍ୟଟକମାନେ ୱେବସାଇଟ୍ Www.Ecotourodisha.Comରେ ଯାଇ ଟିକେଟ୍ ବୁକିଂ କରିପାରିବେ।
ଦିଆସିଲି କାଠିରେ ଚମତ୍କାର କଳାକୃତି: ଗଢ଼ିଲେ ଶ୍ରୀଜଗନ୍ନାଥଙ୍କ ପ୍ରତିମା
ପୁରୀ: ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁକିଛି ସମ୍ଭବ। ଦିଆସିଲି କାଠିକୁ ନେଇ ନିଜର ଚମତ୍କାର କଳା ପ୍ରତିଭା ଦେଖାଇଛନ୍ତି ଯୁବ ଶିଳ୍ପୀ ଶାଶ୍ୱତ ରଞ୍ଜନ ସାହୁ। ଦିଆସିଲି କାଠିକୁ ବ୍ୟବହାର କରି ସେଥିରେ ତିଆରି କରିଛନ୍ତି ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି। ଶାଶ୍ୱତ ୭୮୮୧ ଖଣ୍ଡ ଦିଆସିଲି କାଠିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ତିଆରି କରି ପ୍ରଶଂସା ସାଉଣ୍ଟିଛନ୍ତି। ଏହି ନିଆରା କଳାକୃତି ମାଧ୍ୟମରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ନିଜ ନାଁ ସାମିଲ୍ ପାଇଁ ଶାଶ୍ୱତ ଆବେଦନ କରିଛନ୍ତି।
ଶାଶ୍ବତ ହେଉଛନ୍ତି ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ର। ତାଙ୍କ ଘର ପୁରୀ ଜିଲ୍ଲା କୁମ୍ଭାରପଡ଼ା ଅଞ୍ଚଳରେ। ତାଙ୍କ ବାପାଙ୍କ ନାଁ ସୁଦର୍ଶନ ସାହୁ ଓ ମାଙ୍କ ନାମ ରଶ୍ମି ସାହୁ। ଶାଶ୍ବତ କହିଛନ୍ତି ପିଲାଟି ଦିନରୁ ତାଙ୍କର ଚିତ୍ରକଳା ପ୍ରତି ଆଗ୍ରହ ରହିଛି। କୋରୋନା ପାଇଁ ଜଗତର ନାଥ ଜଗନ୍ନାଥଙ୍କର ଦର୍ଶନ ବନ୍ଦ ରହିଛି। ସମୁଦ୍ର କୂଳକୁ ଯିବା ପାଇଁ ଯଦିଓ ଅନୁମତି ମିଳିଯାଇଛି ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ ମନା ହୋଇଛି। ତେଣୁ ଭକ୍ତଙ୍କ ଭାବାଗେବକୁ ସମ୍ମାନ ଜଣାଇ ମନ୍ଦିର ଖୋଲାଯାଉ ବୋଲି ସେ କହିଛନ୍ତି। ଶାଶ୍ବତ ତିଆରି କରିଥିବା ଜଗନ୍ନାଙ୍କ ପ୍ରତିମାର ଉଚ୍ଚତା ୧୭ ଇଞ୍ଚ ଓ ଚଉଡ଼ା ୧୫ ଇଞ୍ଚ ରହିଛି। ଏହାକୁ ପ୍ରସ୍ତୁତ କରିବା ପାଇଁ ୨୧ ଦିନ ସମୟ ଲାଗିଥିବା ସେ କହିଛନ୍ତି।
ଆଜି ଷଷ୍ଠୀ: ବିଲ୍ବବରଣ ପରେ ଧରାବତରଣ କରିବେ ମା’
ଭୁବନେଶ୍ୱର: ଆଡ଼ମ୍ବର ନାହିଁ କି ଉତ୍ସାହ ନାହିଁ। ନାଁ ସୁଦୃଢ ତୋରଣ ଶୋଭାପାଉଛି, ନା ଆଲୋକମାଳାରେ ଝୁଲସୁଛି ପରିବେଶ। କେବଳ ବିଧିରକ୍ଷା ପାଇଁ ପୂଜା ମଣ୍ଡପରେ ହୋଇଛି ପ୍ରସ୍ତୁତି। ତେବେ ଆଜି ହେଉଛି ପବିତ୍ର ଷଷ୍ଠୀ। ଧରାବତରଣ କରିବେ ମା ଜଗଜ୍ଜନନୀ। ଗତକାଲି ପୀଠରେ ଷଷ୍ଠୀ ପୂଜା ହୋଇଥିବା ବେଳେ ଆଜି ମୃଣ୍ମୟୀ ଦେବୀଙ୍କୁ ବିଲ୍ବବରଣ ପରେ ଧରାବତରଣ ପାଇଁ ଆବାହନ କରାଯିବ। ସନ୍ଧ୍ୟାରେ ବିଲ୍ବବରଣ ପରେ ରାତିରେ ଧରାବତରଣ କରିବେ ମା। ଏଥିପାଇଁ ସମସ୍ତ ମଣ୍ଡପରେ ପ୍ରସ୍ତୁତି କାର୍ଯ୍ୟ ସରିଛି। କୋରୋନା କଟକଣା ମଧ୍ୟରେ ମାଙ୍କ ଘଟ ସ୍ଥାପନଠାରୁ ଆରମ୍ଭ କରାଯାଇ ମାଙ୍କୁ ଆରଧନା କରାଯାଉଛି।
ପରେ ମାଙ୍କ ଚକ୍ଷୁଦାନ ପର୍ବ ଆରମ୍ଭ ହୋମଯଜ୍ଞାଦି କରାଯିବ। ଚଳିତବର୍ଷ କୋଭିଡ୍ କଟକଣା ମଧ୍ୟରେ ମଣ୍ଡପରେ ପୂଜା ପାଇବେ ମା। ହେଲେ ଏଥର କିନ୍ତୁ ଚିତ୍ର ପୂରା ବଦଳିଯାଇଛି। ନା ଉତ୍ସାହ ଅଛି ନା ପ୍ରସ୍ତୁତି। ସବୁରି ମନରେ କରୋନାର ଭୟ। ପୂଜା ମଉଜରେ ଗ୍ରହଣ ଲଗାଇଛି ମହାମାରୀ। ଭକ୍ତମାନେ ଏଥର ମାଙ୍କ ଦର୍ଶନରୁ ବଞ୍ଚିତ ରହିବେ। ଚତୁଃପାର୍ଶ୍ୱ ଆଢ଼ୁଆଳ କରି ମାଙ୍କ ପୂଜାର୍ଚନା କରାଯିବ। ତେଣୁ ପୂଜା ଦୃଶ୍ୟକୁ ଉପଭୋଗ ପାଇଁ ଚାହିଁ ରହୁଥିବା ଶ୍ରଦ୍ଧାଳୁମାନଙ୍କ ଦର୍ଶନ ସୁବିଧା ପାଇଁ କିଛି ପୂଜା ମଣ୍ଡପ ସିଧା ପ୍ରସାରଣ ବ୍ୟବସ୍ଥା କରିଛନ୍ତି।
ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ
କେନ୍ଦ୍ରାପଡ଼ା: କୋରୋନା ବେଳେ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଭିତରକନିକା ଜାତୀୟ ଉଦ୍ୟାନକୁ ବନ୍ଦ କରାଯାଇଥିଲା। ଏବେ ଆସ୍ତେ ଆସ୍ତେ ସବୁ ସ୍ୱାଭାବିକ ହେବା ହେତୁ ରାଜ୍ୟ ସରକାର ଭିତରକନିକାକୁ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ କେବଳ ରାତ୍ରି ଯାପନ କରୁଥିବା ପର୍ଯ୍ୟଟକଙ୍କ ପାଇଁ ଏହି ଉଦ୍ୟାନ ଖୋଲିଥିବା ବେଳେ ଆଜିଠାରୁ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି। ଏଣିକି ଦିନବେଳା ଭିତରକନିକା ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ଖୋଲା ରହିବ। ତେବେ କୋରୋନା କଟକଣା ପାଇଁ କେବଳ ୫ ଶହ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିବ ବୋଲି ଜଣାପଡ଼ିଛି। ଦିନକୁ ସର୍ବାଧିକ ୫୦୦ ପର୍ଯ୍ୟଟକ ଭିତରକନିକା ଭିତରକୁ ପ୍ରବେଶ କରିପାରିବେ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।
ଭିତରକନିକାକୁ ଆସୁଥିବା ପର୍ଯ୍ୟଟକଙ୍କୁ ରାଜନଗର ବନବିଭାଗ ପ୍ରବେଶ କରିବାକୁ ଅନୁମତି ମିଳିଛି। ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଳଠାରେ ଥିବା ସ୍ଥଳପଥର ପ୍ରବେଶ ପଥ, ଗୁପ୍ତି, ଖୋଳା ଓ ଚାନ୍ଦବାଲିରୁ ବୋଟ୍ ଯୋଗେ ଭିତରକନିକା ଯାଇ ହେବ। ଏଥିସହ ଦିନ ଓ ରାତି ପର୍ଯ୍ୟଟକଙ୍କ ପ୍ରବେଶ ଓ ଭ୍ରମଣ ସମୟରେ କିଛି କଟକଣା ଜାରି କରାଯାଇଛି। ଦିନକୁ ସର୍ବାଧିକ ୫ ଶହ ପର୍ଯ୍ୟଟକ ଭିତରକନିକାରେ ଭ୍ରମଣ କରିପାରିବେ।
