ଓଡିଶାର ପ୍ରମୁଖ ଶକ୍ତିପୀଠ ମଧ୍ୟରେ ଗଞ୍ଜାମଜିଲ୍ଲାର ତାରାତାରିଣୀ ପୀଠରସ୍ଥାନ ସ୍ୱତନ୍ତ୍ରା ଦେଶର ୫୧ଟି ଶକ୍ତି ପୀଠମଧ୍ୟରୁ ଏହି ପୀଠ ଅନ୍ୟତମ । ତାରା ଓ ତାରିଣୀ ଦୁଇଭଉଣୀ ଏଠାରେ ପୂଜା ପାଉଛନ୍ତି। କୌଣସି ଆଶା ପୂରଣ ପାଇଁ ମାଙ୍କ ନିକଟରେ ମାନସିକ ରଖିଲେ, ତାହାକୁ ପୂରଣକରନ୍ତି ମା । ସେଥିପାଇଁ ମା ଙ୍କୁ ଚଳନ୍ତି ଠାକୁରାଣୀ ବୋଲି ମଧ୍ୟ କୁହାଯାଏ । ମା ତାରାତାରିଣୀ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀା ଜିଲ୍ଲାର ପ୍ରତିଘରେ ମାଙ୍କୁ ଇଷ୍ଟ ଦେବୀରୂପେ ପୂଜା କରାଯାଏା
ପୁରାଣ ଅନୁସାରେ ସତ୍ୟ ଯୁଗରେ ଦକ୍ଷ ପ୍ରଜାପତିଙ୍କ କନ୍ୟା ସତୀ ପିତାଙ୍କ ଅନିଚ୍ଛା ସତ୍ତ୍ୱେ ଶିବଙ୍କୁ ବିବାହ କରିଥିଲେ । ଥରେ ଦକ୍ଷ ପ୍ରଜାପତି ଏକ ବିରାଟ ଯଜ୍ଞର ଆୟୋଜନ କରିସମସ୍ତ ଦେବାଦେବୀଙ୍କୁ ଏଥିରେଯୋଗ ଦେବାକୁ ନିୟନ୍ତ୍ରଣ କରିଥିଲୋ ଶିବଙ୍କର ଶ୍ମଶାନରେ ବସବାସ ଓ ବିଚିତ୍ର ବେଶଭୂଷାକୁ ଦକ୍ଷ ନାପସନ୍ଦ କରୁଥିଲେ । କନ୍ୟା ସତୀତାଙ୍କ ଇଚ୍ଛା ବିରୋଧରେ ଶିବଙ୍କୁ ବିବାହ କରିଥିବାରୁ ଦକ୍ଷ ଝିଅ ଜ୍ୱାଇଁଙ୍କୁ ନିମନ୍ତ୍ରଣ କରି ନଥିଲେ । ମହର୍ଷି ନାରଦଙ୍କ ଠାରୁ ପିତାଙ୍କ ଯଜ୍ଞର ବିରାଟ ଆୟୋଜନ ଶୁଣି ଶିବଙ୍କ ବାରଣ୍ୱ ସତ୍ତ୍ୱେ ବାପଘରକୁ ଯାଇ ଯଜ୍ଞସ୍ଥଳରେ ଉପସ୍ଥିତ ହେଲେ । ସତୀ ଯଜ୍ଞସ୍ଥଳରେ ପିତା ଦକ୍ଷ ପ୍ରଜାପତିଙ୍କୁ ଦେଖି ଝିଅ ଜ୍ୱାଇଁଙ୍କୁ ନିମନ୍ତ୍ରଣ କରି ନଥିବା ବିଷୟରେ ଜିଜ୍ଞାସା କଲେ । କିନ୍ତୁ ପିତା ସତୀଙ୍କୁ ଶିବଙ୍କ ବିଷୟରେ ନାନା କଟୁକଥା କହିଲେ । ଫଳରେ ସତୀ ସ୍ୱାମୀ ଶିବଙ୍କ ଅପମାନକ ୁସହି ନପାରି ଯଜ୍ଞକୁଣ୍ଡରେ ଝାସ ଦେଲେ । ଏହି ଦୁଃସମ୍ବାଦ ପାଇ ଶିବ କ୍ରୋଧାନ୍ୱିତ ହେଲେ, ଅବିଳମ୍ବେ ଯଜ୍ଞସ୍ଥଳକୁ ଯାଇ ଦକ୍ଷଙ୍କ ଶିରଛେଦନ କରିବା ସହିତ ଯଜ୍ଞସ୍ତଳକୁ ଧ୍ୱଂସବିଧ୍ୱଂସ କରିଦେଲେ । ସତୀଙ୍କର ସେହି ଦଗ୍ଧୀଭୂତ ଶରୀରକ ୁକାନ୍ଧରେ ପକାଇ ପାଗଳ ପ୍ରାୟ ଲକ୍ଷ୍ୟହୀନ ଭାବରେ ଘୁରିବୁଲିଲେ। ଶିବଙ୍କ ବିନାସୃଷ୍ଟି ପରିଚାଳନା ଅସମ୍ଭବ ଜାଣି ଭଗବାନ ବିଷ୍ଣୁ ସୁଦର୍ଶନ ଚକ୍ର ଦ୍ୱାରା ଶିବଙ୍କ କାନ୍ଧରେ ଥିବା ସତଙ୍କ ଦଗ୍ଧୀଭୂତ ଶରୀରକୁ ଖଣ୍ଡ ଖଣ୍ଡ କରିଦେଲେ । ସତୀଙ୍କ ପିଣ୍ଡ ଏକାବନଟି ସ୍ଥାନରେ ପଡିଥିଲେ ଓ ଏକାବନଟି ସ୍ଥାନରେ ଏକାବନ ଶକ୍ତିପୀଠ ସୃଷ୍ଟିହୋଇଥିଲେ । ସତୀଙ୍କ ବକ୍ଷୋଜ ତାରାତାରିଣୀ ପୀଠରେ ପଡିଥିଲା । ସେହି ବକ୍ଷୋଜରୁ ତାରାତାରିଣୀ ଭଉଣୀ ଦ୍ୱୟ ସୃଷ୍ଟି ହୋଇଥିଲେ ।
ମା ତାରାତାରିଣୀଙ୍କୁ ବ୍ରହ୍ମର୍ଷି ବଶିଷ୍ଠ ଇଷ୍ଟଦେବୀ ଭାବେ ପୂଜା କରୁଥିଲୋ ଥରେ ବଶିଷ୍ଠ ଏକ ଅଭିପ୍ସା ପୂରଣ ପାଇଁ ଦେବୀଦ୍ୱୟଙ୍କୁ ଆବାହନ କଲେ, ହେଲେ ଦେବୀଦ୍ୱୟ ଏଥିପ୍ରତି ଉଦାସୀନ ହେବାରୁ ବ୍ରହ୍ମର୍ଷି ରୋଷ ହୋଇ ତାରାତାରିଣୀଙ୍କୁ ଅପୂଜା ରହିବାକୁ ଅଭିଶାପ ଦେଇଥିଲେ । କିନ୍ତୁ ଦେବୀଦ୍ୱୟ ଏଥିପାଇଁ କ୍ଷମା ପ୍ରାର୍ଥନାକରିବା ପରେ ବ୍ରହ୍ମର୍ଷିଶାନ୍ତ ହେଲେ । କଳି ଯୁଗରେ ଋଷିକୂଲ୍ୟା ନଦୀ କୂଳରେ ବସୁ ପ୍ରହରାଜ ଘରେ କିଛିଦିନ ଲାଳିତପାଳିତ ହେବା ପରେ ତାରାତାରିଣୀ ପର୍ବତର ଶୀର୍ଷ ଦେଶରେ ପୂଜା ପାଇବ ଓ ଶାପ ମୁକ୍ତହେବ ବୋଲି ଦେବୀଦ୍ୱୟଙ୍କୁ କହିଥିଲୋ ସେତେ ଦିନ ପର୍ଯ୍ୟନ୍ତ ମାଲକ୍ଷ୍ମୀଙ୍କ ଚକ୍ଷୁକୋଣରେ ଅବସ୍ଥାନ କରିବାକୁ ପରାମର୍ଶ ଦେଇଥିଲେ ।
କଳିଯୁଗରେ ଗଞ୍ଜାମ ବୀରଜଗନ୍ନାଥ ଶାସନରେ କୁମାରୀ ନାମକ ଗ୍ରାମରେ ମହାଜ୍ଞାନୀ ଓ ତାନ୍ତ୍ରିକବସୁ ପ୍ରହରାଜ ଅବସ୍ଥାନ କରୁଥିଲେ ସେ ନିଃସନ୍ତାନ ଥିବାରୁ ଦୁଇକନ୍ୟାଙ୍କୁଆଣିଲାଳନ ପାଳନ କରିଥୁଲେ। କିନ୍ତୁକିଛିଦିନ ରହିବା ପରେ ସମସ୍ତଙ୍କ ଅଜ୍ଞାତସାରରେ ଦୁଇ କନ୍ୟା ହଠାତ୍ କେଉଁ ଆଡେଚାଲି ଯାଇଥିଲେ। ବସୁ ପ୍ରହରାଜ ଅନେକ ଖୋଜାଖୋଜି ପରେ ମଧ୍ୟ ତାଙ୍କର ସନ୍ଧାନ ପାଇ ନଥିଲେ । ଦିନେ ତାଙ୍କୁସ୍ୱପ୍ନାଦେଶ ହେଲା ଯେ ସେହି ଦୁଇକନ୍ୟା ଦେଉଛନ୍ତି ଦୁଇ ଜଣ ଦେବୀ ଓ ପୂର୍ଣ୍ଣଗିରି ପର୍ବତଉପରେ ଅବସ୍ଥାନ କରୁଛନ୍ତି । ସେହି ରାତିରେ ହିଁ ବସୁ ପ୍ରହରାଜ ଏକୁଟିଆ ପୂର୍ଣ୍ଣଗିରି ପର୍ବତରେ ପହଁଚିସ୍ତନାକୃତି ଦୁଇଟିଶିଳା ଦେଖିଥିଲେ । ମା ଙ୍କ ମହିମାଜାଣିବା ପରେ ବିଗ୍ରହ ସ୍ଥାପନ କରି ତନ୍ତ୍ର ସାଧନା ମାଧ୍ୟମରେ ସେଥିରେ ପ୍ରାଣ ପ୍ରତିଷ୍ଠା କରିଥିଲେ । ସେହି ଦୁଇଭଉଣୀ ଏବେ ତାରାତାରିଣୀ ନାମରେ ପୂଜା ପାଉଛନ୍ତି ।
