ସଶକ୍ତ ନାରୀ... ଶକ୍ତିଶାଳୀ ଦେଶ

ବଦଳିବାରେ ଲାଗିଛି ସମାଜ ,ବଦଳିଲାଣି ରୀତି ନୀତି ଓ ଚଳଣୀ । ପରିବାର ର ଚାରିକାନ୍ଥ ଚୌହଦୀ ଭିତରେ ନାରୀ ଆଉ ନିଜକୁ ସୀମିତ ଓ ଆବଦ୍ଧ କରି ରଖୁନି । ପୁରୁଷ ମାନଙ୍କ ସହ ସମତାଳ ରେ ପାଦ ବଢ଼ାଇ ସବୁ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦିତ କରିଛି । ଦିନେ ଯେଉଁ ସବୁ କ୍ଷେତ୍ର ରେ ପୁରୁଷ ମାନଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳୁଥିଲା ଏବେ ସେ ସବୁ କ୍ଷେତ୍ରରେ ମହିଳା ଙ୍କ ଭାଗିଦାରୀ ଦେଖିବାକୁ ମିଳିଲାଣି । ଆନ୍ତରାଷ୍ଟ୍ରୀୟ କନ୍ୟା ଦିବସ ଅବସର ରେ ଗାଡି ଡ୍ରାଇଭର ଭଳି ପୁରୁଷଙ୍କ କବଜାରେ ଥିବା ବୃତ୍ତିରେ ପାଦ ବଢାଇଥିବା ଓଡ଼ିଶାର କେତେଜଣ ସୁକନ୍ୟା ଓ ସେମାନଙ୍କର ଅଦମ୍ୟ ସାହସ କୁ ନେଇ ଆମର ଏ ପ୍ରତିବେଦନ।

ସୁନାନାକୀ ସୁଲତା: କୋରାପୁଟ କାମତା ଅଞ୍ଚଳର ଅଠର ବର୍ଷର ଆଦିବାସୀ ଯୁବତୀ ସୁଲତା ଗୋଲରୀ ଙ୍କୁ ନେଇ ଆଜି ସାରା ଜିଲା ଗର୍ବିତ । ଆଦିବାସୀ ସମ୍ପ୍ରଦାୟ ର ପ୍ରଥମ ମହିଳା ଅଟୋ ଡ୍ରାଇଭର ହୋଇଥିବାରୁ ଦିନେ ସେ ନିଜ ସମ୍ପ୍ରଦାୟ ର ରୋଷର ଶିକାର ହୋଇଥିଲେ । ହେଲେ ସେ ନିଜ ପରିବାର ର ଦୁଃଖଦ ଦିନରେ ପାହାଡ଼ ଭଳି ଠିଆ ହୋଇଥିବା ଦେଖି ଏବେ ସମସ୍ତେ ପ୍ରଶଂସା କରୁଛନ୍ତି । ସୁଲତା ଙ୍କ ଉପରେ ରହିଛି ପରିବାର ର ଵୋଝ । ୪ ପ୍ରାଣୀ କୁଟୁମ୍ବ ଙ୍କ ସାହା ପାଲଟିଛନ୍ତି ସୁଲତା । ତାଙ୍କ ପିତା ଜଣେ ଅଟୋ ଚାଳଜ ଥିଲେ । ସେ ରୋଗରେ ପଡିବା ପରେ ସୁଲତା ଧରିଛନ୍ତି ଅଟୋ ର ହ୍ୟାଣ୍ଡଲ । ବସ ଷ୍ଟାଣ୍ଡ ରୁ କଲେଜ ଛକ ଓ ବୋରିଗୁମା ରୁ କାପତା ଯାଏଁ ତାଙ୍କ ଅଟୋ ଗଡ଼ିଲେ ୪ ପ୍ରାଣୀ କୁଟୁମ୍ବ ଙ୍କ ପେଟକୁ ଯାଉଛି ଆହାର । ବିଡ଼ମ୍ବନା, ତାଙ୍କର ନିଜର ଅଟୋ ଟିଏ ନାହିଁ । ଦିନକୁ ୨୦୦ ଟଙ୍କା ଲିଜ ରେ ଅଟୋ ଆଣି ସେ ପରିବାର ପୋଷୁଛନ୍ତି ।ଅଟୋ ଭଡା ରୁ କିଛି କିଛି ସଞ୍ଚୟ କରି ସେ ଗୋଟିଏ ନୂଆ ଅଟୋ କିଣିବାର ସ୍ୱପ୍ନ ଦେଖୁଛନ୍ତି । କମ ବୟସର ଜଣେ ଆଦିବାସୀ ଯୁବତୀ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିବା ଅନେକ ଯୁବାଵର୍ଗ ଙ୍କ ପାଇଁ ଏବେ ଏକ ପ୍ରେରଣାପ୍ରଦ କାହାଣୀ ହୋଇଛି।