NEET ଟପ୍ପର ଓଡ଼ିଆ ପୁଅ
କୁହାଯାଏ ଯେ କଠିନ ପରିଶ୍ରମର ଫଳ ସର୍ବଦା ମିଠା ହୋଇଥାଏ। ଆଉ କଠିନ ପରିଶ୍ରମ ଦ୍ବାରା ହିଁ ଲକ୍ଷ୍ୟ ପ୍ରାପ୍ତି ହୋଇଥାଏ। ଆଉ ଯେତେବେଳେ ଆପଣ କୌଣସି ଲକ୍ଷ୍ୟ ହାସଲ କରିବାକୁ ଚେଷ୍ଟା କରନ୍ତି ଏବଂ ସଫଳତା ହାସଲ ହୁଏ ତେବେ ଖୁସିର କୌଣସି ଠିକଣା ରହି ନ ଥାଏ। ଏହି କ୍ରମରେ ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ପରୀକ୍ଷାରେ ଶତ ପ୍ରତିଶତ ମାର୍କ ରଖି ଟପ୍ପର ହୋଇଛନ୍ତି ଓଡ଼ିଶାର ସୋୟେବ ଅଫତାବ୍। ନିଟ୍ ପରୀକ୍ଷାରେ ଏଭଳି ପ୍ରଦର୍ଶନ କରିବାରେ ସେ ଓଡ଼ିଶାର ପ୍ରଥମ ଛାତ୍ର ହୋଇ ଓଡ଼ିଶାକୁ ଗୌରାବାନ୍ବିତ କରିଛନ୍ତି। ରାଉରକେଲାର ଛାତ୍ର ସୋୟେବ ୭୨୦ରୁ ୭୨୦ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି। ନିଟ୍ ପରୀକ୍ଷାରେ ଶତ ପ୍ରତିଶତ ନମ୍ବର ରଖିବାରେ ମଧ୍ୟ ମଧ୍ୟ ପ୍ରଥମ ଛାତ୍ର ହୋଇଛନ୍ତି।
ବନ୍ଦର ଆଧାରିତ ଅର୍ଥନୀତି ଓଡ଼ିଶା ପାଇଁ ହେବ ଗେମ୍ଚେଞ୍ଜର: ଧର୍ମେନ୍ଦ୍ର ପ୍ରଧାନ
ଦେଶର ଉଦ୍ୟୋଗ ସମୂହ ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ଥିବା ସୁଯୋଗର ସମ୍ପୂର୍ଣ୍ଣ ବିନିଯୋଗ କରିବା ପାଇଁ ଆଗେଇ ଆସନ୍ତୁ ବୋଲି ଗୁରୁବାର ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ପକ୍ଷରୁ ଆୟୋଜିତ ଆତ୍ମନିର୍ଭର ଭାରତ ଇ-ସମ୍ମିଳନୀରେ ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିରେ ଥିବା ଆତ୍ମନିର୍ଭର ଭାରତ ଯୋଗଦାନରେ ଓଡ଼ିଶାର ଥିବା ଭୂମିକା ଉପରେ ଆଲୋକପାତ କରିଥିଲେ ଧର୍ମେନ୍ଦ୍ର।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି, ଭାରତ ସରକାର ବିଗତ ୬ ବର୍ଷ ମଧ୍ୟରେ ଶିଳ୍ପ କ୍ଷେତ୍ରର ଅଗ୍ରଗତି ନିମନ୍ତେ ଅନେକ ସଂସ୍କାର ଆଣିଛନ୍ତି ଓ ଅନେକ ବିକାଶମୂଳକ ପଦକ୍ଷେପ ଗୁଡ଼ିକୁ କାର୍ଯ୍ୟକାରୀ କରାଯାଇଛି। ଏହି ପରିପ୍ରେକ୍ଷୀରେ ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାରେ ପେଟ୍ରୋକେମିକାଲ୍ କୋଇଲା, ଆଲୁମିନିୟମ, ଶକ୍ତି ଉତ୍ପାଦନ, ବକ୍ସସାଇଟ୍ ଇସ୍ପାତ୍ ଖଣିଜ ପଦାର୍ଥ କ୍ଷେତ୍ରରେ ବିପୁଳ ସୁଯୋଗ ରହିଛି। ଓଡ଼ିଶାରେ ଥିବା ଖଣିଜ ସମ୍ବଳ ଏବଂ ବୃହତ ବନ୍ଦର ଯଥା ପାରାଦୀପ, ଗୋପାଳପୁର, ଧାମରା ବନ୍ଦର ରାଜ୍ୟ ଶିଳ୍ପ ଅଭିବୃଦ୍ଧିକୁ ଗତିଶୀଳ କରିବାର କ୍ଷମତା ରଖିଛି।ଇସ୍ପାତ୍ ପେଟ୍ରୋକେମିକାଲ୍ କ୍ଷେତ୍ର ଏବଂ ଏହାର ଆନ୍ସିଲାରୀ ଶିଳ୍ପ ଅପାର ସମ୍ଭାବନାର ସୁଯୋଗ ରଖିଥିବା ବେଳେ ବନ୍ଦର ଆଧାରିତ ଅର୍ଥନୀତି ଓଡ଼ିଶା ପାଇଁ ଗେମ୍-ଚେଞ୍ଜର ହୋଇପାରେ ବୋଲି ଧର୍ମେନ୍ଦ୍ର କହିଛନ୍ତି।
ଓଡ଼ିଶା ସମେତ ୬ଟି ରାଜ୍ୟରେ ସ୍କୁଲ୍ ଶିକ୍ଷା ଉନ୍ନତ ପାଇଁ ‘ଷ୍ଟାର୍ସ’ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ
ଓଡ଼ିଶା ସମେତ ୬ଟି ରାଜ୍ୟର ସ୍କୁଲ୍ ଶିକ୍ଷା ଉନ୍ନତ କରିବା ଲାଗି ୫୭୧୮ କୋଟି ଟଙ୍କାର ଷ୍ଟ୍ରେଙ୍ଗଦେନିଙ୍ଗ୍ ଟିଚିଂ-ଲର୍ଣ୍ଣିଂ ଆଣ୍ଡ ରେଜଲ୍ଟସ୍ ଫର୍ ଷ୍ଟେଟ୍ସ୍ ବା ଷ୍ଟାର୍ସ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି। ଏଥିଲାଗି ବିଶ୍ବ ବ୍ୟାଙ୍କ୍ ପ୍ରାୟ ୩୭୦୦ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛି। ଷ୍ଟାର୍ସ ପ୍ରକଳ୍ପ ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରାଳୟ (ଏମଓଇ) ଅନ୍ତର୍ଗତ କେନ୍ଦ୍ର ସରକାରଙ୍କ ପ୍ରୟୋଜିତ ଏକ ନୂଆ ଯୋଜନା ଭାବେ କାର୍ଯ୍ୟକାରୀ କରାଯିବ। ସ୍କୁଲ୍ ଶିକ୍ଷା ଏବଂ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରାଳୟ ଅଧୀନରେ ଏକ ସ୍ୱତନ୍ତ୍ର ଏବଂ ସ୍ୱୟଂଶାସିତ ଅନୁଷ୍ଠାନ ରୂପରେ ରାଷ୍ଟ୍ରୀୟ ଆକଳନ କେନ୍ଦ୍ର, ପରଖ ର ପ୍ରତିଷ୍ଠା ଓ ସହାୟତା ପ୍ରକଳ୍ପ ମାଧ୍ୟମରେ କରାଯିବ।
ଏହି ପ୍ରକଳ୍ପରେ ୬ଟି ରାଜ୍ୟ ଓଡ଼ିଶା, ହିମାଚଳ ପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ ଏବଂ କେରଳ ସାମିଲ୍ ରହିଛି। ଏସବୁ ଚିହ୍ନିତ ରାଜ୍ୟରେ ଶିକ୍ଷା ଗୁଣବତ୍ତାରେ ସୁଧାର ଆଣିବା ଲାଗି ବିଭିନ୍ନ ଉପାୟ ନିମନ୍ତେ ସହାୟତା ପ୍ରଦାନ କରାଯିବ। ଏହି ପ୍ରକଳ୍ପ ଅନ୍ତର୍ଗତ ୫ଟି ରାଜ୍ୟ- ଗୁଜରାଟ, ତାମିଲନାଡ଼ୁ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ ଏବଂ ଆସାମରେ ଏହି ପ୍ରକାରରେ ଏଡିବି ପାଣ୍ଠି ସହାୟତା ପ୍ରକଳ୍ପ ଲାଗୁ କରିବା ନିମନ୍ତେ ପରିକଳ୍ପନା କରାଯାଇଛି। ସମସ୍ତ ରାଜ୍ୟ ନିଜ ନିଜ ଅଭିଜ୍ଞତା ଏବଂ ଶ୍ରେଷ୍ଠ ପ୍ରକ୍ରିୟା ବାଣ୍ଟିବା ଲାଗି ଅନ୍ୟ ରାଜ୍ୟ ସହ ଭାଗିଦାରୀ କରିବେ।
କଟକର ନୂଆ ସେଲ୍ଫି ପଏଣ୍ଟ – ‘ଆଇ ଲଭ କଟକ’ ଷ୍ଟାଣ୍ଡି