ପୁରାଣ ଓ ତନ୍ତ୍ର ଶାସ୍ତ୍ରମତରେପ୍ରାଚୀନ କାଳରୁଏହି ପାହାଡ ତନ୍ତ୍ର ସାଧନ ପାଇଁ ପ୍ରସିଦ୍ଧି ଥିଲ।। ସବୁଜବନାନୀଭିତରେଏହିଜନଶୂନ୍ୟସ୍ଥାନଟି ତନ୍ତ୍ର ସାଧନ ପାଇଁ ପ୍ରକୃଷ୍ଟସ୍ଥାନ ଥିବା କୁହାଯାଏ । ବର୍ତ୍ତମାନ ମନ୍ଦିର ଦେହରେଦେବୀଙ୍କ ଦଶମହାବିଦ୍ୟା ତଥା ଷୋଡଶୀ, ବଗଳା, ଛିନ୍ନମସ୍ତା, ଧୁମାବତୀ, ମାତଙ୍ଗୀ, କମଳା, ଭୁବନେଶ୍ୱରୀ, ଭୈରବୀ ଓ କାଳୀଙ୍କର ପ୍ରସ୍ତର ମୂର୍ତ୍ତି ରହିଛି ।
ଚୈତ୍ର ମାସରେ ମାଙ୍କ ପୀଠରେ ଚୈତ୍ର ଯାତ୍ରା ଅନୁଷ୍ଠିତହୁଏ । ଯାତ୍ରା ଦେଖିବାରୁ ପ୍ରତି ମଙ୍ଗଳବାର ଲକ୍ଷାଧିକ ଲୋକଙ୍କ ସମାଗମ ହୁଏ ।ବିଶେଷ କରି ଦ୍ୱିତୀୟ ଓ ତୃତୀୟମଙ୍ଗଳବାର ଅଧିକ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥାଏ । ଏହି ସମୟରେ ମା ନିଜ ଭକ୍ତ ମାନଙ୍କୁ ଅତ୍ୟନ୍ତ ଦୁର୍ଲଭବେଶରେ ଦର୍ଶନ ଦିଅନ୍ତି । ଧର୍ମ, ଅର୍ଥ, କାମ, ମୋକ୍ଷ ପ୍ରାପ୍ତି ପାଇଁମାଙ୍କ ଦର୍ଶନ କରିଥାନ୍ତି ଶ୍ରଦ୍ଧାଳୁ ।
ମା ଙ୍କ ପୀଠରେ କେଶମୁଣ୍ଡନର ମଧ୍ୟ ପରମ୍ପରା ରହିଛି । ନିଃସନ୍ତାନ ଥିବାମହିଳାସନ୍ତାନ ଆଶାକରି ଓ ରୋଗାଗ୍ରସ୍ତ ଶିଶୁଙ୍କ ଆରୋଗ୍ୟ କାମନାକରି ପିତାମାତାମା ଙ୍କ ନିକଟରେ ମାନସିକ କରିଥାନ୍ତି । ମାନସିକ ପୂରଣହେଲେ ନିଜସନ୍ତାନର ପ୍ରଥମ କେଶମା ଙ୍କ ନିକଟରେ ଅର୍ପଣକରିଥାନ୍ତି । ଏଥିପାଇଁ ଚୈତ୍ରମାସ ମଙ୍ଗଳବାରମା ଙ୍କ ପୀଠରେ ପ୍ରବଳ ଗହଳିଲାଗିଥାଏ । ଗଞ୍ଜାମଜିଲ୍ଲାର ପ୍ରତିଟି ପରିବାରରେସନ୍ତାନ ଜନ୍ମହେଲେ ପ୍ରଥମେମାତାରାତାରିଣୀଙ୍କ ନିକଟରେ ପ୍ରଥମ କେଶ ଅର୍ପଣକରାଯିବାର ପରମ୍ପରାରହିଛି । ତାରାତାରିଣୀ ପାହାଡର ପାଦଦେଶରେ ଓ ଉପରଭାଗରେ ୫୦୦ରୁ ନାପିତ ରହିଥାନ୍ତି ।