ଘରଣୀ ରୁ ପେଶାଦାର ଚାଳକ: ବେଶରେ ଘରଣୀ କିନ୍ତୁ ପେଶାରେ ଜଣେ ସଫଳ ଅଟୋ ଚାଳକ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ନହବେଡା ଗ୍ରାମର ଗୃହିଣୀ କବିତା ପ୍ରଧାନ । ନିଜ ସ୍ୱାମୀ ସଂକର୍ଷଣ ଙ୍କ ଠାରୁ ଅଟୋ ଚଳାଇବା ଶିଖି ସେ ଏବେ ପେଶାଦାର ଚାଳକ ହୋଇଯାଇଛନ୍ତି । କବିତା କହନ୍ତି ତାଙ୍କ ବଡ଼ ପରିବାର ରେ ଦିନେ ଆୟ ବହୁତ କମ ଥିଲା । ତେଣୁ ପରିବାର ର ଆର୍ଥିକ ଅସମୟ ତାଙ୍କୁ ଗାଡି ଚଳାଇବା ପାଇଁ ପ୍ରେରିତ କରାଇ ଥିଲା । ଦିନେ ସେ ନିଜ ମନକଥା ସ୍ୱାମୀ ସଂକର୍ଷଣ ଙ୍କୁ କହିଲେ । କିଛି ଗୋଟାଏ କାମ ଧନ୍ଦା କଲେ ଅତିରିକ୍ତ ଦୁଇପଇସା ଘରକୁ ଆସିପାରିବ ବୋଲି ପ୍ରସ୍ତାବ ଦେଲେ । ସ୍ୱାମୀ ସମର୍ଥନ କରିବାରୁ କବିତା ଘର ଦାୟିତ୍ୱ ବୁଝିବା ସହିତ ଅଟୋ ଚଳାଇବା ଆରମ୍ଭ କଲେ । ଏବେ ସ୍ୱାମୀ ସଂକର୍ଷଣ ଓ କବିତା ଙ୍କ ଦୁଇଟି ଅଟୋ । ଉଭୟେ ରୋଜଗାର କରୁଛନ୍ତି । ପରିବାର ର ଆର୍ଥିକ ଅସୁବିଧା ଦୂର ହୋଇପାରିଛି ।

ପାହାଡ଼ ଭଳି ସାହସ ଆଦିବାସୀ ଯୁବତୀ ମୁନି ଟିଗା:

ଦାରିଦ୍ର୍ୟ ଅଟକାଇ ପାରିନଥିଲା । ନାନା ପ୍ରକାର ଅସୁବିଧା ସତ୍ତ୍ୱେ ସେ ବଢିଥିଲେ ଆଗକୁ । ମନକୁ ପାହାଡ଼ ଭଳି ସହିବାର ଶକ୍ତିରେ ତିଆରି କରି ବରଗଡ଼ ଜିଲ୍ଲାର ଆଦିବାସୀ ମହିଳା ମୁନି ଟିଗା ଯେଉଁଦିନ ଭାରତୀୟ ରେଳ ର ଲୋକୋ ପାଇଲଟ ଭାବେ ନିଯୁକ୍ତି ପାଇଲେ ସେଦିନ ସାରା ଓଡିଶା ତାଙ୍କ ପ୍ରତିଭା ଆଉ ସାହସ ର ନିଦର୍ଶନ ପାଇଲା । ମୁନି ପିଲାଦିନୁ ବାପା ଙ୍କୁ ହରାଇଥିଲେ । ବରଗଡ଼ ଆଇଟିଆଇ ରେ ପାସ କରି ସେ ଆଗକୁ ବଢିଥିଲେ । ଏବେ ସେ ଟ୍ରେନ ଡ୍ରାଇଭର ଭାବେ ସଫଳତାର ସହ ଦାୟିତ୍ୱ ନିର୍ବାହ କରୁଛନ୍ତି ।

ସ୍ୱାବଲମ୍ବୀ ର ଏଭଳି ଯାତ୍ରା ରେ ଏବେ ଆମେ ଅନେକ ମହିଳାଙ୍କୁ ଦେଖିବାକୁ ପାଉଛୁ । ଆମ ରାଜ୍ୟର ଅନେକ ଯୁବତୀ ଏବେ ଟ୍ରେନ ଡ୍ରାଇଭର ଭାବେ ସଫଳତା ସାଉଁଟିଲେଣି । କେତେକ ଓଡ଼ିଆ ଯୁବତୀ ପାଇଲଟ ହେବାର ଗୌରବ ବି ଦେଇଛନ୍ତି । ଏହି ବିହଙ୍ଗ କନ୍ୟା ମାନେ ନୂଆ ଧାରା ଯୋଡୁଛନ୍ତି ବିକାଶ ପଥରେ ।

Leave your comments

Upload your Photo

About Us

READ MORE

Address

Odia Samaj

11, Aradhana Enclave, 2nd floor, R K Puram, Sector-13, New Delhi.

9560606790

011-49429476

[email protected]