ବଦଳିଛି କଟକ ସହରର ଚିତ୍ର , ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି 𝗜 𝗟𝗢𝗩𝗘 𝗖𝗨𝗧𝗧𝗔𝗖𝗞 ଷ୍ଟାଣ୍ଡି। ରାଣୀହାଟରୁ ଯୋବ୍ରା ମଧ୍ୟରେ ତାଳଦଣ୍ଡା କେନାଲ ରୋଡରେ ନୂଆକରି ହୋଇଥିବା ଏହି ଷ୍ଟାଣ୍ଡି ଏବେ ସମସ୍ତଙ୍କୁ ଆକର୍ଷିତ କରୁଛି। ଯିଏ ଏହି ବାଟ ଦେଇ ଯାଉଛି ଟିକେ ଅଟକି ଯାଇ ନିଜ ମୋବାଇଲରେ ଗୋଟେ ସ୍ନାପ ନିଶ୍ଚୟ ନେଉଛି। ସୋସିଆଲ ମିଡ଼ିଆର ଏହି ଯୁଗରେ ଏବେ ସେଲ୍ଫି ଗୋଟେ ଟ୍ରେଣ୍ଡ ବନିଯାଇଥିବା ବେଳେ କଟକ ସହରର ଏହି ଆଇ ଲଭ କଟକ ଷ୍ଟାଣ୍ଡି ସେଲ୍ଫିପ୍ରେମୀଙ୍କ ପାଇଁ ନୂଆ ପର୍ଯ୍ୟଟନ ସ୍ଥଳୀ ପାଲଟିଛି।
ସହରାଞ୍ଚଳ ବିକାଶ ପାଇଁ ପ୍ରତିବଦ୍ଧ ମୋଦି ସରକାର: ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର: ଭୁବନେଶ୍ୱର ଓ ରାଉରକେଲାରେ ସ୍ମାର୍ଟ ସିଟି ମିଶନ ସହ ସ୍ୱୟଂଚାଳିତ ଜଳ ବିଶୋଧନ ପ୍ଲାଣ୍ଟ, ପାର୍କର ବିକାଶ, ଜରୁରୀକାଳୀନ ସୌରଚାଳିତ ପମ୍ପ ସ୍ଥାପନ ଭଳି ପ୍ରକଳ୍ପ ଲୋକଙ୍କ ଆକାଂକ୍ଷାକୁ ପୂରଣ କରୁଛି। ଏହା ଓଡ଼ିଶାରେ ସହରାଞ୍ଚଳ ବିକାଶ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଥିବା ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥିସହ ଅମୃତ ଯୋଜନା ମାଧ୍ୟମରେ ଓଡ଼ିଶାର ସହରାଞ୍ଚଳ ବିକାଶ ପାଇଁ କେନ୍ଦ୍ର ସରକାର ୫ ବର୍ଷରେ ୮୮୫.୫୮ କୋଟି ଟଙ୍କା ଦେଇଥିବା ଧର୍ମେନ୍ଦ୍ର ସୂଚନା ଦେଇଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର।
ଅଟଳ ମିଶନ ଅମୃତ ଯୋଜନା ମାଧ୍ୟମରେ ଓଡ଼ିଶାର ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର, ବ୍ରହ୍ମପୁର, କଟକ, ପୁରୀ, ରାଉରକେଲା ଓ ସମ୍ବଲପୁର ଭଳି ସହର ଗୁଡ଼ିକରେ ସହରାଞ୍ଚଳ ଭିତ୍ତିଭୂମିର ଉନ୍ନତିକରଣ କରାଯାଇଥିବାରୁ ପାନୀୟ ଜଳ ଯୋଗାଣ, ସ୍ବରେଜ ଓ ପରିମଳ ପରିଚାଳନା, ବର୍ଜ୍ୟ ଜଳ ନିଷ୍କାସନ, ସବୁଜ ପରିବେଶ, ପାର୍କ ଓ ଅଣ-ମୋଟର ଚାଳିତ ସହରାଞ୍ଚଳ ପରିବହନ ଭଳି ମୌଳିକ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ରାଜ୍ୟ ବାର୍ଷିକ କାର୍ଯ୍ୟ ଯୋଜନା(ସାପ୍) ଅଧୀନରେ ଓଡ଼ିଶା ପାଇଁ ୧୫୯୯ କୋଟି ଟଙ୍କା ମଞ୍ଜୁର କରାଯାଇଛି।
ପୁରୀର ସ୍ୱର୍ଣ୍ଣିମ ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା
ପୁରୀ: ପୁରୀର ସ୍ୱର୍ଣ୍ଣିମ ବେଳାଭୂମିକୁ ଅନ୍ତର୍ଜାତୀୟ ବେଳାଭୂମି ମାନ୍ୟତା ମିଳିଛି। ଡେନମାର୍କର ଫାଉଣ୍ଡେସନ ଫର୍ ଏନଭାରନମେଣ୍ଟାଲ ଏଜୁକେସନ୍ (ଏଫ୍ଇଇ) ପକ୍ଷରୁ ଦିଗବାରେଣୀ ଖୁଣ୍ଟିଠାରୁ ମେ ଫେୟାର ହୋଟେଲ ଯାଏ ୮୭୦ ମିଟର ଲମ୍ବର ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା ଦିଆଯାଇଛି। ଫଳରେ ଏଠାରେ ସମସ୍ତ ପ୍ରକାରର ଅନ୍ତର୍ଜାତୀୟ ସୁବିଧା ମିଳିପାରିବ। ସୁନ୍ଦର ପରିବେଶ ଓ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସୁବିଧା ପାଇଁ ଏହି ପୁରସ୍କାର ଦିଆଯାଏ। ୩୩ଟି ମାନଦଣ୍ଡ ପୂରଣ କରୁଥିବା ବିଚକୁ ହିଁ ବ୍ଲୁ ଫ୍ଲାଗ୍ ବିଚ୍ ମାନ୍ୟତା ମିଳିଥାଏ। ଏହି ୩୩ଟି ମାନଦଣ୍ଡକୁ ସ୍ଥିର କରିଥାଏ ଏଫ୍ଇଇ ଡେନମାର୍କ। ମାନଦଣ୍ଡ ପ୍ରକାରେ ବେଳାଭୂମିରେ ଟଏଲେଟ୍ ଚେଞ୍ଜିଂ ଆଣ୍ଡ ସାୱାର ରୁମ୍, ୱାଚ୍ ଟାୱାର, ସୋଲାର ଲାଇଟିଂ ସିଷ୍ଟମ, ବସିବା ବ୍ୟବସ୍ଥା, ଯାନ୍ତ୍ରିକ ପ୍ରଦୂଷଣ ନିୟନ୍ତ୍ରଣ ସହ ନିରାପଦ ସୁଇମିଂ ଜୋନ୍, ବେଳାଭୂମି ସୁରକ୍ଷା ରହିବା ଦରକାର।
ଏହା ବ୍ୟତୀତ ଦେଶର ଆଉ ୭ଟି ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ୍ ର ମାନ୍ୟତା ମିଳିଛି। ଦେଶର ୫ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ୮ଟି ବେଳାଭୂମିକୁ ୟୁଏନ୍ଇପି, ୟୁଏନଡବ୍ଲୁଟିଓ, ଏଫଇଇ, ଆଇୟୁସିଏନର ସୁନାମଧନ୍ୟ ସଦସ୍ୟମାନଙ୍କୁ ନେଇ ଗଠିତ ଆନ୍ତର୍ଜାତିକ ବିଚାରକମଣ୍ଡଳୀ ବ୍ଲୁ ଫ୍ଲାଗ ସମ୍ମାନ ପ୍ରଦାନ କରିଛନ୍ତି।
ଆଣ୍ଟି-ରାଡିଏସନ୍ ମିସାଇଲ୍ ରୁଦ୍ରମ୍ର ସଫଳ ପରୀକ୍ଷଣ
ବାଲେଶ୍ବର: ଭାରତର ପ୍ରଥମ ସ୍ୱଦେଶୀ ଆଣ୍ଟି-ରାଡିଏସନ୍ କ୍ଷେପଣାସ୍ତ୍ର ରୁଦ୍ରମ୍-୧ର ସଫଳ ପରୀକ୍ଷଣ ହୋଇଛି। ବାଲେଶ୍ବରସ୍ଥିତ ହ୍ବିଲର୍ ଦୀପରୁ ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଥିବା ସୂଚନା ମିଳିଛି। ସୁଖୋଇ-୩୦ ଯୁଦ୍ଧ ବିମାନରୁ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଥିବା ବେଳେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଏହାର ବିକାଶିତ କରାଯାଇଛି। ଏହାର ସଫଳ ପରୀକ୍ଷଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଡିଆରଡିଓକୁ ଶୁଭେଚ୍ଛା ଜଣାଇଛନ୍ତି।
ଶୁକ୍ରବାର ପୂର୍ବାହ୍ନ ପ୍ରାୟ ସାଢେ ୧୦ରେ ଏହାକୁ ବଙ୍ଗୋପସାଗର ଅନ୍ତର୍ଗତ ଓଡ଼ିଶା ଉପକୂଳର ବାଲେଶ୍ବର ଠାରେ ଥିବା ଅସ୍ଥାୟୀ ଟେଷ୍ଟ୍ ରେଞ୍ଜ୍ରୁ ନିକ୍ଷେପ କରାଯାଇଥିଲା। ଅତ୍ୟାଧୁନିକ ଆଣ୍ଟି ରାଡିଅସନ୍ କ୍ଷେପଣାସ୍ତ୍ର ରୁଦ୍ରମ୍ ଓଡ଼ଶା ଉପକୂଳର ହ୍ବିଲର ଦୀପପୁଞ୍ଜରେ ଥିବା ରାଡିଅସନ୍ ଲକ୍ଷ୍ୟକୁ ସଫଳତାର ସହ ଭେଦ କରିଛି। ଏସୟୁ-୩୦ କେଆଇ ଲଢୁଆ ବିମାନରୁ ଏହି କ୍ଷେପଣାସ୍ତ୍ରକୁ ଉତକ୍ଷେପଣ କରାଯାଇଥିଲା। ଭାରତୀୟ ବାୟୁସେନାର ରୁଦ୍ରମ୍ ହେଉଛି ପ୍ରଥମ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ରାଡିଅସନ୍ କ୍ଷେପଣାସ୍ତ୍ର ଯାହାକି ପ୍ରତିରକ୍ଷା ଗବେଷଣା ଏବଂ ଉନ୍ନୟନ ସଂଗଠନ (ଡିଆରଡିଓ) ପକ୍ଷରୁ ବିକଶିତ ହୋଇଛି।
ପ୍ରାକୃତିକ ଗ୍ୟାସ୍ ମାର୍କେଟିଂ ସଂସ୍କାରକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ: ଧର୍ମେନ୍ଦ୍ର
ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା କ୍ୟାବିନେଟ୍ ବୈଠକରେ ପ୍ରାକୃତିକ ଗ୍ୟାସ୍ ମାର୍କେଟିଂ ସଂସ୍କାରକୁ ମଞ୍ଜୁରୀ ଦିଆଯାଇଥିବା ବେଳେ ଏହା ଭାରତକୁ ଗ୍ୟାସ୍ ଆଧାରିତ ଅର୍ଥନୀତି କରିବା ଦିଗରେ ବଡ଼ ପଦକ୍ଷେପ ବୋଲି କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ଉପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ନୀତିଗତ ସଂସ୍କାରକୁ ମଞ୍ଜୁରୀ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଧର୍ମେନ୍ଦ୍ର କହିଛନ୍ତି, ଦେଶର ଲୋକମାନଙ୍କ ପାଖରେ ସ୍ୱଚ୍ଛ ଉର୍ଜା ପହଞ୍ଚାଇବା ଭାରତ ସରକାରଙ୍କ ଲକ୍ଷ୍ୟ। ଏହି ଆଧାରରେ ଏହି ସଂସ୍କାର ଅଣାଯାଇଛି। ସ୍ୱଚ୍ଛ ଏବଂ ପ୍ରତିଯୋଗିତାମୂଳକ ପ୍ରକ୍ରିୟା, ନିର୍ଦ୍ଦିଷ୍ଟ ଫିଲଡ୍ ଡେଭଲପମେଣ୍ଟ୍ ପ୍ଲାନ୍ (ଏଫଡ଼ିପି)ର ମାର୍କେଟିଂର ସ୍ୱାଧୀନତା, ବିଡ଼ିଂ ପ୍ରକ୍ରିୟାରେ ଜଡ଼ିତ ଗ୍ୟାସ୍ ଉତ୍ପାଦନକାରୀ ସଂସ୍ଥାକୁ ଗ୍ୟାସ୍ ବିକ୍ରି କରିବାକୁ ଅନୁମତି ଦେବା ଏବଂ ଉତ୍ପାଦନ ବଣ୍ଟନ ଚୁକ୍ତିରେ ମୂଲ୍ୟ ସ୍ଥିର କରିବାର ସ୍ୱାଧୀନତା ପ୍ରଦାନ କରିବାକୁ ଏହି ନୀତିର ଉଦ୍ଦେଶ୍ୟ ରହିଛି। ଭାରତ ସରକାର ଗ୍ୟାସ୍ ବ୍ୟବହାରକୁ ବଢ଼ାଇବା ଏବଂ ସ୍ୱଚ୍ଛ ଇନ୍ଧନ ଯୋଗାଇ ଦେବା ପାଇଁ ଗ୍ୟାସ୍ ଭିତ୍ତିଭୂମିକୁ ମଜବୁତ୍ କରିବା ପାଇଁ ୪ ଲକ୍ଷ କୋଟିରୁ ଉଦ୍ଧ୍ୱ ଟଙ୍କା ପୁଞ୍ଜିନିବେଶ କରାଯାଉଛି। ଏହି ମର୍ମରେ ବୁଧବାର ଷ୍ଟାଣ୍ଡାଡାଇଜଡ୍ ଇ-ବିଡ଼ିଂ ପ୍ରକ୍ରିୟାକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି।
କବି ନିତ୍ୟାନନ୍ଦ ନାୟକ ପାଇବେ ଶାରଳା ପୁରସ୍କାର
ଭୁବନେଶ୍ବର: ବିଶିଷ୍ଟ କବି ନିତ୍ୟାନନ୍ଦ ନାୟକ ପାଇବେ ୪୧ତମ ଶାରଳା ପୁରସ୍କାର। କବିତା ସଙ୍କଳନ ସେତେବେଳକୁ ନ ଥିବ ପାଇଁ ତାଙ୍କୁ ପୁରସ୍କୃତ ପ୍ରଦାନ କରାଯିବ। ପୁରସ୍କାର ସ୍ୱରୂପ ତାଙ୍କୁ ନଗଦ ୫ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ। ଇମ୍ପାକ୍ଟ ପକ୍ଷରୁ ବୁଧବାର ଏନେଇ ଘୋଷଣା କରାଯାଇଛି। ସେହିପରି ସଙ୍ଗୀତ କ୍ଷେତ୍ରରେ ରଞ୍ଚିତ କୁମାର ନାଗ ଓ ଚିତ୍ରକଳା କ୍ଷେତ୍ରରେ ଶ୍ୟାମସୁନ୍ଦର ପଟ୍ଟନାୟକଙ୍କୁ ଯଥାକ୍ରମେ ଇଲା ପଣ୍ଡା ସଙ୍ଗୀତ ସମ୍ମାନ ଏବଂ ଚିତ୍ରକଳା ସମ୍ମାନରେ ସମ୍ମାନିତ କରାଯିବ ବୋଲି ମଧ୍ୟ ଘୋଷଣା ହୋଇଛି।
ସୂଚନାଯୋଗ୍ୟ, ୧୯୮୦ ମସିହାରୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଅଛି। ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ସ୍ୱର୍ଗତ ଡକ୍ଟର ବଂଶୀଧର ପଣ୍ଡା ଏବଂ ସ୍ୱର୍ଗତ ଇଲା ପଣ୍ଡାଙ୍କ ଦ୍ୱାରା ପ୍ରତିଷ୍ଠିତ ଶାରଳା ପୁରସ୍କାର ଇମ୍ଫା ଦ୍ୱାରା ପରିଚାଳିତ ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ପବ୍ଲିକ୍ ଚାରିଟେବୁଲ୍ ଟ୍ରଷ୍ଟ-ଇମ୍ପାକ୍ଟ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।
ଦୁଗ୍ଧ ଚାଷୀଙ୍କୁ ଋଣ ଯୋଗାଇ ଦେବାକୁ ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
ଭୁବନେଶ୍ୱର: ଓଡ଼ିଶାର ଓମଫେଡ୍ ଦୁଗ୍ଧ ଚାଷୀଙ୍କ ପାଇଁ କିଷାନ କ୍ରେଡିଟ୍ କାର୍ଡ(କେସିସି) ମାଧ୍ୟମରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ମାମଲାରେ ବ୍ୟକ୍ତିଗତ ହସ୍ତକ୍ଷେପ କରି ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଧର୍ମେନ୍ଦ୍ର ପ୍ରଧାନ ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ୍ ଖଣ୍ଡାସାହି ଗ୍ରାମର ଦୁଗ୍ଧ ଚାଷୀ ଧ୍ରୁବ ଚରଣ ପରିଡ଼ାଙ୍କ ଏକ ଅଭିଯୋଗ ପତ୍ରକୁ ସଲଗ୍ନ କରି ଉଲ୍ଲେଖ କରିଛନ୍ତି, ବ୍ୟାଙ୍କ୍ ମାଧ୍ୟମରେ ଓମଫେଡ୍ ଦୁଗ୍ଧ ଚାଷୀମାନଙ୍କୁ କିଷାନ କ୍ରେଡିଟ୍ କାର୍ଡରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଥିବା ବ୍ୟବସ୍ଥା ଥିଲେ ମଧ୍ୟ କୌଣସି ବ୍ୟାଙ୍କ୍ ଋଣ ଦେବାକୁ ଇଚ୍ଛା ପ୍ରକାଶ କରୁ ନ ଥିବା ଅଭିଯୋଗ ହେଉଛି। ତେଣୁ ଏହି ମାମଲାରେ ବ୍ୟକ୍ତିଗତ ସ୍ତରରେ ହସ୍ତକ୍ଷେପ କରି ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଧର୍ମେନ୍ଦ୍ରକେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।
ଗାନ୍ଧିଙ୍କ ଅହିଂସାର ମାଟିରେ କାହିଁକି ଘଟୁଛି ବ୍ୟାପକ ହିଂସା?
ଭାରତ ବୁଦ୍ଧ ଓ ଗାନ୍ଧିଙ୍କ ଦେଶ । ବୁଦ୍ଧ ଶାନ୍ତିର ପ୍ରତୀକ ହୋଇଥିବା ବେଳେ ଗାନ୍ଧି ଥିଲେ ଅହିଂସାର ପୂଜାରୀ। ଭାରତ ସାରା ବିଶ୍ବରେ ଶାନ୍ତି ଓ ଅହିଂସାକୁ ନେଇ ନିଜର ଏଭଳି ପରିଚିତି ଦେଉଥିବା ବେଳେ ବାସ୍ତବରେ କିନ୍ତୁ ଭିନ୍ନ ସ୍ଥିତି ଦେଖିବାକୁ ମିଳୁଛି।
ମହାତ୍ମା ଗାନ୍ଧି ଅସହଯୋଗ ଓ ବହିଷ୍କାରକୁ ପାଥେୟ କରି ବିନା ରକ୍ତପାତରେ ମଧ୍ୟ ଏକ ଭୟଙ୍କର ଲଢ଼େଇ ଲଢ଼ିହୁଏ ବୋଲି ସାରା ବିଶ୍ବକୁ ନୂଆ ସନ୍ଦେଶ ଦେବା ପରେ ଭାରତ ଏକ ଅହିଂସାର ମାଟି ବୋଲି ବିବେଚିତ ହେବାକୁ ଲାଗିଲା। ତେବେ ଗାନ୍ଧିଙ୍କ ଦେଶରେ ଏବେ ଚାରିଆଡ଼େ ଦଙ୍ଗା, ହିଂସା, ରକ୍ତପାତ ଆଉ ବିଦ୍ବେଷର ଖବର।
ଛାତ୍ରଛାତ୍ରୀଙ୍କ ବୌଦ୍ଧିକ କ୍ଷମତାର ବିକାଶ କରିବ ନୂଆ ଶିକ୍ଷାନୀତି: ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ବର: ସମାଜ ଆଧୁନିକ, ବୈଜ୍ଞାନିକ ଓ ପ୍ରଗତିଶୀଳ ନ ହେଲେ ପଛରେ ପଡ଼ିଯିବ। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ଶିକ୍ଷାନୀତି ଆରମ୍ଭ କରିଛନ୍ତି। ନୂତନ ଶିକ୍ଷାନୀତି ଓଡ଼ିଶାର ଛାତ୍ରଛାତ୍ରୀଙ୍କ ବୌଦ୍ଧିକ କ୍ଷମତାର ବିକାଶ କରିବାରେ ସହାୟକ ହେବ। ଏହି ଶିକ୍ଷାନୀତି ଦ୍ୱାରା ଦେଶରେ ବିଶ୍ୱସ୍ତରୀୟ ଶିକ୍ଷା ତିଆରି ହେବ ଅର୍ଥାତ୍ ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବ ଏବଂ ଶିକ୍ଷାର ସ୍ୱାଧୀନତା ଓ ସ୍ୱାୟତ୍ତତା ବଢ଼ିବ। ବୁଧବାର ବିଦ୍ୟା ଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ଓ ଥିଙ୍କ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ ମୋ ନୂତନ ଶିକ୍ଷାନୀତି(ମାଇଁ ଏନ୍ଇପି) ଓଡ଼ିଶା ଆମ୍ବାସାଡାର ସମ୍ବାଦ କାର୍ଯ୍ୟକ୍ରମରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଧର୍ମେନ୍ଦ୍ର କହିଛନ୍ତି, ଦୀର୍ଘ ତିନି ଦଶନ୍ଧି ପରେ ଭାରତ ସରକାରଙ୍କ ଦ୍ୱାରା ପ୍ରଣୀତ ନୂଆ ଶିକ୍ଷାନୀତିରେ ତ୍ରିଭାଷା ଯଥା ଇଂରାଜୀ, ହିନ୍ଦି ଓ ଆମର ମତ ଏବଂ ଭାବନାକୁ ପରିପ୍ରକାଶ କରୁଥିବା ଆଞ୍ଚଳିକ ଭାଷା ବା ମାତୃଭାଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ଏହା ଛାତ୍ରଛାତ୍ରୀଙ୍କ ପ୍ରତିଭା ଓ ଆଗ୍ରହକୁ ବିକଶିତ କରିବା ସହ ସେମାନଙ୍କ ଆକାଂକ୍ଷାକୁ ପୂରଣ କରିବ।
ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ
କେନ୍ଦ୍ରାପଡ଼ା: ଅକ୍ଟୋବର ୧ ତାରିଖଠାରୁ ରାଜ୍ୟରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଘୋଷଣା କରିଥିଲେ ରାଜ୍ୟ ସରକାର। ଅନଲକ୍ ୫.୦ ଆରମ୍ଭ ହୋଇଥିବା ବେଳେ ଆଜିଠାରୁ ଖୋଲିଛି କେନ୍ଦ୍ରାପଡ଼ା ସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନ। ଦୀର୍ଘ ୭ ମାସ ହେବ କୋରୋନା ପାଇଁ ବନ୍ଦ ରଖା ଯାଇଥିଲା ଜାତୀୟ ଉଦ୍ୟାନ। ମାତ୍ର ଏବେ ସମସ୍ତ ପର୍ଯ୍ୟଟକଙ୍କୁ ଯିବାକୁ ଅନୁମତି ମିଳିବ ନାହିଁ। କେବଳ ରାତ୍ରୀଯାପନ କରିବାକୁ ଆସିଥିବା ପର୍ଯ୍ୟଟକଙ୍କୁ ହିଁ ଭିତରକନିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ସୁଯୋଗ ମିଳିବ।
ଆଜି ପ୍ରଥମ ଦିନରେ କେବଳ ଡାଙ୍ଗମାଳରେ ୧୬ଟି କଟେଜରେ ପର୍ଯ୍ୟଟକମାନେ ରାତ୍ରୀଯାପନ ପାଇଁ ଅନୁମତି ମିଳିଛି। ପର୍ଯ୍ୟଟକମାନେ ଓଡ଼ିଶା ଇକୋ ଟୁରିଜିମରେ ଅନଲାଇନ୍ ବୁକ୍ କରିପାରିବେ। କଟେଜ୍ ଓ ବୋଟ୍ ଗୁଡ଼ିକୁ ସାନିଟାଇଜ କରାଯିବା ସହ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଛି। ତେବେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି। କେବଳ ରାତ୍ରୀଯାପନ ପାଇଁ ବୁକ୍ କରିଥିବା ପର୍ଯ୍ୟଟକଙ୍କୁ ଛାଡ଼ିବା ନିଷ୍ପତ୍ତିକୁ କେତେକ ସଂଗଠନ ବିରୋଧ କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳର ପର୍ଯ୍ୟଟକକୁ ଭିତରକୁ ଛାଡ଼ିବାକୁ ଦାବି ହେଉଛି।
ଅକ୍ଟୋବର ୪ରୁ ଖୋଲିବ ନନ୍ଦନକାନନ
ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଶୁଭ ଖବର। ଆସନ୍ତା ୧ ତାରିଖଠାରୁ ପର୍ଯ୍ୟାୟକ୍ରମେ ରାଜ୍ୟର ସମସ୍ତ ପର୍ଯ୍ୟଟନ କ୍ଷେତ୍ର ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବେଳେ ଆସନ୍ତା ୪ ତାରିଖରେ ଖୋଲିବାକୁ ଯାଉଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ସେହିପରି ନନ୍ଦନକାନନ ବଟାନିକାଲ୍ ଗାର୍ଡେନ ମଧ୍ୟ ୪ରୁ ଖୋଲିବ। ଏ ନେଇ ସୂଚନା ଦେଇଛନ୍ତି ନନ୍ଦନକାନନ ଉପନିର୍ଦେଶକ ହରିଶଙ୍କର ଉପାଧ୍ୟାୟ।
କୋରୋନା ଓ ଲକଡାଉନ୍ କାରଣରୁ ଦୀର୍ଘ ୫ ମାସରୁ ଅଧିକ ସମୟ ଧରି ନନ୍ଦନକାନନ ବନ୍ଦ ରହିଥିଲା। ଲୋକମାନଙ୍କୁ ଏହା ଭିତରକୁ ପ୍ରବେଶ କରିବା ବନ୍ଦ କରାଯାଇଥିଲା। ଏବେ ଏହା ପୁଣିଥରେ ଖୋଲିବା ସହିତ ନନ୍ଦନକାନନକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବ ବୋଲି ଆଶା ରଖାଯାଇଛି। ପର୍ଯ୍ୟଟକମାନେ ମାସ୍କ୍ ଓ କୋରୋନା ଗାଇଡଲାଇନ୍ ପାଳନ କରି ନନ୍ଦନକାନନ ଆସିବେ। ଏଥିସହିତ ରାଜ୍ୟ ସରକାରଙ୍କ ସମସ୍ତ କୋଭିଡ୍ ଗାଇଡଲାଇନ୍ ମଧ୍ୟ ପାଳନ କରାଯିବ ବୋଲି ସୂଚନା ମିଳିଛି। ତେବେ ଏକକାଳୀନ କେତେ ସଂଖ୍ୟକ ପର୍ଯ୍ୟଟକଙ୍କୁ ଭିତରକୁ ଛଡ଼ାଯିବ ସେ ନେଇ ତର୍ଜମା ଚାଲିଛି। ମାସ୍କ ପିନ୍ଧି ନ ଥିବା କୌଣସି ପର୍ଯ୍ୟଟକଙ୍କୁ ଭିତରକୁ ଛଡ଼ାଯିବ ନାହିଁ। ଉଭୟ ଅନ୍ ଲାଇନ ଓ ଅଫ୍ ଲାଇନରେ ଟିକେଟ୍ ମିଳିବ। ଅଫ୍ ଲାଇନ୍ ରେ ଟିକେଟ୍ ନେବାକୁ ଧାଡ଼ି ନୁହେଁ, ଜଣ ଜଣଙ୍କୁ ଦିଆଯିବ। ସେହିପରି ପର୍ଯ୍ୟଟକମାନଙ୍କ ଥର୍ମାଲ ସ୍କାନିଂ କରାଯିବ ବୋଲି ସୂଚନା ଦିଆଯାଇଛି।
ପ୍ରଥମ ଓଡ଼ିଆ ମହିଳା ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ‘ଶାନ୍ତି ସ୍ବରୂପ ଭଟ୍ଟନାଗର ପୁରସ୍କାର’
ଭୁବନେଶ୍ବର: ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ମିଳିବ ‘ଶାନ୍ତିସ୍ୱରୂପ ଭଟ୍ଟନାଗର ପୁରସ୍କାର’। ରାସାୟନିକ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଦେଶର ଏହି ସର୍ବୋଚ୍ଚ ବୈଜ୍ଞାନିକ ପୁରସ୍କାର ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ଚଳିତ ବର୍ଷ ପାଇଁ ଜାତୀୟ ସ୍ତରର ଦେଶର ୧୨ ଜଣ ବୈଜ୍ଞାନିକଙ୍କୁ ଏହି ସର୍ବୋଚ୍ଚ ସମ୍ମାନ ଲାଗି ମନୋନିତ କରାଯାଇଛି। ଏହି ଗୌରବ ହାସଲ କରିବାରେ ଜ୍ୟୋତିର୍ମୟୀ ପ୍ରଥମ ଓଡ଼ିଆ ମହିଳା ବୋଲି ସୂଚନା ମିଳିଛି। ଶନିବାର କାଉନ୍ସିଲ୍ ଫର୍ ସାଇଣ୍ଟିଫିକ୍ ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ (ସିଏସ୍ଆଇଆର୍)ର ପ୍ରତିଷ୍ଠା ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଇଛି। ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୈଜ୍ଞାନିକ ପ୍ରଫେସର ଜ୍ୟୋତିର୍ମୟୀ ଦାଶଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ବ୍ଜଳ ଭବିଷ୍ୟତ କାମନା କରିଛନ୍ତି।
ଜ୍ୟୋତିର୍ମୟୀଙ୍କ ଜନ୍ମ ଜଗତସିଂହପୁର ଜିଲ୍ଲା ମାଣପୁର ପଳଦାରେ। ଜ୍ୟୋତିର୍ମୟୀଙ୍କ ବାପା ବସନ୍ତ କୁମାର ଦାଶ ଓ ମାତା ପୁଷ୍ପା କୁମାରୀ ମିଶ୍ର ଉଭୟ ଶିକ୍ଷକ। ବାପା ଓ ମା’ଙ୍କ ଠାରୁ ପ୍ରେରଣା ପାଇ ଶିକ୍ଷାପ୍ରତି ତାଙ୍କର ସୃଷ୍ଟି ହୋଇଥିଲା ଦୁର୍ବଳତା। ମାନପୁରର ଯୋଗେନ୍ଦ୍ର ନାଥ ୟୁପି ସ୍କୁଲ, ତାରିକୁଦ ହାଇସ୍କୁଲ୍ରେ ସ୍କୁଲ ଶିକ୍ଷା ଲାଭ କରିବା ପରେ ଜଗତ୍ସିଂହପୁରର ସ୍ବାମୀ ବିବେକାନନ୍ଦ କଲେଜରେ +୨ ଶିକ୍ଷା ଶେଷ କରିବା ପରେ କଟକ ରେଭେନ୍ସା କଲେଜରେ ବିଏସ୍ସି ଓ ଏମ୍ଏସି ପାଠ୍ୟକ୍ରମରେ ପ୍ରଥମ ଣ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ବିଜ୍ଞାନରେ ଗବେଷଣା ପାଇଁ ସେ ତାଙ୍କର କ୍ୟାରିୟର ଚୟନ କରି ଆଇଆଇଟି କାନପୁରରେ ପିଏଚ୍ଡି କରିଥିଲେ। ସିନଥେଟିକ ଅରଗାନିକ କେମେଷ୍ଟ୍ରିରେ ସେ ପିଏଚ୍ଡି କରିଥିଲେ।
ିଶ୍ବର ବିଭିନ୍ନ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟମାନଙ୍କରେ ସେ ଫେଲୋସିପ୍ ପାଇ ଗବେଷଣା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଇଏସପିସିଆଇ-ପ୍ୟାରିସ୍ ଫ୍ରାନ୍ସରେ ସେ ତାଙ୍କର ପୋଷ୍ଟ ଡକ୍ଟରଲାଲ୍ ଗବେଷଣା ଶେଷ କରିଥିଲେ। ୨୦୦୯ରେ କୋଲକାତା ଆଇଜରରେ ଆସିଷ୍ଟାଣ୍ଟ୍ ପ୍ରଫେସର ରୂପେ ନିଯୁକ୍ତି ପାଇ ୪ ବର୍ଷ ପର୍ଯ୍ୟନ୍ତ ସେଠାରେ କର୍ଯ୍ୟ କରିଥିଲେ। ୨୦୧୨ରେ କଲିକତାସ୍ଥିତ ଇଣ୍ଡିଆନ ଆସୋସିଏସନ୍ ଫର ଦ କଲଟିଭେସନ୍ ଅଫ୍ ସାଇନ୍ସ (ଆଇଏସିଏସ୍) ରେ ଆସିଷାଣ୍ଟ୍ ପ୍ରଫେସର ରୂପେ ଯୋଗଦେବା ପରେ ବର୍ତ୍ତମାନ ସେ ଆଇଏସିଏସ୍ରେ ପ୍ରଫେସର ରୂପେ କାର୍ଯ୍ୟ କରୁଛନ୍ତି।
ସୂଚନାଯୋଗ୍ୟ, ପଦାର୍ଥ ବିଜ୍ଞାନ,ରସାୟନ ବିଜ୍ଞାନ, ଗଣିତ, ଜୀବ ବିଜ୍ଞାନ, ପରିବେଶ ବିଜ୍ଞାନ, ଭେଷଜ ବିଜ୍ଞାନ ଓ ଇଞ୍ଜିନିୟରିଂ ପ୍ରଭୃତି ୭ଟି ବିଷୟରେ ବିଶେଷ ଗବେଷଣାରତ ୪୫ ବର୍ଷରୁ କମ୍ ବୟସର ଭାରତୀୟ ବୈଜ୍ଞାନିକଙ୍କୁ ଏହି ପୁରସ୍କାର ଦିଆଯାଏ। ଏହି ସଫଳ ବୈଜ୍ଞାନିକମାନଙ୍କ ନାମ ଘୋଷଣା ହେବା ପରେ ଜଗତସିଂହପୁର ଜିଲ୍ଲା ତଥା ରାଜ୍ୟରେ ଖୁସିର ଲହରୀ ଖେଳିଯାଇଛି। ରସାୟନ ବିଜ୍ଞାନ କ୍ଷେତ୍ରରେ ଗବେଷଣା କରି ସେ ଏଭଳି କୃତିତ୍ୱର ଅଧିକାରିଣୀ ହୋଇଛନ୍ତି। ପୁରସ୍କାର ବାବଦରେ ୫ ଲକ୍ଷ ଟଙ୍କାର ଅର୍ଥରାଶି ସହିତ ସାଇଟେସନ୍ (ଉଦ୍ଧରଣ) ପ୍ରଦାନ କରାଯିବ। ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜ୍ୟୋର୍ତିମୟୀଙ୍କ ସମେତ ୧୨ଜଣ ବୈଜ୍ଞାନିକଙ୍କୁ ପୁରସ୍କାର ପ୍ରଦାନ କରିବେ।
ଆଇପିଏଲରେ ଓଡ଼ିଆ ପୁଅ ନୀଳାଚଳ! (23rd Sept. 2020)
ଦୁବାଇ/ଭୁବନେଶ୍ବର: ଚଳିତ ଆଇପିଏଲ-୨୦୨୦ରେ ସ୍ଥାନ ପାଇବାରେ ସୌଭାଗ୍ୟ ଲାଭ କରିଛନ୍ତି ଓଡ଼ିଆ ପୁଅ ନୀଳାଚଳ ପରିଡ଼ା। ବ୍ୟାଟିଂ, ବୋଲିଂର ଘମାଘୋଟ ଲଢ଼େଇ ନୁହେଁ, ପରନ୍ତୁ ତାଙ୍କର ମହନୀୟ କାର୍ଯ୍ୟ ପାଇଁ ଅନ୍ତର୍ଜାତୀୟ ଷ୍ଟାର କ୍ରିକେଟର କ୍ରିସ ମୋରିସଙ୍କ ଜର୍ସିରେ ସ୍ଥାନ ପାଇଛନ୍ତି। ଚଳିତ ଆଇପିଏଲରେ କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରିବା ପାଇଁ ଯେଉଁ ଧାରା ଆରମ୍ଭ ହୋଇଛି, ସେଥିରେ ନୀଳାଚଳଙ୍କ ନାଁ ଯୋଡ଼ି ହୋଇଯାଇଛି। ଜଣେ ପର୍ବତାରୋହୀ ଭାବେ କ୍ୟାରିଅର କରୁଥିବା ନୀଳାଚଳ କୋରୋନା ମହାମାରୀରେ କିପରି ଭାବେ ପରିବା ବିକି ଲାଭାଂଶକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି, ତାହା ଆଜିର ଘଟଣା ପରେ ସାମ୍ନାକୁ ଆସିଛି। ସେ ରାସ୍ତା କଡ଼ରେ ସୁଲଭ ଦାମରେ ପରିବା ବିକି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବାକୁ ମନସ୍ଥ କରିଥିଲେ। ଭୁବନେଶ୍ବର ଡେଲ୍ଟା ସ୍କୋୟାରରେ ବିଧବା ମାଆ ଓ ଭଉଣୀଙ୍କ ସହ ରହୁଥିବା ନୀଳାଚଳ ପର୍ବାତାରୋହୀ ହେବା ନିଶାରେ ବିଶ୍ବର ଅନେକ ଗିରିଶୃଙ୍ଗ ଆରୋହଣ କରିଛନ୍ତି। ମାତ୍ର ଏହାରି ଭିତରେ ତାଙ୍କର ସମାଜ ପ୍ରତି କର୍ତ୍ତବ୍ୟ ସମ୍ପାଦନ ତାଙ୍କୁ ଅନ୍ୟ ପର୍ବତାରୋହୀଙ୍କ ଠାରୁ ଅଲଗା ବୋଲି ପ୍ରମାଣିତ କରିଛି।
କାନାଗାଁରୁ କଟକ: ମହକିଲେ ବଣମଲ୍ଲୀ ନମିତା, ସୁମଧୁର ସ୍ବରରେ କଲେ ବିମୋହିତ. (22nd Sept. 2020)
ଆନ୍ଧ୍ର-ଓଡ଼ିଶା ସୀମାନ୍ତ କୋରାପୁଟ ଜିଲାର ଦୁର୍ଗମ ବନାଞ୍ଚଳର ଜଣେ ଦଶମ ପଢ଼ୁଆ ଆଦିବାସୀ ଝିଅ ଏବେ ତିନୋଟି ଭାଷାରେ ସୁମଧୁର ସ୍ବରରେ ଗୀତ ଗାଇ ସାରା ରାଜ୍ୟରେ ନିଜର ଏକ ନିଆରା ପରିଚିତି ସ୍ଷ୍ଟି କରିଛନ୍ତି। ବନ୍ଧୁଗାଁ ବ୍ଲକ କାନାଗାଁ ପଞ୍ଚାୟତ ଅଧୀନ ଚିନ୍ତାଗୁଡ଼ା ଗାଁର ଏହି ଝିଅ ନମିତା ମେଲେକାଙ୍କ ଯାଦୁକରୀ ସ୍ବରକୁ ନେଇ ଏବେ ସୋସାଲ ମିଡିଆରେ ବ୍ୟାପକ ଚର୍ଚ୍ଚା ହେବା ପରେ ତାଙ୍କର ପ୍ରଥମ ଗୀତକୁ ନିକଟରେ କଟକ ଠାରେ ରେକର୍ଡିଂ କରାଯାଇଛି।
ଚିନ୍ତାଗୁଡ଼ା ଗାଁର ଏକ ଟାଇଲ ଛପର ଘରେ ଜନ୍ମିତ ନମିତାଙ୍କୁ ନେଇ ଏବେ ସାରା ରାଜ୍ୟରେ ଆଲୋଚନା। ସୋସାଲ ମିଡିଆରେ ତାଙ୍କର ଏକାଧିକ ଗୀତ ବାଜିବା ପରେ ବଣଜଙ୍ଗଲ ଘେରା ଚିନ୍ତାଗୁଡ଼ାର ଏହି ବଣମଲ୍ଲୀଙ୍କ ମହକକୁ ଦୁନିଆ ଜାଣିଥିଲା | ଦିନେ ନିଜ ଘର ବାରଣ୍ଡାରେ ବସି ଗୀତ ଗାଉଥିବା ବେଳେ ଗାଁକୁ ଆସିଥିବା କିଛି ଆଗନ୍ତୁକ ନମିତାଙ୍କ ଗୀତର ସ୍ବର ଶୁଣି ଅଟକିଯିବା ସହ ତାଙ୍କ ଗୀତ ରେକର୍ଡିଂ କରି ସୋସାଲ ମିଡିଆରେ ପ୍ରସାର କରିଥିଲେ। ନମିତାଙ୍କ ଗୀତ ମୋବାଇଲରୁ ମୋବାଇଲକୁ ଘୂରିବୁଲି ପ୍ରଶଂସା ସାଉଁଟିଲା।ଖବରକାଗଜରେ କଳାକୃତି...ବେଦବିକାଶଙ୍କ ନିଆରା ସୃଷ୍ଟି (3rd Sept. 2020)
ବିଗତ ୫ ମାସ ହେଲା କରୋନା ମହାମାରୀ ଯୋଗୁଁ ଘୋଷଣା କରାଯାଇଥିବା ତାଲାବନ୍ଦୀ (ଲକ୍ଡାଉନ)ରେ ଅନେକ ଲୋକ ନିଜର ଜୀବିକା ହରାଇଥିବା ବେଳେ କିଛି ଲୁଚି ରହିଥିବା ପ୍ରତିଭା ଲୋକଲୋଚନକୁ ଆସିବାରେ ସଫଳ ହୋଇଛି । ଲକ୍ଡାଉନ ସମୟକୁ ସଠିକ୍ ଭାବେ ଉପଯୋଗ କରି ଅନେକ ଲୋକ ଘରେ ରହି ନିଜର ପ୍ରତିଭାକୁ ବିକାଶ କରିବାରେ ଉଦ୍ୟମ ଜାରି ରଖିଛନ୍ତି । ଏହି ପରି ଏକ ଲୁକ୍କାୟିତ ପ୍ରତିଭାବାନ ଉଦୀୟମାନ ଯୁବକ ହେଉଛନ୍ତି ବେଦବିକାଶ ସାହୁ । କେବଳ ଓଡ଼ିଶାର କଳା ଓ ସଂସ୍କୃତିକୁ ଖବରକାଗଜ ମାଧ୍ୟମରେ ରୂପ ଦେଇଛନ୍ତି ତାହା ନୁହେଁ, ତାଙ୍କ କଳାକୃତି ମଧ୍ୟରେ ରହିଛି ପ୍ୟାରିସର ଆଇଫିଲ ଟାୱାର ଏବଂ ଆହୁରି ମଧ୍ୟ ରହିଛି ଅନେକ ଘର ସାଜସଜ୍ଜା ସାମଗ୍ରୀ । ଲକ୍ଡାଉନର ଏହି ୫ ମାସ ମଧ୍ୟରେ ସେ କରିଥିବା ୩୦ ରୁ ଅଧିକ କଳାକୃତି ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା, କୋଣାର୍କ ମନ୍ଦିର, ପୁରୀ ମନ୍ଦିର, ରଥ, ଆଇଫିଲ ଟାୱାର ଏବଂ ରହିଚି ଆହୁରି ଅନେକ କିଛି । ଏକ ଓଡ଼ିଆ ପିଲା ଭାବେ, ଓଡ଼ିଆ ସମାଜ ତାଙ୍କର ଏହି କଳାକୃତି ଓ କାରିଗରୀ କଳା ପାଇଁ ଭୂୟସୀ ପ୍ରଂଶସା କରୁଛି ଏବଂ ଭବିଷ୍ୟତରେ ଏପରି କଳାକୃତି ସୃଷ୍ଟି ପାଇଁ ଶୁଭକାମନା ଜଣାଇବା ସହ ତାଙ୍କ ସଫଳ ଜୀବନ କାମନା କରୁଛି ।
ଅଭିନନ୍ଦନ ଉଷା (30th Aug. 2020)
ଓଡିଶା କ୍ୟାଡରର ଆଇଏଏସ୍ ଉଷା ପାଢୀଙ୍କୁ ବେସାମରିକ ବିମାନ ସୁରକ୍ଷା ବ୍ୟୁରୋର ମହାନିର୍ଦ୍ଦେଶକ ପଦରେ ନିଯୁକ୍ତି ମିଳିଛି । ଦେଶର ପ୍ରଥମ ମହିଳା ଭାବେ ଶ୍ରୀମତୀ ପାଢୀ ଏହି ପଦବୀ ପାଇଛନ୍ତି । ଏହା ଓଡିଶା ପାଇଁ ଗର୍ବ ଓ ଗୌରବର ବିଷୟ । ୧୯୯୬ ବ୍ୟାଚ୍ର ଆଇଏଏସ୍ ଉଷା ପାଢୀ ପୂର୍ବରୁ ରାଜ୍ୟର ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଏବଂ ବିଭାଗୀୟ ସଚିବ ଭାବେ ନିଷ୍ଠାର ସହ ଦାୟିତ୍ୱ ତୁଲାଇଛନ୍ତି । ସେ ଏବେ କେନ୍ଦ୍ରରେ ବେସାମରିକ ବିମାନ ସେବା ମନ୍ତ୍ରାଳୟର ଯୁଗ୍ମ ସଚିବ ଭାବେ ଦାୟିତ୍ୱ ସମ୍ଭାଳୁଛନ୍ତି । ତାଙ୍କର ନୂତନ ନିୟୁକ୍ତି ପାଇଁ ଆମେ ତାଙ୍କୁ ଶଭେଚ୍ଛା ଜଣାଇବା ସହ କର୍ମ କ୍ଷେତ୍ରରେ ସଫଳତା କାମନା କରୁଛୁ ।
ଆନ୍ତର୍ଜାତିକ ପତ୍ରିକାରେ ଓଡିଶା କୃଷି ଭବନ (27th Aug. 2020)
ଆର୍କିଟେକ୍ଚର ଏବଂ ଇଣ୍ଟେରିୟର ଡିଜାଇନ୍ କ୍ଷେତ୍ରରେ ଲଣ୍ଡନରୁ ପ୍ରକାଶିତ ସମ୍ମାନଜନକ ‘ଡିଜିନ୍’ ପତ୍ରିକାରେ ‘ଓଡିଶା କୃଷି ଭବନ’କୁ ସ୍ଥାନ ମିଳିଛି । ଦେଶର ପ୍ରଥମ ସରକାରୀ କୋଠା ଭାବେ ଏକ ଆନ୍ତର୍ଜାତିକ ପତ୍ରିକାରେ ଓଡିଶାର କୃଷି ଭବନ ସ୍ଥାନ ପାଇବା ନିଶ୍ଚିତ ଭାବେ ଗୌରବର ବିଷୟ । ସମ୍ବଲପୁରୀ ଇକ୍କତ ଓ ଶାଢୀ ଡିଜାଇନ୍ରେ ନିର୍ମିତ କୃଷି ଭବନର ଡିଜାଇନ୍ କରିଥିଲେ ଷ୍ଟୁଡିଓ ଲୋଟସ୍ ।
ଏହି କୋଠାର ବିଶେଷତ୍ୱ ହେଉଛି, ଏଥିରେ ଆଦୌ ସିମେଣ୍ଟ ବ୍ୟବହାର କରାଯାଇନାହିଁ । ଆଧୁନିକ ଜ୍ଞାନକୌଶଳ ଓ ସମ୍ପୂର୍ଣ୍ଣ ଓଡିଆ ପାରମ୍ପରିକ ଶୈଳୀରେ ଇଟା ଓ ମାଟିରେ ଏହି କୋଠା ନିର୍ମାଣ ହୋଇଥିବା ବେଳେ ଖଣ୍ଡାଲାଇଟ୍ ପଥରର ମଧ୍ୟ ବ୍ୟବହାର କରାଯାଇଛି । ଏଥିରେ ହାତ ଖୋଦେଇ କାମ ସହ କୋଠାର କରିଡରରେ ଢୋକ୍ରା କାମ ରହିଛି । ଓଡିଶା ଲଗାତାର କୃଷି କର୍ମଣ ପୁରସ୍କାର ଜିତିବା ପରେ ନିର୍ମାଣ କରାଯାଇଥିବା ଏହି ଭବନକୁ କୃଷକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି ।ଅଭିନନ୍ଦନ ଅର୍ଚ୍ଚନା (12th Aug. 2020)
ଓଡିଶାର ଆଦିବାସୀ ପ୍ରବଣ ଜିଲ୍ଲା ସୁନ୍ଦରଗଡର ଝିଅ ଅର୍ଚ୍ଚନା ସୋରେଙ୍ଗ ମିଳିତ ଜାତିସଂଘ ସେକ୍ରେଟାରୀ ଜେନେରାଲର ଜଳବାୟୁ ପରିବର୍ତନ ସମ୍ପର୍କିତ ଯୁବ ପରାମର୍ଶଦାତା ଟିମ୍ ରେ ଯୋଗ ଦେଇଛନ୍ତି । ଏହା ବାସ୍ତବରେ ଆମ ସମସ୍ତଙ୍କ ପାଇଁ ଏକ ଗୌରବମୟ ମୁହୂର୍ତ । ଜାତିସଂଘର ସେକ୍ରେଟାରୀ ଜେନେରାଲ ଆଁଟୋନିଓ ଗୁଟେରସ୍ ଙ୍କ ଦ୍ୱାରା ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ମନୋନୀତ ହୋଇ ଆସିଥିବା ୧୮ରୁ ୨୮ ବର୍ଷୀୟ ୭ଜଣ ବିଶେଷ ପ୍ରତିଭାବାନ ଯୁବ ନେତୃତ୍ୱଙ୍କ ମଧ୍ୟରେ ଓଡିଆ ଝିଅ ଅର୍ଚ୍ଚନା ମଧ୍ୟ ସ୍ଥାନ ପାଇଛନ୍ତି । ଜଳବାୟୁ ପରିବର୍ତନ ସମ୍ପର୍କିତ ଏହି ସର୍ବପ୍ରଥମ ଯୁବ ପରାମର୍ଶଦାତା ଟିମ୍ ସେକ୍ରେଟାରୀ ଜେନେରାଲଙ୍କୁ ଜଳବାୟୁ ପରିବର୍ତ୍ତନ ଭଳି ବିଶ୍ୱର ପ୍ରମୁଖ ସମସ୍ୟାର ସମାଧାନ ଦିଗରେ ନିଆଯାଉଥିବା ପଦକ୍ଷେପରେ ସାହାଯ୍ୟ କରିବ ।
ତାଙ୍କର ଆଗାମୀ ଭବିଷ୍ୟତ ପାଇଁ ଆମେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ସଫଳ ଜୀବନ କାମନା କରୁଛୁ ।Oxford Topper Odia Girl Baisali, now UN Policy Officer. (7th July 2020)
Reaching new heights of success, Odia Girl Baisali Mohanty has made Odisha proud when appointed as United Nations Policy Officer after winning the prestigious High Profile Achievement Award as Best Graduate student at Oxford University, England. She took charge on July 1st 2020.Baisali hails from Puri and is the daughter of eminent activist and author Manasi Pradhan and former Chief Engineer & IIT alumnus Radha Binod Mohanty. Baisali completed her schooling at Blessed Sacrament High School in Puri and KIIT International School in Bhubaneswar.
Inspiration that waved the Nation
Youths inspiring the nation with their outstanding performances are now a regular scene in our country. Odisha too is acing in the game, 14 underprivileged students have cracked the National Eligibility cum Entrance Test (NEET). Beating all odds these 14 students cleared the exam this year and the credit goes to one and only 47-years-old Ajaya Bahadur Singh, a tea & sharbat (soft drinks) seller who hails from Odisha. Singh’s father was an engineer and aspired to make his son a doctor. However, a kidney transplant of Singh’s father forced the family to sell their property, leaving them financially constrained. In order to support his family, Singh had to sell tea. He wanted to become a doctor but couldn’t fulfill his dream & to sustain his family he chose this profession.
Science and Technology Minister of Odisha Launches 11th Edition of Young Astronomer Talent Search
The 11th edition of the Young Astronomer Talent Search ( YATS ) , an annual competition organised for the school childern of Odisha to create awareness on space science and astronomy was launched today by Shri Badri Narayan Patra , Minister , School & Mass Education and Science Technology , Govt. of Odisha at the State Secretariat . It was Organised by Tata Steel in association with Pathani Samanta Planetarium . The theme for this year`s YATS is India`s Contribution to Space Science.
winner of the Tribal Queen Contest
Bhubaneswar: In first-of-its kind event, over 100 tribal girls participated in "Adi Rani' 2018, Kalinga Tribal Queen Contest" held in Odisha's Bhubaneswar on Sunday evening. The unique contest is aimed at showcasing the rich tribal culture and tradition of India and is supported by Schedule Caste and Schedule Department, Government of Odisha and the State Tourism Department.
festival of Odisha
Major Odisha(Orissa) Festivals of Odisha is Jagannath Puri Rath Yatra and Durga Pooja. Three different religions flourished on the holy land of Odisha (Orissa) thus making it mandatory to celebrate various religious Odisha festivals with great fanfare.
odisha plus II result 2018
Students who scored above 90 per cent, 80 per cent and 70 per cent in the CHSE Odisha plus two exams Science 2018, 73,000 students out of 96,000 students have cleared the exam, Out of these, a total of 41 students secured more than 90 per cent marks in the +2 exams, Out of the total, 28 candidates are male while 13 are female, As we can see, boys have outshined girls in this exam, while the opposite is a usual phenomenon with pan-India exams.
Low cost Sanitary Napkins to be available in Petrol Pumps for Sale!
Sanitary Napkins may be available in Petrol Pumps for Sale in Bhubaneswar. Such a possibility rose with the visit of Union Petroleum & Natural Gas Minister Dharmendra Pradhan to a Common Service Centre.
Dharmendra Pradhan meets nominated MP Raghunath Mohapatra
Union Petroleum and Natural Gas Minister Dharmendra Pradhan met Rajya Sabha nominated Member of Parliament from Odisha, renowned sculptor Raghunath Mohapatra. He extended his greetings for the nomination. Raghunath Mohapatra was awarded Padma Vibhushan in the year 2013. Minister Pradhan asserted that it is a proud moment for Odisha that a sculptor & classical dancer (Sonal Mansingh) will represent Odisha in Delhi.
-